ବାଲେନ ଶାହା କିଏ, ଯିଏ ନେପାଳରେ Gen Zଙ୍କ ହିରୋ ହୋଇଛନ୍ତି?

କାଠମାଣ୍ଡୁ, ୧୦।୯: ନେପାଳରେ ଜେନ୍‌ ଜେଡ୍‌ଙ୍କ ହିଂସ୍ର ଆନ୍ଦୋଳନ ମଧ୍ୟରେ ବାଲେନ୍‌ ଶାହାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବାଲେନ୍‌ଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ କରି ଶାସନତନ୍ତ୍ର ହସ୍ତାନ୍ତର କରିବାକୁ ଯୁବପିଢ଼ି ଦାବି କରୁଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛନ୍ତି। ବାଲେନ୍‌ ହେଉଛନ୍ତି କାଠମାଣ୍ଡୁର ମେୟର। ନେପାଳର ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କର ଡେର୍‌ ଲୋକପ୍ରିୟତା ରହିଛି। ପ୍ରାୟତଃ ବିଭିନ୍ନ ପ୍ରସଙ୍ଗକୁ ନେଇ ତାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି କରିଥାଏ ଏବଂ ଖୁବ୍‌ଶୀଘ୍ର ଟ୍ରେଣ୍ଡ୍‌ ମଧ୍ୟ ହୋଇଥାଏ। ଟାଇମ୍‌ ମାଗାଜିନ ପକ୍ଷରୁ ୨୦୨୩ର ଶ୍ରେଷ୍ଠ ୧୦୦ ବ୍ୟକ୍ତିତ୍ୱଙ୍କ ତାଲିକାରେ ତାଙ୍କ ନାମ ସାମିଲ ଥିଲା। ସୋସିଆଲ ମିଡିଆ ନିଷେଧ ବିରୋଧୀ ଜେନ୍‌ ଜେଡ୍‌ର ଆନ୍ଦୋଳନକୁ ସମର୍ଥନ କରି ବାଲେନ୍‌ ଖୁବ୍‌ ସହଜରେ ଯୁବପିଢ଼ିଙ୍କ ସମର୍ଥନକୁ ନିଜ ସପକ୍ଷରେ ହାଇଜ୍ୟାକ୍‌ କରିଛନ୍ତି ବୋଲି ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ନେପାଳରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ବିରୋଧରେ ଜାରି ନିଷେଧାଦେଶ ବିରୋଧରେ ଯୁବପିଢ଼ିଙ୍କ ଆନ୍ଦୋଳନ ମଙ୍ଗଳବାର ହିଂସ୍ର ରୂପ ଧାରଣ କରିଛି। ସୋମବାର ପୋଲିସ ଗୁଳିରେ ୨୩ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ମଙ୍ଗଳବାର ବିକ୍ଷୋଭକାରୀମାନେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଓ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲଙ୍କ ବାସଭବନକୁ ଜାଳି ଦେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନ ହିଂସ୍ର ରୂପ ନେବା ପରେ ମଙ୍ଗଳବାର ନେପାଳ ସରକାର ସୋସିଆଲ ମିଡିଆ ଉପରୁ ନିଷେଧାଦେଶ ହଠାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଓ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଭାରତର ଏହି ପଡ଼ୋଶୀ ଦେଶରେ ଶାନ୍ତି ଫେରି ଆସିପାରି ନାହିଁ। ଏଥିରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଉପରେ ନିଷେଧାଦେଶ ଏହି ଆନ୍ଦୋଳନର ଏକମାତ୍ର କାରଣ ନୁହେଁ ବୋଲି ସ୍ପଷ୍ଟ ହୋଇଥିବା ନେଇ ଦେଶର ଅନେକ ବୁଦ୍ଧିଜୀବୀ କହିଛନ୍ତି। ନେପାଳ ସରକାରରେ ପ୍ରଚଳିତ ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ କ୍ଷମତାରେ ଥିବା ରାଜନେତା ତଥା ବ୍ୟୁରୋକ୍ରାଟ୍‌ଙ୍କ ପିଲାମାନଙ୍କୁ ଦିଆଯାଉଥିବା ଅନୁଚିତ ଲାଭକୁ ନେଇ ଦେଶରେ ଯୁବପିଢ଼ିଙ୍କ ମଧ୍ୟରେ ଗତ କିଛି ବର୍ଷ ଧରି ରହିଥିବା ଆକ୍ରୋଶର ଏହା ପ୍ରତିଫଳନ ବୋଲି ସେମାନେ କହିଛନ୍ତି।
ଏହି ହିଂସାତ୍ମକ ଆନ୍ଦୋଳନ ସୋମବାର ଆରମ୍ଭ ହୋଇଥିବା ବେଳେ ଏହାର କିଛିଦିନ ତଳେ ଦେଶରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ନେପୋକିଡ୍ସ, ନେପୋବେବି, ପଲିଟିସିଆନ୍ସନେପୋବେବି ପରି ହ୍ୟାଶ୍‌ଟ୍ୟାଗ୍‌ ଟ୍ରେଣ୍ଡ୍‌ କରୁଥିଲା। ସୋସିଆଲ ମିଡିଆରେ ଲୋକମାନେ ଦେଶର ଯୁବପିଢ଼ିଙ୍କ ତୁଳନା ନେତା ତଥା ବ୍ୟୁରୋକ୍ରାଟ୍‌ଙ୍କ ପିଲାଙ୍କ ସହ କରୁଥିଲେ। ଯୁବପିଢ଼ି ୨ ଓଳିର ରୁଟି ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ କ୍ଷମତାସୀନ ରାଜନେତା ତଥା ବିଶିଷ୍ଟ ବ୍ୟକ୍ତିଙ୍କ ପିଲାମାନେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ। ଦେଶ ଆର୍ଥିକ ସଙ୍କଟ ଓ ଦୁର୍ନୀତି ମଧ୍ୟରେ ପେଶି ହେଉଥିବା ବେଳେ ଉକ୍ତ ଟ୍ରେଣ୍ଡ୍‌ ବିଦେଶରେ ରାଜନେତାଙ୍କ ପିଲାମାନଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ପ୍ରଦର୍ଶିତ କରିଥିଲା। ନେପାଳୀ ଯୁବପିଢ଼ି ଦେଶରେ ଶିକ୍ଷା, ନିଯୁକ୍ତି ଆଦି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଥିବା ବେଳେ କ୍ଷମତାସୀନ ଲୋକଙ୍କ ପିଲାମାନେ ବିଦେଶରେ ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଥିବା ଦର୍ଶାଇ ଏହା ନେପାଳ ଶାସନ ବ୍ୟବସ୍ଥାରେ ଅସମାନତାର ନଗ୍ନ ଉଦାହରଣ ବୋଲି ଅନେକ ନେପାଳୀ ୟୁଜର୍ସ ପୋଷ୍ଟ କରିଥିଲେ।
ଦାରିଦ୍ର୍ୟ ଓ ବେକାରିକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଆକ୍ରୋଶ ରହିଆସିଛି। ଏକ ରିପୋର୍ଟ ଅନୁଯାୟୀ, ନେପାଳର ପ୍ରାୟ ୧୯% ଯୁବପିଢ଼ି ବେରୋଜଗାର ରହିଛନ୍ତି। ରୋଜଗାର ପାଇଁ ଅଧିକାଂଶ ଯୁବକଙ୍କୁ ଦେଶ ବାହାରକୁ ଯିବାକୁ ପଡ଼ୁଛି। ଦେଶରେ ଏପରି ବେକାରି ସ୍ତର ରହିଛି, ଯେଉଁଥିରେ ରୁଷିଆ ଏବଂ ୟୁକ୍ରେନ୍‌ ଯୁଦ୍ଧରେ ନେପାଳୀ ଲୋକଙ୍କୁ ଭଡ଼ାଟିଆ ସୈନିକ ଭାବରେ କାମ କରିବାକୁ ବାଧ୍ୟ କରାଯାଉଛି। ନେପାଳୀ ଯୁବପିଢ଼ିଙ୍କ ଏହି ଆକ୍ରୋଶ ଚରମସୀମାରେ ଥିବାବେଳେ ଦେଶର ସରକାରଙ୍କ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ପାଇଁ ନିର୍ଦ୍ଦେଶନାମା ସେମାନଙ୍କ ଆକ୍ରୋଶକୁ ବଢ଼ାଇଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?