ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ପ୍ରସଙ୍ଗରେ ବିଜେଡି ଚୁପ୍‌ କାହିଁକି: ବିଜୟ

ଭୁବନେଶ୍ବର, ୨୯ା୩(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ପାଇଁ ଭାରତ ଏକାଠି ହୋଇଛି। ବିରୋଧୀ ଏକସ୍ବରରେ ଗଣତନ୍ତ୍ରରେ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହିତ ନିନ୍ଦା କରିଛନ୍ତି। ଏହି ନିଷ୍ପତ୍ତିର ବିରୋଧରେ ଦେଶବ୍ୟାପୀ ୧୮ଟି ଦଳ ସାମିଲ ହୋଇଛନ୍ତି। ପୁଣି ରାଜ୍ୟରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ବିରୋଧ କରୁଛନ୍ତି। ମାତ୍ର ଓଡ଼ିଶାରେ ବିଜେଡି ଏହି ପ୍ରସଙ୍ଗରେ ପୁରା ଚୁପ୍‌। ସନ୍ଦେହ ଯାହା ଥିଲା କି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ତାହା ଏବେ ପ୍ରମାଣିତ ହେଲା ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମଙ୍ଗଳବାର ବିଜୟ ଆହୁରି କହିଛନ୍ତି, ବୋଧ ହୁଏ ବିଜେଡି ଓ ଭାଜପା ଉଭୟଙ୍କ ଚିନ୍ତାଧାରା ସମାନ। ଯଦି ବିଜେଡି ଓ ଭାଜପା ଉଭୟ ପ୍ରତିଦ୍ୱନ୍ଦ୍ୱୀ ତେବେ ବିଜେଡି କାହିଁକି ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହିଁ। ଦରକାର ପଡିଲେ ଉଭୟ ଦଳ ବିରୋଧୀଙ୍କ କଣ୍ଠରୋଧ କରିବାକୁ ସିବିଆଇ, ଇଡି, ଭିଜିଲାନ୍ସ, ପୋଲିସ ଲଗାଇଥାନ୍ତି। ଏହା ସ୍ପଷ୍ଟ ଭାବେ ପ୍ରତିପାଦିତ ହେଉଛି ଯେ ଉଭୟ ଦଳ ପରସ୍ପର ପାଇଁ କାମ କରୁଛନ୍ତି। ନ ହେଲେ ବିଜେଡି କେବେ ହେଲେ ଚୁପ୍‌ ରହି ନ ଥାଆନ୍ତା। ଏନେଇ ବିଜେଡି ସ୍ପଷ୍ଟିକରଣ ଦେବା ଦରକାର ବୋଲି ବିଜୟ କହିଛନ୍ତି। ବିଜେଡିର ଜୟ ଜଗନ୍ନାଥ ଏବଂ ଭାଜପାର ଜୟ ଶ୍ରୀରାମ ପ୍ରସଙ୍ଗରେ ବିଜୟ କହିଛନ୍ତି, ସେମାନେ ଭଗବାନଙ୍କ ନାଁ ନେବା ପାଇଁ ଚାହୁଁଛନ୍ତି ମାନେ ଖୁସି ହେବା କଥା। କିନ୍ତୁ ବିଜେଡ଼ିକୁ ପ୍ରଶ୍ନ ରତ୍ନ ଭଣ୍ଡାର ବିଷୟରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେଠାରେ ଅଳଙ୍କାର ଅଛି ନା ନାହିଁ ଏ ସମ୍ପର୍କରେ ସ୍ପଷ୍ଟ କାହିଁକି ହେଉନି। ରତ୍ନ ଭଣ୍ଡାରର ଚାବି କୁଆଡ଼େ ହଜିଲା ତାହା ବଡ ପ୍ରଶ୍ନ। ବ୍ରହ୍ମ ବିଭ୍ରାଟ ସମ୍ପର୍କରେ ସ୍ପଷ୍ଟୀକରଣ ଆସିବା ଦରକାର। ଠାକୁରଙ୍କୁ ବନ୍ଦନା କରିବାରେ କାହାରି ଆପତ୍ତି ନାହିଁ। ହେଲେ ଧର୍ମକୁ ନେଇ ରାଜନୀତି କରିବା ଉଚିତ ନୁହେଁ। ଭାଜପା କାଳେ ଅଧିକ ମାଇଲେଜ ନେଇଯିବ ତାକୁ ନଜରରେ ରଖି ବିଜେଡି ଏପରି କରୁଥାଇପାରେ। କିନ୍ତୁ କଂଗ୍ରେସ ଧର୍ମ ନିରପେକ୍ଷ ଦଳ ବୋଲି ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?