Posted inଜାତୀୟ

ମହାରାଷ୍ଟ୍ର-ଝାଡଖଣ୍ଡରେ କିଏ ମାରିବ ବାଜି, ଏକଜିଟ ପୋଲ୍‌ ପୂର୍ବରୁ ବଡ଼ ଓଲଟପାଲଟ!

ନୂଆଦିଲ୍ଲୀ,୨୦।୧୧: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଶେଷ ପର୍ଯ୍ୟାୟର ମତଦାନ ଜାରି ରହିଛି। ମହାରାଷ୍ଟ୍ରରେ ଯେତେବେଳେ ଲୋକମାନେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୮୮ଟି ଆସନରେ ନିଜର ମତଦାନ କରୁଛନ୍ତି, ଏହି ସମୟରେ ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହାଇଛି। ଏଠାରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ନଭେମ୍ବର ୧୩ରେ ହୋଇଥିଲା। ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ପଡୁଛି। ଏହା ବ୍ୟତୀତ ୟୁପିର ୯ଟି ବିଧାନସଭା ଆସନ ଏବଂ ଉତ୍ତରାଖଣ୍ଡର କେଦାରନାଥ ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ ଦିଆଯାଉଛି। ଏହାପୂର୍ବରୁ କେରଳର ହାଇ ପ୍ରୋଫାଇଲ ସଂସଦୀୟ ଆସନ ୱାୟାନାଡରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ଏହିସବୁର ରେଜଲ୍ଟ ନଭେମ୍ବର ୨୩ରେ ଆସିବ। କିନ୍ତୁ ଏହାପୂର୍ବରୁ, ଆଜି ସଂଧ୍ୟାରେ ଏକଜିଟ ପୋଲ ଆସିବ, ଯେଉଁଥିରେ ବିଭିନ୍ନ ଏଜେନ୍ସି କେଉଁ ରାଜ୍ୟର କିଏ କ୍ଷମତାସୀନ ହେବ ତାହାର ଆକଳନ କରିବେ।

ଯଦି ମହାରାଷ୍ଟ୍ର ନିର୍ବାଚନକୁ ଦେଖିବା ରାଜ୍ୟରେ, ମହାୟୁତି କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀ ଦଳ ମହା ବିକାଶ ଅଗାଡୀ (MVA) ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ ପାଇଁ ଆଶା ରଖିଛନ୍ତି। ମହାୟୁତିର ମହାମେଣ୍ଟର ଭାଜପା ୧୪୯ଟି ଆସନରେ, ଶିବସେନା ୮୧ଟି ଆସନରେ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୫୯ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇଛନ୍ତି।

ମହା ବିକାଶ ଅଗାଡିରେ କଂଗ୍ରେସ ୧୦୧ଜଣ ପ୍ରାର୍ଥୀ, ଶିବସେନା (ୟୁବିଟି) ୯୫ଜଣ ପ୍ରାର୍ଥୀ ଏବଂ ଏନସିପି (ଶରତ ପାୱାର) ୮୬ ଜଣ ପ୍ରାର୍ଥୀ ଦେଇଛନ୍ତି। ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇଟେହାଦ-ଉଲ-ମୁସଲିମ (AIMIM) ସମେତ ଛୋଟ ଦଳ ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ବିଏସପି ୨୩୭ଜଣ ପ୍ରାର୍ଥୀ ଏବଂ AIMIM ୧୭ ଜଣ ପ୍ରାର୍ଥୀ ଦେଇଛନ୍ତି।

ଝାଡଖଣ୍ଡରେ ଶାସକ ଇଣ୍ଡିଆ ମେଣ୍ଟ ଓ ଏନଡିଏ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। ଜେଏମଏମ ନେତୃତ୍ୱାଧୀନ ମିଳିତ ମେଣ୍ଟ ଏହାର କଲ୍ୟାଣକାରୀ ଯୋଜନା ଆଧାରରେ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଥିବାବେଳେ ହିନ୍ଦୁତ୍ୱ, ବାଂଲାଦେଶରୁ ଅନୁପ୍ରବେଶ ଏବଂ ବର୍ତ୍ତମାନର ସରକାରଙ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇ ଭାଜପା ନିର୍ବାଚନରେ ଏଣ୍ଟ୍ରି କରିଛି। ରାଜ୍ୟରେ ୮୧ଟି ବିଧାନସଭା ଆସନ ଅଛି। ଯଦି ସୋରେନ କ୍ଷମତାକୁ ଫେରନ୍ତି, ତେବେ ସେ ଇତିହାସ ସୃଷ୍ଟି କରିବେ। ଯଦି ସେ ପରାସ୍ତ ହୁଅନ୍ତି, ତେବେ ୨୪ବର୍ଷ ଧରି ଚାଲିଆସୁଥିବା ପରମ୍ପରା ଝାଡଖଣ୍ଡରେ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?