ଦାୟୀ ହେବ କିଏ

ଇଞ୍ଜିନିୟରିଂ ଓ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଯଥା-ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଏବଂ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ସେପ୍ଟେମ୍ବରରେ କରିବା ଲାଗି ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପ୍ରସ୍ତୁତି ଆରମ୍ଭ କରିଥିବା ବିଷୟ ନିକଟରେ ଘୋଷଣା କରିଥିଲା। ଏନ୍‌ଟିଏର କାର୍ଯ୍ୟସୂଚୀ ଅନୁଯାୟୀ ଜେଇଇ ମେନ୍‌ ୧ ସେପ୍ଟେମ୍ବରରୁ ୬ ସେପ୍ଟେମ୍ବର ଏବଂ ଏନ୍‌ଇଇଟି ପରୀକ୍ଷା ୧୩ ସେପ୍ଟେମ୍ବରରେ ହେବାକୁ ସ୍ଥିର ହୋଇଛି। ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଡିଆଙ୍କ ସମେତ ଦେଶବ୍ୟାପୀ ବିଭିନ୍ନ ସ୍ତରରୁ ଉକ୍ତ ପରୀକ୍ଷା ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ ଜଣାଇ ଦିଆଯାଇସାରିଲାଣି। କୋଭିଡ୍‌-୧୯ ମହାମାରୀ ଓ ଭାରତର କେତେକ ସ୍ଥାନରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ଥିବାରୁ ଏଭଳି ସମୟରେ ପରୀକ୍ଷା କରାଯିବା ଠିକ୍‌ ନୁହେଁ ବୋଲି କୁହାଯାଉଛି। ଏପରି କି ଜେଇଇ ଓ ଏନ୍‌ଇଇଟି ପରୀକ୍ଷା ସ୍ଥଗିତ ହେବା ନେଇ ଦେଶବ୍ୟାପୀ ଆଲୋଚନା ଚାଲିଥିବା ବେଳେ ସ୍ବିଡେନ୍‌ ପରିବେଶ ପ୍ରବକ୍ତା ଗ୍ରେଟା ଥନ୍‌ବର୍ଗ ଏହା ସପକ୍ଷରେ ଟୁଇଟ୍‌ କରିଛନ୍ତି। ଏଭଳି ସମୟରେ ପରୀକ୍ଷା କରାଯିବା ଅନ୍ୟାୟ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ସୁପ୍ରିମକୋର୍ଟ ପରୀକ୍ଷା ସ୍ଥଗିତ ରଖିବା ଆବେଦନକୁ ଖାରଜ କରିସାରିଛନ୍ତି। କୋର୍ଟ କହିଛନ୍ତି ଯେ, ପରୀକ୍ଷା ବିଳମ୍ବ ହେବା ଅର୍ଥ ଏକ ଶିକ୍ଷାବର୍ଷ ହାତରୁ ପଳାଇଯିବ। ମାତ୍ର ଶୀର୍ଷ ଅଦାଲତଙ୍କ ମତକୁ ଅନେକ ପରୀକ୍ଷାର୍ଥୀଙ୍କ ସମେତ ବିଭିନ୍ନ ବର୍ଗ ଗ୍ରହଣ କରିପାରୁନାହାନ୍ତି।
ଦୁଇଟି ପରୀକ୍ଷାରେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ସାଧାରଣତଃ ଏହି ପରୀକ୍ଷା ପ୍ରତିବର୍ଷ ଏପ୍ରିଲ ଓ ମେ’ ମଧ୍ୟରେ ହୋଇଥାଏ। ଏହା ୩ ମାସ ବିଳମ୍ବ ହୋଇସାରିଲାଣି। କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ସ୍ଥିତି କେବେ ସ୍ବାଭାବିକ ହେବ ତାହା କହିହେଉ ନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଟିକା ପାଇଁ ପ୍ରସ୍ତୁତି ଚାଲିଥିଲେ ମଧ୍ୟ ଏହା ୨୦୨୧ ପ୍ରଥମ ତ୍ରୈମାସ ପୂର୍ବରୁ ଆସିବା ସମ୍ଭାବନା କମ୍‌ ବୋଲି ବୈଜ୍ଞାନିକମାନେ କହିଲେଣିି। ଯଦି ସେବେ ସ୍ଥିତି ସ୍ବାଭାବିକ ହୋଇଯାଏ, ତାହା ହେଲେ ସମ୍ପୂର୍ଣ୍ଣ ଭାବେ ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ର ଏକ ଶିକ୍ଷାବର୍ଷ ନିଶ୍ଚିତ ହରାଇବେ। ଏତେ ଅସୁବିଧା ଆଖିକୁ ଦେଖାଯାଉଥିଲେ ମଧ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପରୀକ୍ଷାର୍ଥୀଙ୍କ ଶାରୀରିକ ଉପସ୍ଥିତି ବିପଦ ଆଣିବାର ସବୁ ଆଶଙ୍କା ରଖୁଛି। ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେବା ସପକ୍ଷରେ ଯୁକ୍ତି ବାଢ଼ୁଥିବା ବ୍ୟକ୍ତି କହୁଛନ୍ତି ଯେ, କୋଭିଡ୍‌-୧୯ ନିୟମାବଳୀ ପାଳନ କରାଯାଇ ପରୀକ୍ଷା ପରିିଚାଳନା କରାଯାଇପାରନ୍ତା। ମଲ୍‌ ଖୋଲିବାକୁ ଅନୁମତି ଦିଆଯାଇସାରିଲାଣି। ଦେଶର ଅନେକ କ୍ଷେତ୍ର ଚଳଚଞ୍ଚଳ ହେଲାଣି। ସେହି ଦୃଷ୍ଟିରୁ ଦେଖିଲେ ଶିକ୍ଷା ଭଳି ମୌଳିକ ଭିତ୍ତିଭୂମିକୁ ଅଣଦେଖା କରାଯିବା ଉଚିତ ନୁହେଁ। ଜେଇଇ ବା ଏନ୍‌ଇଇଟି ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର କିଶୋର ହୋଇଥିବାରୁ ସେମାନେ କୋଭିଡ୍‌-୧୯ ନିୟମ ମାନି ଚଳିବା ଲାଗି ବିବେକୀ ସ୍ତରକୁ ଆସିଯିବେଣି। ଏଭଳିସ୍ଥଳେ ଏନ୍‌ଟିଏ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବାର ଲକ୍ଷ୍ୟ ରଖାଯାଇ ଅଧିକ ପରୀକ୍ଷା କେନ୍ଦ୍ରର ଆୟୋଜନ କରାଯାଇପାରନ୍ତା। କିନ୍ତୁ ଏପରି କହିଦେବା ସହଜ ହୋଇଥାଏ। ଏହା ମଧ୍ୟ ଦେଖାଗଲାଣି ଯେ, କୋଭିଡ-୧୯ ଯୋଗୁ କେତେକ ଛାତ୍ରୀଛାତ୍ର ଆବେଦନ କରିଥିବା ପରୀକ୍ଷା କେନ୍ଦ୍ରଠାରୁ ବହୁ ଦୂରରେ ଅଛନ୍ତି। ଗମନାଗମନ ବ୍ୟବସ୍ଥା ସୁଗମ ହୋଇପାରି ନ ଥିବାରୁ ସେମାନଙ୍କୁ ସୂଚନା ଦିଆଯାଇଥିବା କେନ୍ଦ୍ରରେ ପହଞ୍ଚିବା କଷ୍ଟକର। ପୁଣି ଏହି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ବିଦ୍ୟାର୍ଥୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସମ୍ଭବ ହୋଇ ନ ପାରେ।
ପ୍ରବେଶିକା ପରୀକ୍ଷା କରାଯିବ ନା ତାହାକୁ ଘୁଞ୍ଚାଇ ଦିଆଯିବ, ସେ ନେଇ ବିତର୍କ କରାଯିବା ଅପେକ୍ଷା ସମାଧାନର ସୂତ୍ର ବାହାର କରାଯିବା ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଉଚିତ। ଏଥିସହିତ ସେମାନଙ୍କ କ୍ୟାରିୟରକୁ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟିଦେବା ଦରକାର। ସେଥିପାଇଁ ମଧ୍ୟମ ପନ୍ଥା ହୋଇପାରେ ଅନ୍‌ଲାଇନ୍‌-ପରୀକ୍ଷା। ଜେଇଇ ଓ ଏନ୍‌ଇଇଟି ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀ ଟେକ୍ନୋ ସାଭି ବା ପ୍ରଯୁକ୍ତିବିଦ୍ୟାସମ୍ପନ୍ନ ହୋଇଥିବାରୁ ଘରେ ବସି ସେମାନେ ପରୀକ୍ଷା ଦେଇପାରନ୍ତେ। ଏବେ ଯେଉଁ ବ୍ୟବସ୍ଥା ଅଛି ସେଥିରେ ଏହି ଦୁଇ ପରୀକ୍ଷାରେ ଆସୁଥିବା ପ୍ରଶ୍ନଗୁଡ଼ିକ ଅବ୍‌ଜେକ୍ଟିଭ୍‌ ।
ତାହାର ଉତ୍ତର ଦେବା ସକାଶେ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଅନୁଯାୟୀ ଅନ୍‌ଲାଇନ୍‌ ପରୀକ୍ଷା କରାଗଲେ ପରୀକ୍ଷାର୍ଥୀଙ୍କ ପକ୍ଷେ ବହି ଦେଖିବା ବା ଚିଟିଂ କରିବା ସହଜ ହେବ ନାହିଁ। ବହି ଖେଳାଇ ଉତ୍ତର ଦେଲା ବେଳକୁ ଘଣ୍ଟି ବାଜିଯାଇଥିବ। ଅନ୍ୟପକ୍ଷରେ ଯେଉଁମାନେ ପରୀକ୍ଷା କେନ୍ଦ୍ର ମାଧ୍ୟମରେ ଜେଇଇ ଓ ଏନ୍‌ଇଇଟି ପରିଚାଳନା କରାଯାଉ ବୋଲି କହୁଛନ୍ତି, ସେମାନେ କୌଣସି ପ୍ରକାରର ଅସ୍ବାଭାବିକ ପରିସ୍ଥିତି ପାଇଁ ଦାୟୀ ହେବେ କି ବୋଲି ପ୍ରଶ୍ନ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri