ମୁଁ କିଏ

ବୋଧ କହିଲେ ବୁଝିବାକୁ ହୁଏ ଜ୍ଞାନ ଅଥବା ବୁଝିବା ଶକ୍ତି। ଏ ବୋଧଶକ୍ତି ବଳରେ ବୁଦ୍ଧତ୍ୱ ପ୍ରାପ୍ତ କରାଯାଇପାରେ ଏଥିରେ ତିଳେମାତ୍ର ଦ୍ୱିରୁକ୍ତି ନାହିଁ। ସେହିପରି ବୁଦ୍ଧ କୌଣସି ନାମ କି ଉପନାମ ନୁହେଁ। ପରନ୍ତୁ ତାହା ଏକ ଅବସ୍ଥା। ମନୁଷ୍ୟ ଯେବେ ଜାଣିନିଏ ଯେ ସେ କିଏ ବୋଲି ସେହିପରି ଅବସ୍ଥା ସୁତରାଂ ବୁଦ୍ଧର ଅର୍ଥ ପରମ ସତ୍ୟ ସହିତ ସାକ୍ଷାତକାର କରୁଥିବା ବ୍ୟକ୍ତିବିଶେଷ ବୋଧିଆ କିମ୍ବା ବୁଦ୍ଧତ୍ୱ ଅର୍ଥାତ୍‌ କାହାର ଭରସା ବିନା ପରମ ଜ୍ଞାନ ପ୍ରାପ୍ତ କରିବା। ବୁଦ୍ଧଙ୍କୁ ତଥାଗତ ଭାବେ ବି ଅଭିହିତ କରାଯାଏ । ସୁତରାଂ ତଥ୍ୟ ଓ ଆଗତରୁ ଯାହାଙ୍କର ସୃଷ୍ଟି ସିଏ ତଥାଗତ। ଅର୍ଥାତ୍‌ ସତ୍‌ମାର୍ଗରେ ଆତଯାତ କରୁଥିବା ବ୍ୟକ୍ତି। ସେହିଭଳି ମନୁଷ୍ୟର ପ୍ରତିଟି ଦଶବର୍ଷରେ ଆଭ୍ୟନ୍ତରୀଣ ରୂପେ ଅନେକ ପରିବର୍ତ୍ତନ ବା ରୂପାନ୍ତରୀକରଣ ଘଟିଥାଏ। ପରିବର୍ତ୍ତନ ପ୍ରକୃତିର ଅଲଂଘନୀୟ ନିୟମ ରୂପେ ସ୍ବୀକାର କରାଯାଏ। ଖାଲି ସେତିକି ନୁହେଁ ଏକଥା ବି ବିନାଦ୍ୱିଧାରେ କୁହାଯାଏ ଯେ ପରିବର୍ତ୍ତନ ଜୀବନର ଅକାଟ୍ୟ ସତ୍ୟ। ଦୁଇ ତିନିଲକ୍ଷ ବର୍ଷର ମାନବ ଯାତ୍ରାରେ ପରିବର୍ତ୍ତନ ଘଟିଆସୁଛି। ଏ ଯାତ୍ରା ନିରନ୍ତର ଭାବେ ଅବ୍ୟାହତ ରହିଛି। ବିଶ୍ୱ ଇତିହାସରେ ପ୍ରାକ୍‌ ଐତିହାସିକ ଯୁଗର ଭୟଙ୍କର ସମୁଦ୍ର ରାକ୍ଷସ ଡାଏନୋସର ଭଳି ଅଧିକାଂଶ ବିନାଶକାରୀ ଜୀବ ଏ ଧରିତ୍ରୀ କୋଳରେ ବିଦ୍ୟମାନ।
ଅବଶ୍ୟ ଟିକେ ତଳେଇ ବିଚାରିଲେ ମନୁଷ୍ୟ କ୍ଷେତ୍ରରେ ବି ଏ କଥାର ବିଶେଷ ସାମଞ୍ଜସ୍ୟ ରହିଛି। ମାନବ କେବଳ ବିବର୍ତ୍ତିତ ହେଉନି, ପରନ୍ତୁ ସମୟ ଅନୁରୂପ ନିଜେ ନିଜକୁ ଢାଲ ବି କରିଚାଲିଛି ।
ଏହି ରୂପାନ୍ତରଣ ମାଧ୍ୟମରେ ନିତିପ୍ରତିଦିନ ମୁଣ୍ଡ ଟେକୁଥିବା ସମସ୍ୟାଗୁଡ଼ିକରୁ ନିସ୍ତାର ପାଇପାରୁଛି। ମାନବ ଇତିହାସ କାଳଖଣ୍ଡ ମଧ୍ୟରେ ମନୁଷ୍ୟ ଶିକାର ଯୁଗରୁ କୃଷି, ପୁଣି ଶିଳ୍ପୋଦ୍ୟୋଗ ପରେ ପରେ ବୈଷୟିକ ସୂଚନା ଓ ଗଣମାଧ୍ୟମ କ୍ରାନ୍ତିର ଏଇ ଯୁଗରେ ନିଜସ୍ବ ଅସ୍ତିତ୍ୱକୁ ବଜାୟ ରଖିବାରେ ସମର୍ଥ ହୋଇଛି। ଏତଦ୍‌ଭିନ୍ନ କୋଭିଡ୍‌ ଭଳି ଅଦୃଶ୍ୟଶକ୍ତିର ସଂକ୍ରମଣଜନିତ ବିଷମ ପରିସ୍ଥିତିରେ ସମଗ୍ର ମାନବଜାତିର ଅସ୍ତିତ୍ୱ ସଙ୍କଟାପନ୍ନ। ଏଭଳି ସଙ୍ଗିନ ସ୍ଥିତିରେ ମାନବ ଏକପ୍ରକାର ମରଣମୁହଁକୁ ଠେଲି ହୋଇଯାଇଛି କହିଲେ ଅତିରଞ୍ଜିତ ହେବନାହିଁ। ଏଭଳି ଦୂରନ୍ତ ପରିସ୍ଥିତି ସତ୍ତ୍ୱେ ବି ମନୁଷ୍ୟ ପ୍ରାୟତଃ ବିଜୟ ପ୍ରାପ୍ତି ଅଭିମୁଖେ ଅଗ୍ରସର ହେଉଛି। ଏ କଥା କହିବା ଅନାବଶ୍ୟକ ଯେ କେବଳ ଇତିହାସ ବା ଯୁଗରେ ପରିବର୍ତ୍ତନ ବା ରୂପାନ୍ତରୀକରଣ ପରିଲକ୍ଷିତ ହେଉଛି। ଏହି ପରିବର୍ତ୍ତନ ଘଟିଥାଏ ଛୋଟରୁ ଅତି ଛୋଟ ଜୀବ ମଧ୍ୟରେ, ସୂକ୍ଷ୍ମରୁ ଅତିସୂକ୍ଷ୍ମ କଣିକାରେ ଆଉ ବିଶାଳକାୟ ଜୀବଙ୍କ ଭିତରେ। ମାତ୍ର ଜୀବିତ ସିଏ ହିଁ ରହିଥାଏ ଯିଏ ଫିଟେଷ୍ଟ ବା ଉପଯୁକ୍ତ ତଥା ଯୋଗ୍ୟ (ଡାରଓ୍ବିନଙ୍କ ସିଦ୍ଧାନ୍ତ ଅନୁସାରେ)। ଆଗର ଓ ଏବର ମନୁଷ୍ୟ ମଧ୍ୟରେ କି କି ପ୍ରକାର ବିବର୍ତ୍ତନ ଘଟିଛି, ତା’ ଆଚାର ବ୍ୟବହାର ସଂସ୍କୃତିରେ କ’ଣ ପରିବର୍ତ୍ତନ ଘଟିଛି ତାହା କହିବା ନିଷ୍ପ୍ରୟୋଜନ।
ଏହି ପରିପ୍ରେକ୍ଷୀରେ ଏମିତି ଜଣେ ମହାପୁରୁଷଙ୍କ ମାଧ୍ୟମରେ ପରିବର୍ତ୍ତନକୁ ଜୀବନର ସାର୍ଥକତା ସହିତ ପ୍ରସ୍ତୁତ କରାଯିବା ନିହାତି ହେବା ଦରକାର, ଯାହାଙ୍କୁ ବିଶ୍ୱବାସୀ ଭଗବାନ୍‌ ବୁଦ୍ଧଙ୍କ ନାମରେ ଜାଣିଥା’ନ୍ତି। ସେ ହିଁ ଭଗବାନ୍‌ ବୁଦ୍ଧ ଯିଏକି ଅଙ୍ଗୁଳିମାଳ ଭଳି ଦୁର୍ଦ୍ଦାନ୍ତ ଦୈତ୍ୟକୁ ନିଜସ୍ବ ବାଣୀ ଓ ଉପଦେଶ ବଳରେ ଆପଣାର ଶିଷ୍ୟ ବନେଇ ପାରିଥିଲେ । ପୁନଶ୍ଚ ଇଏ ସେଇ ଭଗବାନ୍‌ ବୁଦ୍ଧ ଯାହାଙ୍କ ଜୀବନର ମୂଳାଧାର ହେଉଛି ଧମ୍ମ। ଏଥିରେ ଧମ୍ମ ଆଉ ଜୀବନର ମର୍ମ ବି ପ୍ରଚ୍ଛନ୍ନ ଭାବେ ନିହିତ। ପ୍ରକୃତିର ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରି ଜୀବିକାର୍ଜନ କରିବା ହିଁ ଧମ୍ମ। ଏ ଧମ୍ମ କଳ୍ପନା ଆଧାରିତ ନୁହେଁ ପରନ୍ତୁ ଯାଞ୍ଚ ପରଖ କରି ଆପଣାଉଥିବା ଜୀବନର ଯଥାର୍ଥତାଭିତ୍ତିକ। ସେଥିରେ ପୁଣି ଏହା ବିଜ୍ଞାନସମ୍ମତ ସିଦ୍ଧାନ୍ତର ବହୁ ଊଦ୍ଧର୍‌ବରେ।
ଏହି ମହାମାନବ ସିଦ୍ଧାର୍ଥ ରୂପେ ରାଜକୁମାର ହୋଇ ପୁଣି ଗୌତମ ରୂପେ ଜଙ୍ଗଲରୁ ଜଙ୍ଗଲ ଘୂରିବୁଲି ବୋଧିସତ୍ତ୍ୱ ପ୍ରାପ୍ତକଲେ। ଏ ଅନ୍ବେଷଣ ଏଭଳି ଏକ ଅବସ୍ଥା ଯଦ୍ଦ୍ବାରା ସେ ଭଗବାନ୍‌ ବୁଦ୍ଧ ବନିଗଲେ। ଏହି ପରିବର୍ତ୍ତନ ସ୍ବରୂପକୁ ଆମେ ଜାଣିଛେ ଆଉ ସ୍ବୀକାର ବି କରିଛେ। ଏହା ପ୍ରତ୍ୟେକ ମଣିଷ ଜୀବନରେ ପ୍ରଜ୍ଜ୍ୱଳିତ ଆଲୋକଜ୍ୟୋତି ନେଇ ଅମା ଅନ୍ଧକାର ମଧ୍ୟରେ ଏକ ଆଶାର କିରଣ ସହ ଦଣ୍ଡାୟମାନ।

– ନଗେନ୍ଦ୍ର ନାଥ ପଟ୍ଟନାୟକ
ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର, ମୋ: ୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?