କିର୍‌ ଷ୍ଟାର୍ମର କିଏ? ବ୍ରିଟେନ ନିର୍ବାଚନରେ ଯିଏ ସୁନକଙ୍କୁ ଦେଉଛନ୍ତି କଡ଼ା ଟକ୍କର, ହୋଇପାରନ୍ତି ପ୍ରଧାନମନ୍ତ୍ରୀ…

ଲଣ୍ଡନ,୪।୭: ବ୍ରିଟେନ୍‌ରେ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବଡ଼ ଧରଣର ଓଲଟପାଲଟ ହୋଇପାରେ। ଏପରିକି ପ୍ରଧାନମନ୍ତ୍ରୀ ଋଷି ସୁନକ ନିର୍ବାଚନ ହାରିଯାଇପାରନ୍ତି ବୋଲି କୁହାଯାଉଛି। ତାଙ୍କୁ ଲେବର ପାର୍ଟିର ନେତା କିର୍‌ ଷ୍ଟାର୍ମର କଡ଼ା ଟକ୍କର ଦେଇପାରନ୍ତି। ନିର୍ବାଚନରେ ଯଦି ବିଜେତା ହୁଅନ୍ତି ତେବେ ଷ୍ଟାର୍ମର ସରକାର ଗଢ଼ିବାକୁ ପ୍ରସ୍ତୁତ ବୋଲି ଦାବି କରିଛନ୍ତି।
ନିର୍ବାଚନକୁ ନେଇ ଏଯାବତ ଆସିଥିବା ଏଜେନ୍ସିମାନଙ୍କର ସର୍ବେକ୍ଷଣରୁ ସୁନକଙ୍କ ପରାଜୟର ଅନୁମାନ କରାଯାଇଛି। ନିର୍ବାଚନରେ ଅନ୍ତିମ ଓପିନିଅନ ପୋଲର୍‌ରେ ଲେବର ପାର୍ଟି ଅପ୍ରତ୍ୟାଶିତ ବିଜୟ ଏବଂ କନ୍ଜର୍ଭେଟିଭ୍‌ ପାର୍ଟିର ପରାଜୟର ଅନୁମାନ କରାଯାଇଛି। ଏହି ଅନୁମାନକୁ ଦୃଷ୍ଟିରେ ରଖି ଷ୍ଟାର୍ମର ନିର୍ବାଚନ ପରେ ବ୍ରିଟେନରେ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଷ୍ଟାର୍ମର ଆଶା ରଖିଥିବା କହିଛନ୍ତି।
ଷ୍ଟାର୍ମର କିଏ?
ବ୍ରିଟେନ୍‌ରେ ୧୯୬୨ ସେପ୍ଟେମ୍ବର ୨ରେ  ଷ୍ଟାର୍ମରଙ୍କ ଜନ୍ମ। ସେ ପେସାରେ ଜଣେ ଓକିଲ। ଏହାଛଡ଼ା ବ୍ରିଟେନ୍‌ ସଂସଦରେ ୨୦୨୦ରୁ ବିରୋଧୀ ଏବଂ ଲେବର ପାର୍ଟିର ନେତା ଅଛନ୍ତି। ସେ ୨୦୧୫ରୁ ୨୦୨୪ ଯାଏ ହୋଲବୋର୍ନ ଏବଂ  ସେଣ୍ଟ ପାନକ୍ରାସରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ଷ୍ଟାର୍ମର ୨୦୦୮ରୁ ୨୦୨୩ ଯାଏ ପବ୍ଲିକ ପ୍ରସିକ୍ୟୁସନର ନିର୍ଦ୍ଦେଶକ ଥିଲେ। ସେ ପ୍ରଗତିଶୀଳ  ବିଚାରଧାରାର ନେତା ବୋଲି କୁହାଯାଏ।
୨୦୨୦ରେ ସେ ଲେବର ପାର୍ଟିର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ଦଳକୁ ୮୫ ବର୍ଷରେ ପ୍ରଥମ ଥର ଲାଗି ସବୁଠାରୁ ଖରାପ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରାଜୟ ପରେ ଷ୍ଟାର୍ମର ଦଳକୁ ଏକଜୁଟ କରି ନୂତନ ପ୍ରସଙ୍ଗରେ ଆଗକୁ ବଢ଼ିଥିଲେ। ଦଳକୁ ପୁଣିଥରେ ବିଜେତା କରିବାକୁ ତୁରନ୍ତ ନିଜର ମିଶନ ଘୋଷଣା କରିଥିଲେ। ପରେ ସେ ଦଳକୁ ବ୍ରିଟିଶ ରାଜନୀତିର କେନ୍ଦ୍ରକୁ ଫେରାଇ ଆଣିବା ଏବଂ ଭୋଟରମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିବା କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?