କାଙ୍ଗାଳ ପାକିସ୍ତାନର ଅମ୍ବାନୀ ହେଉଛନ୍ତି ଏହି ବ୍ୟକ୍ତି, ୧ ଲକ୍ଷ କୋଟି ସମ୍ପତ୍ତିର ମାଲିକ…

ଭାରତର ପଡ଼ୋଶୀ ଦେଶ ପାକିସ୍ତାନ କାଙ୍ଗାଳ ହୋଇସାରିଛି। ଦେଶରେ ପ୍ରତିଟି ଜିନିଷର ଦରଦାମ ଆକାଶଛୁଆଁ ହୋଇଛି। ଅଟା କିଲୋପିଛା ୨୫୦ ଟଙ୍କା ଥିବା ବେଳେ ଚାଉଳ ୩୩୦ ଟଙ୍କା, କ୍ଷୀର ୧୯୨ ଟଙ୍କା ଏବଂ ଚିକେନ କିଲୋ ପିଛା ୫୦୦ ଟଙ୍କା ବିକ୍ରି ହେଉଛି। ଏହାକୁ ନେଇ ଦେଶବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ପାକିସ୍ତାନର କାଙ୍ଗାଳ ଅବସ୍ଥା ସମୟରେ କିଛି ଲୋକ ଏଭଳି ଅଛନ୍ତି ଯାହାଙ୍କ ସମ୍ପତ୍ତି ଲଗାତର ବୃଦ୍ଧି ପାଉଛି। ସେମାନଙ୍କ ମଧ୍ୟରେ ଜଣେ କୋଟିପତି ଅଛନ୍ତି ଯାହାଙ୍କୁ ‘ପାକିସ୍ତାନର ଅମ୍ବାନୀ’ କୁହାଯାଏ।

ପାକିସ୍ତାନର ଏହି କୋଟିପତିଙ୍କ ଆମେରିକାରେ ରୁହନ୍ତି। ହେଲେ ସେ ନିଜ ଦେଶରେ ସମାଜସେବା କାମ କରିଆସୁଛନ୍ତି। ତାଙ୍କ ସମ୍ପତ୍ତି ଅନେକ ଭାରତୀୟ କୋଟିପତିଙ୍କଠାରୁ ମଧ୍ୟ ଅଧିକା। ନିକଟରେ ତାଙ୍କ ଝିଅ ସନ୍ନା ଖାନ୍‌ ନିଜର ୧୨୩ କୋଟି ଟଙ୍କାର ସମ୍ପତ୍ତି ଦାନ କରି ଚର୍ଚ୍ଚାକୁ ଆସିଥିଲେ।

ଆମେରିକାରେ ପାକିସ୍ତାନୀ ବଶୋଦ୍ଭବ ସବୁଠାରୁ ଧନୀ କୁହାଯାଉଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ‘ଶାହିଦ ଖାନ୍‌’। ତାଙ୍କୁ ସ୍ପୋଟ୍ସ ଟାଇକୁନ୍‌ ମଧ୍ୟ କୁହାଯାଏ। ଆମେରିକାର ଲୋକପ୍ରିୟ ମୋଟର ସାଇକେଲ ସପ୍ଲାୟାର କମ୍ପାନୀ ଫ୍ଲେକ୍ସ-ଏନ୍‌-ଗେଟ୍‌ର ସେ ମାଲିକ। ଏହାଛଡ଼ା ନ୍ୟାଶନାଲ ଫୁଟବଲ ଲିଗ୍‌ ଟିମ୍‌ ଜ୍ୟାକ୍‌ଶନଭିଲେ ଜାଗୁଆର୍ସ, ପ୍ରିମିୟର ଲିଗର ଫୁଟବଲ କ୍ଲବ ଫୁଲହାମ ଏଫସି ଏବଂ ରେସଲିଂ ଟିମ୍‌ ଏଲିଟ୍‌ ରେସଲିଂର ମଧ୍ୟ ସେ ମାଲିକ। ଏହାଛଡ଼ା ସେ ଅନେକ ଗଣମାଧ୍ୟମ କମ୍ପାନୀରେ ମଧ୍ୟ ନିବେଶ କରିଛନ୍ତି।

୧୯୫୦ ଜୁଲାଇ ୧୮ରେ ଶାହିଦଙ୍କ ଜନ୍ମ ଲାହୋରରେ ହୋଇଥିଲା। ସେ ୨୦୧୨ରେ ଫୋବ୍ସ ପତ୍ରିକାର ଫ୍ରଣ୍ଟ କଭରରେ ନଜର ଆtସିଚନ୍ତି। ୨୦୨୧ରେ ଫୋବ୍ସର ଧନୀ ବ୍ୟବସାୟୀ ତାଲିକାରେ ସେ ୯୪ତମ ସ୍ଥାନରେ ଏବଂ ବିଶ୍ୱର ଧନୀ ବ୍ୟବସାୟୀ ତାଲିକାରେ ୨୯୧ ନଂ ସ୍ଥାନରେ ରହିଥିଲେ। ଏବେ ତାଙ୍କର ମୋଟ ସମ୍ପତ୍ତି ୧ ଲକ୍ଷ କୋଟି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?