Posted inଜାତୀୟ

‘ଚାଇନା ବିରୋଧରେ ଚୁପ୍‌ କାହିଁକି’

ନୂଆଦିଲ୍ଲୀ, ୭ା୬: ଭାଜପା ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରୁଥିବା ଇସ୍‌ଲାମୀୟ ଦେଶଗୁଡ଼ିକ ଚାଇନାରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ୍‌ କାହିଁକି ବୋଲି କେତେକ ସାମାଜିକ ସଙ୍ଗଠନ ଏବଂ ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି। ଚାଇନା ବିରୋଧରେ ମଧ୍ୟ ସେମାନେ ଏପରି ବିକ୍ଷୋଭ କରିବେ କି ବୋଲି ସେଣ୍ଟର ଫର୍‌ ପଲିସି (ସିପିଆର୍‌)ରେ ଏମିରେଟସ୍‌ ଅଫ୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିର ପ୍ରଫେସର ବ୍ରହ୍ମା ଚେଲାନି କହିଛନ୍ତି। ଚାଇନା ଲକ୍ଷାଧିକ ମୁସଲମାନଙ୍କୁ ବନ୍ଦୀ କରି ରଖିବା, କୋରାନ ଜବତ ସହ ସେମାନଙ୍କ ମାନବାଧିକାର ଉଲ୍ଲଂଘନ ଜାରି ରଖିଥିବାବେଳେ ଦୁଇ ଭାରତୀୟଙ୍କ ମନ୍ତବ୍ୟକୁ ନେଇ ଇସ୍‌ଲାମୀୟ ରାଷ୍ଟ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଫଳରେ ସେମାନଙ୍କୁ ଶାସକ ଦଳରୁ ହଟାଯାଇଛି। ଭାରତକୁ ଏକ ଉଦାର ଓ ସରଳ ରାଷ୍ଟ୍ର ଭାବି ସେମାନେ ଏପରି କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସାମାଜିକ କର୍ମୀ ତଥା ଆଇନଜୀବୀ କୌସ୍ତୁରୀ ଶଙ୍କର କହିଛନ୍ତି, ଆଫଗାନିସ୍ତାନ, ସିରିଆ, ଚାଇନା କିମ୍ବା ବର୍ମାରେ ମୁସଲମାନଙ୍କ ପାଇଁ ଇସ୍‌ଲାମୀୟ ରାଷ୍ଟ୍ର ପକ୍ଷରୁ କୌଣସି ପଦକ୍ଷେପ ନିଆଯିବା ଦେଖିବାକୁ ମିଳିନି। ଆଇଏସ୍‌ଆଇଏସ୍‌, ଚାଇନା କିମ୍ବା ତାଲିବାନ୍‌ ବିରୋଧରେ ସ୍ବର ଉତ୍ତୋଳନ କରାଯାଉନାହିଁ। କିନ୍ତୁ ଜଣେ ମହିଳା ଏକ ଟିଭି ବିତର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ଏହି ଦେଶଗୁଡ଼ିକ ଏବେ ଆଗେଇ ଆସିଛନ୍ତି। ରାଜ୍ୟ ସଭାର ପୂର୍ବତନ ସଦସ୍ୟ ବଲବୀର ପୁଞ୍ଜ କହିଛନ୍ତି, ଚାଇନାରେ ସଂଖ୍ୟାଲଘୁ ଉଇଗୁର ମୁସଲମାନ, ତିବ୍ବତୀୟ ବୌଦ୍ଧଧର୍ମାବଲମ୍ବୀଙ୍କ ମାନବାଧିକାର ଉଲ୍ଲଂଘନ ହେଉଥିବା ସାରା ବିଶ୍ୱ ଜାଣିଛି। କିନ୍ତୁ କେହି ଏହା ଉପରେ ମୁହଁ ଖୋଲୁନାହାନ୍ତି। କଂଗ୍ରେସର ମୋଦି ଓ ଦେଶ ବିରୋଧୀ ଏଜେଣ୍ଡା କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରୋଗୀଙ୍କୁ ଧରିବା ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୪।୮:କରୋନା ଜୀବାଣୁ ବୃଦ୍ଧି ପାଉଥିବା ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏହାକୁ ରୋକିବା ପାଇଁ ସଂକ୍ରମିତ ରୋଗୀଙ୍କଠୁ ଦୂରେଇ ରହିବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଧ୍ୟପ୍ରଦେଶର...

ଦିଲ୍ଲୀରେ ବଢୁଛି କରୋନା ମୃତକଙ୍କ ସଂଖ୍ୟା: ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ ଦେଖାଦେଇଛି।...

ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ

ତାମିଲନାଡୁ,୧୦।୧୧: ତାମିଲନାଡୁର ମଦୁରାଇ ଜିଲାର ଭାଡାକମ୍ପଟ୍ଟୀ ନିକଟରେ ଥିବା ବାଣ କାରଖାନାରେ ଗୁରୁବାର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ରାଜସାକ୍ଷୀ ହେବେ ସିସୋଡିଆଙ୍କ ସହଯୋଗୀ

ନୂଆଦିଲ୍ଲୀ,୮।୧୧: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘନିଷ୍ଠ ସହଯୋଗୀ ଦିନେଶ ଆରୋରା ରାଜସାକ୍ଷୀ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହା ସିସୋଡିଆଙ୍କ...

ସାଧାରଣତନ୍ତ୍ର ଦିବସରେ ମୁକୁଳିପାରନ୍ତି ସିଦ୍ଧୁ

ନୂଆଦିଲ୍ଲୀ,୨୯।୧୧: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଜେଲରୁ ମୁକଳିପାରନ୍ତି। ୧୯୮୮ରେ ହୋଇଥିବା ରୋଡ ରେଜ୍‌ ମାମଲାରେ ବର୍ତ୍ତମାନ...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ ନାହିଁ ମମତା

କୋଲକତା, ୨୯।୫: ନରେନ୍ଦ୍ର ମୋଦି ଗୁରୁବାର ପୁଣି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ମୋଦିଙ୍କ ଶପଥଗ୍ରହଣ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି...

ଭାରତରେ ଏପର୍ଯ୍ୟନ୍ତ ୪୭କୋଟିରୁ ଊର୍ଦ୍ଧ୍ୱଙ୍କୁ ଦିଆଗଲାଣି ଟିକା: ୧୧କୋଟି ନେଇଛନ୍ତି ଉଭୟ ଡୋଜ

ନୂଆଦିଲ୍ଲୀ,୨।୮: କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ସବୁଠାରୁ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି ଟିକା। ତେଣୁ କରୋନାକୁ ହରାଇବା ପାଇଁ ସାରା ବିଶ୍ୱରେ...

ଲଶ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ଗିରଫ

ବାରମୂଳା,୧୪।୫: ଜମ୍ମୁ-କଶ୍ମୀରରେ ଭାରତୀୟ ସେନାକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ଲଶ୍କର-ଇ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏହି ଆତଙ୍କବାଦୀ ଜମ୍ମୁ-କଶ୍ମୀରର ରଫିଆବାଦ...

Advertisement
Archives

Model This Week