କିଏ ସେହି ପୁଟିନ୍‌ଙ୍କ ପ୍ରେମିକା, ଯାହାଙ୍କୁ ନେଇ ଜୋର୍‌ଦାର ଚର୍ଚ୍ଚା

କ୍ୱିଭ୍‌,୨ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଯୁଦ୍ଧକୁ ନେଇ ଯେତିକି ଚର୍ଚ୍ଚାରେ ତା’ଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେମିକାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ। ଯୁଦ୍ଧକ୍ଷେତ୍ରରେ ସିନା କଠୋର କିନ୍ତୁ ବ୍ୟକ୍ତିଗତ ଜୀବନରେ ପୁଟିନ ବହୁତ ରୋମାଣ୍ଟିକ୍‌ ବୋଲି କୁହାଯାଏ। ପ୍ରାୟ ଏକ ଦଶନ୍ଧି ଧରି ତାଙ୍କ ନାମ ଏଲିନା କାବ୍‌ଏଭାଙ୍କ ସହ ଚର୍ଚ୍ଚାରେ ରହିଛି । ତେବେ ୩୮ ବର୍ଷୀୟା ଏଲିନା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ୨୦୦୮ରେ ଏଲିନାଙ୍କ ନାମ ପୁଟିନଙ୍କ ସହ ପ୍ରଥମ ଥର ପାଇଁ ଯୋଡ଼ାଯାଇଥିଲା । ତାଙ୍କୁ ପୁଟିନ୍‌ଙ୍କ ଯାଆଁଳା ଶିଶୁଙ୍କ ମା’ ବୋଲି ମଧ୍ୟ କୁହାଯାଉଛି।

ମସ୍କୋର ଏକ ଖବରକାଗଜରୁ ପ୍ରକାଶ ଯେ, ୨୦୧୩ ରେ ପୁଟିନ୍‌ ସ୍ତ୍ରୀ ଲ୍ୟୁଡ୍‌ମିଲାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହା ପରେ ଏଲିନାଙ୍କୁ ରୁଷିଆର ପ୍ରଥମ ଲେଡି କୁହାଯାଇଥିଲା। ଯଦିଓ ଏକଥାକୁ ଏଲିନା ଅସ୍ବୀକାର କରିଥିଲେ।

ମାତ୍ର ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଆଜି ବି ଚର୍ଚ୍ଚାରେ। କୁହାଯାଏ, ଉଭୟେ ବିବାହ କରିଛନ୍ତି। ୨୦୧୭ରେ ଏଲିନା ଗର୍ଭବତୀ ଥିବା କଥା ସାମ୍ନାକୁ ଆସିଥିଲା। ପରେ ସେ ଏକ ଜିମ୍ନାଷ୍ଟିକ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କୁ ଏକ ଲାଲ ରଙ୍ଗର ଢିଲା ପୋଷାକରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ବେବି ବମ୍ପ୍‌ ଲୁଚାଇବା ପାଇଁ ଏପରି ଡ୍ରେସ୍‌ ପିନ୍ଧିଥିଲେ। ରୁଷିଆର ଏକ ଖବରକାଗଜ ଏଲିନା ଏବଂ ପୁଟିନ୍‌ଙ୍କ ନିର୍ବନ୍ଧ ଖବର ମଧ୍ୟ ପ୍ରକାଶ କରିଥିଲା। ଏତେ କଥା ଉଠିବା ପରେ ପୁଟିନ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ କେବେ ମୁହଁ ଖୋଲନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri