Posted inଫୁରସତ

ପ୍ରେମିକଙ୍କ ସହ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ସ୍ବାମୀର ପରିଚୟ ଦେଲେ ମହିଳା କନଷ୍ଟେବଳ

ମହାମାରୀ କରୋନା ଭାଇରସ୍‌ ଦ୍ୱାରା ଭାରତ ସମେତ ସମଗ୍ର ବିଶ୍ୱର ଅଧିକାଂଶ ଦେଶ ପ୍ରଭାବିତ ହୋଇଛନ୍ତି। ଯେ କୌଣସି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସୁଛି ତାଙ୍କୁ ସଙ୍ଗେ ସଙ୍ଗେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। କିନ୍ତୁ ମହାରାଷ୍ଟ୍ରର ନାଗପୁରରେ କ୍ୱାରାଣ୍ଟାଇନ୍‌ ସହିତ ଜଡ଼ିତ ଏକ ଖବର ଆସିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ନାଗପୁରର ଜଣେ ମହିଳା କନଷ୍ଟେବଳ ନିଜର ପ୍ରେମିକଙ୍କ ସହିତ କ୍ୱାରାଣ୍ଟାଇନ୍‌ରେ ବୋଲି ପ୍ରେମିକଙ୍କୁ ସ୍ବାମୀର ପରିଚୟ ଦେଇଛନ୍ତି। ଏହି ଘଟଣାଟି ବେଶ୍‌ ରୋଚକପୂର୍ଣ୍ଣ ଭାବେ ଲୋକଲୋଚନକୁ ଆସିଛି।


ଏହି ଘଟଣା ବଜାଜ ନଗର ଥାନା ଅଞ୍ଚଳର। ଏଠାକାର ଜଣେ ମହିଳା କନଷ୍ଟେବଳଙ୍କ ସହିତ ଆଉ ଜଣେ କର୍ମଚାରୀଙ୍କୁ କରୋନା ପଜିଟିଭ୍‌ ହୋଇଥିବାରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମହିଳା କନଷ୍ଟେବଳ ଜଣକ କହିଥିଲେ ତାଙ୍କ ସ୍ବାମୀ ପୋଷ୍ଟାଲରେ କାମ କରୁଥିଲେ। ତାଙ୍କୁ ମଧ୍ୟ କ୍ୱାରାଣ୍ଟାଇନ୍‌କୁ ନେବା ଦରକାର। ମହିଳା କନଷ୍ଟେବଳ ଜଣକ ପ୍ରେମିକଙ୍କୁ ସ୍ବାମୀର ପରିଚୟ ଦେଇ କ୍ୱାରାଣ୍ଟାଇନ୍‌ରେ ତାଙ୍କ ସହ ରହିଥିଲେ। କିନ୍ତୁ ପ୍ରେମିକ ଜଣକ ବିବାହିତ ଥିଲେ। ଯେତେବେଳେ ୩ ଦିନ ପର୍ଯ୍ୟନ୍ତ ସଂପୃକ୍ତ ପ୍ରେମିକ ଜଣକ ଘରକୁ ଫେରିଲେ ନାହିଁ, ତାଙ୍କ ସ୍ତ୍ରୀ ଖବର ପାଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚିଲେ। କିନ୍ତୁ ତାଙ୍କୁ ଭିତରକୁ ଛଡ଼ାଗଲା ନାହିଁ। ଏହା ପରେ ବଜାଜ ନଗର ଥାନାରେ ପହଞ୍ଚି ସ୍ବାମୀ ନିଖୋଜ ଥିବା ନେଇ ସେ ଏତଲା ଦେଇଥିଲେ।

ଅଭିଯୋଗ ମୁତାବକ ପୋଲିସ ଅଧିକାରୀ ଭୂଷଣ କୁମାର ଉପାଧ୍ୟାୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ତଦନ୍ତ କରି ପୋଲିସ ଅଧିକାରୀ କହିଥିଲେ, ମହିଳା କନଷ୍ଟେବଳ ଅବିବାହିତ। ତେଣୁ ତାଙ୍କ ସହକର୍ମୀ କରୋନା ସଂକ୍ରମିତ ହେବା ପରେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ଏହି ସମୟରେ ସେ ନିଜ ପ୍ରେମିକଙ୍କୁ ସ୍ବାମୀଙ୍କ ପରିଚୟ ଦେଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ଘଟଣା ଜଣାପଡ଼ିବା ପରେ ପ୍ରେମିକ ଜଣଙ୍କୁ ଅନ୍ୟ ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଛି।
ତଦନ୍ତ ସମୟରେ ଜଣାପଡ଼ିଛି, ମହିଳା କନଷ୍ଟେବଳଙ୍କ ସହ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କ ଗତବର୍ଷ ଅକ୍ଟୋବରରୁ ଗଢ଼ିଉଠିଛି। ସେହିଦିନଠାରୁ ଦୁହେଁ ରିଲେସନ୍‌ଶିପ୍‌ରେ ରହି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri