Posted inଜାତୀୟ

ଯେଉଁ କଫ ସିରପ ଯୋଗୁ ଗାମ୍ବିୟାରେ ୬୬ ଶିଶୁଙ୍କର ହେଲା ମୃତ୍ୟୁ ଭାରତରେ ତାହା ବିକ୍ରି ହେଉ ନ ଥିଲା

ନୂଆଦିଲ୍ଲୀ,୭ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୁଧବାର ଭାରତର ଏକ ମେଡିସିନ କମ୍ପାନୀକୁ ନେଇ ସତର୍କ ସୂଚନା ଜାରି କରିଛି । ଗାମ୍ବିୟାରେ ୬୬ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓ କହିଛି ଭାରତରେ ପ୍ରସ୍ତୁତ କରାଯାଇଥିବା ୪ କୋଲ୍ଡ ଓ କଫ୍ ସିରପ ଯୋଗୁ ଗାମ୍ବିୟାରେ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହାକୁ ଭାରତର ମେଡିନ ଫାର୍ମାସୁଟିକାଲ କମ୍ପାନୀ ପ୍ରସ୍ତୁତ କରିଛି । ଏହାପରେ କମ୍ପାନୀ ବିରୋଧରେ ଯାଞ୍ଚ ଆରମ୍ଭ କରାଯାଇଛି ।
ଡବ୍ଲୁଏଚଓ କହିଛି ୬୬ ଶିଶୁଙ୍କ ମୃତ୍ୟୁରେ ଗୋଟିଏ ପାଟର୍ନ ସାମ୍ନାକୁ ଆସିଛି । ସମସ୍ତ ଶିଶୁଙ୍କ ବୟସ ୫ ବର୍ଷରୁ କମ ଥିଲା ଓ ଏମାନେ କଫ ସିରପ ଖାଇବାର ୩-୫ ଦିନ ମଧ୍ୟରେ ରୋଗରେ ଆକ୍ରାନ୍ତ ହେଉଥିଲେ । ଏହାସହ କୁହାଯାଇଛି କି ୪ଟି ଯାକ କଫ ସିରପରେ ଡାଇଥିଲିନ ଗ୍ଲାୟକୋଲ ଓ ଇଥିଲିନ ଗ୍ଲାୟକୋଲର ମାତ୍ରା ଆବଶ୍ୟକତାଠାରୁ ଅଧିକ ଥିଲା ।
ଏହି ବିବାଦ ପରେ ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି, କମ୍ପାନୀ ପକ୍ଷରୁ ଉତ୍ପାଦିନ କଫ ସିରପର ସାମ୍ପଲକୁ କୋଲକାତା ସ୍ଥିତ କେନ୍ଦ୍ରୀୟ ଔଷଧ ପ୍ରୟୋଗଶାଳାକୁ ଯାଞ୍ଚ ପାଇଁ ପଠାଯାଇଛି । ନମୁନାକୁ ଡିସିଜିଆଇ ଓ ହରିୟାଣାର ଫୁଡ ଏବଂ ଡ୍ରଗ୍ସ ଆଡମିନିଷ୍ଟ୍ରେଶନ ବିଭାଗ ଏକାଠି କରିଛନ୍ତି ଓ ଏହାକୁ କୋଲକାତା ସ୍ଥିତ ସିଡିଏଲକୁ ପଠାଯାଇଛି । କେନ୍ଦ୍ର ଔଷଧ ବିଭାଗର ଜଣେ ବରିଷ୍ଠ ଅଧିକାରୀ ହରିୟାଣାର ଅତିରିକ୍ତ ମୁଖ୍ୟ ସଚିବ(ସ୍ୱାସ୍ଥ୍ୟ)ଙ୍କ ସହ କଥା ହୋଇଛନ୍ତି । କମ୍ପାନୀ ଦ୍ୱାରା ଉତ୍ପାଦିତ କଫ ସିରପ ପ୍ରସ୍ତୁତ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ହେଲେ ଏହା ଦେଶରେ ବିକ୍ରି ହେଉ ନ ଥିଲା । ଯାହା ବି କାର୍ଯ୍ୟାନୁଷ୍ଠାନ ନେବା କଥା ତାହା ସିଡିଏଲ ରିପୋର୍ଟକୁ ନେଇ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri