ଇଏ ବି ଜଣେ ନାରୀ:ନୃତ୍ୟାଙ୍ଗନା ଜ୍ୟୋତିର୍ମୟୀ

ସେଇ ବେଶ, ସେଇ ଛନ୍ଦ, ସେଇ ଠାଣି ଆଉ ସେଇ ଚାହାଣି ପ୍ରତି ତାଙ୍କର ଥିଲା ଭିନ୍ନ ଏକ ଆକର୍ଷଣ। ସେଥିପାଇଁ ତ ସେ ଛୋଟବେଳରୁ ଓଡ଼ିଶୀନୃତ୍ୟ ଶିଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ନିଜର ଦୃଢ଼ ଇଚ୍ଛାକୁ ସଫଳକରି ଆଜି ସେ ପାଲଟିଛନ୍ତି ଜଣେ ସଫଳ ନୃତ୍ୟାଙ୍ଗନା। ଓଡ଼ିଶୀନୃତ୍ୟରେ କ୍ୟାରିୟର କରି ଢେର୍‌ ଆଗକୁ ଯିବାର ସ୍ବପ୍ନ ଦେଖୁଥିବା ଏହି ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ଜ୍ୟୋତିର୍ମୟୀ ଦାସ। ବାପା ଯୋଗେନ୍ଦ୍ର ଦାସ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଓ ମାଆ ସଂଯୁକ୍ତା ଜଣେ ଗୃହିଣୀ। କିନ୍ତୁ ସେ ଏବେ ତାଙ୍କ ସ୍ବାମୀ ସୂର୍ଯ୍ୟକାନ୍ତ ସ୍ବାଇଁ ଏବଂ ଶାଶୁ ଶ୍ୱଶୁରଙ୍କ ସହ ରହୁଛନ୍ତି ଭୁବନେଶ୍ୱରର ରସୁଲଗଡ଼ରେ। ଓଡ଼ିଶୀନୃତ୍ୟରେ ମଧ୍ୟ ପିଜି କରିଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ନୃତ୍ୟ ପରିବେଷଣ କରି ଏବେ ସେ ଢେର୍‌ ସଫଳତା ହାସଲ କରିଛନ୍ତି ସତ, କିନ୍ତୁ ଏବେ ବି ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀରଙ୍କଠାରୁ ନୃତ୍ୟ ଶିକ୍ଷା ଜାରି ରଖିଛନ୍ତି।
ଜ୍ୟୋତିର୍ମୟୀଙ୍କ ମତରେ, ”ନୃତ୍ୟ ଶିକ୍ଷାର ଶେଷ ନାହିଁ। ଗୋଟିଏ ପଟେ ସେ ନୃତ୍ୟ ଅଭ୍ୟାସ ଶିକ୍ଷା କରୁଥିବାବେଳେ ଅନ୍ୟପଟେ କୁନି କୁନି ପିଲାଙ୍କୁ ନୃତ୍ୟକଳାର ଶିକ୍ଷା ବି ଦେଉଛନ୍ତି।“ ନୃତ୍ୟ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ବୀକୃତି ସ୍ବରୂପ ତାଙ୍କୁ ମିଳିଛି ଅନେକ ପୁରସ୍କାର। ଓଡ଼ିଶୀ ଶ୍ରୀ, ଓଡ଼ିଶୀ ଜ୍ୟୋତି ପୁରସ୍କାର ସହ ଜାତୀୟ ସ୍ତରର ଗୋପୀକ୍ରିଷ୍ଣ ପୁରସ୍କାର ଏବଂ ଆଦିଗୁରୁ ପଙ୍କଜ ଚରଣ ଦାସ ପୁରସ୍କାର ହାସଲ କରିପାରିଛନ୍ତି ସେ।
ଅନ୍ୟପକ୍ଷରେ ସେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ନ୍ୟାଶନାଲ ସିନିୟର ସ୍କଲାରଶିପ୍‌ ମଧ୍ୟ ପାଉଛନ୍ତି। ଓଡ଼ିଶୀନୃତ୍ୟକୁ କ୍ୟାରିୟରକରି ସଫଳ ହୋଇଥିବା ଜ୍ୟୋତିଙ୍କର ପ୍ରାରମ୍ଭିକ ଶିକ୍ଷା ସମୟ କିନ୍ତୁ ବେଶ୍‌ ସଂଘର୍ଷମୟ ଥିଲା। ମାତ୍ର ୫ ବର୍ଷ ବୟସରୁ ସେ ନାଚ ଶିଖିିଥିଲେ। କିନ୍ତୁ ବିଭିନ୍ନ ସ୍ଥାନରେ ସେ ଓଡ଼ିଶୀନୃତ୍ୟ ପରିବେଷଣ ଦେଖିବା ସମୟରେ ନୃତ୍ୟାଙ୍ଗନାମାନଙ୍କର ସୁନ୍ଦର ବେଶ ପରିପାଟୀ, ସେମାନଙ୍କର ଛନ୍ଦ ଆଉ ଠାଣିରେ ଯେମିତି ଆକୃଷ୍ଟ ହୋଇ ପଡୁଥିଲେ। ତେଣୁ ଘରେ ଜିଦ୍‌କରି ସେ ଓଡ଼ିଶୀ ଶିଖିଥିଲେ। ପ୍ରଥମେ ସେ ତାଙ୍କ ଗୁରୁ ଦୁର୍ଗାଚରଣ ରଣବୀରଙ୍କର ଜଣେ ଛାତ୍ରଙ୍କ ପାଖରୁ ଶିକ୍ଷା ଆରମ୍ଭ କରିଥିଲେ। ନାଚ ଶିଖିବାର ପ୍ରାୟ ୫ ବର୍ଷ ପରେ ଗୁରୁ ତାଙ୍କୁ ନିଜ ପାଖରେ ନୃତ୍ୟ କଳା ଶିକ୍ଷା ଦେବା ନିମନ୍ତେ ଡାକିଥିଲେ। ତା’ ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ନୃତ୍ୟ ପରିବେଷଣ କରିବା ନିମନ୍ତେ ସୁଯୋଗ ମିଳିଲା। ଖୁବ୍‌ ଶୀଘ୍ର ସେ ଏହି କ୍ଷେତ୍ରରେ ସଫଳତା ବି ହାସଲ କରିପାରିଛନ୍ତି। ଭବିଷ୍ୟତରେ ଏକ ନୃତ୍ୟ ତାଲିମ ଅନୁଷ୍ଠାନ ଗଢ଼ି ସେଥିରେ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କୁ ମାଗଣା କିମ୍ବା କମ୍‌ ମୂଲ୍ୟରେ ଶିକ୍ଷା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?