Posted inଜାତୀୟ

ଆମ୍ବେଦକରଙ୍କୁ କାହିଁକି ପସନ୍ଦ ଥିଲା ନୀଳରଙ୍ଗ? ଯାହାଲାଗି ରାହୁଲ ବଦଳାଇଦେଲେ ନିଜ ଟି-ସାର୍ଟ ରଙ୍ଗ

ନୂଆଦିଲ୍ଲୀ,୨୦।୧୨: ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ରାଜନୀତି ଉଠୁଛି ପଡୁଛି। ତେବେ ଏହି ବିବାଦ ମଧ୍ୟରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ କିଛି ଅଲଗା ଅନ୍ଦାଜରେ ନଜର ଆସିଛନ୍ତି। ସବୁବେଳେ ଧଳା ଟି ସାର୍ଟରେ ନଜର ଆସୁଥିବା ରାହୁଲ ହଠାତ୍‌ ନୀଳ ଟି-ସାର୍ଟରେ ଦେଖିବାକୁ ମିଳିଛି। ଆମ୍ବେଦକର ବିବାଦ ମଧ୍ୟରେ ସେ ନୀଳ ଟି-ସାର୍ଟ ପିନ୍ଧିବା ଆରମ୍ଭ କରିଛନ୍ତି। ଯେତେବେଳେ କି ପୂର୍ବରୁ ସବୁବେଳେ ରାହୁଲ ଗାନ୍ଧୀଙ୍କୁ କେବଳ ଧଳା ଟି-ସାର୍ଟରେ ଦେଖିବାକୁ ମିଳୁଥିଲା ।

ରାହୁଲ ନୀଳ ସାର୍ଟ ପିନ୍ଧିବାର କାରଣ ଏହି ରଙ୍ଗ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ସହିତ ଜଡିତ। ବାବା ସାହେବଙ୍କ ସମସ୍ତ ଚିତ୍ର କିମ୍ବା ପ୍ରତିମୂର୍ତ୍ତିକୁ ଯାହା ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିଥିବେ, ସେ କେବଳ ନୀଳ ରଙ୍ଗର କୋଟରେ ଦେଖାଯାଉଛନ୍ତି। ଏପରିକି ବାବା ସାହେବଙ୍କୁ ଆଦର୍ଶ ବୋଲି ବିବେଚନା କରୁଥିବା ମାୟାବତୀଙ୍କ ବିଏସପି ପାର୍ଟି ମଧ୍ୟ ଏହି ରଙ୍ଗ ନିଜ ଦଳୀୟ ପତାକାରେ ରଖିଛି। ତେବେ ଆସନ୍ତୁ ଜାଣିବା ଏହି ନୀଳ ରଙ୍ଗ ବିଆର ଆମ୍ବେଦକରଙ୍କ କାହିଁକି ଏତେ ପ୍ରିୟ?

ବାବା ସାହେବଙ୍କ ନୀଳ ରଙ୍ଗ ପ୍ରତି ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି। କୁହାଯାଏ ଯେ ସେ ଏହି ରଙ୍ଗକୁ ଏତେ ପସନ୍ଦ କରିଥିଲେ ଯେ ତାଙ୍କର ଅଧିକାଂଶ ସୁଟ ନୀଳ ଥିଲା, ତାଙ୍କୁ ପ୍ରାୟତଃ ଏହି ରଙ୍ଗର ସୁଟରେ ଦେଖାଯାଉଥିଲା। ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ତଥା ଦଳିତ କାର୍ଯ୍ୟକର୍ତ୍ତା ଏସ.ଆର ଦାରାପୁରୀ କହିଛନ୍ତି ଯେ ଯେତେବେଳେ ବାବା ସାହେବ ୧୯୪୨ ମସିହାରେ ଅନୁସୂଚିତ ଜାତି ଫେଡେରେସନ ଅଫ ଇଣ୍ଡିଆ ପାର୍ଟି ପ୍ରତିଷ୍ଠା କରିଥିଲେ, ସେତେବେଳେ ସେହି ଦଳର ପତାକା ରଙ୍ଗ ନୀଳ ଥିଲା। ପରେ ୧୯୫୬ ମସିହାରେ, ପୁରୁଣା ଦଳକୁ ରଦ୍ଦ କରି ରିପବ୍ଲିକାନ ପାର୍ଟି ଗଠନ ହେଲା, ସେତେବେଳେ ନୀଳ ପତାକା ମଧ୍ୟ ବ୍ୟବହୃତ ହୋଇଥିଲା। ପରେ ମାୟାବତୀଙ୍କ ବିଏସପି ପାର୍ଟି ମଧ୍ୟ ସମାନ ରଙ୍ଗ ଗ୍ରହଣ କରିଥିଲା।

ତେବେ ଏହି ନୀଳ ରଙ୍ଗକୁ ଦଳିତମାନଙ୍କର ଅସ୍ମିତାର ପ୍ରତୀକ କୁହାଯାଏ। ବାସ୍ତବରେ, ଆକାଶର ରଙ୍ଗ ନୀଳ ଏବଂ ଏହି ଆକାଶ ତଳେ ସମସ୍ତେ ସମାନ। ଏଠାରେ କୌଣସି ଜାତିର ପ୍ରତିବନ୍ଧକ ନାହିଁ ବୋଲି କୁହାଯାଇଛି। ଏହି କାରଣରୁ ବାବା ସାହେବ ନୀଳ ରଙ୍ଗକୁ ବହୁତ ପସନ୍ଦ କରୁଥିଲେ ଏବଂ ସେ ସର୍ବଦା ଏହି ରଙ୍ଗର ପୋଷାକ ପିନ୍ଧୁଥିଲେ। ସାରା ଦେଶରେ ସ୍ଥାପିତ ବାବା ସାହେବଙ୍କର ସମସ୍ତ ପ୍ରତିମୂର୍ତ୍ତି ସବୁ ନୀଳ ସୁଟରେ ରହିଛି। ଏଥିରେ, ସେମାନଙ୍କ ମଧ୍ୟରୁ ଗୋଟିଏ ସମ୍ବିଧାନ ଏବଂ ଅନ୍ୟଟି ଆଙ୍ଗୁଠି ଉଠାଉଥିବାର ନଜର ଆସନ୍ତି। ଯାହା ଆଗକୁ ବଢିବାର ସୂଚକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?