Odisha Elections 2024
Posted inଜାତୀୟ

ପ୍ରଥମେ କିଏ କହିବ ଆଇ ଲଭ୍‌ ୟୁ: ଖୁର୍ସିଦ

ପାଟନା,୧୯।୨: ଭାଜପାକୁ ପରାସ୍ତ କରିବାକୁ ହେଲେ ବିରୋଧୀ ମେଣ୍ଟରେ କଂଗ୍ରେସ ଯୋଗଦେଉ ବୋଲି ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାଙ୍କ ଡେପୁଟି ତେଜସ୍ବୀ ଯାଦବ ଆହ୍ବାନ ଦେବା ପରେ ବିରୋଧୀ ମେଣ୍ଟ ଖୁବ୍‌ଶୀଘ୍ର ଗଢ଼ାହେବା ଆବଶ୍ୟକ ବୋଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ କହିଛନ୍ତି। ସେ କହିଛନ୍ତି, ଆପଣମାନେ ଯାହା ଚାହାନ୍ତି, କଂଗ୍ରେସ ମଧ୍ୟ ସେଇଆ ଚାହେଁ। ତେବେ ବେଳେବେଳେ ପ୍ରେମରେ ସମସ୍ୟା ସୃଷ୍ଟି ହୋଇଥାଏ। ବିରୋଧୀ ମେଣ୍ଟ ଶୀଘ୍ର ଗଢ଼ାହେବାରେ ସେ ସହମତ, ତେବେ ପ୍ରଥମେ ଆଇ ଲଭ୍‌ ୟୁ କିଏ କହିବ ବୋଲି ଖୁର୍ସିଦ ପ୍ରଶ୍ନ କରିଛନ୍ତି।

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ହେଲେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ହାତ ମିଳାଇବାକୁ ନୀତୀଶ ଶନିବାର ପୁଣିଥରେ ଆହ୍ବାନ ଦେଇଥିଲେ। ଏକ ମିଳିତ ସାମ୍ମୁଖ୍ୟ ଭାଜପାକୁ ୧୦୦ରୁ କମ୍‌୍‌ ଆସନକୁ ଖସାଇବାରେ ସମର୍ଥ ହୋଇପାରିବ ବୋଲି ୭୧ ବର୍ଷୀୟ ନୀତୀଶ କହିବା ବେଳେ ଉପସ୍ଥିତ ନେତାମାନେ ସ୍ବାଗତ କରିଥିଲେ। ତେଣୁ ଏ ଦିଗରେ କଂଗ୍ରେସ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ। ଏଥିପାଇଁ ଅପେକ୍ଷା କରିଛୁ, ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଭେଟିବୁ ବୋଲି ସିପିଆଇ-ଏମ୍‌ ଏକାଦଶ ସାଧାରଣ ଅଧିବେଶନରେ ଉଦ୍‌ବୋଧନ ଦେଇ ବିହାର ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ପ୍ରଧାନମନ୍ତ୍ରୀ ହେବା କିମ୍ବା ଏହି ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ଚାହାନ୍ତି ନାହିଁ। ଦେଶକୁ ଏକାଠି କରିବା ଏବଂ ଘୃଣା ପ୍ରସାରରୁ ଲୋକଙ୍କୁ ମୁକ୍ତ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ନୀତୀଶ ଦୋହରାଇଛନ୍ତି।

ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତେଜସ୍ବୀ ଯାଦବ, କଂଗ୍ରେସ ନେତା ସଲମାନ ଖୁର୍ସିଦ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝି ପ୍ରମୁଖ ଉପସ୍ଥିତ ଥିଲେ। ଆଞ୍ଚଳିକ ଦଳଗୁଡ଼ିକ ମୁଖ୍ୟ ଭୂମିକା ନିଭାଇବା ଲାଗି କଂଗ୍ରେସ ଅନୁମତି ଦେବା ଆବଶ୍ୟକ ବୋଲି ତେଜସ୍ବୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ଜୟରାମ ଠାକୁରଙ୍କ ତୃତୀୟ ଫିଲ୍ମ ‘କଙ୍ଗନା ମଣ୍ଡି କେ ଅଙ୍ଗନା’ ବି ହେବ ଫ୍ଲପ: ମୁଖ୍ୟମନ୍ତ୍ରୀ ସୁଖୁ

ଶିମଲା,୧୯୧।୫: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିଲାସପୁରର ଜଗତଖାନା ଠାରେ ନିର୍ବାଚନ ପ୍ରଚାର କରିଥିଲେ। ସେ ହମିରପୁର ଆସନରୁ ଲୋକ ସଭା ପ୍ରାର୍ଥୀ ସତ୍ୟପାଲ ସିଂ...

ମୁଁ କେବେ ଏତେ ମୁଛୁଆ ଲୋକ ଦେଖି ନାହିଁ: ମୋଦିଙ୍କୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୧୯।୫: ମଧ୍ୟପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମତଦାନ ସମସ୍ତ ୨୯ ଟି ଆସନରେ ଚାରିଟି ପର୍ଯ୍ୟାୟରେ ଶେଷ ହୋଇଛି। ସେପଟେ ପୂର୍ବତନ...

ପଞ୍ଚମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ରାଜନାଥ ସିଂ, ସ୍ମୃତି ଇରନୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ସୋମବାର (୨୦ ମେ’) ରେ ହେବ। ଏହି ପର୍ଯ୍ୟାୟରେ ଆଠଟି ରାଜ୍ୟରେ ୪୯ ଟି...

ପ୍ରଧାନମନ୍ତ୍ରୀ ମୋଦି ବହୁତ ପାଓ୍ବାରଫୁଲ, ହେଲେ…: ଜେଲର କଥା ଉଠାଇ ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୫: ଜାମିନରେ ଆସିବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରମାଗତ ଟାର୍ଗେଟ କରୁଛନ୍ତି। କେଜରିୱାଲ ଦାବି କରିଛନ୍ତି ଯେ...

ନୂଆ ଆପରାଧିକ ଆଇନ ବିରୋଧରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୫: ତିନୋଟି ନୂତନ ଆପରାଧିକ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ସୋମବାର ସୁପ୍ରିମକୋର୍ଟ ଏହି ପିଟିସନର ଶୁଣାଣି କରିବେ। ନୂତନ ଆପରାଧିକ...

ଫାରୁକ ଅବଦୁଲ୍ଲାଙ୍କ ରାଲିରେ ଛୁରାମାଡ, ୨ କର୍ମୀ ଆହତ

ଜମ୍ମୁ,୧୯।୫: ରବିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର ମେହେନ୍ଦରରେ ଏକ ନିର୍ବାଚନ ରାଲିରେ ଅଜ୍ଞାତ ବ୍ୟକ୍ତିଙ୍କ ଛୁରାମାଡରେ ତିନିଜଣ ନ୍ୟାଶନାଲ କନଫରେନ୍ସ (ଏନସି) କର୍ମୀ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri