Posted inଜାତୀୟ

କିଏ କହୁଛି ଲୋକ ସଭା ସୁନ୍ଦର ନୁହେଁ, ୬ ମହିଳା ଏମ୍‌ପିଙ୍କ ସହିତ ଫଟୋ ଶେୟାର କଲେ ଥରୁର୍‌…

ନୂଆଦିଲ୍ଲୀ,୨୯।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ କୃଷି ନିୟମକୁ ଫେରାଇ ଆଣିବା ପାଇଁ ସମସ୍ତ ନଜର ଥିଲା। ଏପରିସ୍ଥଳେ ସୋସିଆଲ ମିଡିଆରେ ଅନ୍ୟ କିଛି ବିଷୟରେ ଆଲୋଚନା ହେଉଛି। କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କ ଏକ ଟୁଇଟ ଭାଇରାଲ ହୋଇଛି। ଥିରୁବନନ୍ତପୁରମର ଲୋକସଭା ଏମ୍‌ପି ଥରୁର ସକାଳ ପ୍ରାୟ ୧୨ ଟା ୪୫ରେ ଏକ ଫଟୋ ଟୁଇଟ କରିଛନ୍ତି। ଏଥିରେ ୬ ଜଣ ମହିଳା ଏମ୍‌ପି ତାଙ୍କ ସହ ନଜର ଆସିଛନ୍ତି। ଟ୍ରୋଲରମାନେ ଏହି ଫଟୋକୁ ଉପଭୋଗ କରୁଛନ୍ତି କିନ୍ତୁ ଅନେକ ଲୋକ ତାଙ୍କ କ୍ୟାପଶନକୁ ଆଦୌ ପସନ୍ଦ କରି ନାହାନ୍ତି।

ଫଟୋଟି ତୃଣମୂଳ କଂଗ୍ରେସ ଏମ୍‌ପି ମିମି ଚକ୍ରବର୍ତ୍ତୀଙ୍କ ଦ୍ୱାରା ନିଆଯାଇଛି। ଏହାକୁ ଥରୁର ଦ୍ୱାରା ପୋଷ୍ଟ କରାଯାଇଥିଲା। ଏହି ଫଟୋରେ ଟିଏମସିର ନୁସରତ ଜାହାନ, କଂଗ୍ରେସର ପ୍ରୀତି କୌର ଏବଂ ଜ୍ୟୋତିମଣି, ଡିଏମକେର ସୁମତି ଏବଂ ଏନସିପିର ସୁପ୍ରିୟା ସୁଲେ ଦେଖିବାକୁ ମିଳୁଛି। ଥରୁର ତାଙ୍କ ଟୁଇଟରେ ଲେଖିଛନ୍ତି, ଲୋକସଭା କାମ କରିବା ପାଇଁ ଆକର୍ଷଣୀୟ ସ୍ଥାନ ନୁହେଁ ବୋଲି କିଏ କହୁଛି? ଆଜି ସକାଳେ ମୋର ୬ ଜଣ ଏମ୍‌ପିଙ୍କ ସହ ଫଟୋ….1

କେତେକ ୟୁଜର ଥରୁରଙ୍କ ଟୁଇଟର ଭାଷାକୁ ପସନ୍ଦ କରି ନାହାନ୍ତି। ବିଶେଷ ଭାବରେ, ଅନେକ ‘ଆକର୍ଷଣୀୟ’ ଶବ୍ଦର ବ୍ୟବହାରକୁ ବିରୋଧ କରିଛନ୍ତି। ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ଲେଖିଛନ୍ତି ଯେ ଆପଣ ସଂସଦରେ ସେମାନଙ୍କର (ମହିଳା ଏମ୍‌ପି) ଅବଦାନକୁ ଅପମାନ କରୁଛନ୍ତି।

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଥରୁର କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ସେଲଫିକୁ ଏକ ମଜାଳିଆ ଢଙ୍ଗରେ ନିଆଯାଇଛି ଏବଂ ସେମାନେ (ମହିଳା ଏମ୍‌ପି) ମୋତେ ସମାନ ଢଙ୍ଗରେ ଟୁଇଟ କରିବାକୁ କହିଛନ୍ତି। ମୁଁ ଦୁଃଖିତ, ଯଦି ଏହା କିଛି ଲୋକଙ୍କୁ ଲାଗିଥାଏ। କିନ୍ତୁ କର୍ମକ୍ଷେତ୍ରରେ ଏପରି ମିଳାମିଶରେ ଅଂଶଗ୍ରହଣ କରିଥିବାରୁ ମୁଁ ଖୁସି ବୋଲି ଥରୁର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମାଠ ଛକରେ ବଢ଼ିବାରେ ଲାଗିଛି ଅପରାଧ, ପୋଲିସ ଫାଣ୍ଡିରେ ଅଧିକାରୀ ନିଯୁକ୍ତି ଦାବି

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଶେଷ ସୀମାନ୍ତ ଅଞ୍ଚଳରେ ଥିବା ଅମାଠ ଛକରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । କାରଣ ଉକ୍ତ…

ହର୍ମୁଜ ଦେଇ ଯାଉଥିବା ଜାହାଜ ଉପରେ ୨୦% ଟିକସ ଲଗାଇବା ପାଇଁ ଯୋଜନା ଘୋଷଣା କଲା ଆମେରିକା; ଇରାନ କହିଲା -‘ଟ୍ରମ୍ପ ସମ୍ପୂର୍ଣ୍ଣ ଠିକ…’

ତେହରାନ,୧୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ସମସ୍ତ ଜାହାଜ ଉପରେ 20% ଟିକସ ଘୋଷଣା ଉପରେ ଇରାନ ପ୍ରତିଆକ୍ରମଣ କରିଛି।…

ଅଶାନ୍ତ ମିଡଲ ଇଷ୍ଟ: ତେଲ ଟ୍ୟାଙ୍କର ଉପରେ ଆକ୍ରମଣରେ ଭାରତୀୟ ମୃତ

ତେହରାନ,୧୪।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏବେ ସମଗ୍ର ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ପରି ମନେ ହେଉଛି। ଏହା ମଧ୍ୟରେ, ସଂଯୁକ୍ତ ଆରବ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ରାମ ମନ୍ଦିର ଦାନ ଟଙ୍କା ଚୋରି ମାମଲା: ୟୁପି ଏସ୍‌ଆଇଟିକୁ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୭ (ପି.ଟି.): ଅଯୋଧ୍ୟା ରାମମନ୍ଦିରକୁ ମିଳିଥିବା ଦାନ ଟଙ୍କା ଆତ୍ମସାତ୍‌ ଅଭିଯୋଗର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ଗଠନ କରିଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)କୁ ମାମଲା…

ନବଯୌବନ ଦର୍ଶନ ଆଜି, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ,୧୪।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଅଣସର ଶେଷ ହୋଇଛି। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ଦଇତାପତି ସେବକମାନେ…

ଦୁଇ ଘଣ୍ଟା ପାଇଁ ୪ ସହରକୁ ୟେଲୋ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ, ପ୍ରବଳ ବର୍ଷା…

ଭୁବନେଶ୍ବର,୧୪।୭: ଖୋର୍ଦ୍ଧା, ଭୁବନେଶ୍ବର, କଟକ, ପୁରୀ ପାଇଁ ୟେଲୋ ୱାର୍ନିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଏକାଧିକ…

ପ୍ୟାରିସ୍‌ ନିକଟତର ହେଲା ଜଙ୍ଗଲ ନିଆଁ

ଆଭୋନ(ଫ୍ରାନ୍ସ),୧୪ା୭: ପଶ୍ଚିମ ୟୁରୋପରେ ପ୍ରଚଣ୍ଡ ଗ୍ରୀଷ୍ମଲହରି ଲାଗିରହିଥିବାବେଳେ ବ୍ୟାପକ ଅଞ୍ଚଳରେ ଜଙ୍ଗଲ ଜଳୁଛି। ସ୍ପେନ୍‌ରେ ଜଙ୍ଗଲ ନିଆଁ ଏପର୍ଯ୍ୟନ୍ତ ୧୩ ଜଣଙ୍କ ଜୀବନ ନେଲାଣି। ସୋମବାର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri