ସ୍ବେଚ୍ଛାଚାରୀ କ୍ଷମତା

ଆକାର ପଟେଲ

ସବୁ ଦୃଷ୍ଟିକୋଣରୁ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ନିର୍ବାଚିତ ସରକାର ମୁଖ୍ୟତଃ କେନ୍ଦ୍ର ସରକାର ସବୁକିଛି। କିନ୍ତୁ ଏଠାରେ ଏହା ବିଚିତ୍ର ମନେହୁଏ। ଭାରତ ଗଣତାନ୍ତ୍ରିକ ଉଦାରଶୀଳ ରାଷ୍ଟ୍ର ନାମରେ ପରିଚିତ। ଗଣତାନ୍ତ୍ରିକ ପଦ୍ଧତିରେ ଗଠିତ ଯେଉଁ ସରକାରରେ ଜଣଙ୍କର ଅଧିକାର,ସ୍ବାଧୀନତାକୁ ସ୍ବୀକୃତି ମିଳିବା ସହ ସୁରକ୍ଷିତ ରଖାଯାଏ ଏବଂ ରାଜନୈତିକ କ୍ଷମତାର ପ୍ରୟୋଗ ସାମ୍ବିଧାନିକ ନିୟମ ଦ୍ୱାରା ସୀମିତ ରହେ ତାହାକୁ ଉଦାରବାଦୀ ତଥା ସ୍ବାଧୀନ ଗଣତନ୍ତ୍ର କୁହାଯାଏ। ହେଲେ ଭାରତରେ ଉଭୟ ସତ ଏବଂ ମିଛ ହୋଇଥାଏ। ରାଜନୈତିକ ଦଳଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅବଧି ଲାଗି ସରକାରକୁ ନିର୍ବାଚିତ ହୋଇ ଏହାକୁ ପରିଚାଳିତ କରୁଥିବା ଦୃଷ୍ଟିରୁ ଏହାକୁ ଗଣତନ୍ତ୍ର କୁହାଯାଉଛି। କିନ୍ତୁ ଏଠାରେ ନାଗରିକଙ୍କ ଅଧିକାର ଓ ସ୍ବାଧୀନତା କେବଳ କଥାରେ ସୀମିତ, ସାମଗ୍ରିକ କ୍ଷେତ୍ରରେ ଏହାର ବାସ୍ତବତା ହିଁ ନାହିଁ। ଏଠାରେ ରାଜନୈତିକ କ୍ଷମତାକୁ ଆଇନ ରୋକିପାରୁନି। କ୍ଷମତାରେ ଥିବା ବ୍ୟକ୍ତି ମାତ୍ରାଧିକ ଅଧିକାର ପାଇବାକୁ ଇଚ୍ଛା କରୁଥିତ୍ବା ଯୋଗୁ ରାଜନୈତିକ କ୍ଷମତାର ସୀମା ରହୁନି। ସାମ୍ବିଧାନିକ ଢାଞ୍ଚାରେ ସରକାରରେ ଥିବା ବ୍ୟକ୍ତି ସେମାନଙ୍କ ପଦକୁ ନେଇ ଯେତେବେଳେ ସଦାଚାରୀ ଓ ସଚେତନ ରହିବେ ସେତେବେଳେ ଦେଶରେ ଉଭୟ ଗଣତନ୍ତ୍ର ଓ ଉଦାରତା ହିଁ ପ୍ରକାଶ ପାଇବ । କିନ୍ତୁ ଯଦି ବ୍ୟକ୍ତିମାନେ ସ୍ବେଚ୍ଛାଚାରୀ ବା ଏକଚ୍ଛତ୍ରବାଦୀ ହୁଅନ୍ତି ଯେଭଳି ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ତେବେ ଏକ ଗଣତାନ୍ତ୍ରିିକ ଦେଶ ବି ଅଗଣତାନ୍ତ୍ରିକ ହୋଇଯିବ।
ଭାରତ ସାମ୍ବିଧାନିକ ନିୟମ ଦ୍ୱାରା ପରିଚାଳିତ। ଏଠାରେ ରୁଲ୍‌ ଅଫ୍‌ ଲ’ (ସବୁ କିଛି ନିୟମ ଦ୍ୱାରା ପରିଚାଳିତ)ରହିଛି। ଆଇନର ଊଦ୍ଧ୍ୱର୍ର୍ରେ କେହି ନୁହେଁ। ସ୍ବେଚ୍ଛାଚାରୀ କ୍ଷମତା ବା ଅଧିକାର ପ୍ରୟୋଗର ଏଠାରେ କୌଣସି ସ୍ଥାନ ନାହିଁ। କିନ୍ତୁ ଏବେ ଯାହା ଘଟୁଛି ସେଥିରେ ଭାରତରେ କିଛି ନିୟମ ନାହିଁ ବୋଲି ଧରିନେବାକୁ ହେବ । ଦେଖିବାକୁ ଗଲେ ଏଠି ସ୍ବେଚ୍ଛାଚାରୀ କ୍ଷମତା ପ୍ରଦର୍ଶନ କରିବା ଉପରେ ଖୁବ୍‌ କମ୍‌ କଟକଣା ରହିଛି। ଏଠି ପାର୍ଲାମେଣ୍ଟ ଭୋଟ ଅଧିକାରକୁ ବି ମନା କରିଦେଇପାରନ୍ତି। ଇଣ୍ଡିଆ ଗେଟ୍‌ରେ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେବାର ଅଧିକାର( ଯାହା ଧାରା ୧୯ରେ ରହିଛି)କୁ ୧୪୪ ଧାରା ବଳରେ ମନା କରାଯାଇପାରେ। ଚାରିପାଖରୁ ବନ୍ଦ କରି ଏବଂ ଗାଁର କୌଣସି ବ୍ୟକ୍ତିଙ୍କୁ ବାହାରକୁ ଯିବା କିମ୍ବା ବାହାରୁ ଗାଁକୁ ନ ଆସିବା ଲାଗି ମନା କରି ସ୍ବାଧୀନତାର ଅଧିକାର( ଧାରା ୨୧ରେ)ରୁ ବଞ୍ଚିତ କରାଯାଇପାରେ। କୌଣସି ଗଣତାନ୍ତ୍ରିକ ଦେଶରେ ଏଭଳି କରାଯାଏନି , କିନ୍ତୁ ଭାରତରେ ଏହା ଘଟୁଛି। ସ୍ବଚ୍ଛାଚାରୀ କ୍ଷମତା ଏଠାରେ ସୀମାତୀତ ଭାବେ ପ୍ରୟୋଗ କରାଯାଇପାରେ, ଯାହା ଏବେ ଲକ୍ଷ୍ୟ କରାଯାଉଛି।
ସମ୍ବିଧାନରେ କୌଣସି ଆଇନକୁ ବଦଳାଯାଇନି କି ବଦଳାଇବାର ଅବଶ୍ୟକତା ପଡିନି। ହେଲେ ଏବେ ଏଭଳି ଆଇନର ଅପବ୍ୟବହାର ରୋକିବାକୁ ଦେଶର କ୍ଷମତା ନାହିଁ। ନ୍ୟାୟପାଳିକା ସରକାରଙ୍କ ମାତ୍ରାଧିକ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇପାରିବେ, କିନ୍ତୁ ଭାରତରେ ନ୍ୟାୟବ୍ୟବସ୍ଥା ଶକ୍ତିଶାଳୀ କ୍ଷମତା ଦ୍ୱାରା ବି ନିୟନ୍ତ୍ରିତ, ଯାହା ଅନ୍ୟ ଦେଶରେ ହୁଏ ନାହିଁ। ବିଚାରପତିମାନଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟ ସଭାକୁ ପଠାଯାଉଛି ଏବଂ ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଉଛି। ଏଠାରେ ବ୍ୟକ୍ତିଗତ ଘଟଣାରେ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ହୋଇ ଭାରତୀୟ ବିଚାରପତିମାନେ ବିଚାର କରିପାରିବେ କିନ୍ତୁ ସେମାନଙ୍କ ସାଥୀ ବିଚାରପତିମାନେ ଏହା ଉପରେ ଆପତ୍ତି ଉଠାଇବେ ନାହିଁ। ଏହା ନ୍ୟାୟ ବ୍ୟବସ୍ଥାର ମୌଳିକ ସିଦ୍ଧାନ୍ତର ଉଲ୍ଲଂଘନ । କେହି ନିଜ ମାମଲାରେ ବିଚାରପତି ହୋଇପାରିବେନି। କିନ୍ତୁ ଭାରତରେ ଏହା ଏବେ ଘଟିଛି। ଏଣୁ ଭାରତ ରୁଲ୍‌ ଅଫ୍‌ ଲ’ର ଦେଶ ନୁହେଁ। ଏହା ହେବାକୁ ହେଲେ ଏହାର ଶକ୍ତିିଶାଳୀ ସଂସ୍ଥାଗତ ଦକ୍ଷତା ରହିବା ଉଚିତ ଓ ନାଗରିକମାନଙ୍କର ଅଧିତ୍କ ଭାଗିଦାରି ରହିବା ଆବଶ୍ୟକ । ଗଣତାନ୍ତ୍ରିକ ବିଶ୍ୱରେ ଅଧିକ ଭୋଟ ହାରକୁ ନେଇ ଭାରତୀୟମାନେ ଗର୍ବ କରନ୍ତି ଏବଂ ଏହାର ଯଥାର୍ଥତା ବି ରହିଛି। ଦୃଷ୍ଟାନ୍ତ ସ୍ବରୂପ,ଆମେରିକାରେ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଆମେରିକୀୟମାନେ ୫୫% ଭୋଟ୍‌ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିଲେ। ଏହି ଭୋଟ ହାର ଭାରତର ୨୦୧୯ ସାଧାରଣ ନିର୍ବାଚନର ମୋଟ ଭୋଟ ହାର (୬୭%) ତୁଳନାରେ ୧୨ % କମ୍‌। କିନ୍ତୁ ଆମେରିକୀୟମାନେ ନିର୍ବାଚନ ପଦ୍ଧତି ି ବାହାରେ ରହି ମଧ୍ୟ ଗଣତନ୍ତ୍ରରେ ଭାଗ ନିଅନ୍ତି। କ୍ଷମତାର ସ୍ବେଚ୍ଛାଚାରୀ ପ୍ରୟୋଗ ବିରୋଧରେ ସେମାନେ ପ୍ରତିବାଦ କରନ୍ତି ଯାହା ବ୍ଲାକ୍‌ ଲାଇଭ୍‌ସ୍‌ ମ୍ୟାଟର ବିଦ୍ରୋହରେ ଦେଖିବାକୁ ମିଳିଛି, ଯେଉଁଠି ଲକ୍ଷ ଲକ୍ଷ ଲୋକ ଆମେରିକାରେ ଥିବା ଅଫ୍ରିକୀୟଙ୍କ ବିରୋଧରେ ପୋଲିସ ବଳ ପ୍ରୟୋଗକୁ ବିରୋଧ କରିଛନ୍ତି। ଏହା ପ୍ରତିବାଦ ନୀତି ଓ ନିୟମରେ ପରିବର୍ତ୍ତନ ଆଣିପାରିଛି।
ଭାରତରେ ଏଭଳି ପ୍ରତିବାଦକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ହେଲେ ସାମ୍ବିଧାନିକ ଅଧିକାର ପାଇଁ ଭାରତୀୟମାନେ ସ୍ବର ଉଠାଇବାରେ କମ୍‌ ଆଗ୍ରହୀ ଥିବା ଲକ୍ଷ୍ୟ କରାଯାଉଛି। ନିର୍ଦ୍ଦିଷ୍ଟ ଭାବେ ଯେଉଁଠି ବ୍ୟକ୍ତିଗତ ସ୍ବାର୍ଥ ନାହିଁ ସେଠାରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ଅନ୍ୟମାନଙ୍କ ପାଇଁ ସ୍ବର ଉଠାଇବା ବିଧିବ୍ୟବସ୍ଥା ଓ ଗଣତାନ୍ତ୍ରିକ ରାଷ୍ଟ୍ରର ଆଧାରଶିଳା। ଭାରତରେ ସ୍ଥାନୀୟ ପ୍ରତିବାଦକୁ ଲୋକେ ସମ୍ଭବତଃ ଠିକ୍‌ ବୋଲି ଗ୍ରହଣ କରିନିଅନ୍ତି। ଘଟଣା ସମ୍ପର୍କରେ ତତ୍‌କ୍ଷଣାତ୍‌ ସଚେତନ ହେଉଥିବା ଲୋକମାନେ ସେହି ଅଞ୍ଚଳରେ ପ୍ରତିବାଦ କରନ୍ତି ଏବଂ ଠିକ୍‌ ସମୟରେ ସେମାନେ ଅପସରି ଯାଆନ୍ତି। ।
ଏହି ସ୍ଥିତିରୁ ବାହାରି ଆମେ କିପରି ଏକ ରୁଲ୍‌ ଅଫ ଲ’ର ଦେଶ ହୋଇପାରିବା? ଏହାର ଉତ୍ତର ଆବଶ୍ୟକ ନାହିଁ, ଏପରି କି ଏହା ମଧ୍ୟ ହେବା ଭଳି ଲାଗୁନି । ଏହା ନିର୍ବାଚନରେ କୌଣସି ପାର୍ଟିର ପରାଜୟ କିମ୍ବା ବିଜୟ ଦ୍ୱାରା ହୋଇପାରିବ ନାହିଁ। କାରଣ, ଭାରତରେ ସ୍ବେଚ୍ଛାଚାରୀଙ୍କ ଅଭାବ ନାହିଁ ଏବଂ ଏହି ସମସ୍ୟା ଭବିଷ୍ୟତରେ ମୁଣ୍ଡ ଟେକିବ। ଏହା ପରିବର୍ତ୍ତନ ହେବା ଦରକାର । ବାହ୍ୟ ଚାପ ହେଉ କି କୌଣସି ଏକ ଘଟଣା ଦ୍ୱାରା ଏହି ପରିବର୍ତ୍ତନ କେବେ ହେବ ତାହା ସ୍ପଷ୍ଟ ନୁହେଁ। ହେଲେ ଗଣତାନ୍ତ୍ରିକ ରାଷ୍ଟ୍ରର ମାଲିକାନା ନାଗରିକଙ୍କ ହାତରେ ରହିବା ଉଚିତ ,ଯାହା ଏବେସୁଦ୍ଧା ହୋଇନାହିଁ। ତେବେ ସରକାର ତାଙ୍କ ଅଧିକାର ବା କ୍ଷମତାର ଦୁରୁପଯୋଗ ନ କରିବା ଏବଂ ଏକ ରାଜନୈତିକ ଦଳ ଦେଶକୁ ଭୁଲ୍‌ ବାଟରେ ନ ନେବା ଲାଗି ଆମେ ଆଶା କରିବା। କିନ୍ତୁ ଆମେ ଏବେ ଯାହା ଦେଖୁୁଛୁ ତାହା ସ୍ପଷ୍ଟ ପ୍ରମାଣ କରୁଛି ଯେ ତାହା ପର୍ଯ୍ୟାପ୍ତ ନୁହେଁ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri