ଶାଢ଼ି ପିନ୍ଧିବାବେଳେ…

ଶାଢ଼ିରେ ପ୍ରାୟ ସବୁ ଫିଗରର ମହିଳା ସୁନ୍ଦର ଦେଖାଯାନ୍ତି। କିନ୍ତୁ ବେଳେବେଳେ ଶାଢ଼ି ପିନ୍ଧିବା ସମୟରେ କେତେଜଣ ମହିଳା ଏଭଳି ଭୁଲ୍‌ କରିବସନ୍ତି ଯେ ସେମାନଙ୍କ ଲୁକ୍‌ ଖରାପ ହୋଇଯାଏ। ଶାଢ଼ିରେ ସ୍ଲିମ୍‌ ଦେଖାଯିବାକୁ ଚାହୁଁଥିଲେ କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ଯଦି ଆପଣଙ୍କ ପେଟ ଓ ଅଣ୍ଟା ପାଖରେ ଅଧିକ ଫ୍ୟାଟ୍‌ ହୋଇଥାଏ ତେବେ କଟନ ଫ୍ୟାବ୍ରିକ୍‌ର ପେଟିକୋଟ୍‌ ପିନ୍ଧନ୍ତୁ ନାହିଁ। ବରଂ ପେଟିକୋଟ୍‌ ବଦଳରେ ଶୋପୱିୟର ପିନ୍ଧନ୍ତୁ। ଏହାକୁ ପିନ୍ଧିଲେ ଶାଢ଼ିରେ ସ୍ଲିମ୍‌ ଦେଖାଯିବେ।
ଶାଢ଼ିରେ ସ୍ଲିମ୍‌ ଦେଖାଯିବା ପାଇଁ ଠିକ୍‌ ଢଙ୍ଗରେ ବ୍ଲାଉଜ୍‌ ମଧ୍ୟ ପିନ୍ଧିବା ଦରକାର। ମହିଳାମାନେ ଯଦି ମୋଟା ହୋଇଥାନ୍ତି ତେବେ ବୋଟ୍‌ ନେକ୍‌, କଲାର ନେକ୍‌ କିମ୍ବା ଫୁଲ୍‌ ନେକଲାଇନ୍‌ ଥିବା ବ୍ଲାଉଜ୍‌ ଆଦୌ ପିନ୍ଧନ୍ତୁ ନାହିଁ। ଏଭଳି ବ୍ଲାଉଜ୍‌ ବଦଳରେ ସବୁବେଳେ ଆଗ ଓ ପଛ ଡିପ୍‌ ନେକ୍‌ଲାଇନ ଥିବା ବ୍ଲାଉଜ୍‌ ପିନ୍ଧିଲେ ଭଲ ଲାଗିବ।
ମୋଟୀ ହୋଇଥିଲେ ମହିଳାମାନେ ଆଦୌ ଚଉଡ଼ା ବର୍ଡର ଥିବା ଶାଢ଼ି ପିନ୍ଧନ୍ତୁ ନାହିଁ। ଶାଢ଼ିରେ ବେଶି ଚଉଡ଼ା ବର୍ଡର ଥିଲେ ତାହା ଅଧିକ ମୋଟୀ ଭଳି ମନେ ହୋଇଥାଏ। ତେଣୁ ପତଳା ବର୍ଡର ଥିବା ଶାଢ଼ି ପିନ୍ଧିଲେ ହିଁ ଆପଣ ନିଶ୍ଚିତଭାବେ ସାମାନ୍ୟ ସ୍ଲିମ୍‌ ଲାଗିବେ।
ସ୍ଲିମ୍‌ ଦେଖାଯିବା ପାଇଁ ବ୍ଲାଉଜ୍‌ ଡିଜାଇନ ସହ ଶାଢ଼ି ପିନ୍ଧିବା ଷ୍ଟାଇଲ୍‌ ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମୋଟୀ ମହିଳାମାନେ ଶାଢ଼ି ପିନ୍ଧିବାବେଳେ ପଣତକୁ ସବୁବେଳେ ଅଧିକ ଲମ୍ବା ରଖିବା ଉଚିତ ହେବ।
ଏପରି କଲେ ମହିଳାଙ୍କର ମୋଟାପଣ କିଛି ପରିମାଣରେ ଲୁଚିଯିବା ଭଳି ମନେ ହୋଇଥାଏ। ବିପରୀତରେ ଯଦି ଛୋଟ ପଣତ ରଖିବେ ଆଦୌ ଭଲ ଲାଗିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri