କଶ୍ମୀରର ଟୋନି ଅଶାୟ କିଏ? ଯାହାଙ୍କ ସହ ବଲିଉଡ କଳାକାରଙ୍କ ଫଟୋକୁ ନେଇ ଉଠିଛି ବିବାଦ

ବଲିଉଡ ଅଭିନେତାଙ୍କ ସହ କଶ୍ମୀରର ଟୋନି ଆଶାୟଙ୍କ ନାମ ବର୍ତ୍ତମାନ ବିବାଦ ଘେରରେ ରହିଛି। ସୋସିଆଲ ମିଡିଆରେ ଶାହରୁଖ ଖାଁ ଏବଂ ଗୌରୀ ଖାଁଙ୍କ ସହ ଟୋନିଙ୍କ ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଭାଜପା ନେତା ବୈଜୟନ୍ତ ପଣ୍ଡା ବଲିଉଡ ଅଭିନେତାଙ୍କ ସହ ତାଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ପରିସ୍ଥିତିରେ ଆପଣ ଭାବୁଥିବେ ଟୋନି କିଏ, ଯାହାଙ୍କ ବଲିଉଡ ତାରକାଙ୍କ ସହ ଫଟୋକୁ ନେଇ ବିବାଦ ଲାଗି ରହିଛି।

ବୈଜୟନ୍ତ କାହାର ନାମ ନ ନେଇ ବଲିଉଡ୍‌ର କେତେକ  ଅଭିନେତା ପାକିସ୍ତାନର ଆଇଏସ୍‌ଆଇକୁ ପାଣ୍ଠି ଯୋଗାଉଥିବା ଏପରି କିଛି ଲୋକଙ୍କ ସହ ସମ୍ପର୍କ ଥିବା କହିଛନ୍ତି।
ପରବର୍ତ୍ତୀ ସମୟରେ, ଶ୍ରୀନଗରର କାର୍ଯ୍ୟକର୍ତ୍ତା ଅଲ ଇସ୍କନ୍ଦର ଟୋନିଙ୍କୁ ନେଇ ଅନେକ ଟୁଇଟ୍‌ କରିଥିଲେ। ସେ କହିଛନ୍ତି ଯେ, ଟୋନି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟର ସଦସ୍ୟ ଥିଲେ।

ଇସ୍କନ୍ଦରଙ୍କ ଅନୁଯାୟୀ ଟୋନି ଏବଂ ଶାହରୁଖଙ୍କର ବ୍ୟବସାୟିକ ସମ୍ପର୍କ ରହିଛି। ଲସ ଏଞ୍ଜଲେସ୍‌ ଆପାର୍ଟମେଣ୍ଟ ଏବଂ ଦୁବାଇ ବିଲ୍ଡିଂକୁ ଡିଜାଇନ କରିବା ପାଇଁ ଶାହରୁଖ  ଟୋନିଙ୍କ ସହାୟତା ଲୋଡିଥିଲେ। ଟୋନି ଏବଂ ଗୌରୀ ଏକାଠି ଅନେକ ପ୍ରକଳ୍ପ କରିଛନ୍ତି। ଟୋନି ନିଜ ପାଇଁ ବଲିଉଡ ଅଭିନେତାମାନଙ୍କୁ ବ୍ୟବହାର କରୁଛନ୍ତି ।

ଟୋନି ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ। ସେ କାଲିଫର୍ଣ୍ଣିଆର ଜଣେ ବ୍ୟବସାୟୀ। ସେ ଚଣ୍ଡିଗଡ଼ରୁ ସ୍ଥାପତ୍ୟ ଅଧ୍ୟୟନ କରିଥିଲେ। ଏହା ପରେ ସେ ଆମେରିକାରେ ସେଟେଲ୍‌ ହେଲେ। ଟୋନି ପାକିସ୍ତାନର ଅନେକ ବଡ ନେତାଙ୍କ ନିକଟତର ବୋଲି ବିବେଚନା କରାଯାଏ। ଟୋନି ଟୁଇଟରରେ ପାକିସ୍ତାନୀ ନେତାଙ୍କ ଅନେକ ଭିଡିଓ ରହିଛି,ଯେଉଁଥିରେ ସେ ତାଙ୍କୁ ପ୍ରଶଂସା କରିଛନ୍ତି।

https://twitter.com/tonyashai/status/1286186939809296385

ଗଣମାଧ୍ୟମରେ ଚାଲିଥିବା ଖବର ପରେ ଟୋନି ଏକ ଟୁଇଟରେ ସ୍ପଷ୍ଟୀକରଣ ଦେଇଛନ୍ତି। ଲେଖିଛନ୍ତି- ‘ମୋ ଉପରେ ଆଇଏସ୍‌ଆଇ ଏଜେଣ୍ଟର ଷଡଯନ୍ତ୍ରର କାହାଣୀ ଭାରତୀୟ ଗଣମାଧ୍ୟମ ଚଲାଉଛି। ସେମାନେ ଭିତ୍ତିହୀନ। ମୁଁ ତାଙ୍କ ବିରୋଧରେ ଆମେରିକାର କୋର୍ଟରେ ଅଭିଯୋଗ କରିବି ଏବଂ ସେଠାରେ ନିଜକୁ ପ୍ରମାଣ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri