Posted inଖେଳ

କାହିଁକି ପ୍ରଶଂସକଙ୍କୁ ବ୍ୟାଟରେ ବାଡ଼େଇବାକୁ ଉଠିଥିଲେ ଇଞ୍ଜାମାମ

ନୂଆଦିଲ୍ଲୀ, ୧୮।୭- ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଯେବେ ବି କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥାଏ ଏହା ବେଶ୍‌ ରୋମାଞ୍ଚକ ହୋଇଥାଏ। ସାରା ବିଶ୍ୱର କ୍ରିକେଟ୍‌ପ୍ରେମୀଙ୍କ ନଜର ସେତେବେଳେ ଏହି ମ୍ୟାଚ୍‌ ଉପରେ ଥାଏ। ମ୍ୟାଚ୍‌ ସମୟରେ ପଡ଼ିଆ ଭିତରେ ଯେମିତି ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥାଏ ପଡ଼ିଆ ବାହାରେ ମଧ୍ୟ ଦର୍ଶକଙ୍କ କୋଳାହଳ ମ୍ୟାଚ୍‌ର ଉଷ୍ମତାକୁ ଆହୁରି ବଢ଼ାଇ ଦେଇଥାଏ। ପଡ଼ିଆ ଭିତରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଯେତେ ବିବାଦ ଥିଲେ ମଧ୍ୟ କିନ୍ତୁ ସେମାନଙ୍କ ମଧ୍ୟରେ ନିବିଡ଼ ବନ୍ଧୁତ୍ୱ ରହିଥାଏ। ଏମିତି ଏକ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀକୁ ବର୍ଣ୍ଣନା କରିଛନ୍ତି ପୂର୍ବତନ ମହାନ ପାକିସ୍ତାନ କ୍ରିକେଟର୍‌ ଓ୍ବାକର ୟୁନିସ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ସ୍ତ୍ରୀଙ୍କ ନାମ ଧରି ଜଣେ ପ୍ରଶଂସକ ଖରାପ ଶବ୍ଦ ବ୍ୟବହାର କରିଥିବାବେଳେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ ଉଲ୍‌-ହକ୍‌ କିପର ବ୍ୟାଟ୍‌ ଧରି ସେହି ପ୍ରଶଂସକଙ୍କୁ ବାଡ଼େଇବାକୁ ଉଦ୍ୟତ ହୋଇଥିଲେ ସେହି କଥାକୁ ୟୁନିସ ନିକଟରେ ଏକ ସାକ୍ଷାତ୍‌କାର ଅବରସରେ ସ୍ମରଣ କରିଛନ୍ତି।


ଘଟଣାକୁ ସ୍ମରଣ କରି ଓ୍ବାକର କହିଛନ୍ତି, ୧୯୯୭ରେ କାନାଡାର ଟରୋଣ୍ଟୋଠାରେ ଆୟୋଜିତ ଶାରଜା କପ୍‌ର ଦ୍ୱିତୀୟ ମ୍ୟାଚ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦର୍ଶକଙ୍କ ମଧ୍ୟରୁ କେହି ଜଣେ ଇଞ୍ଜାମାମଙ୍କ ଉଦ୍ଦେଶ୍ୟରେ ଲକ୍ଷ୍ୟ କରି ତାଙ୍କୁ ଆଳୁ ଆଳୁ ବୋଲି ଚିତ୍କାର କରି ଡାକିଥିଲା। ଇଞ୍ଜାମାମ କିନ୍ତୁ ଦର୍ଶକଙ୍କ ଏଭଳି ବ୍ୟବହାର ସତ୍ତ୍ୱେ ନିଜକୁ ଶାନ୍ତ ରଖିଥିଲେ। କିନ୍ତୁ ଯେତେବେଳେ ମହମ୍ମଦ ଆଝାରୁଦ୍ଦିନଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦର୍ଶକଙ୍କ ମଧ୍ୟରୁ କେହି ଜଣେ ଖରାପ ଶବ୍ଦ ପ୍ରୟୋଗ କରିଥିଲେ ଇଞ୍ଜାମାମ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ସେ ଅଧିନାୟକଙ୍କୁ କହି ଫାଇନ୍‌ ଲେଗ୍‌ ଥାର୍ଡମ୍ୟାନ ଏରିୟାରେ ଫିଲ୍ଡିଂ କରିବାକୁ ଯାଇଥିଲେ ଏବଂ ଦ୍ୱାଦଶ ଖେଳାଳିଙ୍କୁ ଏକ ବ୍ୟାଟ୍‌ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଓ୍ବାକର କହିଛନ୍ତି। କିଛି ସମୟ ପରେ ଇଞ୍ଜମାମ ଦର୍ଶକ ଗ୍ୟାଲେରୀ ପାହଚ ଚଢ଼ି ସେହି ଦର୍ଶକଙ୍କ ସହିତ ଧସ୍ତାଧସ୍ତି କରିଥିଲେ। ଏହାପରେ ଅନ୍ୟ ଦର୍ଶକମାନେ ତାଙ୍କୁ ପଡ଼ିଆ ଭିତରକୁ ଆଣିବାରେ ସଫଳ ହୋଇଥିଲେ। ଏହି ସମୟରେ ସେହି ଦର୍ଶକ ଜଣଙ୍କ ଆକ୍ରମଣ ଉଦ୍ଦେଶ୍ୟରେ ଇଞ୍ଜାମାମଙ୍କ ଉଦ୍ଦେଶ୍ୟରେ ଦୌଡ଼ିଥିଲେ। ଇଞ୍ଜାମାମ ସଙ୍ଗେ ସଙ୍ଗେ ଦ୍ୱାଦଶ ଖେଳାଳିଙ୍କ ନିକଟରୁ ବ୍ୟାଟ୍‌ ଛଡ଼ାଇ ଖରାପ ଶବ୍ଦ ବ୍ୟବହାର କରିଥିବା ସେହି ଦର୍ଶକଙ୍କୁ ବାଡ଼େଇବାକୁ ଉଦ୍ୟତ ହେଉଥିଲେ ମଧ୍ୟ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବାରେ ସଫଳ ହୋଇଥିଲେ। ଏହି ଘଟଣାରେ ଇଞ୍ଜାମାମଙ୍କୁ କୋର୍ଟ ପର୍ଯ୍ୟନ୍ତ ଯିବାକୁ ପଡ଼ିଥିଲା। ଅବଶ୍ୟ ଆଝାରୁଦ୍ଦିନ କୋର୍ଟରୁ ମୁକୁଳାଇବାରେ ତାଙ୍କୁ ସହାୟତା କରିଥିଲେ। ପରେ ଇଞ୍ଜାମାମ ନିଜ ଭୁଲ ଲାଗି କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ତାଙ୍କୁ ୨ଟି ମ୍ୟାଚ୍‌ରୁ ବାସନ୍ଦ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫୬୦ ଉଇକେଟ ନେଇଥିବା ଏହା ଭାରତୀୟ କ୍ରିକେଟର୍‌ଙ୍କୁ ସେନ୍‌ ଓ୍ବାର୍ଣ୍ଣ ବି ମାନୁଥିଲେ ଗୁରୁ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ମହାନ ସ୍ପିନର ବିଶେନ ସିଂ ବେଦୀଙ୍କ ଆଜି ୭୩ତମ ଜନ୍ମଦିନ। ୧୯୪୬ ମସିହା ସେପ୍ଟେମ୍ବର ୨୫ରେ ଅମୃତସରରେ...

ଟ୍ବିଲାଇଟ୍‌ ଟ୍ରେନିଂ: ଇନ୍ଦୋରରେ ଅଧିକ ୨ ଦିନ ରହିବେ କ୍ରିକେଟର

ଇନ୍ଦୋର,୧୭।୧୧(ପି.ଟି.)- ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ତାରିତଖରୁ ଐତିହାସିକ ଇଡେନ ଗାର୍ଡେନରେ ଦିବାରାତ୍ର ଟେଷ୍ଟ ଖେଳିବ। ପିଙ୍କ୍‌ ବଲ୍‌ ବା ଗୋଲାପୀ...

ଆଡଭାନୀଙ୍କୁ ୨୨ତମ ବିଶ୍ୱ ଟାଇଟଲ

ମାଣ୍ଡଲେ(ମିଆଁମାର), ୧୫।୯(ପି.ଟି.)- ଭାରତୀୟ ବିଲିୟାଡର୍‌ସ ତାରକା ପଙ୍କଜ ଆଡଭାନୀ ରେକର୍ଡ ୨୨ତମ ବିଶ୍ୱ ଟାଇଟଲ ହାସଲ କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ଏଠାରେ...

ଜେଲ୍‌ରେ ଫୁଟବଲ ଟୁର୍ନାମେଣ୍ଟ ଖେଳିବେ ରୋନାଲ୍ଡିନୋ

କ୍ଲୋରିଣ୍ଡା,୧୪।୩- ପୂର୍ବତନ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ୍‌ ପାସ୍‌ପୋର୍ଟ ବ୍ୟବହାର କରି ଏବେ ପାରାଗୁଏର ଏକ ଜେଲ୍‌ରେ ଅଛନ୍ତି। ଏହି ଘଟଣା ସମ୍ପର୍କରେ ପ୍ରାୟତଃ ଫୁଟବଲ...

ଭାରତର ଦମ୍‌ଦାର ବିଜୟ

ଲଣ୍ଡନ, ୯।୬- ଆଇସିସି ବିଶ୍ୱକପର ରବିବାର ଅନୁଷ୍ଠିତ ହାଇ ଭୋଲ୍‌ଟେଜ୍‌ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଭାରତ...

ଦିବାରାତ୍ର ଟେଷ୍ଟ: ‘ରିଷ୍ଟ ସ୍ପିନରଙ୍କୁ ଫାଇଦା ମିଳିବ’

ନୂଆଦିଲ୍ଲୀ, ୨୦।୧୧(ପି.ଟି.)-ଭାରତ ଏହାର ସର୍ବପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନରେ ଖେଳିବାକୁ ଯାଉଛି। ବାଂଲାଦେଶ ବିପକ୍ଷ ଏହି ଟେଷ୍ଟ ପିଙ୍କ୍‌ବଲ୍‌ରେ ଖେଳାଯିବ। ଫ୍ଲଡଲାଇଟ୍‌ରେ...

ମାଇଲଷ୍ଟୋନ ସ୍ପର୍ଶ କଲେ ଓ୍ବିଲିୟମସନ

ଖ୍ରୀଷ୍ଟଚର୍ଚ୍ଚ,୫ା୧- ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ କ୍ୟାରିୟରରେ ମଙ୍ଗଳବାର ଯୋଡ଼ି ହୋଇଛି ଆଉ ଏକ ସଫଳତା। ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ...

ପ୍ରଥମ ଦିନିକିଆ: ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ

ଲକ୍ଷ୍ନୌ,୭।୧୧- ଏଠାରେ ବୁଧବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ୨୧ଟି ବଲ ବାକି ରଖି ୭ ଉଇକେଟରେ ଅତି ସହଜରେ...

Play 250+ Trending Games
Archives

Model This Week

Why Dharitri