କୋଭିଡ୍‌ର ଆର୍ଥିକ ପ୍ରଭାବ ଆକଳନ କଷ୍ଟକର: ଆର୍‌ବିଆଇ

ନୂଆଦିଲ୍ଲୀ,୨୬।୮: କୋଭିଡ୍‌ ଯୋଗୁ ଘରୋଇ ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବର୍ତ୍ତମାନ କରୋନା ସଂକ୍ରମଣ ବଢିଚାଲିଛି। ଏବେ କୋଭିଡ୍‌ ଯୋଗୁ ହୋଇଥିବା ପ୍ରକୃତ ଆର୍ଥିକ କ୍ଷତି ମାପିବା କଷ୍ଟକର ବୋଲି ରିଜର୍ଭ ବ୍ୟାଙ୍କ ମଙ୍ଗଳବାର କହିଛି। ଜିଡିପିକୁ ପ୍ରାୟ (-)୧୨ କ୍ଷତି ହୋଇଥିବା କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ଏହା ମଧ୍ୟରେ ପରିବାର, ଫାର୍ମ ଏବଂ ସରକାରଙ୍କୁ ଅର୍ଥ ବ୍ୟବସ୍ଥାର ପ୍ରମୁଖ କାରକ ଭାବେ ବିଚାର କରାଯାଇଛି। ଲକ୍‌ଡାଉନ ଯୋଗୁ ପରିବାରଗୁଡିକ ବର୍ତ୍ତମାନ ଘରେ ରହିଛନ୍ତି। ଫାର୍ମଗୁଡିକୁ ଶ୍ରମିକ ଯୋଗାଣ ହ୍ରାସ ଘଟିଛି। ଆୟ କମିବା ଯୋଗୁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ବିରତ ହେଉଛନ୍ତି। କରୋନା ମାମଲା ବଢିବା ଯୋଗୁ ଲୋକମାନେ ଅନ୍ୟ ସ୍ଥାନକୁ ଯିବା ଆସିବା ତଥା ସାମାଜିକ କଟକଣା ଭଳି ବିଭିନ୍ନ ନିୟମ ଦେଇ ଗତି କରୁଛନ୍ତି।
ଲକ୍‌ଡାଉନ ହେବା ଯୋଗୁ ଯୋଗାଣ ପ୍ରଭାବିତ ହୋଇଛି। ସେହିଭଳି ଶ୍ରମଶକ୍ତି ଯୋଗାଣ କମିବା ଯୋଗୁ ଏହା ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିଛି। ଉତ୍ପାଦନ କମିବା ଯୋଗୁ ଏହା କମ୍ପାନୀଗୁଡିକର ଲାଭ ଉପରେ ପ୍ରଭାବ ପକାଇଛି। ବେତନ ମଧ୍ୟ କମ୍‌ ଅଭିବୃଦ୍ଧି ହୋଇଛି। ଫଳରେ ଏହା ସାମଗ୍ରିକ ଭାବେ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ଧାରା ଜାରି ରହିଥିଲେ ମଧ୍ୟ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ବୃଦ୍ଧି ହୋଇଛି। ଲକ୍‌ଡାଉନ ନ ଜାରି ହୋଇଥିଲେ ଏହା ଯୋଗାଣ ଏବଂ ମୁଦ୍ରାସ୍ଫୀତିକୁ ଏହା ଗଭୀର ଭାବେ ପ୍ରଭାବିତ କରିଥାନ୍ତା। ଫଳରେ ଉତ୍ପାଦନ ଠପ୍‌ ହୋଇ ଯାଇଥାନ୍ତା ବୋଲି ଆର୍‌ବିଆଇ କହିଛି। ଅର୍ଥ ବ୍ୟବସ୍ଥାକୁ ପ୍ରଭାବ ଆସିଥିଲେ ମଧ୍ୟ ଆର୍ଥିକ କାର୍ଯ୍ୟକଳାପ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଥିବା କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri