ହ୍ବାଇଟ୍‌ ବିଚ୍‌ ହେଭେନ୍‌

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ଉପକୂଳରେ ଥିବା ହ୍ବିଟ୍‌ସଣ୍ଡେ ଦ୍ୱୀପରେ ରହିଛି ହ୍ବାଇଟ୍‌ ବିଚ୍‌ ହେଭେନ୍‌ । ୭ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ବେଳାଭୂମିରେ ପ୍ରାୟ ୯୮ ପ୍ରତିଶତ ସିଲିକା ଥିବାରୁ ଏହାର ରଙ୍ଗ ଧଳା, ଯାହାକି ଦେଖିବାକୁ ଖୁବ୍‌ ସୁନ୍ଦର ଓ ମନଲୋଭା। ଆଉ ଏଥିପାଇଁ ୨୦୨୧ ମସିହାରେ ଏହାକୁ ଆଓ୍ବାର୍ଡ଼ ମିଳିଥିଲା। ତେବେ ଜାଣିବା ଏହା ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ…

୧୮୭୯ ମସିହାରେ ଷ୍ଟାଫ୍‌ କମାଣ୍ଡର ଇପି ବେଡ୍‌ଓ୍ବେଲ୍‌ ଏହି ବିଚ୍‌କୁ ଆବିଷ୍କାର କରିବା ସହ ଏହାର ନାମକରଣ ମଧ୍ୟ କରିଥିଲେ। ଏହାର ସୌନ୍ଦର୍ଯ୍ୟ ତଥା ଏଠାରେ ଥିବା ହ୍ବିଟ୍‌ସଣ୍ଡେ ପାଇଁ ଏପରି ନାମ ଦିଆଯାଇଛି।
ବିଚ୍‌ଟି ସିଲିକାରେ ପରିପୂର୍ଣ୍ଣ ଥିବାରୁ ବାଲି ବହୁତ ସଫ୍ଟ ଏବଂ ଫାଇନ୍‌ ଥାଏ। ସେଥିପାଇଁ ଖରାଦିନେ ଅନ୍ୟ ବିଚ୍‌ଗୁଡ଼ିକ ପରି ଏହା ଗରମ ଲାଗେନି। ଆପଣ ଚାହିଁଲେ ଖାଲିପାଦରେ ମଧ୍ୟ ଏଠାରେ ଆରାମରେ ଚାଲିପାରିବେ।
ସ୍ମୋକିଂ ବା ସିଗାରେଟ୍‌ ଟାଣିବା ଏଠାରେ ସମ୍ପୂର୍ଣ୍ଣ ନିଷେଧ। ତେଣୁ ଏହାର ଆଖପାଖ ପରିବେଶ ସବୁବେଳେ ପ୍ରଦୂଷଣମୁକ୍ତ ଥାଏ। ଏମିତିକି ଏଠାରେ ଜୀବଜନ୍ତୁ ଯଥା କୁକୁରଙ୍କୁ ବି ପ୍ରବେଶ କରିବାକୁ ଦିଆଯାଇ ନ ଥାଏ। ଏହା ଅଷ୍ଟ୍ରେଲିଆ ମହାଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଯାହାର ପରିଚ୍ଛନ୍ନତା ପାଇଁ ନା କେବଳ ଏହାକୁ ୨୦୦୮ ମସିହାରେ ”କୁଇନ୍ସଲ୍ୟାଣ୍ଡସ୍‌ କ୍ଲିନେଷ୍ଟ ବିଚ୍‌“ ଭାବେ ପୁରସ୍କାର ମିଳିଛି ବରଂ ଏଥିପାଇଁ ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ଅଧିକାର କରିଛି। ଖାଲି ସେତିକି ନୁହେଁ, ୨୦୧୦ ମସିହାରେ ପୃଥିବୀର ପ୍ରଥମ ”ଇକୋ ଫ୍ରେଣ୍ଡ୍‌ଲି“ ବିଚ୍‌ ଭାବେ ମଧ୍ୟ ଏହା ପରିଗଣିତ ହୋଇଥିଲା।
ପରିବେଶକୁ ସୁରକ୍ଷା ପ୍ରଦାନ କରୁଥିବାରୁ କୁଇନ୍ସଲ୍ୟାଣ୍ଡ ସରକାର ହ୍ବାଇଟ୍‌ ସଣ୍ଡେ ଦ୍ୱୀପ ଏବଂ ତା’ର ଆଖପାଖ ଅଞ୍ଚଳକୁ ‘ନ୍ୟାଶନାଲ୍‌ ପାର୍କ’ର ମାନ୍ୟତା ଦେଇଛନ୍ତି ଏବଂ ଏଥିସହ ‘ଓ୍ବାଲର୍‌ଡ ହେରିଟେଜ’୍‌ରେ ମଧ୍ୟ ଏହା ସ୍ଥାନ ପାଇଛି।
ଏଠାରେ ପହଁରିବାର ବି ସୁବିଧା ରହିଛି। ୨୦୦୯ ମସିହାଠାରୁ ପ୍ରତିବର୍ଷ ନଭେମ୍ବର ୧୨ ତାରିଖରେ ଏଠାରେ ପ୍ରାୟ ୨ କି.ମି. ପର୍ଯ୍ୟନ୍ତ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଛି। ସିଲିକା ସ୍ୟାଣ୍ଡରେ ଜୁଏଲେରିଗୁଡ଼ିକ ଭଲ ଭାବେ ପଲିସ୍‌ ହେଉ ଥିବାରୁ ଏଠାକୁ ଯିଏ ବି ବୁଲିବାକୁ ଗଲେ ନିଜର ଜୁଏଲେରି ନେବାକୁ ଭୁଲି ନ ଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri