କୋଭିଡ୍‌ର ଆର୍ଥିକ ପ୍ରଭାବ ଆକଳନ କଷ୍ଟକର: ଆର୍‌ବିଆଇ

ନୂଆଦିଲ୍ଲୀ,୨୬।୮: କୋଭିଡ୍‌ ଯୋଗୁ ଘରୋଇ ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବର୍ତ୍ତମାନ କରୋନା ସଂକ୍ରମଣ ବଢିଚାଲିଛି। ଏବେ କୋଭିଡ୍‌ ଯୋଗୁ ହୋଇଥିବା ପ୍ରକୃତ ଆର୍ଥିକ କ୍ଷତି ମାପିବା କଷ୍ଟକର ବୋଲି ରିଜର୍ଭ ବ୍ୟାଙ୍କ ମଙ୍ଗଳବାର କହିଛି। ଜିଡିପିକୁ ପ୍ରାୟ (-)୧୨ କ୍ଷତି ହୋଇଥିବା କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ଏହା ମଧ୍ୟରେ ପରିବାର, ଫାର୍ମ ଏବଂ ସରକାରଙ୍କୁ ଅର୍ଥ ବ୍ୟବସ୍ଥାର ପ୍ରମୁଖ କାରକ ଭାବେ ବିଚାର କରାଯାଇଛି। ଲକ୍‌ଡାଉନ ଯୋଗୁ ପରିବାରଗୁଡିକ ବର୍ତ୍ତମାନ ଘରେ ରହିଛନ୍ତି। ଫାର୍ମଗୁଡିକୁ ଶ୍ରମିକ ଯୋଗାଣ ହ୍ରାସ ଘଟିଛି। ଆୟ କମିବା ଯୋଗୁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ବିରତ ହେଉଛନ୍ତି। କରୋନା ମାମଲା ବଢିବା ଯୋଗୁ ଲୋକମାନେ ଅନ୍ୟ ସ୍ଥାନକୁ ଯିବା ଆସିବା ତଥା ସାମାଜିକ କଟକଣା ଭଳି ବିଭିନ୍ନ ନିୟମ ଦେଇ ଗତି କରୁଛନ୍ତି।
ଲକ୍‌ଡାଉନ ହେବା ଯୋଗୁ ଯୋଗାଣ ପ୍ରଭାବିତ ହୋଇଛି। ସେହିଭଳି ଶ୍ରମଶକ୍ତି ଯୋଗାଣ କମିବା ଯୋଗୁ ଏହା ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିଛି। ଉତ୍ପାଦନ କମିବା ଯୋଗୁ ଏହା କମ୍ପାନୀଗୁଡିକର ଲାଭ ଉପରେ ପ୍ରଭାବ ପକାଇଛି। ବେତନ ମଧ୍ୟ କମ୍‌ ଅଭିବୃଦ୍ଧି ହୋଇଛି। ଫଳରେ ଏହା ସାମଗ୍ରିକ ଭାବେ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ଧାରା ଜାରି ରହିଥିଲେ ମଧ୍ୟ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ବୃଦ୍ଧି ହୋଇଛି। ଲକ୍‌ଡାଉନ ନ ଜାରି ହୋଇଥିଲେ ଏହା ଯୋଗାଣ ଏବଂ ମୁଦ୍ରାସ୍ଫୀତିକୁ ଏହା ଗଭୀର ଭାବେ ପ୍ରଭାବିତ କରିଥାନ୍ତା। ଫଳରେ ଉତ୍ପାଦନ ଠପ୍‌ ହୋଇ ଯାଇଥାନ୍ତା ବୋଲି ଆର୍‌ବିଆଇ କହିଛି। ଅର୍ଥ ବ୍ୟବସ୍ଥାକୁ ପ୍ରଭାବ ଆସିଥିଲେ ମଧ୍ୟ ଆର୍ଥିକ କାର୍ଯ୍ୟକଳାପ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଥିବା କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri