ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ବର୍ତ୍ତମାନ ଦାୟିତ୍ୱ ତୁଲାଉଥିବା ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ୱର ୩୧ରେ ସରୁଛି। ସେଥିଲାଗି ନୂଆ ମୁଖ୍ୟ ଶାସନ ସଚିବ ରାଜ୍ୟରେ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କେତେକ ମହଲରେ ଆଲୋଚନା ହେଉଛି ଆହୁଜାଙ୍କ କାର୍ଯ୍ୟକାଳ ୨ୟ ଥର ଲାଗି ଅଧିକ ବର୍ଷେ ପାଇଁ ବୃଦ୍ଧି କରାଯିବ। ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ୱର ୨୦୨୪ରେ ଶେଷ ହୋଇଥିଲା। ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୫ରୁ ଡିସେମ୍ୱର ୩୧ ପର୍ଯ୍ୟନ୍ତ ବର୍ଷେ ପାଇଁ ବୃଦ୍ଧି କରିଥିଲେ, ଯାହା ଏବେ ସରିବାକୁ ଯାଉଛି। ରାଜ୍ୟରେ ଭାଜପା ସରକାର ଆସିବାର ମାସକ ପରେ କେନ୍ଦ୍ରୀୟ ଡେପୁଟେଶନରେ ଥିବା ଆହୁଜାଙ୍କୁ ରାଜ୍ୟକୁ ଫେରାଇ ମୁଖ୍ୟ ଶାସନ ସଚିବ ପଦରେ ବସାଗଲା। ଆହୁଜାଙ୍କଠାରୁ ସେତେବେଳେ ଓଡ଼ିଶା କ୍ୟାଡରର ଆହୁରି ବରିଷ୍ଠ ଆଇଏଏସ୍‌ ଅଫିସର ଥିବା ସତ୍ତ୍ୱେ ଅନ୍ୟ କାହାକୁ ଏହି ପଦରେ ସରକାର ଅବସ୍ଥାପିତ କରି ନ ଥିଲେ। ତେଣୁ କେନ୍ଦ୍ରରେ ଆହୁଜାଙ୍କୁ ନେଇ ଶୁଭଦୃଷ୍ଟି ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲା। ସେହି ସମୟରେ ଓଡ଼ିଶା କ୍ୟାଡରର କେନ୍ଦ୍ରୀୟ ଡେପୁଟେଶନରେ ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ତୁହିନକାନ୍ତେ ପାଣ୍ଡେ, ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ରାଜେଶ ବର୍ମା, ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ନୀତେନ ଚନ୍ଦ୍ରା ରହିଥିଲେ। ନୀତେନ ଚନ୍ଦ୍ରା ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ହେଲେ ମଧ୍ୟ ଆହୁଜାଙ୍କଠାରୁ ବରିଷ୍ଠ(ସିନିୟର) ଥିଲେ। ଏବେ ଏହି ୩ ଅଫିସର ଅବସର ନେଇସାରିଛନ୍ତି। ହେଲେ ଆହୁଜାଙ୍କ ବ୍ୟାଚ୍‌(୧୯୯୦)ର ଅଫିସର ସଞ୍ଜୀବ ଚୋପ୍ରା ଏବଂ ଗୁଡ୍ଡି ଶ୍ରୀନିବାସ ଏବେ ମଧ୍ୟ କେନ୍ଦ୍ରୀୟ ଡେପୁଟେଶନରେ ରହିଛନ୍ତି। ହେଲେ ଓଡ଼ିଶାରେ ଯେତେଜଣ ଆଇଏଏସ୍‌ ଅଫିସର ଥିଲେ ମୁଖ୍ୟ ଶାସନ ସଚିବ ହେଲା ବେଳେ ଆହୁଜା ହିଁ ସବୁଠାରୁ ସିନିୟର ଥିଲେ। ଏହି ୨ ଆଇଏଏସ୍‌ ଅଫିସର ଓଡ଼ିଶା ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଦାୟିତ୍ୱ ପୂର୍ୱରୁ ତୁଲାଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ କେନ୍ଦ୍ର ସହଯୋଗରେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ଆଣିପାରନ୍ତି। ହେଲେ ପୂର୍ୱରୁ ଏମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ ସିନିୟର ଆଇଏଏସ୍‌ ଅଫିସର କେନ୍ଦ୍ରରେ ଥିବାବେଳେ ଆହୁଜାଙ୍କୁ ଅଣାଯିବା କଥାକୁ ଦେଖିଲେ ଆହୁଜାଙ୍କ କାର୍ଯ୍ୟକାଳକୁ ଯେ ବଢ଼ା ନ ଯିବ ସେକଥାକୁ ଏଡ଼ାଇଦିଆଯାଇପାରେ। ଯଦି ଏପରି ହୁଏ ସଞ୍ଜୀବ ଚୋପ୍ରା ଏବଂ ଗୁଡ୍ଡି ଶ୍ରୀନିବାସଙ୍କୁ ମୁଖ୍ୟ ଶାସନ ସଚିବ ହେବାରେ ବିଳମ୍ୱ ହୋଇପାରେ କିମ୍ୱା ସେମାନେ ସମ୍ପୂର୍ଣ୍ଣ ଭାବେ ବାଦ୍‌ ପଡ଼ିଯାଇପାରନ୍ତି।

ଅନ୍ୟପଟେ ଆହୁଜାଙ୍କ ଅବସର ଚର୍ଚ୍ଚା ସହ ନୂଆ ମୁଖ୍ୟ ଶାସନ ସଚିବ ଭାବେ ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ ରାଜ୍ୟର ଉନ୍ନୟନ କମିଶନର ଥିବା ଅନୁ ଗର୍ଗଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ବିଗତ ଦିନରୁ ଗୋଟିଏ କଥା ସବୁବେଳେ ଲକ୍ଷ୍ୟ କରାଯାଇଛି, ଯେଉଁମାନେ ରାଜ୍ୟର ଉନ୍ନୟନ କମିଶନର ହୋଇଛନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ସୂଚନା ମୁତାବକ, ସଞ୍ଜୀବ ଚୋପ୍ରା ଓଡ଼ିଶାର ଗୃହ ବିଭାଗ ସଚିବ ଥିବାବେଳେ ତାଙ୍କଠାରୁ ଜୁନିୟର ହୋଇ ସୁଦ୍ଧା ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ମିଳିଥିଲା। ଏହାପରେ ହିଁ ସଞ୍ଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିଲେ। ଅନ୍ୟପଟେ ଏବେ ରାଜ୍ୟରେ ଅନ୍ୟମାନଙ୍କ ମଧ୍ୟରେ ୧୯୯୧ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଭାବେ ସତ୍ୟବ୍ରତ ସାହୁ ରହିଛନ୍ତି। ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସଞ୍ଜୟ ରସ୍ତୋଗୀ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି ହେଲେ ଏମାନଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବ ପଦରେ ବସିବାକୁ ଆହୁରି ବିଳମ୍ୱ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ସୂଚନାଯୋଗ୍ୟ, ବିଜେଡି ସରକାର ସମୟରେ ମନୋଜ ଆହୁଜା ଏବଂ ତାଙ୍କ ସ୍ତ୍ରୀ ତଥା ଆଇଏଏସ୍‌ ଅଫିସର ଆରତୀ ଆହୁଜା ଉଭୟେ ଓଡ଼ିଶାରେ କାର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ ଦୁହେଁ ଏକାସାଙ୍ଗରେ କେନ୍ଦ୍ରୀୟ ଡେପୁଟେଶନ ପାଇଁ ୨ ଥର ନିଜ ଆଡୁ ଆବେଦନ କରିଥିଲେ। ହେଲେ ସେମାନଙ୍କ ଡେପୁଟେଶନ ଆବେଦନକୁ ୨ ଥର ଯାକ ଜାଣିଶୁଣି ବିଳମ୍ୱ କରାଯାଇଥିଲା। ପରବର୍ତ୍ତୀ ସମୟରେ ବୁଝାମଣା ଭିତ୍ତିରେ ଉଭୟଙ୍କୁ ଡେପୁଟେଶନରେ ଯିବା ପାଇଁ ଅନୁମତି ମିଳିଥିଲା। ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ହୋଇ ଓଡ଼ିଶା ଆସିବା ବେଳକୁ ଆରତୀ ଆହୁଜା ଅବସର ନେଇସାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?