Posted inଫୁରସତ

ପବ୍‌ଜୀ ଖେଳୁଖେଳୁ ଯୁକ୍ତ ୨ ପଢ଼ୁଥିବା ଛାତ୍ରଙ୍କୁ ହୃଦୟ ଦେଇଦେଲେ ବିବାହିତା ମହିଳା; ଏବେ ଘର ଛାଡ଼ି ଫେରାର ହେବା ପରେ…

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ି ସୋସିଆଲ ମିଡିଆ ପ୍ରେମରେ। ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ଅନ୍‌ଲାଇନ୍‌ରେ କଟିଥାଏ। ଅନେକ ସମୟରେ ସୋସିଆଲ ମିଡିଆରେ ଜଣେ ଅନ୍ୟଜଣଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥାଏ। ସେଥିରୁ କିଛି ପ୍ରେମ ସଫଳ ହୋଇଥିବା ବେଳେ କିଛି ଜୀବନ ବରବାଦ କରିଥାଏ। ସେଭଳି ଏକ ପ୍ରେମକାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପବ୍‌ଜୀ ଖେଳ ଭାରତରେ ବ୍ୟାନ୍‌ ହେବା ପୂର୍ବରୁ ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ରହୁଥିବା ଜଣେ ବିବାହିତ ମହିଳା ଏହାକୁ ଖେଳୁଥିଲେ। ଏହି ସମୟରେ ବାରାଣସୀର ଜଣେ ଯୁବକଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା। ଧିରେ ଧିରେ କଥା ବନ୍ଧୁତା ଏବଂ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ଏହା ପରେ ଉଭୟ ପରସ୍ପରକୁ ମୋବାଇଲ ନମ୍ବର ଦେଇଥିଲେ। ଫୋନ୍‌ରେ ମଧ୍ୟ ମହିଳାଜଣଙ୍କ ଯୁବକଙ୍କ ସହ ଘଣ୍ଟା ଘଣ୍ଟା ଗପୁଥିଲେ। ଦିନେ ଯୁବକଙ୍କୁ ଭେଟିବାକୁ ମହିଳାଜଣଙ୍କ ଇଚ୍ଛା ପ୍ରକାଶ କରିଥିଲେ। ଏପରିକି ସେ ପରିବାରଲୋକଙ୍କୁ ଛାଡ଼ି ପ୍ରେମିକଙ୍କୁ ଖୋଜିବାକୁ ବାରାଣସୀରେ ପହଞ୍ଚିଥିଲେ। ଅପରପକ୍ଷେ ମହିଳାଙ୍କୁ ଘରେ ନପାଇ ପରିବାରଲୋକେ ଚିନ୍ତିତ ହୋଇଯାଇଥିଲେ।

ମହିଳାଜଣଙ୍କ ବାରାଣସୀ ପହଞ୍ଚିବା ପରେ ଚକିତ ହୋଇଯାଇଥିଲେ। କାରଣ ଯେଉଁ ଯୁବକଙ୍କୁ ସେ ଭଲ ପାଇ ବସିଛନ୍ତି, ସେ ଦ୍ୱାଦଶରେ ପଢ଼ୁଥିବା ଜଣେ ଛାତ୍ର ଥିଲେ। ଏହାଦେଖି ମହିଳା ପରିବାରଲୋକଙ୍କୁ ଫୋନ୍‌ କରି ତାଙ୍କୁ ନେଇଯିବାକୁ କହିଥିଲେ। ହେଲେ ମହିଳା ନିଖୋଜ ନେଇ ସେମାନେ ପୋଲିସରେ ଅଭିଯୋଗ କରିଥିଲେ। ମହିଳାଙ୍କ ସନ୍ଧାନ ମିଳିବା ପରେ ପରିବାରଲୋକେ ପୋଲିସକୁ ଜଣାଇଥିଲେ। ପରେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ପରିବାରଲୋକଙ୍କ ନିକଟରେ ଛାଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri