ତାପସୀ ପନ୍ନୁଙ୍କ ପାଇଁ ଟୁଇଟ୍‌ କରି କେନ୍ଦ୍ରମନ୍ତ୍ରୀଙ୍କ ସହାୟତା ଲୋଡିଲେ ପ୍ରେମିକ, ମିଳିଲା ଏଭଳି ଜବାବ

ବମ୍ବେ: ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯିବାକୁ ନେଇ ଅଡ଼ୁଆରେ ଫସିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଘଟଣାରେ ଫିଲ୍ମଜଗତ ସହ ଅନେକ ବ୍ୟକ୍ତିତ୍ୱଙ୍କ ନାମ ଆସିଥିବାରୁ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏସବୁ ମଧ୍ୟରେ ତାପସୀଙ୍କ କଥିତ ପ୍ରେମିକ ଚର୍ଚ୍ଚାକୁ ଆସିଛନ୍ତି। ଏହା ତାଙ୍କ ଟୁଇଟ୍‌କୁ ନେଇ।

ଗତ ବର୍ଷେ ଧରି ବ୍ୟାଡମିଣ୍ଟନ୍‌ ଷ୍ଟାର ମାଥିୟସ ମୋଇଙ୍କୁ ତାପସୀ ଡେଟ୍‌ କରୁଥିବା ନେଇ ଖବର ଶୁଣିବାକୁ ମିଳିଥିଲା। ହେଲେ ଏକଦା ତାପସୀ ଏକରକମ କଥାକୁ ଏଡ଼ାଇ ଯାଇଥିଲେ। ଉଭୟ ଭିନ୍ନ ଭିନ୍ନ ଫିଲ୍ଡର ହୋଇଥିବା ଯୋଗୁ କେହି କାହା କାମରେ ହସ୍ତକ୍ଷେପ କରୁ ନ ଥିବା ସେ କହିଥିଲେ। ଏବେ ତାପସୀଙ୍କ ଘରେ ଚଢ଼ାଉକୁ ନେଇ ମାଥିୟସ ଟୁଇଟ୍‌ କରି କେନ୍ଦ୍ର ଖେଳମନ୍ତ୍ରୀ କିରଣ ରେଜିଜୁଙ୍କୁ ସହାୟତା ମାଗିଛନ୍ତି। ଅଭିନେତ୍ରୀ ଓ ତାଙ୍କ ପରିବାରକୁ ହଇରାଣ କରାଯାଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମାଥିୟସ୍‌ ଟୁଇଟ୍‌ କରି ମନ୍ତ୍ରୀଙ୍କୁ କହିଥିଲେ, ଭାରତରେ ପ୍ରଥମ ଥର କୋଚ୍‌ ଭାବେ ପ୍ରତିନିଧିତ୍ୱ କରୁଛି। ହେଲେ ତାପସୀଙ୍କ ମା’ବାପା ଅସୁବିଧାରେ ଅଛନ୍ତି। ଏହା ମୋତେ ଚକିତ କରିଛି। ଆପଣ କିଛି କରନ୍ତୁ ବୋଲି ସେ କହିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଛନ୍ତି, ଭାରତରେ ସର୍ବୋଚ୍ଚ ସ୍ଥାନରେ ଆଇନ୍‌ ରହିଛି। ଆମକୁ ଏହାକୁ ପାଳନ କରିବାକୁ ହେବ। ଏହା ଆପଣ-ମୋର ମାମଲାଠାରୁ ବହୁତ ଆଗରେ। ଆମକୁ ଆମର କର୍ତ୍ତବ୍ୟ କରିବାକୁ ହେବ। ଭାରତୀୟ ଖେଳଜଗତ ପାଇଁ ଏହା ସବୁଠାରୁ ଠିକ୍‌ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୩୧ରୁ ମିଳିବନି ଚିକେନ୍! ବିକ୍ରି ବନ୍ଦ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୯ା୭: ଭାରତ ଏକ ବିବିଧତାରେ ପରିପୂର୍ଣ୍ଣ ଦେଶ, ଯେଉଁଠାରେ ଭିନ୍ନ ଭିନ୍ନ ଧର୍ମ, ବିଶ୍ୱାସ ଏବଂ ଚିନ୍ତାଧାରାର ଲୋକମାନେ ବାସ କରନ୍ତି। ଆମିଷ (ନନ୍-ଭେଜ୍) ଖାଉଥିବା ଲୋକଙ୍କ…

ଲୋକ ସଭାରେ ରାହୁଲ ଖୋଲାଖୋଲି କହିଦେଲେ ଏକ ବଡ଼ କଥା, ରାଗିଗଲେ କିରେନ ରିଜିଜୁ, କହିଲେ କ୍ଷମା ନ ମାଗିଲେ…

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ପେପର ଲିକ୍‌ ବିରୋଧୀ ବିଲ୍‌ ସମୟରେ ରାହୁଲ ଗାନ୍ଧୀ ତାଙ୍କର ଭାଷଣ ରଖିଥିଲେ। ଏହି ସମୟରେ ରାହୁଲ ଜୋର୍‌ ଦେଇ କହିଥିଲେ ଯେ,…

ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ, ୪ ମୃତ

ଭୁବନେଶ୍ୱର,୨୯ା୭: ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ ହୋଇଛି। ଏନେଇ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବାଲେଶ୍ୱରର ୧୨, ଭଦ୍ରକର ୫, ଢେଙ୍କାନାଳର…

ସ୍ବଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ/ଢାକା,୨୯।୭: ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ବୁଧବାର କହିଛନ୍ତି ଯେ ଗିରଫ, ଜେଲ କିମ୍ବା ମୃତ୍ୟୁଦଣ୍ଡର ବିପଦ ସତ୍ତ୍ୱେ ସେ ଡିସେମ୍ବର ସୁଦ୍ଧା ତାଙ୍କ ଦେଶକୁ…

ସରକାରଙ୍କୁ ଚେତାବନୀ ଦେଇ ବଡ଼ ଘୋଷଣା କଲେ ଅଭିଜିତ ଦୀପକେ, କହିଲେ-କଙ୍ଗନାଙ୍କୁ…

ନୂଆଦିଲ୍ଲୀ, ୨୯।୭: ଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ‘ସିଜେପି’ (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେ ସଙ୍କେତ ଦେଇଛନ୍ତି ଯେ ଯଦି ସରକାର ସେମାନଙ୍କ ଦାବି ଉପରେ…

ରାହୁଲ ଗାନ୍ଧୀଙ୍କ ‘ଇଡିଅଟ’ ଶବ୍ଦ ବ୍ୟବହାରକୁ ନେଇ ଲୋକ ସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ପେପର ଲିକ ବିରୋଧୀ ବିଲ ଉପରେ ଆଲୋଚନା ଚାଲିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହକୁ ସମ୍ବୋଧିତ କରୁଛନ୍ତି। ତାଙ୍କ ଭାଷଣ…

CJP ପ୍ରଦର୍ଶନରେ ଲଠିଚାର୍ଜକୁ ନେଇ ଖାର୍ଗେ-ନଡ୍ଡା ମୁହାଁମୁହିଁ

ନୂଆଦିଲ୍ଲୀ,୨୯।୭: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବୁଧବାର ରାଜ୍ୟ ସଭାରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ; X ଠାରୁ ମାଗିଲା ଆକାଉଣ୍ଟ ବିବରଣୀ

ନୂଆଦିଲ୍ଲୀ,୨୯।୭: NEET ପେପର୍‌ ଲିକ ବିରୋଧରେ CJPଙ୍କ ପ୍ରତିବାଦ ସମୟରେ ଏବଂ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ସାମ୍ବିଧାନିକ କାର୍ଯ୍ୟାଳୟକୁ ଟାର୍ଗେଟ କରି ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri