କେଉଁ ରାଜ୍ୟରେ କେବେ ତୃତୀୟ ଲହର ଶୀର୍ଷ ଛୁଇଁବ, ଆଇଆଇଟି ପ୍ରଫେସର ଦେଲେ ସୂଚନା…

ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଇଆଇଟି ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଦେଶର ତୃତୀୟ ଲହର ସମ୍ବନ୍ଧୀୟ ନୂତନ ଅଧ୍ୟୟନର ଫଳାଫଳ ପ୍ରକାଶ କରିଛନ୍ତି। ତୃତୀୟ ଲହର ସମୟରେ ଦୈନିକ ଚାରି ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହେବାର ଆଶଙ୍କା ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଅଧ୍ୟୟନ ଦାବି କରାଯାଇଛି ଯେ ତୃତୀୟ ଶୀର୍ଷ ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ଆସି ସାରିଛି।

ତେବେ ଦେଶରେ ତୃତୀୟ ଲହର ୨୩ ଜାନୁଆରୀରେ ଶୀର୍ଷରେ ପହଞ୍ଚିପାରେ। କୋଭିଡ ଟ୍ରାକରର ସୂତ୍ର ମଡେଲ ଆଧାରରେ ଏହି ଅଧ୍ୟୟନ କରାଯାଇଛି। ଏହା ଅନୁଯାୟୀ, ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀ ଏବଂ ମୁମ୍ବାଇ ତୃତୀୟ ଲହର ଶୀର୍ଷରେ ପହଞ୍ଚିଛି।

ତାଙ୍କ କହିବାନୁସାରେ, ସାରା ଦେଶରେ କରୋନାର ଗତିପଥ ବଦଳି ଯାଇଛି। ଏହାର ଦୁଇଟି କାରଣ ହୋଇପାରେ। ଗୋଟିଏ ହେଉଛି ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ମଧ୍ୟରେ ଓମିକ୍ରନର ସଂକ୍ରମଣ ମନ୍ଥର ହୋଇଛି ଏବଂ ଦ୍ୱିତୀୟରେ ଏହା ସମ୍ଭାବ୍ୟ ଗୋଷ୍ଠୀ ସଂକ୍ରମଣ ସୃଷ୍ଟି କରିଛି।

ଅଧ୍ୟୟନରେ ପ୍ରକାଶିତ ହୋଇଛି ଯେ, ଜାନୁୟାରୀ ୧୧ ପର୍ଯ୍ୟନ୍ତ ତଥ୍ୟ ସୂଚାଇ ଦେଉଛି ଯେ ଜାନୁୟାରୀ ୨୩ ସୁଦ୍ଧା ଦେଶରେ ତୃତୀୟ ଲହର ଶୀର୍ଷ ଛୁଇଁବାର ଆଶଙ୍କା ରହିଛି। ଫଳରେ ଏହି ସମୟରେ ଦୈନିକ ପ୍ରାୟ ୭.୨ ଲକ୍ଷ ମାମଲା ମିଳିପାରେ। କିନ୍ତୁ ସଂକ୍ରମଣର ପ୍ରକୃତ ପଥ ଯଥେଷ୍ଟ ପରିବର୍ତ୍ତନ ହୋଇସାରିଛି, ତେଣୁ ପ୍ରକୃତ ଶୀର୍ଷ ସମୟରେ ଦୈନିକ ୪ ଲକ୍ଷ ମାମଲା ଆସିବାର ଆଶଙ୍କା ନାହିଁ ।

ଦିଲ୍ଲୀର ଅଧିକାରୀମାନେ ସୂଚାଇ ଦେଉଛନ୍ତି ଯେ ସେଠାରେ ଦୈନିକ ନୂତନ ମାମଲା ସଂଖ୍ୟା ସ୍ଥିର ହୋଇଥିବାରୁ ଶୀର୍ଷ ପହଞ୍ଚି ସାରିଛି। ମଙ୍ଗଳବାର ଦିଲ୍ଲୀରେ ୧୧, ୬୮୪ ମାମଲା ଥିବାବେଳେ ସୋମବାର ୧୨,୫୨୭ ମାମଲା ଚିହ୍ନଟ ହୋଇଥିଲା। ଜାନୁଆରୀ ୧୩ ରେ, ଏହି ଲହରରେ ସର୍ବାଧିକ ୨୮,୮୬୭ ମାମଲା ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଗୋଟିଏ ଦିନରେ ଏହା ସର୍ବାଧିକ ବୃଦ୍ଧି ଘଟିଥିଲା।

କେଉଁ ରାଜ୍ୟରେ କେବେ ତୃତୀୟ ଲହର ଶୀର୍ଷ ଛୁଇଁବ ଅବା ଛୁଇଁ ସାରିଛି ସେ ନେଇ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆସାମରେ ୨୬ ଜାନୁଆରୀ, ଉତ୍ତରପ୍ରଦେଶରେ ୧୯ ଜାନୁଆରୀ, ହରିୟାଣାରେ ୨୦ ଜାନୁଆରୀ, ଗୁଜୁରାଟରେ ୧୯ ଜାନୁଆରୀ, ମହାରାଷ୍ଟ୍ରରେ୧୯ ଜାନୁଆରୀ, କର୍ଣ୍ଣାଟକରେ ୨୩ ଜାନୁଆରୀ, ଆନ୍ଧ୍ରପ୍ରଦେଶରେ ୩୦ ଜାନୁଆରୀ, ତାମିଲନାଡୁରେ ୨୫ ଜାନୁଆରୀ, ବେଙ୍ଗାଲୁରୁରେ ୨୨ ଜାନୁଆରୀ ତୃତୀୟ ଲହର ଶୀର୍ଷ ଛୁଇଁବ ବୋଲି ରିପୋର୍ଟରେ ପ୍ରକାଶିତ ହୋଇଛି।

ଅପରପକ୍ଷରେ ରହିଛି କୋଲକାତାରେ ୧୩ ଜାନୁଆରୀ, ଦିଲ୍ଲୀରେ ୧୬ ଜାନୁଆରୀ , ମୁମ୍ବାଇରେ ଜାନୁଆରୀ ୧୨, ବିହାରରେ ୧୭ ଜାନୁଆରୀ ଲହରର ଶୀର୍ଷ ଆସି ସାରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri