ପ୍ରତି ୧୦ ଜଣରେ ଜଣେ ହେବେ କରୋନା ପଜିଟିଭ!

ଜେନେଭା,୬ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)ସୋମବାର ଏକ ବୟାନରେ କହିଛି ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବେ । ଡବ୍ଲୁଏଚ୍‌ଓର ଏହି ବୟାନକୁ ଲକ୍ଷ୍ୟ କଲେ ଏବେ ବିଶ୍ୱରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ଯାହା ପୂର୍ବ ସଂକ୍ରମଣ ତୁଳନାରେ ୨୦ ପ୍ରତିଶତ ଅଧିକ ବୋଲି କୁହାଯାଉଛି । ଏହାସହ ଆଗକୁ ମଧ୍ୟ କରୋନା ସଂକ୍ରମଣ ଚିନ୍ତାଜନକ ହେବ ବୋଲି ଭବିଷ୍ୟବାଣୀ କରିଛି ଡବ୍ଲୁଏଚ୍‌ଓ । ଡବ୍ଲୁଏଚ୍‌ଓ ଜରୁରୀକାଳିନ କାର୍ଯ୍ୟକ୍ରମର ମୁଖ୍ୟ ଡା. ମାଇକେଲ ରିୟାନ କହିଛନ୍ତି ସହର ଓ ଗାଁରେ ସଂକ୍ରମିତଙ୍କ ସଂଖ୍ୟାରେ ପାର୍ଥକ୍ୟ ଦେଖାଯିବ । ହେଲେ ଏହା ସ୍ପଷ୍ଟ ଯେ ବିଶ୍ୱର ଅଧିକାଂଶ ଅଞ୍ଚଳ ଏବେ କରୋନା କବଳରେ ଆସି ସାରିଲେଣି । କରୋନା ସଂକମ୍ରଣକୁ ନେଇ ଆୟୋଜିତ ୩୪ତମ ସଂସଦୀୟ କାର୍ଯ୍ୟକାରୀ ବୋର୍ଡ ବୈଠକରେ ସେ କହିଛନ୍ତି ମାହାମାରୀ ଏବେ ବି ସଂକ୍ରମିତ ଅବସ୍ଥାରେ ରହିଛି । ଏହାସହ ଏବେ ସଂକ୍ରମଣକୁ କମ୍ କରିବା ଓ ଜୀବନ ବଞ୍ଚାଇବାକୁ ଉପାୟ ମଧ୍ୟ ମିଳିଲାଣି । ଯାହା ଫଳରେ କିଛି ମାତ୍ରାରେ ସଂକ୍ରମଣକୁ ରୋକିବା ସହ କେତେକ ଜୀବନ ବଞ୍ଚାଯାଇ ପାରିଛି । ଏବେ କରୋନା ସଂକ୍ରମଣରେ ସାଉଥ୍‌-ଇଷ୍ଟ ଏସିଆ ଦେଶର ଅବସ୍ଥା ବିଗିଡି ଯାଇଥିବା ସେ କହିଛନ୍ତି । ୟୁରୋପ ଓ ପଶ୍ଚିମ ଭୂମଧ୍ୟ ସାଗରୀୟ ଅଞ୍ଚଳରେ କରୋନା ମୃତ୍ୟୁ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି । ହେଲେ ଆଫ୍ରିକା ଓ ପଶ୍ଚିମ ପ୍ରଶାନ୍ତ ଦେଶରେ ସ୍ଥିତି ଅଧିକ ସକରାତ୍ମକ ରହିଛି । ଡା. ରିୟାନ କହିଛନ୍ତି ସଦ୍ୟ ଅନୁମାନ ଅନୁଯାୟୀ, ବିଶ୍ୱର ପାଖାପାଖି ୧୦ ପ୍ରତିଶତ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଲେଣି । ଏବେ ଅଧିକ ସଂକ୍ରମିତ ଦେଶ ତାଲିକାରେ ସବୁଠାରୁ ଉପରେ ରହିଛନ୍ତି ଆମେରିକା ଓ ଭାରତ । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୭୬ ଲକ୍ଷ ଅତିକ୍ରମ କରି ସାରିଥିବା ବେଳେ ଭାରତରେ ଏହି ସଂଖ୍ୟା ୬୬ ଲକ୍ଷ ଅତିକ୍ରମ କରି ସାରିଲାଣି । ଆଗକୁ ମଧ୍ୟ କିଛି ଦେଶରେ ଓ ସଂକ୍ରମଣ ହାର ବୃଦ୍ଧି ପାଇବ ବୋଲି ଡା. ରିୟାନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?