ନର୍କରେ ଯାହାର ଜୀବିକା

ପଞ୍ଚାନନ ଅଗ୍ରୱାଲା

 

ସ୍ଵଚ୍ଛ ଭାରତ ଅଭିଯାନରେ କେବଳ ପରିମଳ ଉପରେ ଧ୍ୟାନ ନ ଦେଇ ମାନବୀୟ ସମ୍ମାନ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ହେବ। ଭାରତୀୟ ବିକାଶ ପ୍ରକ୍ରିୟାରେ ହାତରେ ମଇଳା ସଫା କରିବା ପ୍ରଥା ହେଉଛି ଏକ କଳଙ୍କ। ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଏହା ଏକ ଜାତୀୟ ଲଜ୍ଜା ହୋଇ ରହିଛି। ହଜାର ହଜାର ସଂଖ୍ୟାରେ ଏହି କାର୍ଯ୍ୟ କରୁଥିବା ପରିବାର ଆଜି ମଧ୍ୟ ସାମାଜିକ ଦୃଷ୍ଟିକୋଣରୁ ଅମାନବୀୟ ଜୀବନ ଯାପନ କରୁଛନ୍ତି। ସଭ୍ୟ ସମାଜରେ ଏହାକୁ ଅନେକ କାଳଧରି ଏକ ଅମାନବୀୟ କାର୍ଯ୍ୟ ଭାବରେ ସ୍ବୀକାର କରାଯାଇଛି। ୧୯୧୭ରେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମର ଅନ୍ତେବାସୀମାନେ ପାଇଖାନା ନିଜେ ସଫା କରିବା ଉପରେ ଗୁରୁତ୍ୱ ଦେଇଥିଲେ। ୧୯୪୮ ମସିହାରେ ମହାରାଷ୍ଟ୍ର ହରିଜନ ସେବକ ସଂଘ ମଇଳା ସଫା କରିବା ପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରି ଏହା ବିଲୋପ କରିବା ଲାଗି ଦାବି କରିଥିଲେ।
୨୦୦୫ ଜାନୁୟାରୀରେ ଉଚ୍ଚତମ ନ୍ୟାୟାଳୟରେ ସଫେଇ କର୍ମଚାରୀ ଆନ୍ଦୋଳନ ଦ୍ୱାରା କରାଯାଇଥିବା ଏକ ମାମଲା ଦାୟର ହୋଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ଭାରତରେ ମଇଳା ବୋହୁଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହା ପରେ ସତ୍ୟପାଠ ଦେବାଲାଗି ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ମଇଳା ବୋହିବା ପ୍ରଥା ଜାରିଥିବା ଦେଖାଯାଏ ତେବେ ସେମାନଙ୍କ ନିଯୁକ୍ତି ଓ ଥଇଥାନ ସକାଶେ ସମୟାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
୧୯୮୩ ଆଇନରେ ମେହେନ୍ତର ପ୍ରଥାକୁ ବୃହତ୍ତର ଦୃଷ୍ଟିକୋଣରୁ ଦେଖିବାପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ସରକାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଆଇନକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରିପାରିନାହାନ୍ତି ଏବଂ ହଜାର ହଜାର ଲୋକ ବର୍ତ୍ତମାନ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସାମାଜିକ ଶୋଷଣ ଓ ଅତ୍ୟାଚାର ବ୍ୟତୀତ ମଇଳା ସଫା କରୁଥିବା ଲୋକ ଅନ୍ୟକେତେକ ସ୍ବାସ୍ଥ୍ୟଗତ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି। ସୁପ୍ରିମ କୋର୍ଟରେ ଶ୍ରୀ ନାରାୟଣ ଯେଉଁ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି ତଦନୁଯାୟୀ ବିପଦ ରହିଛି ମିଥେନ ଓ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଭଳି ବିପଦସଙ୍କୁଳ ବାଷ୍ପରେ। ପ୍ରଶ୍ୱାସରେ ଏହାକୁ ନେବାଦ୍ୱାରା ମୃତ୍ୟୁ ହୋଇଥାଏ। ଅଷ୍ଟିଓ ଆର୍ଥ୍ରାଇଟିସ, ହେପାଟାଇଟିସ, ଲେପଟୋସ୍ପିରୋସିସ ଏବଂ ଚର୍ମରୋଗ ଓ ଶ୍ୱାସରୋଗ ଆଦି ଦେଖାଦିଏ।
୨୦୧୨ ମାର୍ଚ୍ଚ ୧୨ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ସଂସଦରେ ଉଦ୍‌ବୋଧନ ଦେଇ ସାମାଜିକ ନ୍ୟାୟ ପ୍ରତିଷ୍ଠା ପ୍ରତିଶ୍ରୁତି ଦେଇଥିଲେ ଏବଂ କହିଥିଲେ ଯେ ମଇଳା ବୋହିବା ପ୍ରଥା ବିଲୋପ ପାଇଁ ସରକାର ନୂତନ ଆଇନ ସଂସଦରେ ଉପସ୍ଥାପନ କରିବେ। ଏଥିରେ ସେମାନଙ୍କୁ ଉପଯୁକ୍ତ ଥଇଥାନ ପାଇଁ ମଧ୍ୟ ବ୍ୟବସ୍ଥା ହେବ, ଯଦ୍ଦ୍ବାରା ସେମାନେ ସମ୍ମାନଜନକ ଜୀବନଯାପନ କରିପାରିବେ।
କର୍ନାଟକରେ ୧୯୭୦ ଠାରୁ ମଇଳା ବୋହିବା ପ୍ରଥା ବିଲୋପ କରାଯାଇଥିଲେ ମଧ୍ୟ ୮୦୦୦ ଲୋକ ଏବେ ମଇଳା ବୋହିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ଏନ୍‌.ଏଚ୍‌.ଆର୍‌.ସି. ରିପୋର୍ଟରେ କୁହାଯାଇଛି। ୨୦୧୧ର ସରକାରୀ ହିସାବ ମୁତାବକ ୨୦୦୭ରେ ମଇଳା ବୋହୁଥିବା ବ୍ୟକ୍ତିମାନଙ୍କ ଥଇଥାନ ପାଇଁ କାର୍ଯ୍ୟକାରୀ ହୋଇଥିବା ଆମତ୍ନିଯୁକ୍ତି କାର୍ଯ୍ୟକ୍ରମ ଅଧୀନରେ ଥଇଥାନ ସକାଶେ ୧, ୧୮, ୪୭୪ ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୧ ଜନଗଣନାରେ ଦର୍ଶାଯାଇଛି ଯେ, ୨୬ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରରେ ଅପରିଷ୍କାର ପାଇଖାନା ରହିଛି, ଯାହାକୁ ହାତରେ ସଫା କରାଯାଉଛି।
ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ସୁବିଧା ଥିବା ସତ୍ତ୍ୱେ ମଇଳା ଟାଙ୍କିରେ ମେଶିନର ବ୍ୟବହାର ପ୍ରାୟ କମ୍‌ ହେଉଛି। ୨୦୨୧ ସୁଦ୍ଧା ଦେଶରେ ଶୁଷ୍କ ଶୌଚାଳୟ ସଂଖ୍ୟା ୨୬ ଲକ୍ଷ ରହିଛି। ପ୍ରାୟ ୧୪ ଲକ୍ଷ ଶୌଚାଳୟର ଅବଶିଷ୍ଟ ଖୋଲା ନାଳରେ ପ୍ରବାହିତ କରାଯାଇଛି। ଆଠଲକ୍ଷରୁ ଅଧିକ ଶୌଚାଳୟର ମଳ ସଫେଇ କର୍ମଚାରୀମାନେ ହାତରେ କରୁଛନ୍ତି। ମଇଳା ସଫା କରିବାକୁ ୧.୨୫ଲକ୍ଷ କୋଟି ଟଙ୍କା ନ୍ୟାଶନାଲ ଆକ୍‌ଶନ ପ୍ଲାନ ତିଆରି କରାଗଲା। ୨୦୨୨ର ଶୀତକାଳୀନ ଅଧିବେଶନରେ ସଂସଦରେ ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠୱାଲେ କହିଥିଲେ, ଗତ ୩ବର୍ଷ ମଧ୍ୟରେ ସେପ୍‌ଟିକ୍‌ ଟାଙ୍କି, ନାଳ ସଫା କରିବାରେ ୨୩୩ ମୃତ୍ୟୁ ହୋଇଥିଲା। ବିଗତ ୨୦ବର୍ଷ ମଧ୍ୟରେ ସ୍ବେରେଜ ଟାଙ୍କି ସଫା କରିବାରେ ୯୮୯ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ତାମିଲନାଡୁରେ ୨୧୩, ଗୁଜରାଟରେ ୧୫୩, ଉତ୍ତର ପ୍ରଦେଶରେ ୧୦୪, ଦିଲ୍ଲୀରେ ୯୮, କର୍ନାଟକରେ ୮୪ ଏବଂ ହରିୟାଣାରେ ୭୩ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଗତ ଜୁଲାଇ ମାସରେ କଟକ ବକ୍ସିବଜାର ନିକଟ ବାରପଥର ଅଞ୍ଚଳରେ ଥିବା ମୁକୁଳା ଡ୍ରେନ୍‌ରେ ନରସିଂହା ସଫେଇ କାର୍ଯ୍ୟ କରୁଥିଲାବେଳେ ସେଥିରେ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଏକ ଘରୋଇ ସଂସ୍ଥା ତାଙ୍କୁ ସଫେଇ ପାଇଁ ନିୟୋଜିତ କରିଥିଲା। ଏଭଳି ଘଟଣାମାନ ପୂର୍ବରୁ ମଧ୍ୟ ହୋଇଥିବା ଶୁଣାଯାଏ। ହାତରେ ମଇଳା ସଫା କରୁଥିବା ଲୋକମାନେ ଆଜି ବି ତିରସ୍କୃତ ଜୀବନ ବିତାଉଛନ୍ତି। ସେମାନଙ୍କ ମୃତ୍ୟୁରେ ନା ଶୋକସଭା ହେଉଛି ନା କ୍ୟାଣ୍ଡଲ ଯାତ୍ରା ବାହାରୁଛି। ବହୁ ମସୟରେ କେବଳ ତାଙ୍କ ପାଇଁ ଭୋଟ କାଙ୍ଗାଳମାନେ କୁମ୍ଭୀର କାନ୍ଦଣା କାନ୍ଦିଥାନ୍ତି।
ଗତ କିଛିମାସ ତଳେ ଭୁବନେଶ୍ୱରର ଶିଶୁପାଳଗଡ଼ଠାରେ ସେଫ୍ଟିକ୍‌ ଟାଙ୍କି ସଫା କରିବାବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସଫେଇ କର୍ମଚାରୀମାନଙ୍କୁ ଗ୍ୟାସ୍‌ ଟେଷ୍ଟର, ଦୂଷିତ ଗ୍ୟାସ୍‌କୁ ବାହାରେ ଫିଙ୍ଗା ଯିବାପାଇଁ ବ୍ଲୋୟର, ଟର୍ଚ୍ଚ, ଚଷମା, ମାସ୍କ, ହେଲ୍‌ମେଟ, ଗ୍ଲୋଭ୍‌ସ ଆଦି ଉପକରଣମାନ ଉପଲବ୍ଧ କରାଯାଇଥାଏ; ତାହା କିନ୍ତୁ କାର୍ଯ୍ୟକାରୀ ହେଉନାହିଁ। ଉପଯୁକ୍ତ ପ୍ରଶିକ୍ଷଣ ନ ଦିଆଯାଇ ସାମାନ୍ୟ ଟଙ୍କାର ପ୍ରଲୋଭନ ଦେଖାଇ ସଫେଇ କାର୍ଯ୍ୟରେ ଲଗାଯାଉଛି। ବାବା ସାହେବ ଆମ୍ବେଡ୍‌କରଙ୍କ ମତରେ ଜାତିବାଦ ବ୍ୟବସ୍ଥାର ଶୃଙ୍ଖଳାକୁ ଭାଙ୍ଗି ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସଭାଜନ ହେଲେ ଯାଇ ଦେଶ ସମୃଦ୍ଧ ହେବ। କିନ୍ତୁ ଏହାର ବାସ୍ତବତା ପରିଲକ୍ଷିତ ହେଉନାହିଁ। କଟକର ନରସିଂହାଙ୍କ ଭଳି ଅନେକ ସଫେଇ କର୍ମୀଙ୍କ ମୃତ୍ୟୁ ହେଉଛି, ତା’ର ହିସାବ ଦେଶର ନଗରପାଳିକାମାନେ ଦେଇପାରିବେ କି?
ରାଧିକା ଟାୱାର, ଟଙ୍କପାଣି ରୋଡ୍‌, ଭୁବନେଶ୍ୱର
ମୋ:୯୭୭୭୭୪୪୦୭୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?