Posted inଜାତୀୟ

ରାଣା ଗୁରଜିତ ସିଂଙ୍କୁ ନେଇ ସରଗରମ ପଞ୍ଜାବ ରାଜନୀତି

ଚଣ୍ଡିଗଡ଼,୨୮ ।୯: ପଞ୍ଜାବ ରାଜନୀତିରେ ସଂଘର୍ଷ ଲାଗି ରହିଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ସବୁବେଳେ କିଛି ନା କିଛି ଅସୁବିଧା ପରିଲକ୍ଷିତ ହେଉଛି । ଏହି କାରଣରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିବା ବେଳେ ଅମରିନ୍ଦରଙ୍କ ସହ ମନୋମାଳିନ୍ୟ ଯୋଗୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କିଛିଦିନ ରାଜନୀତି ଠାରୁ ଦୂରେଇ ରହିବା ପରେ ଏବେ ପୁଣିଥରେ କଂଗ୍ରେସରେ ଯୋଗ ଦେଇଥିଲେ । ଆଉ ତୁରନ୍ତ ତାଙ୍କୁ ପିସିସି ସଭାପତି କରି ଦିଆଯାଇଥିଲା । ହେଲେ ମାତ୍ର ୭୨ ଦିନ ପରେ ସିଦ୍ଧୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏବେ ଆଲୋଚନା ହେଉଛି କି କ୍ୟାପଟେନଙ୍କ ସହ ମନୋମାଳିନ୍ୟ ହେଉ ଅବା ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ସହ ମନୋମାିଳନ୍ୟ ହେଉ ନ ଚତ୍ ରାଣା ଗୁରଜିତ ସିଂ ମନ୍ତ୍ରୀ ହେବାକୁ ନେଇ ହେଉ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ପ୍ରକୃତରେ ରାଣା ଗୁରଜିତ ସିଂଙ୍କୁ ନେଇ ଏବେ ପଞ୍ଜାବ ରାଜନୀତି ସରଗରମ । ତାଙ୍କ ନାଁରେ ଭ୍ରଷ୍ଟାଚାର ମାମଲା ରହିଛି । ଯେଉଁଥିପାଇଁ ତାଙ୍କୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଶାସନ କାଳରେ ପଦ ଛାଡିବାକୁ ପଡିଥିଲା । ଆଉ ଏବେ ତାଙ୍କୁ ମନ୍ତ୍ରୀ କରା ନ ଯିବାକୁ ଦାବି କରି ପ୍ରାୟ ୬ ଜଣ ବିଧାୟକ ସିଦ୍ଧୁଙ୍କୁ ପତ୍ର ଲେଖିଥିବା ବେଳେ ସେ କିନ୍ତୁ ମନ୍ତ୍ରୀ ଭାବେ ଏଥର ଶପଥ ନେଇଛନ୍ତି । ହୁଏତ ଏହାକୁ ବିରୋଧ କରି ସିଦ୍ଧୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭିକାରିଙ୍କୁ ଚାକିରି ଦେବେ ରାଜ୍ୟ ସରକାର

ଜୟପୁର, ୩୦।୮: ଭିକାରିଙ୍କୁ ଚାକିରି ଦେବାକୁ ରାଜସ୍ଥାନ ସରକାର ଅଣ୍ଟା ଭିଡ଼ିଛନ୍ତି। ରାସ୍ତାଘାଟ, ପର୍ଯ୍ୟଟନସ୍ଥଳ, ଧର୍ମସ୍ଥଳ ଆଦିରେ ଭିକାରିଙ୍କ ଯୋଗୁ ଭିଡ଼ ସୃଷ୍ଟି ହେଉଛି। ତେଣୁ...

ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଆକ୍ରମଣ

ଶ୍ରୀନଗର,୮।୧: ଜମ୍ମୁ-କଶ୍ମୀରରେ ଶାନ୍ତି ଭଙ୍ଗ କରିବା ପାଇଁ ପାକିସ୍ତାନ ସବୁବେଳେ ଉଦ୍ୟମ ଚଳାଇଛି। କେତେବେଳେ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି ତ କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ...

ଉତ୍ତରାଖଣ୍ଡ ନିର୍ବାଚନ: ଭୋଟ ହାତେଇବାକୁ କେଜରିୱାଲଙ୍କ ବଡ ଘୋଷଣା

ଡେରାଡୁନ,୧୧ ।୭: ଉତ୍ତରାଖଣ୍ଡରେ ୨୦୨୨ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ ବଡ ଟକ୍କର...

ନିର୍ଯାତନା ମାମଲାରେ କେଜରିଓ୍ବାଲଙ୍କୁ ନୋଟିସ

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୧ ଜଣଙ୍କ ନାମରେ ୨୦୧୮ରେ ଏକ ନିର୍ଯାତନା ମାମଲା ଦାୟର...

ଦୂରଦର୍ଶନରେ ପ୍ରସାରଣ ହେବାକୁ ଥିବା ରାମ ମନ୍ଦିର ଭୂମିପୂଜାକୁ ସିପିଆଇ ନେତାଙ୍କ ବିରୋଧ

ନୂଆଦିଲ୍ଲୀ,୨୭।୭: ଆଯୋଧ୍ୟାରେ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ସମାରୋହ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବେ। କରୋନା...

ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ!

ଚଣ୍ଡିଗଡ଼,୧୫ ।୭: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ଧୀରେ ଧୀରେ ସମାଧାନ ହେବାକୁ ଯାଉଛି । ଏଠାରେ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ଆସନ...

ମଙ୍ଗଳବାର ଲକ୍‌ଡାଉନ୍‌କୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏନେଇ ସେମାବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଭାଇରସ୍‌...

ଏଲ୍‌ଓସି ସୀମାରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ଶହୀଦ

ଶ୍ରୀନଗର,୮ା୭- ଜମ୍ମୁ-କଶ୍ମୀର ଏଲ୍‌ଓସି ସୀମାରେ ଗୁରୁବାର ଭାରତୀୟ ସେନାର ଗୁଳିରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଥିବା...

Advertisement
Archives

Model This Week