କିଏ ସେ ଶାନ୍ତନୁ ନାଇଡୁ? ମାତ୍ର ୩୧ ବର୍ଷରେ ପାଲଟିଥିଲେ ରତନ ଟାଟାଙ୍କ ବନ୍ଧୁ, ଅନ୍ତିମ ଯାତ୍ରାରେ ଆଗରେ ରହି ଦେଲେ ବିଦାୟ…

ନୂଆଦିଲ୍ଲୀ,୧୧।୧୦: ପ୍ରତ୍ୟେକଙ୍କ ଜୀବନରେ ଏକ ଅଦେଖା ଖାଲିପଣ ଥାଏ, ଯାହାକୁ ବନ୍ଧୁଟିଏ ପୂର୍ଣ୍ଣ କରିଥାଏ। ସେଥିଲାଗି କୁହାଯାଏ ବନ୍ଧୁ ହେବା ପାଇଁ କୌଣସି ବୟସ ନ ଥାଏ। ଠିକ୍‌ ସେହିଭଳି ସମ୍ପର୍କ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଜଣେ ୩୧ ବର୍ଷର ଯୁବକଙ୍କ ସହ ରଖିଥିଲେ। ବୁଧବାର ରତନଙ୍କ ପରଲୋକ ପରେ ହଠାତ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ଛଳ ଛଳ ଆଖିରେ ନିଜର ବନ୍ଧୁଙ୍କୁ ବିଦାୟ ଦେଉଥିବା ଅନେକଙ୍କୁ ଭାବବିହ୍ବଳ କରୁଛି।

ଯେଉଁ ଯୁବକଙ୍କ ବିଷୟରେ ଆମେ କହୁଛୁ, ସେ ହେଲେ ଶାନ୍ତନୁ ନାଇଡୁ। ସେ ରତନ ଟାଟାଙ୍କ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ତାଙ୍କୁ ମାତ୍ର ୩୧ ବର୍ଷ ହୋଇଥିଲେ ହେଁ ନିଜର ପାରଦର୍ଶିତାକୁ ନେଇ ରତନଙ୍କ ବନ୍ଧୁ ହେବାରେ ସଫଳ ହୋଇଥିଲେ ସେ। ପାରିବାରିକ ସମ୍ପର୍କ ନ ଥିଲେ ହେଁ ରତନ ଟାଟା ଅଧିକାଂଶ ସମୟ ଶାନ୍ତନୁଙ୍କ ସହ ବିତାଉଥିଲେ। ଅଧିକାଂଶ ସମୟ ଦୁହେଁ ଏକାଠି ନଜର ଆସୁଥିଲେ।

Who is Shantanu Naidu, Ratan Tata’s millennial manager, who became his closest friend?

ତେବେ ଶାନ୍ତନୁ ଟାଟା ଟ୍ରଷ୍ଟର ଡେପୁଟି ଜେନେରାଲ ମ୍ୟାନେଜର ଭାବେ କାମ କରୁଥିଲେ। ତାଙ୍କ ପ୍ରତିଭା ରତନ ଟାଟାଙ୍କୁ ପସନ୍ଦ ଆସିଥିଲା। ଫଳରେ ଶାନ୍ତନୁଙ୍କୁ ସେ ତାଙ୍କ ଆସିଷ୍ଟାଣ୍ଟ ହେବାକୁ ପଚାରିଥିଲେ। ପରେ ୨୦୨୨ରେ ସେ ରତନ ଟାଟାଙ୍କ ଅଫିସରେ ମ୍ୟାନେଜର ହୋଇଥିଲେ। ସେ ମୁମ୍ବାଇର ବାସିନ୍ଦା। ୧୯୯୩ରେ ମହାରାଷ୍ଟ୍ରର ପୁଣେରେ ତାଙ୍କ ଜନ୍ମ। ସେ ରତନ ଟାଟାଙ୍କୁ ବିଭିନ୍ନ ଷ୍ଟାଟଅପ୍‌ରେ ନିବେଶ କରିବାକୁ ଟିପ୍ସ ଦେଉଥିଲେ।

ଶାନ୍ତନୁ ଜଣେ ବ୍ୟବସାୟୀ, ଇଞ୍ଜିନିୟର, ଜୁନିୟର ଆସିଷ୍ଟାଣ୍ଟ, ଡିଜିଏମ୍‌, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର, ଲେଖକ, ଉଦ୍ୟୋଗୀ ଭାବେ ଜଣାଶୁଣା। ବ୍ୟବସାୟଜଗତରେ ସେ ଏବେ ଏଭଳି ପାହାଚରେ ପହଞ୍ଚିଛନ୍ତି, ଯେଉଁଠି ପହଞ୍ଚିବାକୁ ଅନେକେ ସ୍ବପ୍ନ ଦେଖିଥାନ୍ତି। ସେଥିଲାଗି ଶେଷ ଦିନରେ ସେ ରତନ ଟାଟାଙ୍କ ସହ ରହିଥିଲେ।

୨୦୧୭ ଜୁନରେ ଶାନ୍ତନୁ ଟାଟା ଟ୍ରଷ୍ଟ ସହ ଯୋଡ଼ି ହୋଇଥିଲେ। ଏହାଛଡ଼ା ନାଇଡୁ ଟାଟା ଏଲେକ୍ସିରେ ଡିଜାଇନ ଇଞ୍ଜିନିୟର ଭାବେ କାମ କରିଛନ୍ତି। ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ। ନିଜର ପଶୁପ୍ରେମକୁ ନେଇ ୨୦୧୪ରେ ସେ ରତନ ଟାଟାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ବୁଲା କୁକୁରଙ୍କ ସୁରକ୍ଷା ପ୍ରତି ଶାନ୍ତନୁଙ୍କର ଚିନ୍ତା ଦେଖି ସେ ତାଙ୍କୁ ନିଜ ଟିମ୍‌ରେ ସାମିଲ କରିଥିଲେ। ଗତ ୧୦ ବର୍ଷ ମଧ୍ୟରେ ଦୁହେଁ ପରସ୍ପରର ଭଲ ବନ୍ଧୁ ପାଲଟିଥିଲେ।

ଆମେରିକାର କାର୍ନେଲ ୟୁନିଭର୍ସିଟିରେ ଏମ୍‌ବିଏ କରିଛନ୍ତି ଶାନ୍ତନୁ। ସେ ନିଜର ପଢ଼ା ଶେଷ କରିବା ପରେ ଟାଟା ଗ୍ରୁପରେ ଚାକିରି କରିଛନ୍ତି। ଏଥିସହ ସେ ଗୁଡ୍‌ଫେଲୋର ପ୍ରତିଷ୍ଠାତା ମଧ୍ୟ। ଏହା ବରିଷ୍ଠ ନାଗରିକଙ୍କୁ ସମର୍ଥନ ଦେବା ଲାଗି କାର୍ଯ୍ୟରତ।
ତେବେ ରତନ ଟାଟାଙ୍କ ଶେଷଯାତ୍ରା ସମୟରେ ଶାନ୍ତନୁ ବାଇକରେ ଆଗରେ ଚାଲିଥିଲେ। ସକାଳେ ସେ ଏକ ଭାବବିହ୍ବଳ ପୋଷ୍ଟ ଲେଖି ବନ୍ଧୁ ବିଦାୟ ବୋଲି କହିଥିଲେ।

Shantanu Naidu

 

 

View this post on Instagram

 

A post shared by Instant Bollywood (@instantbollywood)


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri