ଏଇ ଭାରତରେ

କଦଳୀ ଚାଷରେ ଲାଭ ନାହିଁ ବୋଲି ଯେଉଁମାନେ କୁହନ୍ତି ସେମାନେ କେରଳର ବିନୋଦ ଶହଦେବନ ନାୟରଙ୍କ ଚାଷ ପଦ୍ଧତିକୁ ଅନୁକରଣ କରିବା ଦରକାର। ବିନୋଦ ୫୦୦କିସମର କଦଳୀ ଚାଷ କରି ସେଥିରୁ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେବଳ ଏତିକି ନୁହେଁ ସେ ୫୦୦ ପ୍ରକାର କଦଳୀ ଚାରା ମଧ୍ୟ ଲୋକଙ୍କୁ ମାଗଣାରେ ବାଣ୍ଟୁଛନ୍ତି। ବିନୋଦ ରହନ୍ତି ଥିରୁଭାନନ୍ତପୁରମରେ। ତାଙ୍କୁ ବୟସ ଏବେ ୬୩। ସେ ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିବା ପରେ କୋଚିରେ ଓ୍ବେବ୍‌ ଡିଜାଇନ ଫାର୍ମ ଆରମ୍ଭ କରିଥିଲେ। ତାଙ୍କ ମା’ଙ୍କର ଦେହାନ୍ତ ପରେ ସେ ଘରକୁ ଫେରିଆସି କଦଳୀ ଚାଷ ଆରମ୍ଭ କଲେ। ଲୋକେ ତାଙ୍କୁ ‘ବାନାନା ମ୍ୟାନ୍‌’ ବୋଲି ସମ୍ବୋଧନ କରୁଛନ୍ତି। ବିଶ୍ୱରେ ୧,୦୦୦ ପ୍ରକାର କଦଳୀ ଥିବାବେଳେ ବିନୋଦ ୫୦୦ ପ୍ରକାର କଦଳୀ ଚାଷ କରିବା ଏକ ବିରଳ ସଫଳତା। ଏଥିରେ ବହୁ ବିଦେଶୀ କିସମର କଦଳୀ ଅଛି। ଚାଷ ପାଇଁ ବିନୋଦ ମାଲେସିଆ, ଆଫ୍ରିକା, ଅଷ୍ଟ୍ରେଲିଆ, ହୋଣ୍ଡୁରାସ ଆଦି ଦେଶ ଭ୍ରମଣ କରିଛନ୍ତି। ଉତ୍ପାଦିତ କଦଳୀକୁ ସେ ହୋଲସେଲ ମାର୍କେଟରେ ବିକ୍ରି କରନ୍ତି। ବିନୋଦ କଦଳୀ ଚାଷ ସମ୍ପର୍କରେ ଲୋକଙ୍କୁ ମାଗଣାରେ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri