ପରାକ୍ରମ ଦେଖିଲା ସାରା ଦୁନିଆ…

ନୂଆଦିଲ୍ଲୀ, ୨୬।୧ : ଦେଶର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀ ଦିଲ୍ଲୀର ରାଜପଥରେ ଭାରତ ପକ୍ଷରୁ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରାଯାଇଛି। ଭାରତୀୟ ସେନାର ସର୍ବଶ୍ରେଷ୍ଠ ତଥା ଶକ୍ତିଶାଳୀ ଯୁଦ୍ଧ ଉପକରଣ ପ୍ରଦର୍ଶିତ ହୋଇଛି।

ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଆର୍ଟିଲାରି ସିଷ୍ଟମ ୭୫/୨୪ ପ୍ୟାକ ହୋୱିଜର୍‌ ଏମ୍‌କେ-ଆଇ ରାଜପଥରେ ୨୧ ତୋପ ସଲାମୀ ପ୍ରଦାନ କରିଥିଲା। ପ୍ରଥମେ ୪ଟି ଏମ୍‌ଆଇ-୧୭ ଭି-୫ ହେଲିକପ୍ଟର ଫୁଲ ବର୍ଷା କରିଥିଲେ। ଏହାପରେ ପରେଡରେ ୧୯୬୫ ଏବଂ ୧୯୭୧ ଯୁଦ୍ଧ ଲଢ଼ିଥିବା ସେଞ୍ଜୁରିଅନ୍‌ ଟ୍ୟାଙ୍କର ପ୍ରଦର୍ଶିତ ହୋଇଥିଲା।

ସେଞ୍ଚୁରିଅନ ଟ୍ୟାଙ୍କର ଏକ କଣ୍ଟିଜେଣ୍ଟ, ପିଟି-୭୬, ଏମ୍‌ବିଟି ଅର୍ଜୁନ ଏପିସି ପୋଖରାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଯୁଦ୍ଧ ବିମାନ ତେଜସ୍‌ ନିଜର ପରାକ୍ରମ ଦକ୍ଷତା ପ୍ରଦର୍ଶିତ କରିଥିଲା।

ଏହା ସହିତ ରାଫାଲ ଯୁଦ୍ଧ ବିମାନ, ଏମ୍‌ଆଇଜି-୨୧, ଘ୍ନାତ, ଲାଇଟ୍‌ କମ୍ବାଟ୍‌ ହେଲିକପ୍ଟର, ଅଶ୍ଳେଷା ରାଡାର ଆଦି ନିଜନିଜ ପରାକ୍ରମ ପ୍ରଦର୍ଶିତ କରିଛନ୍ତି।

ପରେଡରେ ସ୍ଥଳସେନାର ୬୧ ଘୋଡାସବାର ରେଜିମେଣ୍ଟ ଅଂଶଗ୍ରହଣ କରିଥିଲେ। ଏହା ସହିତ ଦିଲ୍ଲୀ ପୋଲିସର କଣ୍ଟିଜେଣ୍ଟ୍‌ ଏବଂ ଶିଖ୍‌ ଲାଇଟ୍‌ ଇନଫାଣ୍ଟ୍ରି ବାଟାଲିୟନ ବାହିନୀ ଯୋଗ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଇନ ବିଶ୍ୱବିଦ୍ୟାଳୟର ୬୦ ଛାତ୍ରୀଛାତ୍ର କରୋନା ପଜିଟିଭ୍‌…

ଚଣ୍ଡିଗଡ଼, ୫।୫ : ଦେଶରେ କରୋନା ମହାମାରୀର ସଂକ୍ରମଣ ପୁଣି ଥରେ ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର...

ସାଇକେଲ ଧରିବା ପରେ ଯୋଗୀଙ୍କୁ ଟାର୍ଗେଟ

ଲକ୍ଷ୍ନୌ,୧୪।୧: ଶେଷରେ ଅଖିଳେଶଙ୍କ ସାଇକେଲ ଧରିଛନ୍ତି ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌଯ୍ୟ । ସେ ଏକା ନୁହନ୍ତି ତାଙ୍କ ସହ...

ଶେଷରେ ବରେଲିରେ ହଜିଥିବା ଝୁମକା ମିଳିଲା!

ବରେଲି,୯।୨: ଉତ୍ତର ପ୍ରଦେଶର ବରେଲି ସହର ବେଶ୍‌ ଜଣାଶୁଣା। ୧୯୬୬ରେ ବଲିଉଡ୍‌ ଫିଲ୍ମ ‘ମେରା ଶାୟା’ ରେ ଥିବା ଗୀତ ‘ଝୁମ୍‌କା ଗିରାରେ ବରେଲି କି...

ମାଡ଼ି ଆସୁଛି ବିପଦ…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍‌ ହେବା ଯୋଗୁ ସଙ୍କଟ ବଢିଛାଲିଛି। କରୋନା ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିବାରେ...

ସିଏଏକୁ ନେଇ ବିକ୍ଷୋଭକାରୀଙ୍କ ଉନ୍ମତ୍ତକାଣ୍ଡ

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀର ମୌଜପୁର ଓ ଜାଫରାବାଦ ଅଞ୍ଚଳରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ଦୁଇ...

ଆମେ ଛୋଟ ପିଲା ନୁହେଁ, ବିଭ୍ରାନ୍ତ ହୋଇଯିବୁ: ଓଓ୍ବେସି

ନୂଆଦିଲ୍ଲୀ,୨୫।୧୦: ନାଗରିକ ସଂଶୋଧନ ଆଇନକୁ ନେଇ ଆର୍‌ଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବିବୃତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଲ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ ମୁସଲିମିନ (ଆଇଏଏମଆଇଏମ) ଅଧ୍ୟକ୍ଷ...

‘ସଂରକ୍ଷଣ ବଦଳାଇବାକୁ ଚାହୁଁନାହାନ୍ତି ସରକାର’

ନୂଆଦିଲ୍ଲୀ,୨୪ା୪(ପି.ଟି.): ସଂରକ୍ଷଣ ସୁବିଧା ପାଇଆସୁଥିବା ଜାତି ତାଲିକାର ନା ସମୀକ୍ଷା କରାଯାଉଛି, ନା ସଂରକ୍ଷଣ ବ୍ୟବସ୍ଥାର ଅନ୍ତ ହେଉଛି। ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଥିବା...

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତର ୮୭୦୦ କୋଟି ଡଲାର କ୍ଷତି…

ନୂଆଦିଲ୍ଲୀ,୨୬।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଗତ ୨୦୨୦ ବର୍ଷରେ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ୭୮୦୦ କୋଟି ଡଲାର କ୍ଷତି ହୋଇଛି। ଏନେଇ ମଙ୍ଗଳବାର ବିଶ୍ୱ...

Advertisement
Archives

Model This Week