ଅଧିକାରୀଙ୍କୁ ପ୍ରାରମ୍ଭିକ ଶିକ୍ଷା

ନିଜ ରାଜ୍ୟ କ୍ୟାଡରରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯୁବ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟଧାରା ଓ ପ୍ରାଥମିକତା ସହ ପରିଚିତ କରାଇବା ପାଇଁ କେନ୍ଦ୍ର ସରକାର ଆଗ୍ରହୀ ଥିବା ଜଣାପଡ଼ୁଛି। ପ୍ରଥମ ଥର ୧୬ ଜଣ ବୈଦେଶିକ ସେବାର ଅଧିକାରୀଙ୍କ ସମେତ ୭୮ ଆର୍‌ଆର୍‌ ବ୍ୟାଚ୍‌ର ୧୫୧ ଜଣ ପ୍ରଶିକ୍ଷାର୍ଥୀ ଅଧିକାରୀଙ୍କୁ ସେମାନଙ୍କ ରାଜ୍ୟ କ୍ୟାଡରକୁ ଯିବା ପୂର୍ବରୁ ମନ୍ତ୍ରଣାଳୟ ସହିତ ଜଡ଼ିତ କରାଯିବ। ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଜାତୀୟ ସୁରକ୍ଷା ପ୍ରାଥମିକତା, ଗୋଇନ୍ଦା ସମନ୍ବୟ ଏବଂ ପୋଲିସ ବ୍ୟବସ୍ଥା ପ୍ରତି କେନ୍ଦ୍ରର ଆଭିମୁଖ୍ୟ ବିଷୟରେ ଅବଗତ କରାଇବା। ଜାତୀୟ ପୋଲିସ ଏକାଡେମୀରେ ପୂର୍ବରୁ ହିଁ ଏକ ସୁସଙ୍ଗଠିତ ପ୍ରଶିକ୍ଷଣ ବ୍ୟବସ୍ଥା ରହିଛି, ଯେଉଁଥିରେ କେନ୍ଦ୍ରୀୟ ସୁରକ୍ଷା ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକରେ ପ୍ରଶିକ୍ଷଣ ସହ ରାଜ୍ୟ କ୍ୟାଡରରେ ବ୍ୟବହାରିକ ତାଲିମ ମଧ୍ୟ ଅନ୍ତର୍ଭୁକ୍ତ। ତେବେ କାହିଁକି ପୁଣି ଏକ ଅତିରିକ୍ତ କେନ୍ଦ୍ରୀୟ ପ୍ରଶିକ୍ଷଣର ଆବଶ୍ୟକତା ପଡ଼ିଲା? ଆଇପିଏସ୍‌ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ହେଉଛି କ୍ୟାଡର-ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ। ଆଗକୁ ଏହି ଅଧିକାରୀମାନେ ଦେଶର ବିଭିନ୍ନ ସ୍ଥାନରେ ପ୍ରଭାବଶାଳୀ ପୋଲିସ ପଦବୀରେ ଅବସ୍ଥାପିତ ହେବେ। ଏଣୁ ପ୍ରାଥମିକ ସ୍ତରରେ ମନ୍ତ୍ରଣାଳୟ ସହ ସେମାନଙ୍କୁ ଜଡ଼ିତ କରି କେନ୍ଦ୍ର ସରକାର ଯୁବ ଅଧିକାରୀଙ୍କୁ ଜାତୀୟ ସୁରକ୍ଷା ପ୍ରାଥମିକତା ଏବଂ କେନ୍ଦ୍ରର ଦୃଷ୍ଟିକୋଣ ବୁଝିବା ପାଇଁ ସୁଯୋଗ ଦେବାର ଯଥାର୍ଥତା ରହିଛି। କିନ୍ତୁ ପ୍ରଶ୍ନ ହେଉଛି, ଏହି ଅତିରିକ୍ତ ପ୍ରଶିକ୍ଷଣ ସେମାନଙ୍କ ବୃତ୍ତିଗତ ଦକ୍ଷତାକୁ ବାସ୍ତବରେ ସୁଦୃଢ଼ କରିବ ନା କେବଳ ପୂର୍ବରୁ ଥିବା ବ୍ୟାପକ ପ୍ରଶିକ୍ଷଣ ବ୍ୟବସ୍ଥାରେ ଆଉ ଏକ ସ୍ତର ସାମିଲ କରିବ? ଏଭଳି ପଦକ୍ଷେପରୁ ସଫଳତା ମିଳିବା ପରେ ଏହି ପ୍ରଶ୍ନର ଉତ୍ତର ସ୍ପଷ୍ଟ ହେବ।
ବିଦେଶ ଗସ୍ତରେ ଜଟିଳତା
ହରିୟାଣାର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ବିଦେଶ ଗସ୍ତ ଅନୁମୋଦନ କରାଇବା ଏବେ କଷ୍ଟକର ହୋଇପାରେ। ରାଜ୍ୟ ସରକାରଙ୍କ ସଂଶୋଧିତ ନିୟମ ଅନୁଯାୟୀ, ଏହି ପ୍ରକ୍ରିୟାରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ଭୂମିକା ଆହୁରି ଦୃଢ଼ ହୋଇଛି। ପ୍ରତ୍ୟେକ ବିଦେଶ ଗସ୍ତ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେବାକୁ ପଡ଼ିବ। କଡ଼ା ଯାଞ୍ଚ ଏବଂ ଆର୍ଥିକ ଶୃଙ୍ଖଳା ରକ୍ଷା କରିବା ପାଇଁ ଏହା କରାଯାଇଛି ବୋଲି ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଟିକସଦାତାଙ୍କ ପଇସାରେ ମଉଜ-ମଜ୍‌ଲିସ, ସନ୍ଦେହଜନକ ତାଲିମ କାର୍ଯ୍ୟକ୍ରମ କିମ୍ବା ନାମକୁମାତ୍ର ସମ୍ମିଳନୀ ଆଳରେ ବିଦେଶ ଯିବାକୁ କେହି ସମର୍ଥନ କରୁନାହାନ୍ତି । ଦକ୍ଷତା ବିକାଶ ନାଁରେ କେତେଜଣ ଅଧିକାରୀଙ୍କ ବିଦେଶ ଗସ୍ତ କେବଳ ଫଟୋ, ସପିଂ ଏବଂ ବିମାନ ଯାତ୍ରାରେ ସୀମିତ ରହିଯାଉଛି। ତେବେ ଅଯଥା ଖର୍ଚ୍ଚ ରୋକିବା ପାଇଁ ଆଉ ଏକ ଜଟିଳ ଅନୁମତି ପ୍ରକ୍ରିୟାରେ ପ୍ରତ୍ୟେକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଦପ୍ତର ଦେଇ ଯିବାକୁ ବାଧ୍ୟ କରାଯିବା ଦ୍ୱାରା ଉପଯୋଗୀ ବୃତ୍ତିଗତ କାର୍ଯ୍ୟକ୍ରମଗୁଡ଼ିକ ଅମଲାତାନ୍ତ୍ରିକ ଜଟିଳତାରେ ଫସିଯିବାର ଆଶଙ୍କା ରହିଛି। ଏହାବ୍ୟତୀତ ସୀମିତ ଲୋକଙ୍କ ହାତରେ ଅତ୍ୟଧିକ କ୍ଷମତା କେନ୍ଦ୍ରୀଭୂତ ହେଲେ ନିଜ ପସନ୍ଦର ଲୋକଙ୍କୁ ଅନୁମତି ଦେବା ଏବଂ ପାତରଅନ୍ତରର ସମ୍ଭାବନା ସୃଷ୍ଟି ହେବ। ପ୍ରଶ୍ନ ହେଉଛି, ଏହା ପ୍ରକୃତରେ ସ୍ବଚ୍ଛତା ପାଇଁ ନା ଅଧିକାରୀଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ କରାଯାଉଛି? ଯଦି ପ୍ରକୃତ ଉଦ୍ଦେଶ୍ୟ ସ୍ବଚ୍ଛତା ହୁଏ ତେବେ ପ୍ରତ୍ୟେକ ବିଦେଶ ଗସ୍ତର ଉଦ୍ଦେଶ୍ୟ, ଖର୍ଚ୍ଚ, ଅନୁମୋଦନ ଏବଂ ସେଥିରୁ କ’ଣ ଲାଭ ହେଲା, ସେସବୁକୁ ସର୍ବସାଧାରଣରେ ପ୍ରକାଶ କରାଯାଉ । ବିଦେଶ ଯାଉଥିବା ଅଧିକାରୀମାନେ ଫେରିବା ପରେ କିଛି ଉପଯୋଗୀ ଫଳାଫଳ ଦେଖାଇପାରୁଛନ୍ତି କି ନାହିଁ, ତାହା ବି ଲକ୍ଷ୍ୟ କରିବା କଥା।
ଶିଷ୍ଟାଚାର ଶିଖିବେ
ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟକ୍ଷେତ୍ରରେ ଆଚରଣ ଓ ଶିଷ୍ଟାଚାର ସମ୍ପର୍କରେ ବୁଝାଇବା ପାଇଁ କ୍ୟାବିନେଟ ସଚିବ ଟି.ଭି. ସୋମନାଥନଙ୍କ ପଦକ୍ଷେପରୁ ଜଣାପଡୁଛି ଯେ, ସରକାରୀ ବ୍ୟବସ୍ଥାର ସର୍ବୋଚ୍ଚ ସ୍ତରରେ ଥିବା ଅଧିକାରୀଙ୍କୁ କେତେକ ମୌଳିକ ଆଚରଣ ସମ୍ପର୍କରେ ଅବଗତ କରାଇବାର ଆବଶ୍ୟକତା ରହିଛି। ସୋମନାଥନଙ୍କ ଦ୍ୱାରା ୧୨ଟି ଆଚରଣଗତ ସମସ୍ୟା ଉପରେ ଆଲୋକପାତ କରାଯାଇଥିବା ଜଣାପଡ଼ିଛି। ଏଥିରେ ଫାଇଲ ଫିଙ୍ଗିବା, ନିଷ୍ପତ୍ତି ନ ନେଇ ବସି ରହିବାଠାରୁ ଆରମ୍ଭକରି ସନ୍ଧ୍ୟା ୭ଟା ପରେ ବୈଠକ କରିବା, କର୍ମଚାରୀଙ୍କୁ ଅପେକ୍ଷାରେ ରଖିବା ଏବଂ ଦସ୍ତାବିଜ ଦେଖାଇବା ବାହାନାରେ ମହିଳା ସହକର୍ମୀଙ୍କୁ ଅସହଜ ସ୍ଥିତିରେ ପକାଇବା ଭଳି ବିଷୟ ରହିଛି। ଶୃଙ୍ଖଳା ଏବଂ ବୃତ୍ତିଗତ ଭାବନାକୁ ନେଇ ଗର୍ବ କରୁଥିବା ପ୍ରଶାସନିକ ସେବାରେ ଏଭଳି ଅନେକ ଘଟଣା ଦେଖାଯାଉଛି। ଏଥିମଧ୍ୟରୁ କେତେକ ଆଚରଣ ସାଧାରଣ ଅଭ୍ୟାସ ଭଳି ମନେ ହେଉଥିବାବେଳେ ଅନ୍ୟ କେତେକ ଅଧିକ ଚିନ୍ତାଜନକ କାର୍ଯ୍ୟସଂସ୍କୃତିକୁ ଇଙ୍ଗିତ କରୁଛି। ସୋମନାଥନ ଏହି ଅଭ୍ୟାସଗୁଡ଼ିକୁ ଲୁଚାଇବା ପରିବର୍ତ୍ତେ ସ୍ପଷ୍ଟ ଭାବେ କହିବା ପ୍ରଶଂସନୀୟ। କିନ୍ତୁ ଏହି ବାର୍ତ୍ତା ବୈଠକ କକ୍ଷ ବାହାରକୁ ଯାଇ ଅଧିକାରୀଙ୍କ ଦୈନନ୍ଦିନ ଆଚରଣରେ ପ୍ରତିଫଳିତ ହେବ କି ନାହିଁ, ତାହା ଦେଖିବାର କଥା। ବରିଷ୍ଠ ଅଧିକାରୀଙ୍କ ପାଇଁ ପରାମର୍ଶ, ନିର୍ଦ୍ଦେଶ କିମ୍ବା କାର୍ଯ୍ୟଦକ୍ଷତା ସମୀକ୍ଷାର କୌଣସି ଅଭାବ ନାହିଁ। କିନ୍ତୁ ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସେମାନଙ୍କର ବ୍ୟବହାର ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ ପକାଇଦେବାକୁ ପ୍ରାୟତଃ କେହି ଆଗକୁ ଆସିବା ଦେଖାଯାଏ ନାହିଁ। ତେବେ ଏସବୁ ମୌଳିକ କଥା ମନେ ପକାଇଦେବାର ଆବଶ୍ୟକତା ପଡ଼ିଲା କାହିଁକି।
Email: dilipcherian@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ନାଳକୁ ଯାଇଥିଲେ ଖଗେଶ୍ୱର, ହଠାତ୍‌ ଆକ୍ରମଣ କଲା ଦନ୍ତା ହାତୀ: ଆଉ ତା’ପରେ…

ସମ୍ବଲପୁର,୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ସକାଳୁ ସକାଳୁ ଏକ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।…

କଳିଙ୍ଗା ଘାଟି ରାସ୍ତା ଖୋଲିଲା: ଯାନବାହନ ଚଳାଚଳ ସ୍ବାଭାବିକ

ଭଞ୍ଜନଗର,୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଏହା କେବେ ଖୋଲିବ, ସେନେଇ…

ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଗଡ଼ିଲା ୪ ଚକିଆ ଗାଡ଼ି: ଭାରୀଯାନ ଉପରେ କଟକଣା ଜାରି

ଦାରିଙ୍ଗବାଡ଼ି, ୭।୧୧ (ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍ଖଳନ ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଯାତାୟାତ ପୁଣି ସୱାଭାବିକ ହେବାକୁ ଯାଉଛି।…

କାହିଁକି ଜଳୁଛି ଫ୍ରାନ୍ସ

ବିକଶିତ ଦେଶ ଫ୍ରାନ୍ସ ଏବେ ଅଶାନ୍ତ। ରାସ୍ତାଘାଟରେ ଲକ୍ଷ ଲକ୍ଷ ଜନତାଙ୍କ ବିକ୍ଷୋଭ। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ଦେଶରେ ଲଗାମଛଡ଼ା ଦରଦାମ୍‌…

ସୀମାରେ ବିବାଦ, ରାଜଧାନୀରେ ନୀରବତା

ନିର୍ବାଚନୀ ପ୍ରତିଶ୍ରୁତି, ରାଜନୈତିକ ଆରୋପ-ପ୍ରତ୍ୟାରୋପ ଓ ଆଇନଗତ ଲଢ଼େଇ ଭିତରେ ହଜିଯାଉଛି କୋଟିଆବାସୀଙ୍କ ଭବିଷ୍ୟତ। ଏବେ ଆବଶ୍ୟକ କେବଳ ଆଶ୍ୱାସନ ନୁହେଁ, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ…

କୋଟିଆ ପ୍ରସଙ୍ଗ: ଏଇଠି ସରିଲା ନା ଆଗକୁ ଲଢ଼ିବେ

ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ କିଛିଦିନ ଧରି ଓଡ଼ିଶା-ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ନେତା ମୁହଁାମୁହିଁ ହୋଇଥିଲେ। ସୀମାନ୍ତରେ ପ୍ରତିଦିନ…

ICCର ବଡ଼ ଘୋଷଣା: ନେପାଳରେ ଖେଳାଯିବ ବିଶ୍ୱକପ୍‌…

ନୂଆଦିଲ୍ଲୀ,୭।୧୧: ୨୦୨୭ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପକୁ ନେଇ ବଡ଼ ଘୋଷଣା କରିଛି ଆଇସିସି। ଆସନ୍ତା ଡିସେମ୍ବର ୪ରୁ ନେପାଳରେ ଆରମ୍ଭ ହେବ ୱାଲର୍‌ଡ କପ କ୍ୱାଲିଫାୟର…

W, W, W, W…୪ ବଲ୍‌ରେ ୪ ଉଇକେଟ! ଡବଲ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ବୈଷ୍ଣବୀ

ନ୍ୟୁ ଚଣ୍ଡୀଗଡ଼,୭।୧୧: ଭାରତୀୟ ମହିଳା କ୍ରିକେଟ୍‌ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଷ୍ଟାର ସ୍ପିନର ବୈଷ୍ଣବୀ ଶର୍ମା। ମାତ୍ର ୪ଟି ବଲ୍‌ରେ ଲଗାତାର ୪ଟି ଉଇକେଟ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?