Advertisement
Posted inଜାତୀୟ

‘ସ୍ବର୍ଣ୍ଣ ମନ୍ଦିରରେ କିଏ ରାହୁଲଙ୍କ ପକେଟ୍‌ ମାରିଛି’

ଚଣ୍ଡିଗଡ଼,୩୦।୧: ‘ଶ୍ରୀ ହରମନ୍ଦିର ସାହିବରେ କିଏ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପକେଟ ମାର କରିଛି’। ଏଭଳି ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସିରୋମଣି ଅକାଳି ଦଳ (ଏସ୍‌ଏଡଟ୍ର ଏମ୍‌ପି ହରସିମରତ କୌର ବାଦଲ।

ଆଗାମୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପାଇଁ ବୁଧବାର ପଞ୍ଜାବରେ ପହଞ୍ଚିଥିଲେ ରାହୁଲ। ଏହି ଗସ୍ତ ବେଳେ ସେ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ମଧ୍ୟ ଯାଇଥିଲେ। ସେଠାରେ କଂଗ୍ରେସ ଦଳର କିଛି ବିଧାୟକ ପ୍ରାର୍ଥୀ ମାରପିଟ ଲାଗିଥିଲେ। ସେହି ଦିନ ସନ୍ଧ୍ୟାରେ ଜଳନ୍ଧରରେ ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିଥିଲେ ପୂର୍ବତନ କଂଗ୍ରସ ସଭାପତି। ତାଙ୍କ ସହ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି, ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧଓ୍ବା ଏବଂ ଓପି ସୋନି ଉପସ୍ଥିତ ଥିଲେ।

“ ମୁଖ୍ୟମନ୍ତ୍ରୀ ଚନ୍ନି, କଂଗ୍ରେସ ରାଜ୍ୟ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏବଂ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧଓ୍ବାଙ୍କ ମଧ୍ୟରୁ କିଏ ଶ୍ରୀ ହରମନ୍ଦିର ସାହିବରେ ରାହୁଲ ଗାନ୍ଧୀଙ୍କ ପକେଟ ମାରିଛି। କାରଣ ଏହି ୩ ଲୋକଙ୍କ ଛଡ଼ା ଜେଡ୍‌ ସିକ୍ୟୁରିଟି କାହାକୁ ରାହୁଲଙ୍କ ପାଖ ମାଡ଼ିବାକୁ ଦେଇ ନ ଥିଲେ। ନା ଆମ ପବିତ୍ର ମନ୍ଦିରକୁ ବଦନାମ କରିବା ପାଇଁ ଏହା ଆଉ ଏକ ପ୍ରୟାସ” ବୋଲି ହରସିମରତ କୌର ପ୍ରଶ୍ନ କରିଛନ୍ତି। ତେବେ ପକେଟ ମାର ଘଟଣା ଉପରେ ସେ ଅଧିକ ତଥ୍ୟ ଦେଇ ନାହାନ୍ତି।

ହରସିମରତଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି କଂଗ୍ରେସ ମୁଖ୍ୟ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲା ଲେଖିଛନ୍ତି, ଏଭଳି ମିଥ୍ୟା ଖବର ପ୍ରସାରିତ କରିବା ନିନ୍ଦନୀୟ। ସେଭଳି କିଛି ଘଟଣା ଘଟିନାହିଁ। ରାଜନୈତୀକ ମତଦେଭ ଥିଲେ ମଧ୍ୟ ତାଙ୍କୁ ଦାୟିତ୍ୱବାନ ଓ ପରିକ୍ୱତା ପ୍ରଦର୍ଶିତ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ବିଧାନସଭାରେ ହଙ୍ଗାମା: ଗ୍ୟାସ ସିଲିଣ୍ଡର ପିଠିରେ ବୋହି ଗୃହରେ ପହଞ୍ଚିଲେ ବିରୋଧୀ ବିଧାୟକ

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ବିଧାନସଭାରେ ଶୁକ୍ରବାର ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀ ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌କୁ ନେଇ ହୋହାଲ୍ଲା କରିଥିଲେ। ସମାଜବାଦୀ ପାର୍ଟି...

ଏକାଥରେ ୯ ଜଣଙ୍କୁ ଫାଶୀ

ନୂୂଆଦିଲ୍ଲୀ,୫।୩ : ବିହାରର ଗୋପାଳଗଞ୍ଜ ଜିଲାରେ ୨୦୧୬ରେ ଘଟିଥିବା ମଦ ମୃତ୍ୟୁ ମାମଲାରେ ସ୍ବତନ୍ତ୍ର ଅବକାରୀ କୋର୍ଟ ୯ ଜଣଙ୍କୁ ଫାଶି ଦଣ୍ଡ ଦେଇଛନ୍ତି। ସମାନ...

ଭାଜପା ବିନା ମହାରାଷ୍ଟ୍ରରେ ସରକାର ଗଠନ ଅସମ୍ଭବ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏହାପରେ ବି ଭାରତୀୟ ଜନତା ପାର୍ଟି(ଭାଜପା) ଚୁପ୍‌ ହୋଇ ବସିନାହିଁ। ଏବେବି ସେ ସରକାର ଗଢିବାର...

ଚଢ଼େଇ ମଣିଷ ସହିତ ଗୋଟିଏ ଥାଳିରେ କରୁଛି ଭୋଜନ: ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୧୬।୬: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ହୋଟେଲରେ ଜଣେ ଲୋକଙ୍କ ସହିତ ଗୋଟିଏ ଥାଳିରେ ଚଢ଼େଇ ଭୋଜନ...

କରୋନା ଭାଇରସ ସଂକ୍ରମଣ: ଖୁବ୍‌ଶୀଘ୍ର ଆମେରିକାକୁ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ,୧୭ ।୯: ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । କିଛିଦିନ ହେବ ଲଗାତାର ଭାବେ ୨୪ ଘଣ୍ଟାରେ ୯୦...

‘ଭାରତ କେବେ ଆଫଗାନିସ୍ତାନ ଭଳି ହୋଇପାରିବ ନାହିଁ’

ମୁମ୍ବାଇ,୧୫।୯: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ (ଆରଏସଏସ) ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କୁ ତାଲିବାନ ସହିତ ତୁଳନା କରିଥିବା ଗୀତିକାର ଜାଭେଦ ଅଖତର...

ଶ୍ରୀଶୈଳମ ହାଇଡାଲ ପାଓ୍ବାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ,୨୧।୮: ତେଲେଙ୍ଗାନାର ଶ୍ରୀଶୈଲମ ହାଇଡାଲ ପାଓ୍ବାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ନିଖୋଜ ଅଛନ୍ତି। ପାଓ୍ବାର ପ୍ଲାଣ୍ଟରେ...

ତ୍ରିପୁରା ହୋଟେଲରେ ଅଟକ ପ୍ରଶାନ୍ତ କିଶୋରଙ୍କ ଟିମ୍‌

କୋଲକାତା, ୨୬।୭: ନିର୍ବାଚନ ରଣନୀତି ବିଶାରଦ ପ୍ରଶାନ୍ତ କିଶୋରଙ୍କ ଆଇପିଏସି (ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି)ର ଏକ ଟିମ୍‌କୁ ତ୍ରିପୁରାର ଏକ ହୋଟେଲରେ ଅଟକ ରଖାଯାଇଥିବା...

Advertisement
Archives

Model This Week