ତାପସୀ ପନ୍ନୁଙ୍କ ପାଇଁ ଟୁଇଟ୍‌ କରି କେନ୍ଦ୍ରମନ୍ତ୍ରୀଙ୍କ ସହାୟତା ଲୋଡିଲେ ପ୍ରେମିକ, ମିଳିଲା ଏଭଳି ଜବାବ

ବମ୍ବେ: ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯିବାକୁ ନେଇ ଅଡ଼ୁଆରେ ଫସିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଘଟଣାରେ ଫିଲ୍ମଜଗତ ସହ ଅନେକ ବ୍ୟକ୍ତିତ୍ୱଙ୍କ ନାମ ଆସିଥିବାରୁ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏସବୁ ମଧ୍ୟରେ ତାପସୀଙ୍କ କଥିତ ପ୍ରେମିକ ଚର୍ଚ୍ଚାକୁ ଆସିଛନ୍ତି। ଏହା ତାଙ୍କ ଟୁଇଟ୍‌କୁ ନେଇ।

ଗତ ବର୍ଷେ ଧରି ବ୍ୟାଡମିଣ୍ଟନ୍‌ ଷ୍ଟାର ମାଥିୟସ ମୋଇଙ୍କୁ ତାପସୀ ଡେଟ୍‌ କରୁଥିବା ନେଇ ଖବର ଶୁଣିବାକୁ ମିଳିଥିଲା। ହେଲେ ଏକଦା ତାପସୀ ଏକରକମ କଥାକୁ ଏଡ଼ାଇ ଯାଇଥିଲେ। ଉଭୟ ଭିନ୍ନ ଭିନ୍ନ ଫିଲ୍ଡର ହୋଇଥିବା ଯୋଗୁ କେହି କାହା କାମରେ ହସ୍ତକ୍ଷେପ କରୁ ନ ଥିବା ସେ କହିଥିଲେ। ଏବେ ତାପସୀଙ୍କ ଘରେ ଚଢ଼ାଉକୁ ନେଇ ମାଥିୟସ ଟୁଇଟ୍‌ କରି କେନ୍ଦ୍ର ଖେଳମନ୍ତ୍ରୀ କିରଣ ରେଜିଜୁଙ୍କୁ ସହାୟତା ମାଗିଛନ୍ତି। ଅଭିନେତ୍ରୀ ଓ ତାଙ୍କ ପରିବାରକୁ ହଇରାଣ କରାଯାଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମାଥିୟସ୍‌ ଟୁଇଟ୍‌ କରି ମନ୍ତ୍ରୀଙ୍କୁ କହିଥିଲେ, ଭାରତରେ ପ୍ରଥମ ଥର କୋଚ୍‌ ଭାବେ ପ୍ରତିନିଧିତ୍ୱ କରୁଛି। ହେଲେ ତାପସୀଙ୍କ ମା’ବାପା ଅସୁବିଧାରେ ଅଛନ୍ତି। ଏହା ମୋତେ ଚକିତ କରିଛି। ଆପଣ କିଛି କରନ୍ତୁ ବୋଲି ସେ କହିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଛନ୍ତି, ଭାରତରେ ସର୍ବୋଚ୍ଚ ସ୍ଥାନରେ ଆଇନ୍‌ ରହିଛି। ଆମକୁ ଏହାକୁ ପାଳନ କରିବାକୁ ହେବ। ଏହା ଆପଣ-ମୋର ମାମଲାଠାରୁ ବହୁତ ଆଗରେ। ଆମକୁ ଆମର କର୍ତ୍ତବ୍ୟ କରିବାକୁ ହେବ। ଭାରତୀୟ ଖେଳଜଗତ ପାଇଁ ଏହା ସବୁଠାରୁ ଠିକ୍‌ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri