୩ ଓଡ଼ିଆଙ୍କୁ ହତ୍ୟା, ଦାୟୀ କିଏ

ଭୁବନେଶ୍ୱର,୪।୧୦: ଓଡ଼ିଶାର ରାୟଗଡ଼ା ଜିଲାସ୍ଥିତ ଉତ୍କଳ ଆଲୁମିନା ବିଷୟରେ ପୂର୍ବରୁ ଦିଆଯାଇଥିବା କେତୋଟି ରିପୋର୍ଟର ଏହା ୩ୟ ଭାଗ। ସେହି ସ୍ଥାନକୁ ଯିବାପରେ ଧରିତ୍ରୀ ସାମ୍ବାଦିକଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ଆଦିତ୍ୟ ବିର୍ଲାର ଏହି କମ୍ପାନୀ ସ୍ଥାନୀୟ ବାସିନ୍ଦାଙ୍କ ଉପରେ କଠୋର ଦମନଲୀଳା ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି କରିଆସୁଛି। କମ୍ପାନୀର ଏହି ନୃଶଂସ ଦମନ କାର୍ଯ୍ୟରେ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନର ସକ୍ରିୟ ସହଯୋଗ ଅବ୍ୟାହତ ରହିଥିବା ବିଷୟ ଜଣାପଡ଼ିଛି।
ଟିକିରି ଅଞ୍ଚଳ ବାଗିରଝୋଲା ଗାଁର ଦାମୋଦର ଝୋଡ଼ିଆ, ରଘୁନାଥ ଝୋଡ଼ିଆ ଏବଂ ମାଇକଇଁଚ ଗ୍ରାମର ଅଭିଳାଷ ଝୋଡ଼ିଆଙ୍କୁ ୧୯୯୯ ଡିସେମ୍ବର ୧୬ରେ ପୋଲିସ ଗୁଳିକରି ହତ୍ୟା କରିଛି। ଟିକିରି ନୂଆପଡ଼ାଠାରେ ଯେତେବେଳେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଉତ୍କଳ ଆଲୁମିନା କମ୍ପାନୀ ଆସିଲା ସେତେବେଳେ ୨୪ଟି ଗାଁର ଜମି ନେବାକୁ ଚେଷ୍ଟା କଲା। ହେଲେ ଦାମୋଦର, ରଘୁନାଥ ଏବଂ ଅଭିଳାଷଙ୍କ ସହ ଶତାଧିକ ଗ୍ରାମବାସୀ ଏହାକୁ ବିରୋଧ କଲେ। କମ୍ପାନୀ ଜମି ନେଇ ଯେଉଁ ଟଙ୍କା ଦେବ ତା’ର ଠିକ୍‌ ବ୍ୟବହାର ସେମାନେ କରିପାରିବେ ନାହିଁ ବୋଲି କହିଥିଲେ। ହେଲେ କମ୍ପାନୀ ପ୍ରତିଷ୍ଠା ହେଉ ବୋଲି ସବୁ ଦଳର ନେତାମାନେ ଚାହିଁଲେ। ୧୯୯୯ ଡିସେମ୍ବର ୧୫ରେ ନୂଆଗାଁଠାରେ ସର୍ବଦଳୀୟ ବୈଠକ ବସିବାର ଥିଲା। ନୂଆଗାଁ ଯିବା ରାସ୍ତାରେ ମାଇକଇଁଚ ଗାଁ ପଡ଼ିବ। ସେଠାରେ ସ୍ଥାନୀୟ ଗ୍ରାମବାସୀ ଆଗରୁ ପ୍ରସ୍ତୁତ ରହି ସର୍ବଦଳୀୟ ବୈଠକକୁ ତୀବ୍ର ବିରୋଧ କଲେ। ସେଥିଲାଗି ସେଦିନ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇପାରିଲା ନାହିଁ। ଏହାର ଦିନକ ପରେ ଅର୍ଥାତ୍‌ ଡିସେମ୍ବର ୧୬ରେ ପୋଲିସ ଫୋର୍ସ ଧରି କମ୍ପାନୀ କର୍ମଚାରୀ ଏବଂ ସବୁ ରାଜନୈତିକ ଦଳର ନେତାମାନେ ବୈଠକ କରିବା ଲାଗି ଆସିଲେ। ସେଦିନ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ ଗୁଳି ଚାଳନା କରି ଦାମୋଦର, ରଘୁନାଥ ଏବଂ ଅଭିଳାଷଙ୍କ ଜୀବନ ନେଇଥିଲା। ତାହାର ଏପର୍ଯ୍ୟନ୍ତ କୌଣସି ତଦନ୍ତ କରାଯାଇ ନ ଥିବାବେଳେ ସେତେବେଳେ ଆନ୍ଦୋଳନ କରିଥିବା ଗ୍ରାମବାସୀଙ୍କ ଭୁଲ୍‌ ଥିବା ଦର୍ଶାଇ ଶତାଧିକ ଲୋକଙ୍କୁ ଗିରଫ କରାଗଲା। ଏହିଭଳି ଉତ୍କଳ ଆଲୁମିନା କମ୍ପାନୀ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ରାଜନେତାଙ୍କ ସହଯୋଗରେ ଜମି ହାତେଇଥିବା
୩ ଓଡ଼ିଆଙ୍କୁ …
ବାଗିରଝୋଲା ଗାଁର ତ୍ରିପତି ଝୋଡ଼ିଆ କହିଛନ୍ତି। ଗ୍ରାମବାସୀ ଏବେ ଟିକେ ଭଲରେ ଓଡ଼ିଆ କହିପାରୁଛନ୍ତି। ପୂର୍ବରୁ ସେମାନେ କଥା ବି ଠିକ୍‌ରେ ହୋଇପାରୁ ନ ଥିଲେ। ଏପଟ ଅଞ୍ଚଳର ଜଣେ ହେଲେ ସେତେବେଳେ ୧୦ମ ପାସ୍‌ କରିବା ବ୍ୟକ୍ତି ନ ଥିଲେ। କମ୍ପାନୀ କର୍ତ୍ତୃପକ୍ଷ ସେଥିଲାଗି ସରକାରୀ ଅଧିକାରୀ ଏବଂ ରାଜନେତାଙ୍କୁ ହାତ କରି ଟିପଚିହ୍ନ ନେଇ ସ୍ଥାନୀୟ ଲୋକ ଏବଂ ଗ୍ରାମରେ
ଥିବା ସରକାରୀ ଜମି ହାତେଇଥିବା ମଧ୍ୟ ତ୍ରିପତି ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର କମ୍ପାନୀ ବିରୋଧରେ ରାୟଗଡ଼ା ଜିଲାପାଳଙ୍କ ନିକଟରେ ଫେରାଦ ହେବାପରେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଜଣାପଡିଛି। ଏଥିରୁ ବୁଝାଯାଉଛି ଯେ, କମ୍ପାନୀର ବେଆଇନ କାର୍ଯ୍ୟକୁ ବିରୋଧ କରିବା ଅର୍ଥ
ଅପରାଧ ଘଟାଇବା। ଯଦି ଏହି ଘଟଣାରେ ସ୍ଥାନୀୟ ତ୍ରିପତି ଆଣୁଥିବା ଅଭିଯୋଗକୁ ଦେଖାଯାଏ ତେବେ ଏହା ସାଙ୍ଘାତିକ। ଗୋଟିଏ ପରେ ଗୋଟିଏ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ବଦଳୁଥିବା ସତ୍ତ୍ୱେ କେହି ବାସ୍ତବ ପରିସ୍ଥିତି ବିଷୟରେ ଧ୍ୟାନ ଦେଇ ନ ଥିଲେ ବୋଲି ପ୍ରମାଣ ମିଳୁଛି। ତଥାପି ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏଥିପ୍ରତି କାହିଁକି ଦୃଷ୍ଟି ଦେଉନାହାନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନ। ଲୋକଙ୍କୁ ହତ୍ୟା ଓ ଗିରଫ କରି କମ୍ପାନୀ ଯେତେବେଳେ ଗ୍ରାମବାସୀଙ୍କ ଜମି ହାତେଇଲା ସେତେବେଳେ ଭଲ ରାସ୍ତା, ପିଇବା ପାଣି, ବିଜୁଳି, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ସବୁ ସୁବିଧା ସହ ଚାକିରି ମିଳିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ହେଲେ ଟିକିରି ଅଞ୍ଚଳ ନୂଆପଡା ବଜାରରେ ଥିବା ଉତ୍କଳ ଆଲୁମିନା କମ୍ପାନୀଠାରୁ ସାଢେ ୩ କି.ମି. ଦୂର ବାଗିରଝୋଲା ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଗାଁର ରାସ୍ତା ଏତେ କଦର୍ଯ୍ୟ ଯେ ବର୍ଷା ହେଲେ ଘରୁ ପାଦ କାଢ଼ିବା କଷ୍ଟକର। ସ୍ଥାନୀୟ ଲୋକଙ୍କ ଶିକ୍ଷା କ୍ଷେତ୍ରରେ କିଛି ହେଲେ ପରିବର୍ତ୍ତନ ଘଟିନାହିଁ। ଜଙ୍ଗଲକୁ ଯାଇ କାଠ ଆଣିଲେ ସେମାନେ ନିଜର ଜୀବନ ଅତିବାହିତ କରନ୍ତି। ତେଣୁ ଆଦିତ୍ୟ ବିର୍ଲା ସ୍କୁଲରେ ଏହି ଅଞ୍ଚଳର ପିଲାମାନେ ଲକ୍ଷାଧିକ ଟଙ୍କା ଦେଇ ଯେ ପାଠ ପଢ଼ିପାରିବେ ନାହିଁ ସେକଥା ବୁଝିବା କଷ୍ଟକର ନୁହେଁ। ତେଣୁ ସେହି ସ୍କୁଲ କାହା ସ୍ବାର୍ଥରେ ପ୍ରତିଷ୍ଠା ହୋଇଛି ଏବଂ ରାଜ୍ୟ ସରକାର ସ୍ଥାନୀୟ ପିଲାଙ୍କ ଶିକ୍ଷାକୁ କେତେ ଗୁରୁତ୍ୱ ଦିଅନ୍ତି ତାହା ଜଣାପଡୁଛି। ପିଇବା ପାଣିର ମଧ୍ୟ କୌଣସି ସୁବିଧା ନାହିଁ। ୧୯୯୯ ଡିସେମ୍ବରରେ ଉତ୍କଳ ଆଲୁମିନା କମ୍ପାନୀ ପ୍ରତିଷ୍ଠା ଲାଗି ସ୍ଥାନୀୟ ପ୍ରଶାସନ ୩ଜଣ ଓଡ଼ିଆଙ୍କୁ ହତ୍ୟା କରିଦେଇପାରିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବାଗିରଝୋଲା ଗାଁକୁ ଭଲ ରାସ୍ତା, ସ୍ବଚ୍ଛ ପିଇବା ପାଣି ବ୍ୟବସ୍ଥା କରିବା ଲାଗି ସ୍ଥାନୀୟ ପ୍ରଶାସନର ସମାନ ତତ୍ପରତା କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ୨୦୧୦ ମେ ୧ରେ କମ୍ପାନୀ ଏବଂ ପ୍ରଶାସନ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ ବୋଲି ବାଗିରଝୋଲା ଗ୍ରାମବାସୀ ଏକ ଦାବିପତ୍ର ନେଇ ତତ୍କାଳୀନ ଜିଲାପାଳଙ୍କ ନିକଟକୁ ଯାଇଥିଲେ। ସେହି ଦାବିପତ୍ରକୁ ଜିଲାପାଳଙ୍କ ଅଫିସ ଗ୍ରହଣ କରିଥିଲା। ଏହାପରେ ବାରମ୍ବାର ଦୌଡ଼ିବା ସତ୍ତ୍ୱେ କୌଣସି ସୁଫଳ ଏ ପର୍ଯ୍ୟନ୍ତ ମିଳି ନ ଥିବା ସ୍ଥାନୀୟ କବୀର ନାଏକ କହିଛନ୍ତି। ଆଉ ରାଜ୍ୟର ବହୁ ବରିଷ୍ଠ ଅଧିକାରୀଙ୍କଠାରୁ ଏହି ସମସ୍ୟା ସମ୍ପର୍କରେ ମତାମତ ନେବାକୁ ଚେଷ୍ଟା କରିଥିବା ବେଳେ କେହି ଜଣେ ହେଲେ ଉତ୍କଳ ଆଲୁମିନା କମ୍ପାନୀ ନାଁ ଶୁଣିଲେ ମତ ଦେବାକୁ ସ୍ପଷ୍ଟ ମନା କରିଦେଉଛନ୍ତି। ରାୟଗଡ଼ା ଜିଲାର ଜଣେ ପୂର୍ବତନ ଜିଲାପାଳ ମଧ୍ୟ ଏକଥା ଶୁଣିବା ମାତ୍ରେ ସଙ୍ଗେ ସଙ୍ଗେ ଏ ବିଷୟରେ କିଛି କହିବେ ନାହିଁ କହି ଟେଲିଫୋନ କାଟିଦେଲେ। ବ୍ରହ୍ମପୁର ଆର୍‌ଡିସି ଟି ଆପାଙ୍ଗ ଆଓଙ୍କ ଅଫିସ ନମ୍ବର ୦୬୮୦-୨୨୮୧୪୫୬ରେ ଦୁଇଦିନ ଧରି ଯୋଗାଯୋଗ କରି ଏ ବିଷୟରେ ବୁଝିବାକୁ ଚାହିଁଲେ ତାଙ୍କ ବ୍ୟକ୍ତିଗତ ସହାୟକ ସରୋଜ କୁମାର ମହାପାତ୍ର କଥା ହେଉଛନ୍ତି। ଫୋନ ଉଠାଇ ଆର୍‌ଡିସିଙ୍କ ସହ ଯୋଗାଯୋଗ କରିବାର କାରଣ ବୁଝିବା ପାଇଁ ଆପାଙ୍ଗ ଆଓ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କମ୍ପାନୀ ଚାରିପାଖରେ ଥିବା ଲୋକଙ୍କ ସମସ୍ୟା ନେଇ କିଛି ବୁଝିବାର ଥିଲା ବୋଲି କହିବା ପରେ ଆର୍‌ଡିସି ବିଭିନ୍ନ କାମରେ ବ୍ୟସ୍ତ ରହୁଥିବା କହି ସେ ଫୋନ କାଟିଦେଉଛନ୍ତି। ଆର୍‌ଡିସିଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ। ଇତିମଧ୍ୟରେ ଗତ ୨୮ ତାରିଖରେ କୋରାପୁଟ କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ଧରିତ୍ରୀ ଉଠାଇଥିବା ଦିମୁଣ୍ଡି ଏବଂ ଡି କରୋଳ ଗ୍ରାମବାସୀଙ୍କ ପ୍ରତି ଉତ୍କଳ ଆଲୁମିନା କମ୍ପାନୀ କରୁଥିବା ନିର୍ଯାତନା ପ୍ରସଙ୍ଗରେ ଆର୍‌ଡିସି ଅଫିସ ଯାଇ ଟି. ଆପାଙ୍ଗ ଆଓଙ୍କୁ ଭେଟିଥିଲେ। ଏହି ପ୍ରସଙ୍ଗରେ ୩ ମାସ ମଧ୍ୟରେ ବୈଠକ କରିବେ ବୋଲି କହି ଆଓ ଗ୍ରାମବାସୀଙ୍କୁ ସେଠାରୁ ଫେରାଇ ଦେଇଛନ୍ତି। ତେବେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଏହି ପଦରେ ରହିଥିବା ଆର୍‌ଡିସି ଆଜି ପର୍ଯ୍ୟନ୍ତ ଉତ୍କଳ ଆଲୁମିନା ଫ୍ୟାକ୍ଟ୍ରି ନିକଟବର୍ତ୍ତୀ ଗ୍ରାମବାସୀଙ୍କ ଦୁଃଖ ବୁଝିବାକୁ ସମୟ ପାଇନାହାନ୍ତି। କୁଚେଇପଦର, ଡି କରୋଳ ଆଦି ଗାଁର ସମସ୍ୟା ଓ ଅଭିଯୋଗର କାହାଣୀ ଆଗକୁ ଧରିତ୍ରୀ ନିଶ୍ଚୟ ଜାରି ରଖିବ। ଏହିସବୁ ଗଁାର ଲୋକଙ୍କ ଜମି ହାତେଇବାକୁ କିପରି ନକ୍ସଲ ସଜେଇ ଦିଆଗଲା ତାହା ମଧ୍ୟ ଲୋକଲୋଚନକୁ ଆଣିବା ସହ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ଯେଉଁ ବିଶ୍ୱସନୀୟତା ହରାଇଛନ୍ତି ତାହା ନିଶ୍ଚୟ ଫେରାଇ ଆଣିବା ଚେଷ୍ଟା ଧରିତ୍ରୀ ଜାରି ରଖିବ।

ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?