Posted inଜାତୀୟ

ମନମୋହନ ସିଂଙ୍କ ୩ ଝିଅ କ’ଣ କରନ୍ତି? ରାଜନୀତିଠାରୁ ଯିଏ ନିଜକୁ ଦୂରେଇ ରଖି…

ନୂଆଦିଲ୍ଲୀ,୨୮।୧୨: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ୧୯୫୮ରେ ସେ ଗୁରଶରଣ କୌରଙ୍କୁ ବିବାହ କରିଥିଲେ। ତାଙ୍କର ୩ ଝିଅ ଅଛନ୍ତି। ସେମାନେ ହେଲେ ଉପିନ୍ଦର ସିଂ, ଦମନ ସିଂ, ଅମୃତ ସିଂ। ସମସ୍ତେ ରାଜନୀତି କ୍ଷେତ୍ରରୁ ଦୂରରେ ରହି ନିଜ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ମନମୋହନଙ୍କ ବଡ଼ ଝିଅ ଉପିନ୍ଦର ଇତିହାସର ଜଣାଶୁଣା ପ୍ରଫେସର ଅଛନ୍ତି। ମଝିଆ ଝିଅ ଆଇନକୁ ପେସା କରିଛନ୍ତି। ସେହିଭଳି ସାନ ଝିଅ ପେସାରେ ଜଣେ ଲେଖିକା।
-ଉପିନ୍ଦର ସିଂ: ମନମୋହନଙ୍କ ବଡ଼ ଝିଅ ଉପିନ୍ଦର ଅଶୋକା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ସେ ଲେଖକ ବିଜୟ ତନ୍‌ଖାଙ୍କୁ ବିବାହ କରିଛନ୍ତି। ଉପିନ୍ଦର ଅନେକ ପୁସ୍ତକ ରଚନା କରିଛନ୍ତି। ସେ ପ୍ରାଚୀନ ଭାରତୀୟ ଇତିହାସ ଉପରେ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି। ତାଙ୍କୁ କେମ୍ରିଜ୍‌ରୁ ଫେଲୋସିପ ମଧ୍ୟ ମିଳିଛି। ଯେତେବେଳେ ସଞ୍ଜୟ ବାରୁ ‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ପୁସ୍ତକ ରଚନା କରିଥିଲେ, ସେ ଏହାର କଡ଼ା ସମାଲୋଚନା କରିଥିଲେ।
-ଅମୃତ ସିଂ: ମନମୋହନଙ୍କ ମଝିଆ ଝିଅ ହେଉଛନ୍ତି ଅମୃତ। ସେ ଜଣେ ଜଣାଶୁଣା ଓକିଲ। ସେ ଷ୍ଟେଫର୍ଡ ବିଶ୍ୱବିଦ୍ୟାଳୟରେ ଆଇନର ପ୍ରଫେସର ଅଛନ୍ତି। ସେ ସାରା ବିଶ୍ୱରେ ଅନେକ ମାନବାଧିକାର ପ୍ରସଙ୍ଗରେ କାମ କରିଛନ୍ତି। କେମ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।
-ଦମନ ସିଂ: ମନମୋହନଙ୍କ ସାନ ଝିଅ ହେଉଛନ୍ତି ଦମନ। ସେ ଜଣେ ଖ୍ୟତନାମା ଲେଖିକା। ସେ ‘ଦ ଲାଷ୍ଟ ଫ୍ରଣ୍ଟିୟର’ ବ୍ୟତୀତ ‘ଷ୍ଟ୍ରିକ୍ଟଲି ପର୍ସନାଲ: ମନମୋହନ ଆଣ୍ଡ ଗୁରୁଶରଣ’ ନାମରେ ନିଜ ମାତାପିତାଙ୍କ ବାୟୋଗ୍ରାଫି ଳେଖିଛନ୍ତି। ଏଥିରେ ମନମୋହନଙ୍କ ବ୍ୟକ୍ତିଗତ ଜୀବନର ଅନେକ ଘଟଣା ଉଲ୍ଲେଖ ରହିଛି। ସେ ଆଇପିଏସ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି। ସେ ୧୯୮୪ରେ ନିଜର ସ୍ନାତକ ଶେଷ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?