ଗୁଗୁଲର ୨୫ତମ ଜନ୍ମଦିନରେ ଗୁଗୁଲ ମାଲିକଙ୍କୁ ବଡ ଝଟକା, ୩୩ହଜାର କୋଟି ହ୍ରାସ ପାଇଲା ସମ୍ପତ୍ତି

ଓ୍ବାଶିଂଟନ୍‌,୨୭।୯: ଗୁଗୁଲ ସେପ୍ଟେମ୍ବର ୨୭ରେ ନିଜ ସିଲଭର ଜୁବଲି ଅର୍ଥାତ୍‌ ୨୫ତମ ଜନ୍ମଦିନ ପାଳନ କରୁଛି। ଅନ୍ୟପକ୍ଷରେ ଜନ୍ମଦିନରେ ଗୁଗୁଲ ଫାଉଣ୍ଡରଙ୍କର ମୋଟ ସମ୍ପତ୍ତିର ୩୩ ହଜାର କୋଟି ଟଙ୍କା ହ୍ରାସ ପାଇଛି। ଆମେରିକାରେ ସଟଡାଉନ ହେବାକୁ ନେଇ ଏପରି ସମସ୍ୟା ହୋଇଛି ବୋଲି କୁହାଯାଉଛି। କେବଳ ଆମେରିକା ନୁହେଁ ବିଶ୍ୱର ସମସ୍ତ ବଜାରରେ ଗୁଗୁଲର ଶେୟାର ଖସିବାର ଦେଖାଯାଇଛି। ଏହି କାରଣରୁ ଦୁନିଆର ବିଲିୟନେୟାରମାନେ ମଧ୍ୟ କ୍ଷତି ସହିବାକୁ ପଡିଛି। କମ୍ପାନୀ ପ୍ରତିଷ୍ଠାତା ଲ୍ୟାରି ପେଜ ଏବଂ ସର୍ଜି ବ୍ରିନଙ୍କ ସମ୍ପତ୍ତି ମଧ୍ୟ ହ୍ରାସ ପାଇଛି। ଦୁହେଁ ଦୁନିଆର ସପ୍ତମ ଏବଂ ଅଷ୍ଟମ ଧନୀ ବ୍ୟବସାୟୀ ଅଟନ୍ତି।

ବୁଧବାର ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟର ଶେୟାର ପ୍ରାୟ ୨ ପ୍ରତିଶତ ହ୍ରାସ ପାଇ ୧୨୮.୫୬ ଡଲାରରେ ପହଞ୍ଚିଛି। ଗତ ୫ଦିନ ମଧ୍ୟରେ ଗୁଗୁଲର ଶେୟାର ପ୍ରାୟ ୭ପ୍ରତିଶତ ହ୍ରାସ ପାଇଛି। ଚଳିତ ବର୍ଷ କମ୍ପାନୀର ଶେୟାର ୪୪ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛନ୍ତି। ଗତ ୬ ମାସ ମଧ୍ୟରେ କମ୍ପାନୀର ଶେୟାରରେ ୨୫ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।

ସେପ୍ଟେମ୍ବର ୨୬ରେ, ଗୁଗୁଲ ପ୍ରତିଷ୍ଠାତା ଲ୍ୟାରିଙ୍କ ସମ୍ପତ୍ତି ୨.୦୫ ବିଲିୟନ ଡ଼ଲାର୍‌ ଅର୍ଥାତ ୧୭ହଜାର କୋଟିରୁ ଅଧିକ ସମ୍ପତ୍ତି ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ଲ୍ୟାରିଙ୍କ ସମ୍ପତ୍ତି ୧୧୬ ଡଲାରକୁ ହ୍ରାସ ପାଇଛି। ଅନ୍ୟପଟେ, ସର୍ଜି ବ୍ରିନଙ୍କ ସମ୍ପତ୍ତିରେ ୧,୯୩ବିଲିୟନ ଡ଼ଲାର ଅର୍ଥାତ ୧୬ହଜାର କୋଟିରୁ ଅଧିକ ସମ୍ପତ୍ତିରେ ହ୍ରାସ ଦେଖିବାକୁ ମିଳିଛି। ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ୧୧୦ ବିଲିୟନ ଡଲାର ଅଟେ।

ଗୁଗୁଲ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ କମ୍ପାନୀ। କମ୍ପାନୀର ମାର୍କେଟ କ୍ୟାପ ୧.୬୩ଟ୍ରିଲିୟନ ଡଲାର। ୨୦୧୫ରେ ଆଲଫାବେଟ ଜନ୍ମ ହୋଇଥିଲା। ଗୁଗୁଲ ୧୯୯୮ରେ ପ୍ରତିଷ୍ଠିତ ହୋଇଥିଲା। ଗୁଗୁଲ ହେଉଛି ଦୁନିଆର ସବୁଠାରୁ ସଫଳ ସର୍ଚ୍ଚ ଇଞ୍ଜିନ। ଏହାର ଜନ୍ମ ୪ ସେପ୍ଟେମ୍ବର ରଖାଯାଇଥିବାବେଳ ଏହାର ଅଫିସିଆଲ ଭାବେ ୨୭ସେପ୍ଟେମ୍ବରରେ ପ୍ରତିଷ୍ଠା ହୋଇଥିଲା। ତେବେ କମ୍ପାନୀର ଜନ୍ମଦିନ ମଧ୍ୟ ଅନେକ ଥର ବଦଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?