କାହିଁକି ମା’ ହେବା ପାଇଁ ସରୋଗେସି ରାସ୍ତା ବାଛିଥିଲେ ପ୍ରିୟଙ୍କା…

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସରୋଗେସି ଜରିଆରେ ମା’ ହୋଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆ ସୂଚନା ଦେଇଥିଲେ। ହେଲେ ନିକ୍‌ ଜୋନାସ କି ପ୍ରିଆଙ୍କା ଜଣାଇ ନ ଥିଲେ ତାଙ୍କର ପୂଅ ହୋଇଛି କି ଝିଅ। ଆମେରିକାର ଏକ ୱେବସାଇଟ୍‌ ଅନୁଯାୟୀ, କାଲିଫର୍ର୍ନିିଆରେ ଶିଶୁ କନ୍ୟା ଜନ୍ମ ହୋଇଛନ୍ତି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ଫର୍ଟିଲିଟି ଇଶୁ ତଥା ପ୍ରଜନନ ସମସ୍ୟାକୁ ନେଇ କିଛି ପୋଷ୍ଟ ଦେଖିବାକୁ ମିଳିଥିଲା।
ବାସ୍ତବରେ ପ୍ରିୟଙ୍କା ଏବଂ ନିକ୍‌ ବାପା ମା’ ହେବା ପାଇଁ ସରୋଗେସିର ମାଧ୍ୟମ ଆପଣାଇଥିଲେ । ସେବେଠାରୁ ସୋସିଆଲ ମିଡିଆରେ ଦୁହିଁଙ୍କର ଏପରି କିଛି ପୋଷ୍ଟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ପରେ ପ୍ରିୟଙ୍କା ଫର୍ଟିଲିଟି ସମସ୍ୟା କାରଣରୁ ଏହି ନିଷ୍ପତ୍ତି ନେଇଥିବା ଆଲୋଚନା ହୋଇଥିଲା।
ରିପୋର୍ଟ ଅନୁଯାୟୀ, ‘ପ୍ରିୟଙ୍କାଙ୍କର କୌଣସି ପ୍ରକାରର ପ୍ରଜନନ ସମସ୍ୟା ତଥା ଫର୍ଟିଲିଟି ଇଶୁ ନାହିଁ, କିନ୍ତୁ ତାଙ୍କୁ ବର୍ତ୍ତମାନ ୩୯ ବର୍ଷ ବୟସ। ଏହା ତାଙ୍କ ପାଇଁ ସହଜ ନୁହେଁ। ସେହି ସମୟରେ ତାଙ୍କର ବ୍ୟସ୍ତବହୁଳ କାମ ଯୋଗୁ ଏହା ଅଧିକ କଷ୍ଟକର ହୋଇପଡ଼ିଥାନ୍ତା । ଦୁହେଁ ପରସ୍ପରଙ୍କ ଏକାଠି ସମୟ ବିତାଇବାକୁ ମଧ୍ୟ ବହୁତ କମ ସମୟ ପାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦୁହେଁ ଦମ୍ପତି ସରୋଗେସିର ରାସ୍ତା ବାଛିଥିଲେ।
ଅନ୍ୟପଟେ କୁହାଯାଉଛି ଯେ ନିକ ଏବଂ ପ୍ରିୟଙ୍କା ଏକ ଏଜେନ୍ସି ସାହାଯ୍ୟରେ ମହିଳାଙ୍କୁ ଭେଟିଥିଲେ । ଉକ୍ତ ମହିଳାଙ୍କ ଏହା ହେଉଛି ପଞ୍ଚମ ସରୋଗେସି। ଦୁହେଁ ତାଙ୍କୁ ଭେଟିଥିଲେ ଏବଂ ସେମାନେ ମଧ୍ୟ ତାଙ୍କୁ ପସନ୍ଦ କରିଥିଲେ । ସବୁଠାରୁ ବଡ କଥା ହେଲା ଶିଶୁଟି ଏପ୍ରିଲରେ ଜନ୍ମ ହେବାର ଥିଲା, କିନ୍ତୁ ପିଲାଟି ଜନ୍ମ ହେବା ତାରିଖ ପୂର୍ବରୁ ତଥା ପ୍ରିମାଚର ଡେଲିଭରି ହୋଇଥିଲା । କହିବାକୁ ଗଲେ ପ୍ରିୟଙ୍କା ଏବଂ ନିକ ମା’ ବାପା ହୋଇଥିବାରୁ ପ୍ରଶଂସକମାନେ ବହୁତ ଖୁସି ଏବଂ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ଅକ୍ଷୟ କୁମାର

ମୁମ୍ବାଇ,୧୭।୧: ପ୍ରଥମ ବଲିଉଡ୍‌ ଷ୍ଟାର ଭାବେ ଅକ୍ଷୟ କୁମାର ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଦାନ କରିଛନ୍ତି । ଏ...

୧୦ ବର୍ଷରେ ୧୧ ଫ୍ଲପ ଫିଲ୍ମ ଦେଇଛନ୍ତି ଇମରାନ ହାସମି

ମୁମ୍ବାଇ: ଦୀର୍ଘ ପ୍ରାୟ ୩ ବର୍ଷ ପରେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି ବଲିଉଡର ଚକୋଲେଟ ବୟ ଇମରାନ ହାସମି । ଫିଲ୍ମ ‘ସେଲଫି’ ଜରିଆରେ...

ବଲିଉଡ୍‌ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋନାଲି ମୁଖାର୍ଜୀ...

ଘରକୁ ଫେରିଲେ ଶବାନା

ମୁମ୍ବାଇ: ଦୀର୍ଘ ୧୪ ଦିନ ହସ୍ପିଟାଲରେ ରହିବା ପରେ ଏବେ ଘରକୁ ଫେରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ। ଟୁଇଟ୍‌ କରି ନିଜେ ଶବାନା ଏହି...

ପରଲୋକରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟିଭି ଇଣ୍ଡଷ୍ଟ୍ରିକୁ ସୋମବାର ସକାଳେ ଏକ ବଡ଼ ଝଟକା ଲାଗିଛି। ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରୁଥିବା ଅଭିନେତ୍ରୀ ଦିବ୍ୟା...

‘ଝଲକ ଦିଖଲା ଜା ୧୦’ର ୱିନର ହେଲେ ଗୁଞ୍ଜନ ସିହ୍ନା-ତେଜସ ବର୍ମା

ମୁମ୍ବାଇ: ଶେଷ ହେଲା ପ୍ରତିକ୍ଷା । ଶେଷରେ ୮ ବର୍ଷର ଗୁଞ୍ଜନ ସିହ୍ନା ଓ ୧୨ ବର୍ଷର ତେଜସ ବର୍ମା ଡ୍ୟାନ୍ସ ରିୟଲିଟି ଶୋ’ ‘ଝଲକ...

ଆସିଲା ସୋନୁଙ୍କ ପୁସ୍ତକ ‘ଆଇ ଆମ ନୋ ମସିହା’ : ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ସମୟରେ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ କରୁଥିବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ ଆଗରେ ବୋଧହୁଏ ଥିଲା ବଲିଉଡ୍ ସେଲିବ୍ରିଟି...

ଦ୍ୱିତୀୟ ବିବାହ କରିବେ ଅନୁପମା

ବମ୍ବେ: ଦ୍ୱିତୀୟ ବିବାହ କରିବେ ଅନୁପମା। ଖୁବ୍‌ଶୀଘ୍ର ଧାରାବାହିକରେ ଦେଖିବାକୁ ମିଳିବ ଅନେକ ଟୁଇଷ୍ଟ ଆଣ୍ଡ ଟର୍ନ। ଏବେ ଅନୁପମା ଶାଶୁଘର ଛାଡ଼ି ଚାଲିଯାଇଥିବା ବେଳେ...

Advertisement
Archives

Model This Week