ଦାୟୀ ହେବ କିଏ

ଇଞ୍ଜିନିୟରିଂ ଓ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଯଥା-ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଏବଂ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ସେପ୍ଟେମ୍ବରରେ କରିବା ଲାଗି ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପ୍ରସ୍ତୁତି ଆରମ୍ଭ କରିଥିବା ବିଷୟ ନିକଟରେ ଘୋଷଣା କରିଥିଲା। ଏନ୍‌ଟିଏର କାର୍ଯ୍ୟସୂଚୀ ଅନୁଯାୟୀ ଜେଇଇ ମେନ୍‌ ୧ ସେପ୍ଟେମ୍ବରରୁ ୬ ସେପ୍ଟେମ୍ବର ଏବଂ ଏନ୍‌ଇଇଟି ପରୀକ୍ଷା ୧୩ ସେପ୍ଟେମ୍ବରରେ ହେବାକୁ ସ୍ଥିର ହୋଇଛି। ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଡିଆଙ୍କ ସମେତ ଦେଶବ୍ୟାପୀ ବିଭିନ୍ନ ସ୍ତରରୁ ଉକ୍ତ ପରୀକ୍ଷା ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ ଜଣାଇ ଦିଆଯାଇସାରିଲାଣି। କୋଭିଡ୍‌-୧୯ ମହାମାରୀ ଓ ଭାରତର କେତେକ ସ୍ଥାନରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ଥିବାରୁ ଏଭଳି ସମୟରେ ପରୀକ୍ଷା କରାଯିବା ଠିକ୍‌ ନୁହେଁ ବୋଲି କୁହାଯାଉଛି। ଏପରି କି ଜେଇଇ ଓ ଏନ୍‌ଇଇଟି ପରୀକ୍ଷା ସ୍ଥଗିତ ହେବା ନେଇ ଦେଶବ୍ୟାପୀ ଆଲୋଚନା ଚାଲିଥିବା ବେଳେ ସ୍ବିଡେନ୍‌ ପରିବେଶ ପ୍ରବକ୍ତା ଗ୍ରେଟା ଥନ୍‌ବର୍ଗ ଏହା ସପକ୍ଷରେ ଟୁଇଟ୍‌ କରିଛନ୍ତି। ଏଭଳି ସମୟରେ ପରୀକ୍ଷା କରାଯିବା ଅନ୍ୟାୟ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ସୁପ୍ରିମକୋର୍ଟ ପରୀକ୍ଷା ସ୍ଥଗିତ ରଖିବା ଆବେଦନକୁ ଖାରଜ କରିସାରିଛନ୍ତି। କୋର୍ଟ କହିଛନ୍ତି ଯେ, ପରୀକ୍ଷା ବିଳମ୍ବ ହେବା ଅର୍ଥ ଏକ ଶିକ୍ଷାବର୍ଷ ହାତରୁ ପଳାଇଯିବ। ମାତ୍ର ଶୀର୍ଷ ଅଦାଲତଙ୍କ ମତକୁ ଅନେକ ପରୀକ୍ଷାର୍ଥୀଙ୍କ ସମେତ ବିଭିନ୍ନ ବର୍ଗ ଗ୍ରହଣ କରିପାରୁନାହାନ୍ତି।
ଦୁଇଟି ପରୀକ୍ଷାରେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ସାଧାରଣତଃ ଏହି ପରୀକ୍ଷା ପ୍ରତିବର୍ଷ ଏପ୍ରିଲ ଓ ମେ’ ମଧ୍ୟରେ ହୋଇଥାଏ। ଏହା ୩ ମାସ ବିଳମ୍ବ ହୋଇସାରିଲାଣି। କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ସ୍ଥିତି କେବେ ସ୍ବାଭାବିକ ହେବ ତାହା କହିହେଉ ନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଟିକା ପାଇଁ ପ୍ରସ୍ତୁତି ଚାଲିଥିଲେ ମଧ୍ୟ ଏହା ୨୦୨୧ ପ୍ରଥମ ତ୍ରୈମାସ ପୂର୍ବରୁ ଆସିବା ସମ୍ଭାବନା କମ୍‌ ବୋଲି ବୈଜ୍ଞାନିକମାନେ କହିଲେଣିି। ଯଦି ସେବେ ସ୍ଥିତି ସ୍ବାଭାବିକ ହୋଇଯାଏ, ତାହା ହେଲେ ସମ୍ପୂର୍ଣ୍ଣ ଭାବେ ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ର ଏକ ଶିକ୍ଷାବର୍ଷ ନିଶ୍ଚିତ ହରାଇବେ। ଏତେ ଅସୁବିଧା ଆଖିକୁ ଦେଖାଯାଉଥିଲେ ମଧ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପରୀକ୍ଷାର୍ଥୀଙ୍କ ଶାରୀରିକ ଉପସ୍ଥିତି ବିପଦ ଆଣିବାର ସବୁ ଆଶଙ୍କା ରଖୁଛି। ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେବା ସପକ୍ଷରେ ଯୁକ୍ତି ବାଢ଼ୁଥିବା ବ୍ୟକ୍ତି କହୁଛନ୍ତି ଯେ, କୋଭିଡ୍‌-୧୯ ନିୟମାବଳୀ ପାଳନ କରାଯାଇ ପରୀକ୍ଷା ପରିିଚାଳନା କରାଯାଇପାରନ୍ତା। ମଲ୍‌ ଖୋଲିବାକୁ ଅନୁମତି ଦିଆଯାଇସାରିଲାଣି। ଦେଶର ଅନେକ କ୍ଷେତ୍ର ଚଳଚଞ୍ଚଳ ହେଲାଣି। ସେହି ଦୃଷ୍ଟିରୁ ଦେଖିଲେ ଶିକ୍ଷା ଭଳି ମୌଳିକ ଭିତ୍ତିଭୂମିକୁ ଅଣଦେଖା କରାଯିବା ଉଚିତ ନୁହେଁ। ଜେଇଇ ବା ଏନ୍‌ଇଇଟି ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର କିଶୋର ହୋଇଥିବାରୁ ସେମାନେ କୋଭିଡ୍‌-୧୯ ନିୟମ ମାନି ଚଳିବା ଲାଗି ବିବେକୀ ସ୍ତରକୁ ଆସିଯିବେଣି। ଏଭଳିସ୍ଥଳେ ଏନ୍‌ଟିଏ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବାର ଲକ୍ଷ୍ୟ ରଖାଯାଇ ଅଧିକ ପରୀକ୍ଷା କେନ୍ଦ୍ରର ଆୟୋଜନ କରାଯାଇପାରନ୍ତା। କିନ୍ତୁ ଏପରି କହିଦେବା ସହଜ ହୋଇଥାଏ। ଏହା ମଧ୍ୟ ଦେଖାଗଲାଣି ଯେ, କୋଭିଡ-୧୯ ଯୋଗୁ କେତେକ ଛାତ୍ରୀଛାତ୍ର ଆବେଦନ କରିଥିବା ପରୀକ୍ଷା କେନ୍ଦ୍ରଠାରୁ ବହୁ ଦୂରରେ ଅଛନ୍ତି। ଗମନାଗମନ ବ୍ୟବସ୍ଥା ସୁଗମ ହୋଇପାରି ନ ଥିବାରୁ ସେମାନଙ୍କୁ ସୂଚନା ଦିଆଯାଇଥିବା କେନ୍ଦ୍ରରେ ପହଞ୍ଚିବା କଷ୍ଟକର। ପୁଣି ଏହି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ବିଦ୍ୟାର୍ଥୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସମ୍ଭବ ହୋଇ ନ ପାରେ।
ପ୍ରବେଶିକା ପରୀକ୍ଷା କରାଯିବ ନା ତାହାକୁ ଘୁଞ୍ଚାଇ ଦିଆଯିବ, ସେ ନେଇ ବିତର୍କ କରାଯିବା ଅପେକ୍ଷା ସମାଧାନର ସୂତ୍ର ବାହାର କରାଯିବା ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଉଚିତ। ଏଥିସହିତ ସେମାନଙ୍କ କ୍ୟାରିୟରକୁ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟିଦେବା ଦରକାର। ସେଥିପାଇଁ ମଧ୍ୟମ ପନ୍ଥା ହୋଇପାରେ ଅନ୍‌ଲାଇନ୍‌-ପରୀକ୍ଷା। ଜେଇଇ ଓ ଏନ୍‌ଇଇଟି ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀ ଟେକ୍ନୋ ସାଭି ବା ପ୍ରଯୁକ୍ତିବିଦ୍ୟାସମ୍ପନ୍ନ ହୋଇଥିବାରୁ ଘରେ ବସି ସେମାନେ ପରୀକ୍ଷା ଦେଇପାରନ୍ତେ। ଏବେ ଯେଉଁ ବ୍ୟବସ୍ଥା ଅଛି ସେଥିରେ ଏହି ଦୁଇ ପରୀକ୍ଷାରେ ଆସୁଥିବା ପ୍ରଶ୍ନଗୁଡ଼ିକ ଅବ୍‌ଜେକ୍ଟିଭ୍‌ ।
ତାହାର ଉତ୍ତର ଦେବା ସକାଶେ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଅନୁଯାୟୀ ଅନ୍‌ଲାଇନ୍‌ ପରୀକ୍ଷା କରାଗଲେ ପରୀକ୍ଷାର୍ଥୀଙ୍କ ପକ୍ଷେ ବହି ଦେଖିବା ବା ଚିଟିଂ କରିବା ସହଜ ହେବ ନାହିଁ। ବହି ଖେଳାଇ ଉତ୍ତର ଦେଲା ବେଳକୁ ଘଣ୍ଟି ବାଜିଯାଇଥିବ। ଅନ୍ୟପକ୍ଷରେ ଯେଉଁମାନେ ପରୀକ୍ଷା କେନ୍ଦ୍ର ମାଧ୍ୟମରେ ଜେଇଇ ଓ ଏନ୍‌ଇଇଟି ପରିଚାଳନା କରାଯାଉ ବୋଲି କହୁଛନ୍ତି, ସେମାନେ କୌଣସି ପ୍ରକାରର ଅସ୍ବାଭାବିକ ପରିସ୍ଥିତି ପାଇଁ ଦାୟୀ ହେବେ କି ବୋଲି ପ୍ରଶ୍ନ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri