Posted inରାଜ୍ୟ

କାହିଁକି ବିଜେଡି-ବିଜେପି ମେଣ୍ଟ ଆଲୋଚନାରେ ଅଟକିଛି

ଭୁବନେଶ୍ୱର,୨୧।୩: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ବିଜୁ ଜନତା ଦଳ(ବିଜେଡି) ମଧ୍ୟରେ ହେବାକୁ ଥିବା ସମ୍ଭାବ୍ୟ ମେଣ୍ଟ ଆସନ ଭାଗବଣ୍ଟାରେ ଅଟକିଛି। ରାଜ୍ୟରେ ଏକା ସାଙ୍ଗରେ ହେବାକୁ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନକୁ ଆଉ ଗୋଟିଏ ସପ୍ତାହ ବାକି ଥିବା ବେଳେ ଏଭଳି ସ୍ଥିତି ଲାଗି ରହିଛି।

ବିଜେଡି ସୂତ୍ରରୁ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଓଡ଼ିଶାରେ ଭାଜପା ୫୭ ଟି ବିଧାନସଭା ଆସନ ଏବଂ ୧୩-୧୪ ଲୋକସଭା ଆସନରେ ଲଢ଼ିବାକୁ ଚାହୁଁଛି। ଏହାଫଳରେ ବିଜେଡି ପାଖରେ କେବଳ ୯୦ ବିଧାନସଭା ଆସନ ଏବଂ ୬-୭ ଲୋକସଭ ଆସନ ରହିବ।

ବର୍ତମାନ ଓଡ଼ିଶାରେ ଭାଜପାର ୮ ଲୋକସଭା ଏମପି ଏବଂ ୨୩ ବିଧାୟକ ରହିଛନ୍ତି। ଯେତେବେଲେକି ବିଜେଡି ନିକଟରେ ୧୧୨ ବିଧାୟକ ଏବଂ ୧୨ଲୋକସଭ ଏମପି ରହିଛନ୍ତି। ସୂତ୍ର ଅନୁସାରେ ମେଣ୍ଟରେ ବିଜେଡି ଭାଜପାକୁ ବଡ଼ ଭାଇ ରୂପେ ଗ୍ରହଣ କରୁ ବୋଲି ଦଳ ଚାହୁଁଛି। ତେବେ ବିଜେଡି ନେତାମାନେ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି।

ଅନ୍ୟପକ୍ଷରେ ଭାଜପାର ରାଜ୍ୟ ୟୁନିଟ୍ ଏହାର ମୂଳଦୁଆକୁ ମଜବୁତ କରିବା ଏବଂ ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଓଡ଼ିଶାରେ ଏକାକୀ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ରହିଛି। ରାଜ୍ୟ ଭାଜପା ନେତାମାନେ ଯୁକ୍ତି କରିଛନ୍ତି ଯେ ଗତ 10 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ହେତୁ ଦଳର ଭୋଟ୍ ପ୍ରତିଶତ ବୃଦ୍ଧି ପାଇଛି।

ବିଧାନସଭା ନିର୍ବାଚନରେ ୬୦ ରୁ ଅଧିକ ସିଟ୍ ଏବଂ ଲୋକସଭା ନିର୍ବାଚନରେ ୧୪-୧୫ ସିଟ୍ ଜିତିବାକୁ ଭାଜପା ରାଜ୍ୟ ନେତୃତ୍ୱ ଆଶାବାଦୀ ଅଛନ୍ତି। ନିକଟରେ ଏକ ଗଣମାଧ୍ୟମ ସମ୍ମିଳନୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମନ୍ତବ୍ୟ ଏକ ସମ୍ଭାବ୍ୟ ସହଯୋଗୀ ଦଳ ଉପରେ ଅନ୍ତିମ ନିଷ୍ପତ୍ତି ଶୀର୍ଷ ନେତୃତ୍ୱଙ୍କ ଉପରେ ରହିଛି।

ପାଣ୍ଡିଆନ କହିିଛନ୍ତି, ରାଜ୍ୟରେ ବିଜେଡିକୁ ନିର୍ବାଚନ ଗଣିତ ପାଇଁ ଭାଜପାର ଆବଶ୍ୟକତା ନାହିଁ। ସେହିପରି କେନ୍ଦ୍ରରେ ମଧ୍ୟ ସରକାର ଗଢ଼ିବା ପାଇଁ ଭାଜପାକୁ ବିଜେଡିର ସହଯୋଗ ଦରକାର ବୋଲି ସେ ଭାବୁନାହାନ୍ତି। ନବୀନ ପଟ୍ଟନାୟକ ପୁଣିଥରେ କ୍ଷମତାକୁ ଫେରିବା ଓ ଲୋକଙ୍କ ସେବା କରିବା ପାଇଁ ମେଣ୍ଟର ଆବଶ୍ୟକତା ନାହିଁ। କାହିଁକି ଜଣେ ମେଣ୍ଟ କରିବାକୁ ଚାହାଁନ୍ତି। ନିର୍ବାଚନ ଜିତିବାକୁ ହେଲେ ମେଣ୍ଟ କରିବାକୁ ପଡ଼େ। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଜଣେ ଖୁବ୍‌ ଲୋକପ୍ରିୟ ନେତା। ପ୍ରତ୍ୟେକ ଥର ନିର୍ବାଚନରେ ସେ ତିନି ଚତୁର୍ଥାଂଶ ବହୁମତ ପାଇ ଆସିଛନ୍ତି। ନବୀନ ପଟ୍ଟନାୟକ କେବେ ମଧ୍ୟ ନିର୍ବାଚନ ଜିତିବା ପାଇଁ ମେଣ୍ଟର ଆବଶ୍ୟକତା ଅନୁଭବ କରନ୍ତି ନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ୯୦ ପ୍ରତିଶତ ଆସନ ବିଜେଡିକୁ ମିଳିଥିଲା। ରାଜ୍ୟର ୨ ନମ୍ବର ଦଳ ଭାବେ ଭାଜପାକୁ ମାତ୍ର ୫ ପ୍ରତିଶତ ସଫଳତା ମିଳିଥିଲା। ରାଜ୍ୟରେ ସରକାର ଗଢ଼ିବା ପାଇଁ ନବୀନଙ୍କୁ କାହା ସହ ମେଣ୍ଟ କରିବାର ଆବଶ୍ୟକତା ନାହିଁ। ରାଜ୍ୟରେ ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତାହା ନିଃସନ୍ଦେହ। ସେହିପରି ବିଭିନ୍ନ ସର୍ଭେ କହୁଛି, କେନ୍ଦ୍ରରେ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ। କେନ୍ଦ୍ରରେ ଭାଜପାକୁ ସରକାର ଗଢ଼ିବା ପାଇଁ ବିଜେଡିର ସହାୟତା ଦରକାର ପଡ଼ିବ ନାହିଁ। ତେବେ ଏହି ଦୁଇ ନେତା ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହୁଁଛନ୍ତି।

ସେହିଭାଇ ସମାନ କାର୍ଯ୍ୟକ୍ରମରେ ଯୋଗଦେଇ ଶାହା କହିଛନ୍ତି ଯେ ଓଡ଼ିଶାରେ ଏକାଠି ଲଢ଼ିବୁ କିମ୍ବା ଏକା ଲଢ଼ିବୁ ତାହା ସ୍ଥିର ହୋଇନି। ମାତ୍ର ଏକାକୀ ଲଢ଼ିଲେ ରାଜ୍ୟରେ ସରକାର ଗଢ଼ିବା ପାଇଁ ହିଁ ଲଢ଼ିବୁ। ଓଡ଼ିଶାରେ ମେଣ୍ଟ ହେବ କି ନାହିଁ ସେ ନେଇ କିଛି ଚୂଡ଼ାନ୍ତ ହୋଇନି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏ ନେଇ ନିଷ୍ପତ୍ତି ନେବେ। ତେବେ ଏହା ନିଶ୍ଚିତ ଯେ ଓଡ଼ିଶାରେ ଆମର ସ୍ଥିତି ଅଧିକ ସୁଦୃଢ଼ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡ଼ିଶା ଲୋକଙ୍କ ଭଲପାଇବା ଅଛି। ଦଳର କର୍ମକର୍ତ୍ତା ଉତ୍ସାହ, ବିନମ୍ରତାର ସହ ଏହାକୁ ସ୍ବୀକାର କରୁଛନ୍ତି ଓ ଅନୁଭବ ମଧ୍ୟ କରୁଛନ୍ତି। ତେଣୁ ଉଭୟ ବିଧାନସଭା ଓ ଲୋକ ସଭା ନିର୍ବାଚନ ଫଳାଫଳ ବହୁତ ଭଲ ହେବ। ନିର୍ବାଚନୀ ପଣ୍ଡିତମାନଙ୍କ ଗଣନାଠୁ ବହୁ ଅଧିକ ସିଟ୍‌ ପାଇବୁ।

ତେବେ ବିଜେଡି ସହ ମେଣ୍ଟକୁ ନେଇ ଶାହା କହିଛନ୍ତି, କିଛି ବି ହୋଇପାରେ। ଆମେ ଏକାଠି ଲଢ଼ିବୁ କି ଏକାକୀ ଲଢ଼ିବୁ ତାହା ପ୍ରଥମେ ସ୍ଥିର ହୋଇଯାଉ। ଯଦି ମିଶିକି ଲଢ଼ିବୁ, ବିଜୁବାବୁ ନେତା। ସ୍ବାଭାବିକ ଭାବେ ଆମେ ସହଯୋଗୀ ଭଳି ଲଢ଼ିବୁ। ଯଦି ଏକାକୀ ଲଢିବୁ ତା’ହେଲେ ସରକାର ଗଠନ କରିବାକୁ ହିଁ ଲଢ଼ିବୁ। ମେଣ୍ଟ ସର୍ବଦା ଆବଶ୍ୟକତା ଆଧାରରେ ହୁଏନି। ବହୁତ ଦଳ ଦେଶ ସ୍ବାର୍ଥରେ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଥାନ୍ତି। ଧାରା-୩୭୦ ଉଚ୍ଛେଦ, ଜିଏସ୍‌ଟି ଓ ନିର୍ବାଚନ ବଣ୍ଡ ଆଦି ପ୍ରସଙ୍ଗରେ ବି ସମର୍ଥନ ମିଳିଛି। କଂଗ୍ରେସ ମଧ୍ୟ ନିର୍ବାଚନ ବଣ୍ଡ ଆଗତ ବେଳେ ବିରୋଧ କରି ନ ଥିଲା। ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ରାଷ୍ଟ୍ରୀୟ ହିତରେ ରାଜନୈତିକ ଦଳଗୁଡ଼ିକ ସରକାରଙ୍କୁ ସମର୍ଥନ ଦେଇଥାନ୍ତି। ଏହା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?