Posted inଜାତୀୟ

କିଏ ଅସଲି ଶିବସେନା, ଆମେ ୧୦ ଦିନ ପାଇଁ ଶୁଣାଣି ସ୍ଥଗିତ ରଖିଲୁ ତୁମେ ସରକାର ଗଠନ କରିଦେଲ, ସିଜେଆଇଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୩।୮ : ମହାରାଷ୍ଟ୍ରରେ ଶିବସେନା୍‌ ଉପରେ କାହାର ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ବୁଧବାର ପୁଣି ଥରେ ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ ଉଭୟ ପକ୍ଷରୁ ତୀବ୍ର ଯୁକ୍ତି ହୋଇଛି। ତେବେ ଏହି ଯୁକ୍ତି ମଧ୍ୟରେ ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀଙ୍କୁ କେତେକ କଡ଼ା ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ଏଥି ସହିତ, ଶୁଣାଣି ମଧ୍ୟ ସ୍ଥଗିତ ରଖାଯାଇ ଗୁରୁବାର ପାଇଁ ଏକ ନୂତନ ତାରିଖ ଦିଆଯାଇଛି।

ପ୍ରଧାନ ବିଚାରପତି(ସିଜେଆଇ) ଏନ୍‌.ଭି. ରମନା ଶିନ୍ଦେ ଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ ଯେ, ଆମେ ଶୁଣାଣିକୁ ୧୦ ଦିନ ସ୍ଥଗିତ ରଖିଲୁ, ତୁମେ ସେହି ସମୟ ମଧ୍ୟରେ ସରକାର ଗଠନ କରିଦେଲ। ବାଚସ୍ପତି ବଦଳିଗଲେ। ବର୍ତ୍ତମାନ ତୁମେ କହୁଛ, ସବୁକିଛି ଅର୍ଥହୀନ।

ଏନେଇ ଆଇନଜୀବୀ ହରିଶ ସାଲଭେ କହିଲେ. ମୁଁ କହୁ ନାହିଁ ଯେ ଏସବୁ ବର୍ତ୍ତମାନ ବିଚାର କରାଯିବା ଉଚିତ ନୁହେଁ। ଏହାର ଜବାବରେ ପ୍ରଧାନ ବିଚାରପତି କହିଥିଲେ ଠିକ ଅଛି ଆମେ ସମସ୍ତ ପ୍ରସଙ୍ଗ ଶୁଣିବା।

ଉଦ୍ଧବ ଠାକରେଙ୍କ ଶିବିରର ଆଇନଜୀବୀ କପିଲ ସିବଲ ଯୁକ୍ତି କରିଛନ୍ତି ଯେ ଯଦି ଦୁଇ ତୃତୀୟାଂଶ ବିଧାୟକ ଅଲଗା ହେବାକୁ ଚାହାଁନ୍ତି, ତେବେ ସେମାନଙ୍କୁ କାହା ସହ ମିଶିବାକୁ ପଡିବ କିମ୍ବା ଏକ ନୂତନ ଦଳ ଗଠନ କରିବାକୁ ପଡ଼ିବ। ସେ କହିପାରିବେ ନାହିଁ ଯେ ସେମାନେ ମୂଳ ଦଳ। ଏଥିପାଇଁ ପ୍ରଧାନ ବିଚାରପତି କହିଛନ୍ତି ଏହାର ଅର୍ଥ ଆପଣ କହୁଛନ୍ତି ଯେ ସେମାନେ ଭାଜପା ସହିତ ମିଶତବେ କିମ୍ବା ଅଲଗା ଦଳ ଗଠନ କରିବେ। ଏହା ପରେ ସିବଲ କହିଛନ୍ତି ଯେ ଏହା ଆଇନ ଦ୍ୱାରା କରାଯିବ।
ପ୍ରଧାନ ବିଚାରପତି ପଚାରିଛନ୍ତି ଯେ ସମସ୍ତ ପକ୍ଷ ଏହି ମାମଲା ସହ ଜଡିତ ଆଇନଗତ ପ୍ରଶ୍ନର ସଂକଳନ ଦାଖଲ କରିଛନ୍ତି କି? ରାଜ୍ୟପାଳଙ୍କ ଆଇନଜୀବୀ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ମୁଁ ବର୍ତ୍ତମାନ ଜମା କରୁଛି।

ସିବଲ କହିଛନ୍ତି ଯେ ଗୋଟିଏ ଦଳ କେବଳ ବିଧାୟକଙ୍କ ଗୋଷ୍ଠୀ ନୁହେଁ। ଏହି ଲୋକଙ୍କୁ ଦଳ ସଭାକୁ ଡକାଯାଇଥିଲା। ସେମାନେ ଆସିଲେ ନାହିଁ। ଡେପୁଟି ବାଚସ୍ପତିଙ୍କୁ ଏକ ଚିଠି ଲେଖିଥିଲେ। ତାଙ୍କର ହ୍ବିପ୍‌ ନିଯୁକ୍ତ କଲେ। ବାସ୍ତବରେ ସେମାନେ ଦଳ ଛାଡିଛନ୍ତି। ସେମାନେ ମୂଳ ଦଳ ବୋଲି ଦାବି କରିପାରିବେ ନାହିଁ। ଆଜି ବି ଶିବସେନା ସଭାପତି ହେଉଛନ୍ତି ଉଦ୍ଧବ ଠାକରେ। ସିବଲ କହିଛନ୍ତି ଯେ ଯେତେବେଳେ ଦଶମ ଅନୁସୂଚୀ (ଆଣ୍ଟି-ଡିଫେକ୍ସନ ବ୍ୟବସ୍ଥା) ସମ୍ବିଧାନରେ ଯୋଡାଗଲା, ଏହାର କିଛି ଉଦ୍ଦେଶ୍ୟ ଥିଲା, ଯଦି ଏପରି ଅପବ୍ୟବହାରକୁ ଅନୁମତି ଦିଆଯାଏ ତେବେ ଅଧିକାଂଶ ବିଧାୟକ ସରକାରଙ୍କୁ ଅନ୍ୟାୟ କରି କ୍ଷମତାକୁ ଆସିବେ ଏବଂ ଦଳକୁ ନେଇ ମଧ୍ୟ ଦାବି କରିବେ। ସିବଲ କହିଛନ୍ତି ଯେ ଦଳ ଛାଡିଥିବା ବିଧାୟକମାନେ ଅଯୋଗ୍ୟ ଅଟନ୍ତି। ସେମାନେ କିପରି ନିର୍ବାଚନ ଆୟୋଗକୁ ଯାଇ ଦଳ ବୋଲି ଦାବି କରିବେ?

ଶିନ୍ଦେ ଗୋଷ୍ଠୀର ଓକିଲ ହରିଶ ସାଲଭେ କହିଛନ୍ତି ଯେ ଯେଉଁ ନେତାଙ୍କ ସଂଖ୍ୟାଗରିଷ୍ଠତା ନାହିଁ। ସେ କିପରି ରହି ପାରିବେ? ସିବଲ ଯାହା କହିଛନ୍ତି ତାହା ପ୍ରାସଙ୍ଗିକ ନୁହେଁ ବୋଲି ସାଲଭେ କହିଛନ୍ତି ଯେ ଏହି ବିଧାୟକମାନଙ୍କୁ କିଏ ଅଯୋଗ୍ୟ କରିଛନ୍ତି? ଯେତେବେଳେ ଦଳରେ ଆଭ୍ୟନ୍ତରୀଣ ବିଭାଜନ ହୋଇଛି, ଅନ୍ୟ ଗୋଷ୍ଠୀର ବୈଠକରେ ଯୋଗ ନଦେବା ଏହା କିପରି ଅଯୋଗ୍ୟତା ହୋଇପାରେ?

ଏନେଇ ରମନା କହିଥିଲେ ଏହିପରି ଭାବରେ ଦଳର କୌଣସି ଅର୍ଥ ରହିବ ନାହିଁ । ବିଧାୟକ ଭାବରେ ନିର୍ବାଚିତ ହେବା ପରେ ଯେକେହି କିଛି କରିପାରିବେ।

ସାଲଭେ କହିଥିଲେ ଆମର ଏକ ଭ୍ରମ ଅଛି ଯେ ଜଣେ ନେତାଙ୍କୁ ପୂରା ଦଳ ଭାବରେ ବିବେଚନା କରାଯାଏ। ଆମେ ଏପର୍ଯ୍ୟନ୍ତ ପାର୍ଟିରେ ଅଛୁ। ଆମେ ଦଳ ଛାଡି ନାହୁଁ। ନେତାଙ୍କ ବିରୋଧରେ ଆମେ ସ୍ବର ଉତ୍ତୋଳନ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?