ସ୍ବାଗତିକା କିଏ

ଓଡ଼ିଶା ସରକାର ୨୪ ଜିଲାର ୩୬ଟି ନୂଆ ପୋଲିସ ଷ୍ଟେଶନ ପ୍ରତିଷ୍ଠା କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ରାଜ୍ୟରେ ପୋଲିସ ଷ୍ଟେଶନ ସଂଖ୍ୟା ୬୭୯ରେ ପହଞ୍ଚିବ। ଏଥିସହିତ ଆଇପିଏସ୍‌ ଅଫିସରଙ୍କଠାରୁ ଆରମ୍ଭକରି କନଷ୍ଟେବଲ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ବଳର ସମୁଦାୟ ସଂଖ୍ୟା ୭୫,୦୦୦ ହେବ ବୋଲି କୁହାଯାଉଛି। ନୂଆ ପୋଲିସ ଷ୍ଟେଶନରେ ଦିବ୍ୟାଙ୍ଗମାନଙ୍କ ପାଇଁ ରାମ୍ପ୍‌ର ବ୍ୟବସ୍ଥା କରାଯିବ। ଏପରି କି ମହିଳା ଓ ପିଲାମାନେ ବସିବା ସକାଶେ ଅଲଗା ସ୍ଥାନର ବ୍ୟବସ୍ଥା ରହିବ। ଗତ କିଛି ବର୍ଷ ହେବ ଦେଖାଯାଉଛି ଯେ, ସରକାର ପୋଲିସ ଷ୍ଟେଶନର ଭିତ୍ତିଭୂମି ବଢ଼ାଇବା ସହ ସେଗୁଡ଼ିକର ଆଧୁନିକୀକରଣ କରୁଛନ୍ତି। ଏପରିକି ଥାନା ଚାରିପାଖେ ମେଘନାଦ ପାଚୋରି ତିଆରି କରି ତା’ଉପରେ ତାରବାଡ଼ ଲଗାଉଛନ୍ତି। ହେଲେ ଲୋକଙ୍କୁ ଯେଭଳି ନ୍ୟାୟ ମିଳିବା କଥା ସେ ଦିଗରେ ବିଶେଷ ଅଗ୍ରଗତି ହୋଇପାରୁ ନାହିଁ। ଆଇନ ଓ ଶୃଙ୍ଖଳ ସ୍ଥିତି ସମୟେ ସମୟେ ଏଭଳି ବିଗିଡ଼ିଯାଉଛି ଯେ, ତାହାକୁ ସହଜରେ ନିୟନ୍ତ୍ରଣ କରାଯାଇପାରୁ ନ ଥିବା ସମସ୍ତେ ଅନୁଭବ କରୁଥିବେ। ଏପରି କି ପୋଲିସ ବିଭାଗରେ ମଧ୍ୟ ଘୋର ଅବ୍ୟବସ୍ଥା ଓ ବିଶୃଙ୍ଖଳା ଥିବା ବାରମ୍ବାର ଦୃଷ୍ଟିଗୋଚର ହେଉଛି। ୨୭ ଅଗଷ୍ଟରେ କନ୍ଧମାଳ ଜିଲା ଜି. ଉଦୟଗିରି ଥାନାର ମହିଳା ସବ୍‌ଇନ୍ସପେକ୍ଟର ସ୍ବାଗତିକା ବେହେରାଙ୍କ ଆତ୍ମହତ୍ୟା ସଦ୍ୟ ଦୃଷ୍ଟାନ୍ତ ଭାବେ ଉଭା ହୋଇଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି, ଥାନା ଆଇଆଇସି ନିର୍ଯାତନା ଦେଇଥିବାରୁ ସ୍ବାଗତିକା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ତଦନ୍ତ ପରେ ଆତ୍ମହତ୍ୟାର କାରଣ ଜଣାପଡ଼ିପାରେ। କିନ୍ତୁ ଯଦି ଅନ୍ୟ କୌଣସି ତଦନ୍ତକାରୀ ଅଧିକାରୀ ଏହି ଆଇଆଇସିଙ୍କ ସହ ସମ୍ପୃକ୍ତ ଥିବେ, ତେବେ କୌଣସି କାରଣ ଜଣାପଡ଼ିବ ନାହିଁ ଏବଂ ଗଣମାଧ୍ୟମ ଦୃଷ୍ଟିରୁ ଏହି ଘଟଣା ଦୂରେଇଗଲେ ଜନସାଧାରଣ ମଧ୍ୟ ସ୍ବାଗତିକା ବେହେରାଙ୍କ ବିଷୟରେ ଭୁଲିଯିବେ। କିଛିମାସ ପରେ ସେହି ଆଇଆଇସି ପଚାରିପାରନ୍ତି ସ୍ବାଗତିକା କିଏ?
ପୋଲିସର ଚରିତ୍ର ବିଷୟରେ ଆଜିର ନାଗରିକ ଭଲ ଭାବେ ଅବଗତ। ଭାରତରେ ପୋଲିସର ଲୋକାଭିମୁଖୀ ଆଦର୍ଶ ରହିଛି ବୋଲି କୌଣସି ବ୍ୟକ୍ତି ବିଚାର କରୁନାହାନ୍ତି। ଲୋକେ କହନ୍ତି ଦୁର୍ଭାଗ୍ୟ ପଡ଼ିଲେ ଜଣେ ଥାନାକୁ ଯିବ। କାରଣ ପୋଲିସ ହେଉଛି ଅନ୍ୟାୟ ଓ ଅବିଚାରର ପ୍ରତୀକ। ସେହି ବଳରେ କନିଷ୍ଠଙ୍କ ଅନ୍ୟାୟକୁ ବରିଷ୍ଠମାନେ ସମର୍ଥନ କରନ୍ତି। ବରିଷ୍ଠଙ୍କ ଅବିଚାରକୁ କନିଷ୍ଠମାନେ ଘୋଡ଼ାନ୍ତି। ଅପରାଧୀ ଯଦି ସର୍ବପ୍ରଥମେ କୌଣସି ବରିଷ୍ଠ ପୋଲିସ ଅଧିକାରୀର ସାହାଯ୍ୟ ପାଇପାରିଲା, ତେବେ ତାକୁ କେହି ଛୁଇଁପାରିବେ ନାହିଁ। ପୋଲିସର ସହଯୋଗ ପାଇବାକୁ ହେଲେ କେତୋଟି ଧରାବନ୍ଧା ଉପାୟ ରହିଛି। ପ୍ରଥମଟି ହେଲା ସେହି ପୋଲିସ ବାହିନୀର କୌଣସି ବରିଷ୍ଠ ଦକ୍ଷ ଅଧିକାରୀଙ୍କ ସାହାଯ୍ୟ। ଦ୍ୱିତୀୟରେ ରହିଲା ଅର୍ଥ ଦେଇ ଥାନା ଅଧିକାରୀ ଏବଂ ତଦନ୍ତକାରୀ ଅଧିକାରୀଙ୍କୁ କିଣିନେବା। ତୃତୀୟରେ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ବିପୁଳ ପ୍ରତିବାଦର ଉପାୟ। ଚତୁର୍ଥରେ ରାଜନୈତିକ ଚାପ, ଯାହାକି ଏବେ ଅପେକ୍ଷାକୃତ ଦୁର୍ବଳ ହୋଇଯାଉଛି। ଅବଶ୍ୟ ପୋଲିସର ଅନ୍ୟ ଅଙ୍ଗ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି କେନ୍ଦ୍ରୀୟ ସଂସ୍ଥା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ବେଳେ ନ୍ୟାୟ ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି। ଦେଖାଯାଏ ଯଦି ବଡ଼ ଅସ୍ବାଭାବିକ ଘଟଣା ଘଟିଲା ଓ ତାହାକୁ ନେଇ ଚାରିଆଡ଼େ ହୋହଲ୍ଲା ହେଲା; ତାହା ହେଲେ ତତ୍‌କ୍ଷଣାତ୍‌ ପୋଲିସର ସର୍ବୋଚ୍ଚରେ ଥିବା ବ୍ୟକ୍ତି ଜଣେ ଦୁଇ ଜଣ ସବ୍‌ଇନ୍ସପେକ୍ଟର କିମ୍ବା କନଷ୍ଟେବଲଙ୍କୁ ନିଲମ୍ବନ କରି ଦେଇଥାଆନ୍ତି। ତାହା ଶକ୍ତିଶାଳୀ କାର୍ଯ୍ୟାନୁଷ୍ଠାନ ଭାବେ ଡିଣ୍ଡିମ ପିଟାଯାଇଥାଏ। କିନ୍ତୁ ଅନେକ ଅଘଟଣର ମୂଳକୁ ଗଲେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅପାରଗତା ଯୋଗୁ ତାହା ଘଟିଥିଲେ ହେଁ ସେଥିପ୍ର୍ରତି ବିଶେଷ ଦୃଷ୍ଟି ଦିଆଯାଇ ନ ଥାଏ। ଅନ୍ୟପକ୍ଷରେ କୌଣସି ଘଟଣାରେ ଯଦି ପୋଲିସକୁ ସଫଳତା ମିଳେ, ସେତେବେଳେ ବରିଷ୍ଠ ପୋଲିସ ଅଧିକାରୀମାନେ ଗଣମାଧ୍ୟମ ଆଗକୁ ଆସି ଦମ୍ଭ ଦେଖାଇଥାଆନ୍ତି।
ପୋଲିସ ସଂସ୍କାରରେ କେବଳ ଅସ୍ତ୍ରଶସ୍ତ୍ର, ଯାନବାହନ ଉପରେ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ସେହି ଅନୁଯାୟୀ ଜନସାଧାରଣଙ୍କ ସହ ସୁସମ୍ପର୍କ ବୃଦ୍ଧି ଓ ଶୃଙ୍ଖଳିତ ଆଚରଣ ସହିତ କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ କୌଣସି ପ୍ରାଧାନ୍ୟ ଦିଆଯାଇ ନ ଥାଏ। କେହି ଜଣେ ନାଗରିକ କେବେହେଲେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ କମିଶନରମାନଙ୍କ ଦ୍ୱାରା ନିଜ ବଳର ସଦସ୍ୟମାନଙ୍କୁ ସାମାଜିକ ଦାୟିତ୍ୱ ସମ୍ପର୍କରେ କିଭଳି ସକ୍ରିୟ ଓ ସଚେତନ କରିହେବ ଆଲୋଚନା କରିଥିବାର ବା ବାର୍ତ୍ତା ଦେଇଥିବାର ଦେଖି ନ ଥିବେ। ସେଥିପାଇଁ କେବଳ ଥାନାର ସଂଖ୍ୟା ବଢ଼ାଇଦେଲେ ଅପରାଧ ଘଟିବ ନାହିଁ ଚିନ୍ତା କରିବା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ। ସାଧାରଣରେ ଚିନ୍ତା କରାଯାଏ ଯେ ପୋଲିସର ସକ୍ରିୟ ସହଯୋଗ ବିନା ବଡ଼ଧରଣର ଅପରାଧ ଘଟାଇବା ଅସମ୍ଭବ। ଏପରିକି ରାହାଜାନି କରୁଥିବା ଅପରାଧୀ ସେହି ଅଞ୍ଚଳର ଥାନାକୁ ବଟି ନ ଦେଲେ ଚଳପ୍ରଚଳ କରିପାରିବ ନାହିଁ। ଅଧିକ ଗଣମାଧ୍ୟମ ବା ସାମାଜିକ ଚାପ ପଡ଼ିଲେ ତାଙ୍କରି ମଧ୍ୟରୁ କେତେଜଣଙ୍କୁ କ୍ଷଣକ ପାଇଁ ବାନ୍ଧି ଦିଆଯାଏ ଓ ପୋଲିସ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କେସ୍‌ ଡାଏରୀ ଏଭଳି ଦୁର୍ବଳ କରିଦିଆଯାଏ ଯେ କୌଣସି ଅପରାଧୀ ଦଣ୍ଡିତ ହୁଏ ନାହିଁ। ହୁଏତ ସେଥିପାଇଁ ଲୋକେ କୁହନ୍ତି ପୋଲିସ ହେଉଛି ଖାକି ପୋଷାକଧାରୀ ଗୁଣ୍ଡା। ସେହି ଗୁଣ୍ଡା ଭାବମୂର୍ତ୍ତିକୁ ଅନେକ ଆଇପିଏସ୍‌ ଅଫିସର ମଧ୍ୟ ପରୋକ୍ଷରେ ଉତ୍ସାହିତ କରନ୍ତି। ବିଭିନ୍ନ ଜିଲାରେ ନୂତନ ଭାବେ ନିଯୁକ୍ତି ପାଉଥିବା ଆରକ୍ଷୀ ଅଧୀକ୍ଷକ କିଛିମାସ ପର୍ଯ୍ୟନ୍ତ, ଥାନା ନିଲାମ ନ ହେବା ଯାଏ, ସାଦା ପୋଷାକରେ ଲାଠି ଧରିଥିବା ଟୋକା କନ୍‌ଷ୍ଟେବଲଙ୍କୁ ସାଥୀରେ ଧରି ଗରିବ ଖଟିଖିଆଙ୍କ ବାସସ୍ଥାନ କିମ୍ବା ଢାବା ଉପରେ ଚଢ଼ାଉ କରି ମାରପିଟ କରିବା ଓଡ଼ିଶା ସମେତ ଭାରତବର୍ଷ ସାରା ଏକ ସାଧାରଣ ଘଟଣା। ଅଧିକ ବରିଷ୍ଠ ହେବା ପରେ ସେହି ଆଇପିଏସ୍‌ ଅଫିସର ବାଣୀ ଶୁଣାଇଥାଆନ୍ତି। ଏଥିରୁ ବୁଝିବାକୁ ହେବ ଯେ, କେବଳ ଥାନା ସଂଖ୍ୟା ବୃଦ୍ଧି କରାଇଦେଲେ କିମ୍ବା ପୋଲିସ ମୁଣ୍ଡଗଣତି ବଢ଼ାଇଲେ ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?