ଇଏ ବି ଜଣେ ନାରୀ:ନୃତ୍ୟାଙ୍ଗନା ଜ୍ୟୋତିର୍ମୟୀ

ସେଇ ବେଶ, ସେଇ ଛନ୍ଦ, ସେଇ ଠାଣି ଆଉ ସେଇ ଚାହାଣି ପ୍ରତି ତାଙ୍କର ଥିଲା ଭିନ୍ନ ଏକ ଆକର୍ଷଣ। ସେଥିପାଇଁ ତ ସେ ଛୋଟବେଳରୁ ଓଡ଼ିଶୀନୃତ୍ୟ ଶିଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ନିଜର ଦୃଢ଼ ଇଚ୍ଛାକୁ ସଫଳକରି ଆଜି ସେ ପାଲଟିଛନ୍ତି ଜଣେ ସଫଳ ନୃତ୍ୟାଙ୍ଗନା। ଓଡ଼ିଶୀନୃତ୍ୟରେ କ୍ୟାରିୟର କରି ଢେର୍‌ ଆଗକୁ ଯିବାର ସ୍ବପ୍ନ ଦେଖୁଥିବା ଏହି ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ଜ୍ୟୋତିର୍ମୟୀ ଦାସ। ବାପା ଯୋଗେନ୍ଦ୍ର ଦାସ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଓ ମାଆ ସଂଯୁକ୍ତା ଜଣେ ଗୃହିଣୀ। କିନ୍ତୁ ସେ ଏବେ ତାଙ୍କ ସ୍ବାମୀ ସୂର୍ଯ୍ୟକାନ୍ତ ସ୍ବାଇଁ ଏବଂ ଶାଶୁ ଶ୍ୱଶୁରଙ୍କ ସହ ରହୁଛନ୍ତି ଭୁବନେଶ୍ୱରର ରସୁଲଗଡ଼ରେ। ଓଡ଼ିଶୀନୃତ୍ୟରେ ମଧ୍ୟ ପିଜି କରିଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ନୃତ୍ୟ ପରିବେଷଣ କରି ଏବେ ସେ ଢେର୍‌ ସଫଳତା ହାସଲ କରିଛନ୍ତି ସତ, କିନ୍ତୁ ଏବେ ବି ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀରଙ୍କଠାରୁ ନୃତ୍ୟ ଶିକ୍ଷା ଜାରି ରଖିଛନ୍ତି।
ଜ୍ୟୋତିର୍ମୟୀଙ୍କ ମତରେ, ”ନୃତ୍ୟ ଶିକ୍ଷାର ଶେଷ ନାହିଁ। ଗୋଟିଏ ପଟେ ସେ ନୃତ୍ୟ ଅଭ୍ୟାସ ଶିକ୍ଷା କରୁଥିବାବେଳେ ଅନ୍ୟପଟେ କୁନି କୁନି ପିଲାଙ୍କୁ ନୃତ୍ୟକଳାର ଶିକ୍ଷା ବି ଦେଉଛନ୍ତି।“ ନୃତ୍ୟ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ବୀକୃତି ସ୍ବରୂପ ତାଙ୍କୁ ମିଳିଛି ଅନେକ ପୁରସ୍କାର। ଓଡ଼ିଶୀ ଶ୍ରୀ, ଓଡ଼ିଶୀ ଜ୍ୟୋତି ପୁରସ୍କାର ସହ ଜାତୀୟ ସ୍ତରର ଗୋପୀକ୍ରିଷ୍ଣ ପୁରସ୍କାର ଏବଂ ଆଦିଗୁରୁ ପଙ୍କଜ ଚରଣ ଦାସ ପୁରସ୍କାର ହାସଲ କରିପାରିଛନ୍ତି ସେ।
ଅନ୍ୟପକ୍ଷରେ ସେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ନ୍ୟାଶନାଲ ସିନିୟର ସ୍କଲାରଶିପ୍‌ ମଧ୍ୟ ପାଉଛନ୍ତି। ଓଡ଼ିଶୀନୃତ୍ୟକୁ କ୍ୟାରିୟରକରି ସଫଳ ହୋଇଥିବା ଜ୍ୟୋତିଙ୍କର ପ୍ରାରମ୍ଭିକ ଶିକ୍ଷା ସମୟ କିନ୍ତୁ ବେଶ୍‌ ସଂଘର୍ଷମୟ ଥିଲା। ମାତ୍ର ୫ ବର୍ଷ ବୟସରୁ ସେ ନାଚ ଶିଖିିଥିଲେ। କିନ୍ତୁ ବିଭିନ୍ନ ସ୍ଥାନରେ ସେ ଓଡ଼ିଶୀନୃତ୍ୟ ପରିବେଷଣ ଦେଖିବା ସମୟରେ ନୃତ୍ୟାଙ୍ଗନାମାନଙ୍କର ସୁନ୍ଦର ବେଶ ପରିପାଟୀ, ସେମାନଙ୍କର ଛନ୍ଦ ଆଉ ଠାଣିରେ ଯେମିତି ଆକୃଷ୍ଟ ହୋଇ ପଡୁଥିଲେ। ତେଣୁ ଘରେ ଜିଦ୍‌କରି ସେ ଓଡ଼ିଶୀ ଶିଖିଥିଲେ। ପ୍ରଥମେ ସେ ତାଙ୍କ ଗୁରୁ ଦୁର୍ଗାଚରଣ ରଣବୀରଙ୍କର ଜଣେ ଛାତ୍ରଙ୍କ ପାଖରୁ ଶିକ୍ଷା ଆରମ୍ଭ କରିଥିଲେ। ନାଚ ଶିଖିବାର ପ୍ରାୟ ୫ ବର୍ଷ ପରେ ଗୁରୁ ତାଙ୍କୁ ନିଜ ପାଖରେ ନୃତ୍ୟ କଳା ଶିକ୍ଷା ଦେବା ନିମନ୍ତେ ଡାକିଥିଲେ। ତା’ ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ନୃତ୍ୟ ପରିବେଷଣ କରିବା ନିମନ୍ତେ ସୁଯୋଗ ମିଳିଲା। ଖୁବ୍‌ ଶୀଘ୍ର ସେ ଏହି କ୍ଷେତ୍ରରେ ସଫଳତା ବି ହାସଲ କରିପାରିଛନ୍ତି। ଭବିଷ୍ୟତରେ ଏକ ନୃତ୍ୟ ତାଲିମ ଅନୁଷ୍ଠାନ ଗଢ଼ି ସେଥିରେ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କୁ ମାଗଣା କିମ୍ବା କମ୍‌ ମୂଲ୍ୟରେ ଶିକ୍ଷା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri