ନର୍କରେ ଯାହାର ଜୀବିକା

ପଞ୍ଚାନନ ଅଗ୍ରୱାଲା

 

ସ୍ଵଚ୍ଛ ଭାରତ ଅଭିଯାନରେ କେବଳ ପରିମଳ ଉପରେ ଧ୍ୟାନ ନ ଦେଇ ମାନବୀୟ ସମ୍ମାନ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ହେବ। ଭାରତୀୟ ବିକାଶ ପ୍ରକ୍ରିୟାରେ ହାତରେ ମଇଳା ସଫା କରିବା ପ୍ରଥା ହେଉଛି ଏକ କଳଙ୍କ। ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଏହା ଏକ ଜାତୀୟ ଲଜ୍ଜା ହୋଇ ରହିଛି। ହଜାର ହଜାର ସଂଖ୍ୟାରେ ଏହି କାର୍ଯ୍ୟ କରୁଥିବା ପରିବାର ଆଜି ମଧ୍ୟ ସାମାଜିକ ଦୃଷ୍ଟିକୋଣରୁ ଅମାନବୀୟ ଜୀବନ ଯାପନ କରୁଛନ୍ତି। ସଭ୍ୟ ସମାଜରେ ଏହାକୁ ଅନେକ କାଳଧରି ଏକ ଅମାନବୀୟ କାର୍ଯ୍ୟ ଭାବରେ ସ୍ବୀକାର କରାଯାଇଛି। ୧୯୧୭ରେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମର ଅନ୍ତେବାସୀମାନେ ପାଇଖାନା ନିଜେ ସଫା କରିବା ଉପରେ ଗୁରୁତ୍ୱ ଦେଇଥିଲେ। ୧୯୪୮ ମସିହାରେ ମହାରାଷ୍ଟ୍ର ହରିଜନ ସେବକ ସଂଘ ମଇଳା ସଫା କରିବା ପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରି ଏହା ବିଲୋପ କରିବା ଲାଗି ଦାବି କରିଥିଲେ।
୨୦୦୫ ଜାନୁୟାରୀରେ ଉଚ୍ଚତମ ନ୍ୟାୟାଳୟରେ ସଫେଇ କର୍ମଚାରୀ ଆନ୍ଦୋଳନ ଦ୍ୱାରା କରାଯାଇଥିବା ଏକ ମାମଲା ଦାୟର ହୋଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ଭାରତରେ ମଇଳା ବୋହୁଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହା ପରେ ସତ୍ୟପାଠ ଦେବାଲାଗି ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ମଇଳା ବୋହିବା ପ୍ରଥା ଜାରିଥିବା ଦେଖାଯାଏ ତେବେ ସେମାନଙ୍କ ନିଯୁକ୍ତି ଓ ଥଇଥାନ ସକାଶେ ସମୟାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
୧୯୮୩ ଆଇନରେ ମେହେନ୍ତର ପ୍ରଥାକୁ ବୃହତ୍ତର ଦୃଷ୍ଟିକୋଣରୁ ଦେଖିବାପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ସରକାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଆଇନକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରିପାରିନାହାନ୍ତି ଏବଂ ହଜାର ହଜାର ଲୋକ ବର୍ତ୍ତମାନ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସାମାଜିକ ଶୋଷଣ ଓ ଅତ୍ୟାଚାର ବ୍ୟତୀତ ମଇଳା ସଫା କରୁଥିବା ଲୋକ ଅନ୍ୟକେତେକ ସ୍ବାସ୍ଥ୍ୟଗତ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି। ସୁପ୍ରିମ କୋର୍ଟରେ ଶ୍ରୀ ନାରାୟଣ ଯେଉଁ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି ତଦନୁଯାୟୀ ବିପଦ ରହିଛି ମିଥେନ ଓ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଭଳି ବିପଦସଙ୍କୁଳ ବାଷ୍ପରେ। ପ୍ରଶ୍ୱାସରେ ଏହାକୁ ନେବାଦ୍ୱାରା ମୃତ୍ୟୁ ହୋଇଥାଏ। ଅଷ୍ଟିଓ ଆର୍ଥ୍ରାଇଟିସ, ହେପାଟାଇଟିସ, ଲେପଟୋସ୍ପିରୋସିସ ଏବଂ ଚର୍ମରୋଗ ଓ ଶ୍ୱାସରୋଗ ଆଦି ଦେଖାଦିଏ।
୨୦୧୨ ମାର୍ଚ୍ଚ ୧୨ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ସଂସଦରେ ଉଦ୍‌ବୋଧନ ଦେଇ ସାମାଜିକ ନ୍ୟାୟ ପ୍ରତିଷ୍ଠା ପ୍ରତିଶ୍ରୁତି ଦେଇଥିଲେ ଏବଂ କହିଥିଲେ ଯେ ମଇଳା ବୋହିବା ପ୍ରଥା ବିଲୋପ ପାଇଁ ସରକାର ନୂତନ ଆଇନ ସଂସଦରେ ଉପସ୍ଥାପନ କରିବେ। ଏଥିରେ ସେମାନଙ୍କୁ ଉପଯୁକ୍ତ ଥଇଥାନ ପାଇଁ ମଧ୍ୟ ବ୍ୟବସ୍ଥା ହେବ, ଯଦ୍ଦ୍ବାରା ସେମାନେ ସମ୍ମାନଜନକ ଜୀବନଯାପନ କରିପାରିବେ।
କର୍ନାଟକରେ ୧୯୭୦ ଠାରୁ ମଇଳା ବୋହିବା ପ୍ରଥା ବିଲୋପ କରାଯାଇଥିଲେ ମଧ୍ୟ ୮୦୦୦ ଲୋକ ଏବେ ମଇଳା ବୋହିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ଏନ୍‌.ଏଚ୍‌.ଆର୍‌.ସି. ରିପୋର୍ଟରେ କୁହାଯାଇଛି। ୨୦୧୧ର ସରକାରୀ ହିସାବ ମୁତାବକ ୨୦୦୭ରେ ମଇଳା ବୋହୁଥିବା ବ୍ୟକ୍ତିମାନଙ୍କ ଥଇଥାନ ପାଇଁ କାର୍ଯ୍ୟକାରୀ ହୋଇଥିବା ଆମତ୍ନିଯୁକ୍ତି କାର୍ଯ୍ୟକ୍ରମ ଅଧୀନରେ ଥଇଥାନ ସକାଶେ ୧, ୧୮, ୪୭୪ ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୧ ଜନଗଣନାରେ ଦର୍ଶାଯାଇଛି ଯେ, ୨୬ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରରେ ଅପରିଷ୍କାର ପାଇଖାନା ରହିଛି, ଯାହାକୁ ହାତରେ ସଫା କରାଯାଉଛି।
ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ସୁବିଧା ଥିବା ସତ୍ତ୍ୱେ ମଇଳା ଟାଙ୍କିରେ ମେଶିନର ବ୍ୟବହାର ପ୍ରାୟ କମ୍‌ ହେଉଛି। ୨୦୨୧ ସୁଦ୍ଧା ଦେଶରେ ଶୁଷ୍କ ଶୌଚାଳୟ ସଂଖ୍ୟା ୨୬ ଲକ୍ଷ ରହିଛି। ପ୍ରାୟ ୧୪ ଲକ୍ଷ ଶୌଚାଳୟର ଅବଶିଷ୍ଟ ଖୋଲା ନାଳରେ ପ୍ରବାହିତ କରାଯାଇଛି। ଆଠଲକ୍ଷରୁ ଅଧିକ ଶୌଚାଳୟର ମଳ ସଫେଇ କର୍ମଚାରୀମାନେ ହାତରେ କରୁଛନ୍ତି। ମଇଳା ସଫା କରିବାକୁ ୧.୨୫ଲକ୍ଷ କୋଟି ଟଙ୍କା ନ୍ୟାଶନାଲ ଆକ୍‌ଶନ ପ୍ଲାନ ତିଆରି କରାଗଲା। ୨୦୨୨ର ଶୀତକାଳୀନ ଅଧିବେଶନରେ ସଂସଦରେ ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠୱାଲେ କହିଥିଲେ, ଗତ ୩ବର୍ଷ ମଧ୍ୟରେ ସେପ୍‌ଟିକ୍‌ ଟାଙ୍କି, ନାଳ ସଫା କରିବାରେ ୨୩୩ ମୃତ୍ୟୁ ହୋଇଥିଲା। ବିଗତ ୨୦ବର୍ଷ ମଧ୍ୟରେ ସ୍ବେରେଜ ଟାଙ୍କି ସଫା କରିବାରେ ୯୮୯ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ତାମିଲନାଡୁରେ ୨୧୩, ଗୁଜରାଟରେ ୧୫୩, ଉତ୍ତର ପ୍ରଦେଶରେ ୧୦୪, ଦିଲ୍ଲୀରେ ୯୮, କର୍ନାଟକରେ ୮୪ ଏବଂ ହରିୟାଣାରେ ୭୩ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଗତ ଜୁଲାଇ ମାସରେ କଟକ ବକ୍ସିବଜାର ନିକଟ ବାରପଥର ଅଞ୍ଚଳରେ ଥିବା ମୁକୁଳା ଡ୍ରେନ୍‌ରେ ନରସିଂହା ସଫେଇ କାର୍ଯ୍ୟ କରୁଥିଲାବେଳେ ସେଥିରେ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଏକ ଘରୋଇ ସଂସ୍ଥା ତାଙ୍କୁ ସଫେଇ ପାଇଁ ନିୟୋଜିତ କରିଥିଲା। ଏଭଳି ଘଟଣାମାନ ପୂର୍ବରୁ ମଧ୍ୟ ହୋଇଥିବା ଶୁଣାଯାଏ। ହାତରେ ମଇଳା ସଫା କରୁଥିବା ଲୋକମାନେ ଆଜି ବି ତିରସ୍କୃତ ଜୀବନ ବିତାଉଛନ୍ତି। ସେମାନଙ୍କ ମୃତ୍ୟୁରେ ନା ଶୋକସଭା ହେଉଛି ନା କ୍ୟାଣ୍ଡଲ ଯାତ୍ରା ବାହାରୁଛି। ବହୁ ମସୟରେ କେବଳ ତାଙ୍କ ପାଇଁ ଭୋଟ କାଙ୍ଗାଳମାନେ କୁମ୍ଭୀର କାନ୍ଦଣା କାନ୍ଦିଥାନ୍ତି।
ଗତ କିଛିମାସ ତଳେ ଭୁବନେଶ୍ୱରର ଶିଶୁପାଳଗଡ଼ଠାରେ ସେଫ୍ଟିକ୍‌ ଟାଙ୍କି ସଫା କରିବାବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସଫେଇ କର୍ମଚାରୀମାନଙ୍କୁ ଗ୍ୟାସ୍‌ ଟେଷ୍ଟର, ଦୂଷିତ ଗ୍ୟାସ୍‌କୁ ବାହାରେ ଫିଙ୍ଗା ଯିବାପାଇଁ ବ୍ଲୋୟର, ଟର୍ଚ୍ଚ, ଚଷମା, ମାସ୍କ, ହେଲ୍‌ମେଟ, ଗ୍ଲୋଭ୍‌ସ ଆଦି ଉପକରଣମାନ ଉପଲବ୍ଧ କରାଯାଇଥାଏ; ତାହା କିନ୍ତୁ କାର୍ଯ୍ୟକାରୀ ହେଉନାହିଁ। ଉପଯୁକ୍ତ ପ୍ରଶିକ୍ଷଣ ନ ଦିଆଯାଇ ସାମାନ୍ୟ ଟଙ୍କାର ପ୍ରଲୋଭନ ଦେଖାଇ ସଫେଇ କାର୍ଯ୍ୟରେ ଲଗାଯାଉଛି। ବାବା ସାହେବ ଆମ୍ବେଡ୍‌କରଙ୍କ ମତରେ ଜାତିବାଦ ବ୍ୟବସ୍ଥାର ଶୃଙ୍ଖଳାକୁ ଭାଙ୍ଗି ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସଭାଜନ ହେଲେ ଯାଇ ଦେଶ ସମୃଦ୍ଧ ହେବ। କିନ୍ତୁ ଏହାର ବାସ୍ତବତା ପରିଲକ୍ଷିତ ହେଉନାହିଁ। କଟକର ନରସିଂହାଙ୍କ ଭଳି ଅନେକ ସଫେଇ କର୍ମୀଙ୍କ ମୃତ୍ୟୁ ହେଉଛି, ତା’ର ହିସାବ ଦେଶର ନଗରପାଳିକାମାନେ ଦେଇପାରିବେ କି?
ରାଧିକା ଟାୱାର, ଟଙ୍କପାଣି ରୋଡ୍‌, ଭୁବନେଶ୍ୱର
ମୋ:୯୭୭୭୭୪୪୦୭୧


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri