ନାବାଳିକାଙ୍କୁ ବଳାତ୍କାର କରି ଖସି ପଳାଉଥିଲେ ଅଭିଯୁକ୍ତ, ୪ ଜଣଙ୍କୁ ଧରିଲା ଆର୍‌ପିଏଫ୍‌

ଲକ୍ଷ୍ନୌ,୨୫ା୯: ଉତ୍ତରପ୍ରଦେଶର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ କୋଝିକୋଡ ରେଳ ଷ୍ଟେଶନରେ ଛାଡ଼ିବା ଉଦ୍ୟମ ଅଭିଯୋଗରେ ୪ ଯୁବକଙ୍କୁ ଗିରଫ କରାଯାଇଛି। ଜଣେ ୧୬ ବର୍ଷୀୟା ନବାଳିକାଙ୍କର ୪ ଯୁବକଙ୍କ ସହ ଯୁକ୍ତିତର୍କ ହେଉଥିବା ଆର୍‌ପିଏଫ୍‌ ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପରେ ଆରପିଏଫ୍‌ କସବା ପୋଲିସ ଷ୍ଟେଶନକୁ ସତର୍କ କରାଇଥିଲା ଏବଂ କର୍ମଚାରୀମାନେ ଅଭିଯୁକ୍ତଙ୍କ ଗିରଫଦାରୀକୁ ରେକର୍ଡ କରିଥିଲେ।
ଗିରଫ ବ୍ୟକ୍ତିଙ୍କ ନାମ ଇକାରାର ଆଲାମ (୧୮), ଅଜାଜ (୨୫), ଶକିଲ ଶାହା (୪୨) ଏବଂ ଇରଶାଦ (୨୩) ବୋଲି ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତ ମଧ୍ୟ ଉତ୍ତରପ୍ରଦେଶର।

ପୋଲିସ ସୂଚନାନୁସାରେ, ଅଭିଯୁକ୍ତ କୋଝିକୋଡ ଅଭିମୁଖେ ଟ୍ରେନ୍‌ରେ ଯିବା ସମୟରେ ଉକ୍ତ ନାବାଳିକାଙ୍କୁ ଭେଟିଥିଲେ। ସେମାନେ ତାଙ୍କ ସହ କଥା ହେବା ପରେ ଗୁରୁବାର ତାଙ୍କୁ ପାଲାକଡ ରେଳ ଷ୍ଟେଶନରେ ଓହ୍ଲାଇବାକୁ କହିବା ପରେ ତାଙ୍କୁ ପାଲାୟମ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ସେମାନଙ୍କ କ୍ୟାମ୍ପକୁ ନେଇଥିବାର ଅଭିଯୋଗ ହୋଇଛି।

ପୋଲିସ କହିଛି, ଝିଅଟି ତାଙ୍କ ଭଉଣୀଙ୍କୁ ଭେଟିବା ପାଇଁ ଚେନ୍ନାଇ ଅଭିମୁଖେ ଯାଉଥିଲେ। ବିବାହ ପ୍ରତିଶ୍ରୁତି ଦେବା ପରେ ଅଭିଯୁକ୍ତ ତାଙ୍କୁ ବସ୍‌ ଯୋଗେ କୋଝିକୋଡକୁ ନେଇଥିବାର ପୋଲିସ ସନ୍ଦେହ କରୁଛି।
ଝିଅଟି ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ। ଉତ୍ତରପ୍ରଦେଶର ବିର୍ନୋ ଥାନାରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଟ୍ରାକ୍‌ ପାଇଁ ଉଦ୍ୟମ କରାଯାଇଥିଲା। ପରେ ନାବାଳିକାଙ୍କୁ ଭେଲିମାଡୁକୁନୁ ସରକାରୀ ପର୍ଯ୍ୟବେକ୍ଷଣ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ପୋଲିସ ଏକ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri