ଜ୍ଞାନକୌଶଳର ଲାଭ ନେଉଛି କିଏ

ବିଚିତ୍ର ବିଶ୍ୱାଳ

ଚାଷ ଓ ଚାଷୀମାନଙ୍କର ସଙ୍କଟକୁ ବିଚାରକୁ ନେଲେ ଆମ ଦେଶ ପଛରେ ନାହଁି। ନ୍ୟାଶନାଲ୍‌ କ୍ରାଇମ୍‌ ରେକର୍ଡ଼ ବ୍ୟୁରୋ ତଥ୍ୟ ଅନୁସାରେ, ଦେଶରେ ପ୍ରତି ଅଧଘଣ୍ଟାରେ ଜଣେ ଚାଷୀ ଆତ୍ମହତ୍ୟା କରୁଛି। ଗତ ୨୦ ବର୍ଷ ଭିତରେ ୨୦ ଭାଗ ଚାଷୀ ଚାଷ ଛାଡ଼ି ଦିନ ମଜୁରିଆ ହୋଇଯାଇଛନ୍ତି। ଚାଷୀମାନଙ୍କର ସଂଖ୍ୟା ଜନସଂଖ୍ୟାର ୭୦%ରୁ ଖସି ୫୦%ରେ ପହଞ୍ଚତ୍ଲାଣି।
କୃଷିଜାତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ନ ମିଳିବା ଯୋଗୁ ଚାଷୀଙ୍କ ଅବସ୍ଥା ସଙ୍କଟାପନ୍ନ ହେଉଛି। ସାରା ବିଶ୍ୱର ଚାଷୀମାନେ ଉପତ୍ାଦିତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପାଇବା ପାଇଁ ସଂଘର୍ଷ କରୁଥିବା ବେଳେ, ନିକଟ ଅତୀତରେ ପ୍ରକାଶିତ ଅକ୍ସଫାମ୍‌ର ବିସମତା ରିପୋର୍ଟରୁ ଜଣାଯାଏ ଯେ, ଗତ ୨ ବର୍ଷ ମଧ୍ୟରେ ଖାଦ୍ୟ ଦ୍ରବ୍ୟ ବ୍ୟବସାୟ ସହିତ ଜଡ଼ିତ ୬୨ ଜଣ ବ୍ୟକ୍ତି ସୁପର ଧନୀ ତାଲିକାରେ ଯୋଡ଼ି ହୋଇଛନ୍ତି। ଏଥିମଧ୍ୟରୁ କୃଷି ଓ ଖାଦ୍ୟ ସାମଗ୍ରୀ ବ୍ୟବସାୟ ସହିତ ଜଡ଼ିତ କାର୍ଗିଲ୍‌ କମ୍ପାନୀ ପରିବାରର ୧୨ ଜଣ ଏହି ତାଲିକାରେ ଅଛନ୍ତି। ପୂର୍ବ ରିପୋର୍ଟରେ ସୁପର ଧନୀ ତାଲିକାରେ କାର୍ଗିଲ୍‌ ପରିବାରର ୮ ଜଣ ଥିବା ବେଳେ ଗତ ୨ ବର୍ଷର କରୋନା ସଙ୍କଟ ସମୟରେ ଏହି ପରିବାରର ଆଉ ୪ଜଣ ଏଥିରେ ଯୋଡ଼ି ହୋଇଛନ୍ତି। ମହାମାରୀ ସମୟରେ ଓ ତା’ ପୂର୍ବରୁ ଚାଷୀମାନେ ଉପତ୍ାଦନର ଉଚିତ୍‌ ମୂଲ୍ୟ ନ ପାଇ ଅତ୍ୟନ୍ତ ଦୁଃସ୍ଥ ସ୍ଥିତିରେ ଥିବାବେଳେ ଚାଷ ଓ ଖାଦ୍ୟ ସହିତ ଜଡ଼ିତ କମ୍ପାନୀଗୁଡ଼ିକ ତାଙ୍କ ଲାଭକୁ ଅତ୍ୟଧିକ ବଢ଼ାଇବାରେ ସକ୍ଷମ ହୋଇପାରିଛନ୍ତି। ଏଥିରୁ ବୁଝି ହେଉଛି, ଚାଷରେ ଜ୍ଞାନ କୌଶଳର ବ୍ୟବହାରକୁ ଦ୍ରୁତ ପ୍ରୋତ୍ସାହନ ଯୋଗୁ ଚାଷୀମାନଙ୍କର ଉପତ୍ାଦନରେ ଯାହା ବୃଦ୍ଧି ହୋଇଛି, ତା’ଠାରୁ ଢେର୍‌ ଗୁଣ ଲାଭ କୃଷି ସାମଗ୍ରୀ ବ୍ୟବସାୟ କରୁଥିବା କମ୍ପାନୀଗୁଡ଼ିକ ପାଇଛନ୍ତି। ତା’ହେଲେ ଚାଷୀଙ୍କୁ ଜ୍ଞାନ କୌଶଳର ଯେଉଁ ଭେଳିକି ଦେଖାଯାଉଛି, ତା’ର ପ୍ରକୃତ ହିତାଧିକାରୀ କିଏ? ଚାଷୀ ନା ଚାଷ ସହିତ ଜଡ଼ିତ ଥିବା କମ୍ପାନୀ?
ନେତା, ଅର୍ଥନୀତିଜ୍ଞ ଓ କୃଷି ବୈଜ୍ଞାନିକମାନେ ବାରମ୍ବାର ଚାଷୀମାନଙ୍କୁ ଉପତ୍ାଦନ ବୃଦ୍ଧି ପାଇଁ ଉପଦେଶ ଦେଉଛନ୍ତି ଓ ସେଥିନିମନ୍ତେ ଅଧିକରୁ ଅଧିକ ଜ୍ଞାନକୌଶଳ ତଥା ଯନ୍ତ୍ରପାତି ବ୍ୟବହାର କରିବା ଲାଗି ପ୍ରବର୍ତ୍ତାଉଛନ୍ତି। ଏହା ପଛରେ ଚାଷୀମାନଙ୍କର ଉନ୍ନତି ଅପେକ୍ଷା ଚାଷ କ୍ଷେତ୍ର ସହିତ ଜଡ଼ିତ ଥିବା କମ୍ପାନୀଗୁଡ଼ିକୁ ଲାଭ ଦେବାର ଯୋଜନା ଅଧିକ ରହିଛି ବୋଲି ବୁଝିବାରେ ଆଉ ବାକି ନାହଁି, ଯାହାର ସୂଚନା ଅକ୍ସଫାମ୍‌ ରିପୋର୍ଟରୁ ମିଳୁଛି। ମହାମାରୀ କାଳରେ ଏକାଧିକ କମ୍ପାନୀ ମାଲିକମାନେ ବିଲିଅନେୟାର ତାଲିକାରେ ଯୋଡ଼ି ହୋଇଛନ୍ତି। କେବଳ ମହାମାରୀ ସମୟର କଥା ନୁହେଁ, ସାଧାରଣ ସମୟରେ ବି ଚାଷରେ ଯନ୍ତ୍ରପାତି ଓ ଜ୍ଞାନକୌଶଳର ବ୍ୟବହାର ଯୋଗୁ ଚାଷୀର ଯେତିକି ଲାଭ ହେଉନି, ତା’ଠାରୁ ଅନେକ ଗୁଣ ଲାଭ ହେଉଛି ଜଡ଼ିତ ଥିବା କମ୍ପାନୀମାନଙ୍କର। କାରଣ ଚାଷୀ ପାଇଁ ଉପତ୍ାଦନଠାରୁ ବଡ଼ ସମସ୍ୟା ହେଉଛି ଉପତ୍ାଦନକୁ ଉଚିତ୍‌ ମୂଲ୍ୟ ନ ମିଳିବା। କିନ୍ତୁ ଅଦୂରଦର୍ଶୀ ବା ଯୋଜନାବଦ୍ଧ ଭାବେ ଚାଷୀମାନଙ୍କୁ ପୁଣି ସେହି ଉପତ୍ାଦନ ବୃଦ୍ଧି ଜାଲରେ ପକାଯାଇ ଉଚିତ୍‌ ମୂଲ୍ୟ ପରି ମୁଖ୍ୟ ସମସ୍ୟାକୁ ଅଣଦେଖା କରାଯାଉଛି।
ଚାଷରେ ଯନ୍ତ୍ରପାତି ଓ ଜ୍ଞାନକୌଶଳର ବ୍ୟବହାର ବଢ଼ୁଥିବାରୁ ଚାଷୀର ଖର୍ଚ୍ଚ ବଢ଼ୁଛି ଓ ବଢ଼ୁଥିବା ଯତ୍‌କିଞ୍ଚତ୍ତ୍‌ ଉପତ୍ାଦନର ଉଚିତ୍‌ ଦାମ୍‌ ମିଳୁନାହଁି। ତେଣୁ ଚାଷ କ୍ଷେତ୍ରରେ ଜ୍ଞାନକୌଶଳ ବ୍ୟବହାରର ଲାଭ ଚାଷୀ ପକେଟ୍‌କୁ ଯାଉନାହଁି। ଖାଦ୍ୟ ଦ୍ରବ୍ୟର ବ୍ୟବସାୟ ସହିତ ଜଡ଼ିତ ଥିବା କେବଳ ଚାରୋଟି କମ୍ପାନୀ ଅନ୍ତର୍ଜାତୀୟ ଖାଦ୍ୟ ବଜାରର ୭୦% ଅଧିକାର କରିଛନ୍ତି। ଯେଉଁ ଖାଦ୍ୟ ଦ୍ରବ୍ୟର ବ୍ୟବସାୟ କରି କମ୍ପାନୀଗୁଡ଼ିକ ଅରବପତି ହେଉଛନ୍ତି, ତାହାକୁ କେବଳ ଚାଷୀମାନେ ଦିନ ରାତି ହାଡ଼ଭଙ୍ଗା ପରିଶ୍ରମ କରି ଉପତ୍ାଦନ କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଚାଷୀମାନେ ଭଲରେ ପେଟପୂରା ଖାଇବାକୁ ପାଉ ନ ଥିବା ବେଳେ ସେମାନଙ୍କ ଉପତ୍ାଦନକୁ ନେଇ ବେପାର କରୁଥିବା କମ୍ପାନୀଗୁଡ଼ିକ ସମୃଦ୍ଧିର ଶିଖରରେ ପହଞ୍ଚତ୍ ପାରୁଛନ୍ତି। ଏହା ପଛରେ ଏକମାତ୍ର କାରଣ ହେଉଛି, ତଳ ପାହାଚରୁ ଉପର ପାହାଚଯାଏ ପ୍ରତ୍ୟେକ ସ୍ତରରେ ଚାଷୀଙ୍କୁ ଶୋଷଣ। ଆଜିକାଲି ଆମ ନେତାମାନେ କହୁଛନ୍ତି, ଚାଷୀମାନେ ଉନ୍ନତ ମାନର ବିହନ କିଣନ୍ତୁ। କମ୍ପାନୀ ତିଆରି କରିଥିବା ବିଭିନ୍ନ ପ୍ରକାର ଉପକରଣ ଚାଷରେ ବ୍ୟବହାର କରନ୍ତୁ। ସର୍ବୋପରି ଚାଷୀକୁ ପରନିର୍ଭରଶୀଳ କରେଇ କମ୍ପାନୀଗୁଡ଼ିକ ତହବିଲ ଭରିବା କାମକୁ ସଫଳତାର ସହିତ ଆଗକୁ ନିଆଯାଉଛି। ଗୋଟିଏ ସମୟରେ ସବୁଜ ବିପ୍ଳବ ନାଁରେ ଚାଷୀମାନଙ୍କୁ ଅଧିକରୁ ଅଧିକ ରାସାୟନିକ ଓ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ସମ୍ପ୍ରତି ପାବରେ ଚାଷଜମିର ମାଟିର ଉର୍ବରତା ବୃଦ୍ଧି କରିବା ପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟୟବରାଦ କରିବାକୁ ପଡ଼ୁଛି। କିନ୍ତୁ ଆମ ନୀତି ନିର୍ମାତାମାନେ ପାବର ଉଦାହରଣରୁ କିଛି ନ ଶିଖିବା ଦୁର୍ଭାଗ୍ୟର ବିଷୟ। ବର୍ତ୍ତମାନ ପଯର୍ର୍‌ୟନ୍ତ ହୋଇଥିବା ସମସ୍ତ ଜ୍ଞାନକୌଶଳର ବିକାଶ ଚାଷରେ ଉପତ୍ାଦନ ବୃଦ୍ଧି କରିବା ପାଇଁ ହଁି ହୋଇଛି। ଚାଷୀମାନଙ୍କର ଉପତ୍ାଦନ ବଢ଼ୁଥିଲେ ମଧ୍ୟ ଆୟରେ ସନ୍ତୋଷଜନକ ବୃଦ୍ଧି ହେଉନାହଁି। ଏପରି ସ୍ଥିତିରେ ଚାଷୀଙ୍କର ଆୟ ବୃଦ୍ଧି କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି। ନିକଟ ଅତୀତରେ ହୋଇଥିବା ଅର୍ଥନୈତିକ ସର୍ଭେ ଅନୁସାରେ ଜଣେ ଚାଷୀ ପରିବାରର ଚାଷ ଅପେକ୍ଷା ମଜୁରିରୁ ଅଧିକ ଆୟ ଆସୁଛି।
ଚାଷ କ୍ଷେତ୍ରରେ ଯନ୍ତ୍ରପାତିର ବ୍ୟବହାର ବଢ଼େଇବା ପାଇଁ ସହଜରେ ଚାଷୀ ପାଇଁ ଋଣର ବ୍ୟବସ୍ଥା କରିଦିଆଯାଉଛି। ଫଳରେ ଚାଷୀ ଗୋଟିଏ ପଟେ ଯନ୍ତ୍ରର ମାୟାରେ ପଡ଼ିଯାଉଥିବା ବେଳେ ଅନ୍ୟପଟେ ଋଣଭାରରେ ଚାପି ହୋଇଯାଉଛି। ଯେତେ ଅଧିକ ଯନ୍ତ୍ରପାତିର ବ୍ୟବହାର ବଢ଼ୁଛି, ସେତେ ଅଧିକ ଚାଷୀମାନଙ୍କ ଉପରେ ଋଣ ଭାର ବଢ଼ୁଛି। ଚାଷୀର ଖର୍ଚ୍ଚ ବଢ଼ୁଛି, ବଜାର ନିର୍ଭରଶୀଳତା ବଢ଼ୁଛି, ଜମିର ଓ ପରିବେଶର କ୍ଷତି ହେଉଛି। ଯନ୍ତ୍ରପାତି ବା ଜ୍ଞାନକୌଶଳର ବ୍ୟବହାର ହେବା ଭୁଲ୍‌ ନୁହେଁ। କିନ୍ତୁ ଚାଷୀଙ୍କର ସବୁ ସମସ୍ୟାର ସମାଧାନ ଜ୍ଞାନକୌଶଳ ଦ୍ୱାରା ସମାଧାନ ହୋଇପାରିବ ନାହଁି। ସେଥିପାଇଁ ସରକାରଙ୍କୁ ଭିନ୍ନ ଭାବେ ନିଷ୍ପତ୍ତି ନେବାକୁ ପଡ଼ିବ। ଚାଷ ବ୍ୟବସ୍ଥାକୁ ବଜାର ନିର୍ଭରଶୀଳ ନ କରେଇ ସ୍ବାବଲମ୍ବନଶୀଳ କରିବାକୁ ପଡ଼ିବ। ଚାଷୀଙ୍କର ନିବେଶ ଖର୍ଚ୍ଚ କମ୍‌ ହେବା ସହିତ ଉପତ୍ାଦନକୁ ଉଚିତ୍‌ ଦାମ ମିଳିଲେ ଚାଷରୁ ଚାଷୀଙ୍କର ଆୟ ବଢ଼ିପାରିବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri