କଶ୍ମୀରର ଟୋନି ଅଶାୟ କିଏ? ଯାହାଙ୍କ ସହ ବଲିଉଡ କଳାକାରଙ୍କ ଫଟୋକୁ ନେଇ ଉଠିଛି ବିବାଦ

ବଲିଉଡ ଅଭିନେତାଙ୍କ ସହ କଶ୍ମୀରର ଟୋନି ଆଶାୟଙ୍କ ନାମ ବର୍ତ୍ତମାନ ବିବାଦ ଘେରରେ ରହିଛି। ସୋସିଆଲ ମିଡିଆରେ ଶାହରୁଖ ଖାଁ ଏବଂ ଗୌରୀ ଖାଁଙ୍କ ସହ ଟୋନିଙ୍କ ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଭାଜପା ନେତା ବୈଜୟନ୍ତ ପଣ୍ଡା ବଲିଉଡ ଅଭିନେତାଙ୍କ ସହ ତାଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ପରିସ୍ଥିତିରେ ଆପଣ ଭାବୁଥିବେ ଟୋନି କିଏ, ଯାହାଙ୍କ ବଲିଉଡ ତାରକାଙ୍କ ସହ ଫଟୋକୁ ନେଇ ବିବାଦ ଲାଗି ରହିଛି।

ବୈଜୟନ୍ତ କାହାର ନାମ ନ ନେଇ ବଲିଉଡ୍‌ର କେତେକ  ଅଭିନେତା ପାକିସ୍ତାନର ଆଇଏସ୍‌ଆଇକୁ ପାଣ୍ଠି ଯୋଗାଉଥିବା ଏପରି କିଛି ଲୋକଙ୍କ ସହ ସମ୍ପର୍କ ଥିବା କହିଛନ୍ତି।
ପରବର୍ତ୍ତୀ ସମୟରେ, ଶ୍ରୀନଗରର କାର୍ଯ୍ୟକର୍ତ୍ତା ଅଲ ଇସ୍କନ୍ଦର ଟୋନିଙ୍କୁ ନେଇ ଅନେକ ଟୁଇଟ୍‌ କରିଥିଲେ। ସେ କହିଛନ୍ତି ଯେ, ଟୋନି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟର ସଦସ୍ୟ ଥିଲେ।

ଇସ୍କନ୍ଦରଙ୍କ ଅନୁଯାୟୀ ଟୋନି ଏବଂ ଶାହରୁଖଙ୍କର ବ୍ୟବସାୟିକ ସମ୍ପର୍କ ରହିଛି। ଲସ ଏଞ୍ଜଲେସ୍‌ ଆପାର୍ଟମେଣ୍ଟ ଏବଂ ଦୁବାଇ ବିଲ୍ଡିଂକୁ ଡିଜାଇନ କରିବା ପାଇଁ ଶାହରୁଖ  ଟୋନିଙ୍କ ସହାୟତା ଲୋଡିଥିଲେ। ଟୋନି ଏବଂ ଗୌରୀ ଏକାଠି ଅନେକ ପ୍ରକଳ୍ପ କରିଛନ୍ତି। ଟୋନି ନିଜ ପାଇଁ ବଲିଉଡ ଅଭିନେତାମାନଙ୍କୁ ବ୍ୟବହାର କରୁଛନ୍ତି ।

ଟୋନି ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ। ସେ କାଲିଫର୍ଣ୍ଣିଆର ଜଣେ ବ୍ୟବସାୟୀ। ସେ ଚଣ୍ଡିଗଡ଼ରୁ ସ୍ଥାପତ୍ୟ ଅଧ୍ୟୟନ କରିଥିଲେ। ଏହା ପରେ ସେ ଆମେରିକାରେ ସେଟେଲ୍‌ ହେଲେ। ଟୋନି ପାକିସ୍ତାନର ଅନେକ ବଡ ନେତାଙ୍କ ନିକଟତର ବୋଲି ବିବେଚନା କରାଯାଏ। ଟୋନି ଟୁଇଟରରେ ପାକିସ୍ତାନୀ ନେତାଙ୍କ ଅନେକ ଭିଡିଓ ରହିଛି,ଯେଉଁଥିରେ ସେ ତାଙ୍କୁ ପ୍ରଶଂସା କରିଛନ୍ତି।

ଗଣମାଧ୍ୟମରେ ଚାଲିଥିବା ଖବର ପରେ ଟୋନି ଏକ ଟୁଇଟରେ ସ୍ପଷ୍ଟୀକରଣ ଦେଇଛନ୍ତି। ଲେଖିଛନ୍ତି- ‘ମୋ ଉପରେ ଆଇଏସ୍‌ଆଇ ଏଜେଣ୍ଟର ଷଡଯନ୍ତ୍ରର କାହାଣୀ ଭାରତୀୟ ଗଣମାଧ୍ୟମ ଚଲାଉଛି। ସେମାନେ ଭିତ୍ତିହୀନ। ମୁଁ ତାଙ୍କ ବିରୋଧରେ ଆମେରିକାର କୋର୍ଟରେ ଅଭିଯୋଗ କରିବି ଏବଂ ସେଠାରେ ନିଜକୁ ପ୍ରମାଣ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri