Posted inଫୁରସତ

ପବ୍‌ଜୀ ଖେଳୁଖେଳୁ ଯୁକ୍ତ ୨ ପଢ଼ୁଥିବା ଛାତ୍ରଙ୍କୁ ହୃଦୟ ଦେଇଦେଲେ ବିବାହିତା ମହିଳା; ଏବେ ଘର ଛାଡ଼ି ଫେରାର ହେବା ପରେ…

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ି ସୋସିଆଲ ମିଡିଆ ପ୍ରେମରେ। ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ଅନ୍‌ଲାଇନ୍‌ରେ କଟିଥାଏ। ଅନେକ ସମୟରେ ସୋସିଆଲ ମିଡିଆରେ ଜଣେ ଅନ୍ୟଜଣଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥାଏ। ସେଥିରୁ କିଛି ପ୍ରେମ ସଫଳ ହୋଇଥିବା ବେଳେ କିଛି ଜୀବନ ବରବାଦ କରିଥାଏ। ସେଭଳି ଏକ ପ୍ରେମକାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପବ୍‌ଜୀ ଖେଳ ଭାରତରେ ବ୍ୟାନ୍‌ ହେବା ପୂର୍ବରୁ ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ରହୁଥିବା ଜଣେ ବିବାହିତ ମହିଳା ଏହାକୁ ଖେଳୁଥିଲେ। ଏହି ସମୟରେ ବାରାଣସୀର ଜଣେ ଯୁବକଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା। ଧିରେ ଧିରେ କଥା ବନ୍ଧୁତା ଏବଂ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ଏହା ପରେ ଉଭୟ ପରସ୍ପରକୁ ମୋବାଇଲ ନମ୍ବର ଦେଇଥିଲେ। ଫୋନ୍‌ରେ ମଧ୍ୟ ମହିଳାଜଣଙ୍କ ଯୁବକଙ୍କ ସହ ଘଣ୍ଟା ଘଣ୍ଟା ଗପୁଥିଲେ। ଦିନେ ଯୁବକଙ୍କୁ ଭେଟିବାକୁ ମହିଳାଜଣଙ୍କ ଇଚ୍ଛା ପ୍ରକାଶ କରିଥିଲେ। ଏପରିକି ସେ ପରିବାରଲୋକଙ୍କୁ ଛାଡ଼ି ପ୍ରେମିକଙ୍କୁ ଖୋଜିବାକୁ ବାରାଣସୀରେ ପହଞ୍ଚିଥିଲେ। ଅପରପକ୍ଷେ ମହିଳାଙ୍କୁ ଘରେ ନପାଇ ପରିବାରଲୋକେ ଚିନ୍ତିତ ହୋଇଯାଇଥିଲେ।

ମହିଳାଜଣଙ୍କ ବାରାଣସୀ ପହଞ୍ଚିବା ପରେ ଚକିତ ହୋଇଯାଇଥିଲେ। କାରଣ ଯେଉଁ ଯୁବକଙ୍କୁ ସେ ଭଲ ପାଇ ବସିଛନ୍ତି, ସେ ଦ୍ୱାଦଶରେ ପଢ଼ୁଥିବା ଜଣେ ଛାତ୍ର ଥିଲେ। ଏହାଦେଖି ମହିଳା ପରିବାରଲୋକଙ୍କୁ ଫୋନ୍‌ କରି ତାଙ୍କୁ ନେଇଯିବାକୁ କହିଥିଲେ। ହେଲେ ମହିଳା ନିଖୋଜ ନେଇ ସେମାନେ ପୋଲିସରେ ଅଭିଯୋଗ କରିଥିଲେ। ମହିଳାଙ୍କ ସନ୍ଧାନ ମିଳିବା ପରେ ପରିବାରଲୋକେ ପୋଲିସକୁ ଜଣାଇଥିଲେ। ପରେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ପରିବାରଲୋକଙ୍କ ନିକଟରେ ଛାଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri