Posted inଜାତୀୟ

ପ୍ରଥମେ କିଏ କହିବ ଆଇ ଲଭ୍‌ ୟୁ: ଖୁର୍ସିଦ

ପାଟନା,୧୯।୨: ଭାଜପାକୁ ପରାସ୍ତ କରିବାକୁ ହେଲେ ବିରୋଧୀ ମେଣ୍ଟରେ କଂଗ୍ରେସ ଯୋଗଦେଉ ବୋଲି ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାଙ୍କ ଡେପୁଟି ତେଜସ୍ବୀ ଯାଦବ ଆହ୍ବାନ ଦେବା ପରେ ବିରୋଧୀ ମେଣ୍ଟ ଖୁବ୍‌ଶୀଘ୍ର ଗଢ଼ାହେବା ଆବଶ୍ୟକ ବୋଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ କହିଛନ୍ତି। ସେ କହିଛନ୍ତି, ଆପଣମାନେ ଯାହା ଚାହାନ୍ତି, କଂଗ୍ରେସ ମଧ୍ୟ ସେଇଆ ଚାହେଁ। ତେବେ ବେଳେବେଳେ ପ୍ରେମରେ ସମସ୍ୟା ସୃଷ୍ଟି ହୋଇଥାଏ। ବିରୋଧୀ ମେଣ୍ଟ ଶୀଘ୍ର ଗଢ଼ାହେବାରେ ସେ ସହମତ, ତେବେ ପ୍ରଥମେ ଆଇ ଲଭ୍‌ ୟୁ କିଏ କହିବ ବୋଲି ଖୁର୍ସିଦ ପ୍ରଶ୍ନ କରିଛନ୍ତି।

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ହେଲେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ହାତ ମିଳାଇବାକୁ ନୀତୀଶ ଶନିବାର ପୁଣିଥରେ ଆହ୍ବାନ ଦେଇଥିଲେ। ଏକ ମିଳିତ ସାମ୍ମୁଖ୍ୟ ଭାଜପାକୁ ୧୦୦ରୁ କମ୍‌୍‌ ଆସନକୁ ଖସାଇବାରେ ସମର୍ଥ ହୋଇପାରିବ ବୋଲି ୭୧ ବର୍ଷୀୟ ନୀତୀଶ କହିବା ବେଳେ ଉପସ୍ଥିତ ନେତାମାନେ ସ୍ବାଗତ କରିଥିଲେ। ତେଣୁ ଏ ଦିଗରେ କଂଗ୍ରେସ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ। ଏଥିପାଇଁ ଅପେକ୍ଷା କରିଛୁ, ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଭେଟିବୁ ବୋଲି ସିପିଆଇ-ଏମ୍‌ ଏକାଦଶ ସାଧାରଣ ଅଧିବେଶନରେ ଉଦ୍‌ବୋଧନ ଦେଇ ବିହାର ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ପ୍ରଧାନମନ୍ତ୍ରୀ ହେବା କିମ୍ବା ଏହି ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ଚାହାନ୍ତି ନାହିଁ। ଦେଶକୁ ଏକାଠି କରିବା ଏବଂ ଘୃଣା ପ୍ରସାରରୁ ଲୋକଙ୍କୁ ମୁକ୍ତ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ନୀତୀଶ ଦୋହରାଇଛନ୍ତି।

ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତେଜସ୍ବୀ ଯାଦବ, କଂଗ୍ରେସ ନେତା ସଲମାନ ଖୁର୍ସିଦ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝି ପ୍ରମୁଖ ଉପସ୍ଥିତ ଥିଲେ। ଆଞ୍ଚଳିକ ଦଳଗୁଡ଼ିକ ମୁଖ୍ୟ ଭୂମିକା ନିଭାଇବା ଲାଗି କଂଗ୍ରେସ ଅନୁମତି ଦେବା ଆବଶ୍ୟକ ବୋଲି ତେଜସ୍ବୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ରାହୁଲଙ୍କୁ ଭାଜପାର କଡ଼ା ପ୍ରଶ୍ନ

ନୂଆଦିଲ୍ଲୀ,୨୪।୯: ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବରେ ଭାଜପା ପ୍ରତିକ୍ରିୟା ରଖିଛି। ଭାଜପା ମୁଖପାତ୍ର ତଥା ରାଜ୍ୟ ସଭା ଏମପି ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ଏହି ଦାବି…

ନିର୍ବାଚନ ଆୟୋଗ (EC) ବିବାଦକୁ ନେଇ ବଢୁଛି ଜ୍ଞାନେଶ କୁମାରଙ୍କ ଅଡୁଆ, ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ବିରୋଧୀ

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗ ଏବଂ SIR (ସିଷ୍ଟମାଟିକ ଇନଫର୍ମେସନ ରିଟ୍ରାଇଭାଲ) ପ୍ରକ୍ରିୟା ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବର୍ତ୍ତମାନ…

‘ଜ୍ଞାନେଶ ତୁରନ୍ତ ଇସ୍ତଫା ଦିଅନ୍ତୁ, ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦ-ଶାହା’, ରାହୁଲଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗକୁ ନେଇ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?