ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ‘ସ୍ପ୍ଲାସ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୩।୧୨:ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୭ରୁ ୧୪ ବର୍ଷ ବୟସର ପିଲାଙ୍କ ପାଇଁ ଏକ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା ‘ସ୍ପ୍ଲାସ୍‌’ ର ଶୁଭାରମ୍ଭ କରାଯାଇଛି। ବିଶେଷକରି ପରିବେଶ ସଂରକ୍ଷଣ ଉପରେ ପିଲାମାନଙ୍କୁ ସଚେତନ କରାଇବା ଲାଗି ଚଳିତ ବର୍ଷ ପ୍ରତିଯୋଗିତାର ଦୁଇଟି ବିଷୟବସ୍ତୁ ଯଥା ୭ରୁ୧୦ ବର୍ଷର ପିଲାମାନଙ୍କ ପାଇଁ ‘ଏଭରଗ୍ରିନ୍‌ ଇଣ୍ଡିଆ’ ଏବଂ ୧୧ରୁ୧୪ ବର୍ଷର ପିଲାମାନଙ୍କ ପାଇଁ ‘ଭାରତ ୨୦୩୦’ ଶୀର୍ଷକ ବିଷୟବସ୍ତୁ ରଖାଯାଇଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ମୁଖ୍ୟ ମାର୍କେଟିଂ ଅଧିକାରୀ ଅନୁପ ମନୋହର କହିଛନ୍ତି, ସ୍ପ୍ଲାସ୍‌ ବିଷୟରେ ଘୋଷଣାକରି ଆମେ ଅତ୍ୟନ୍ତ ଆନନ୍ଦିତ। ଉକ୍ତ ପ୍ରତିଯୋଗିତା ଜରିଆରେ ପିଲାମାନଙ୍କ ଚିନ୍ତାଧାରାକୁ ବନ୍ଧନମୁକ୍ତ କରିବା ଆମର ଲକ୍ଷ୍ୟ। ବିଶେଷକରି ଆମ ଦୁନିଆକୁ କିଭଳି ସୁରକ୍ଷା ଦେଇପାରିବା, ତାହା ଜଣାଇବା ଲାଗି କଳାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରି ସେମାନଙ୍କ ମଧ୍ୟରେ ଦୀର୍ଘମିଆଦୀ ମୂଲ୍ୟବୋଧ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଆମେ ଅନ୍‌ଲାଇନ ପ୍ଲାଟ୍‌ଫର୍ମ କ୍ଷେତ୍ର ଭିତ୍ତିକ କାର୍ଯ୍ୟକ୍ରମ ଏବଂ ସ୍କୁଲରେ ପ୍ରତିଯୋଗିତା ଭଳି ବିବିଧ ବିକଳ୍ପ ପ୍ରଦାନ କରୁଛୁ ଯାହା ସାରା ଦେଶର ପିଲାମାନଙ୍କୁ ସେମାନଙ୍କ ଚିନ୍ତାଧାରାକୁ ଉପସ୍ଥାପନ କରିବା ଲାଗି ସମାନ ସୁଯୋଗ ପାଇପାରିବେ। ଅତୀତରେ ଉକ୍ତ କାର୍ଯ୍ୟକ୍ରମ ପାଇଁ ଆମେ ବିପୁଳ ସମର୍ଥନ ହାସଲ କରିଥିଲୁ। ତେଣୁ ଚଳିତ ବର୍ଷ ଏହାକୁ ଆଉ ୫୦୦ଟି ସ୍କୁଲକୁ ସମ୍ପ୍ରସାରିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଉକ୍ତ ପ୍ରତିଯୋଗିତାରେ ସିନିୟର ଓ ଜୁନିୟର ବର୍ଗର ଶ୍ରେଷ୍ଠ ୩ ବିଜେତାଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଏବଂ ୩ ରନର୍ସ ଅପ୍‌ଙ୍କୁ ୫୦ହଜାର ଟଙ୍କା ଲେଖାଏଁ ପୁରସ୍କାର ମିଳିବ। ବିଜେତା ସ୍କୁଲକୁ ଟ୍ରଫି ବି ଦିଆଯିବ। ବିଜେତାଙ୍କ ନାମ ୨୦୨୩ ମାର୍ଚ୍ଚରେ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri