କେଉଁ ରାଷ୍ଟ୍ର ବଡ଼ ପକ୍ଷ

ଗ୍ଲାସ୍‌ଗୋ, ୨୮ା୧୦: ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ଭାରତ ନୁହେଁ ପୂରା ବିଶ୍ୱରେ ଦେଖିବାକୁ ମିଳିଛି। ଚଳିତ ମାସରେ ଭାରତର ବିଭିନ୍ନ ସ୍ଥାନରେ ଅତ୍ୟଧିକ ବର୍ଷା ସହିତ ବିଶ୍ୱର ଅନେକ ଦେଶରେ ପାଣିପାଗରେ ହଠାତ୍‌ ପରିବର୍ତ୍ତନ ଯୋଗୁ ବିପୁଳ କ୍ଷୟକ୍ଷତି ହୋଇଛି। ଏହାକୁ ଗୁରୁତ୍ୱ ଦେଇ ଆସନ୍ତା ୩୧ ତାରିଖରୁ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ ଆୟୋଜନ ହେବାକୁ ଯାଉଛି ଜାତିସଂଘର ଜଳବାୟୁ ସମ୍ମିଳନୀ ବା କୋପ୍‌୨୬। ବିଶ୍ୱ ତାପନ ଉପରେ ରୋକ୍‌ ପାଇଁ ୧୯୭ ଦେଶର ଭିନ୍ନ ଯୁକ୍ତି ଓ ଆଗ୍ରହ ଏହି ସମ୍ମିଳନୀରେ ଗୁରୁତ୍ୱ ରଖିଛି। ନିମ୍ନ ପ୍ରଦତ୍ତ ରାଷ୍ଟ୍ରଗୁଡ଼ିକର ପକ୍ଷ ଏଥିରେ ବଡ଼ ଭୂମିକା ଗ୍ରହଣ କରିବ।
ଚାଇନା: ବିଶ୍ୱରେ ସର୍ବାଧିକ ଅଙ୍ଗାରକାମ୍ଳ ଉତ୍ସର୍ଜନ ତାଲିକାରେ ରହିଛି ଚାଇନା। ତେଣୁ ଜଳବାୟୁ ଲକ୍ଷ୍ୟ ହାସଲ ଦିଗରେ ବିଶ୍ୱ କେତେ ସଫଳ ହେବ ତାହା ଚାଇନାର ନିକଟ ଭବିଷ୍ୟତ ଯୋଜନା ଉପରେ ନିର୍ଭର କରେ। ୨୦୩୦ ସୁଦ୍ଧା ଚାଇନା କାର୍ବନ ନିର୍ଗମନ ଶୀର୍ଷକୁ ଛୁଇଁବ ଏବଂ ଏହା ପରେ ଏଥିରେ ହ୍ରାସ ଘଟିବ ବୋଲି ଗତ ବର୍ଷ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ କହିଥିଲେ। ୨୦୬୦ ସୁଦ୍ଧା ବେଜିଂ ଶୂନ ଅଙ୍ଗାରକାମ୍ଳ ଉତ୍ସର୍ଜନ ଲକ୍ଷ୍ୟ ହାସଲ କରିବାକୁ ଯୋଜନା ରହିଛି। ଏଥିସହ ୨୦୨୬ରେ କୋଇଲା ଚାଳିତ ପ୍ରକଳ୍ପଗୁଡ଼ିକୁ କୋଇଲା ଯୋଗାଣ ବନ୍ଦ କରିବାକୁ ମଧ୍ୟ ପ୍ଲାନ୍‌ ରହିଛି। କିନ୍ତୁ ଗତ ସପ୍ତାହରେ ବିଦ୍ୟୁତ୍‌ ସଙ୍କଟ ସହିତ ଅର୍ଥନୀତିରେ ମନ୍ଥରଗତି ଯୋଗୁ ଚାଇନା ଏ ପର୍ଯ୍ୟନ୍ତ କୌଣସି ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ନ ଥିବା ଏହାର ନୀତି ନିର୍ଦ୍ଧାରଣକାରୀ ଯୁକ୍ତି ବାଢ଼ିଛନ୍ତି। ସେପଟେ ଜଳବାୟୁ ସମ୍ମିଳନୀରେ ଜିନ୍‌ପିଙ୍ଗ୍‌ଙ୍କ ସ୍ଥାନରେ ଉପ-ପରିବେଶ ମନ୍ତ୍ରୀ ଝାଓ ୟିଙ୍ଗ୍‌ମିନ୍‌ ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଛି। ତେଣୁ ସମ୍ମିଳନୀରେ କୌଣସି ବଡ଼ ପଦକ୍ଷେପ ନିଆଯିବା ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି।
ଆମେରିକା: ଅଙ୍ଗାରକାମ୍ଳ ନିର୍ଗମନରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଆମେରିକା। କିନ୍ତୁ ଶିଳ୍ପବିପ୍ଳବ ପରଠାରୁ ବାୟୁମଣ୍ଡଳରେ ସର୍ବାଧିକ କାର୍ବନ ଉତ୍ସର୍ଜନ କରିବାରେ ଏହି ଦେଶ ସବୁଠୁ ଆଗରେ ରହିଛି। ବିଷାକ୍ତଗ୍ୟାସ୍‌ ନିର୍ଗମନକୁ ରୋକିବା ପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାକୁ ପ୍ୟାରିସ ଚୁକ୍ତିରୁ ବାହାର କରିଦେଇଥିଲେ। ଏହି ବିଶ୍ୱସ୍ତରୀୟ ଉଦ୍ୟମରୁ ଦୂରେଇ ରହିବା ପରେ ଚଳିତ ବର୍ଷ ଆମେରିକା ଜାତିସଂଘ ଜଳବାୟୁ ସମ୍ମିଳନୀରେ ଆଲୋଚନା କରିବ। ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ୟାରିସ ଚୁକ୍ତିରେ ଯୋଗଦାନ କରି ୨୦୩୦ ସୁଦ୍ଧା ଆମେରିକା ଏହାର ଗ୍ରୀନହାଉସ୍‌ ଗ୍ୟାସ୍‌ ନିର୍ଗମନକୁ ୫୦-୫୨% ହ୍ରାସ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ନିଜର ଘରୋଇ ଜଳବାୟୁ ନୀତି, ସଶକ୍ତ ଆଇନର ଅଭାବ ଯୋଗୁ ଆମେରିକା ଗ୍ଲାସ୍‌ଗୋ ସମ୍ମିଳନୀରେ ଚାଇନା, ଭାରତ, ବ୍ରାଜିଲ ଭଳି ପ୍ରମୁଖ କାର୍ବନ ନିର୍ଗମନକାରୀଙ୍କ ଉପରେ ଚାପ ପକାଇବାରେ ସେତେ ପ୍ରଭାବଶାଳୀ ହୋଇ ନ ପାରେ।
ବ୍ରିଟେନ: କୋଇଲା ଶକ୍ତିକୁ ଇତିହାସରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସମ୍ମିଳନୀର ନେତୃତ୍ୱ ନେଉଥିବା ବ୍ରିଟେନ ମନ୍ତ୍ରୀ ଆଲୋକ ଶର୍ମା ପ୍ରକାଶ କରିଛନ୍ତି। ୨୦୫୦ ସୁଦ୍ଧା ବ୍ରିଟେନ୍‌ ଶୂନ କାର୍ବନ ନିର୍ଗମନ ଲକ୍ଷ୍ୟ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛି। ଏଥିସହ ୧୯୯୦ ତୁଳନାରେ ୨୦୨୫ ସୁଦ୍ଧା ସବୁଜଗୃହ ବାଷ୍ପ ୭୮ ପ୍ରତିଶତ ହ୍ରାସ କରିବାକୁ ଚଳିତ ବର୍ଷ ନିଷ୍ପତ୍ତି ନେଇଛି। ଉତ୍ତର ସାଗରରେ ତୈଳ ଓ ଗ୍ୟାସ ଅନୁସନ୍ଧାନକୁ ବନ୍ଦ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଚାପ ପଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ସରକାର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଯଦି ବୋରିସ୍‌ ଚାପଗ୍ରସ୍ତ ହୋଇ ଏପରି କରନ୍ତି ତେବେ ଆମଦାନୀ ଇନ୍ଧନ ଉପରେ ଦେଶ ଅଧିକ ନିର୍ଭରଶୀଳ ହେବ।
ୟୁରୋପୀୟ ସଂଘ: ୨୭ ଦେଶ ସଦସ୍ୟ ଥିବା ୟୁରୋପୀୟ ସଂଘ ବିଶ୍ୱର ମୋଟ ସବୁଜଗୃହ ବାଷ୍ପର ୮ ପ୍ରତିଶତ ନିର୍ଗମନ କରିଥାଏ। କିଛି ବର୍ଷ ହେବ ଏହି ନିର୍ଗମନ ତଳମୁହାଁ ରହିଛି। ୧୯୯୦ ଦଶକ ତୁଳନାରେ ୨୦୩୦ ସୁଦ୍ଧା ଗ୍ରୀନହାଉସ୍‌ ଗ୍ୟାସ୍‌ ପରିମାଣକୁ ୫୫ ପ୍ରତିଶତ କମାଇବାକୁ ଏହା ଲକ୍ଷ୍ୟ ରଖିଛି। ଗତ ୨ ବର୍ଷ ହେଲା ୟୁରୋପ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁ ବ୍ୟାପକମାତ୍ରାରେ କ୍ଷୟକ୍ଷତି ସହୁଛି।
କମ୍‌ ବିକଶିତ ଦେଶ: ଏହି ତାଲିକାରେ ବିଶ୍ୱର ୪୬ ପ୍ରତିଶତ ଗରିବ ଦେଶ ରହିଛନ୍ତି। ଆଫ୍ରିକା, ଏସିଆ-ପାସିଫିକ୍‌ ଏବଂ କାରିବିଆନ୍‌ ଭଳି ଦେଶର ପ୍ରାୟ ଶହେ କୋଟିରୁ ଅଧିକ ଲୋକ ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟରେ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ତେଣୁ ଏହି ଦେଶଗୁଡ଼ିକୁ ବର୍ଷକୁ ଶହେ ବିଲିୟନ ଡଲାର ସହାୟତା ପ୍ରଦାନ ନିମନ୍ତେ ବିଭିନ୍ନ ଫୋରମ୍‌, ସଙ୍ଗଠନଗୁଡ଼ିକ ବିକଶିତ ରାଷ୍ଟ୍ରଗୁଡ଼ିକୁ ମନାଇବେ ବୋଲି ଆଶା କରାଯାଉଛି।
ଦ୍ରୁତ ବିକାଶଶୀଳ ରାଷ୍ଟ୍ର: ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଭାରତ, ଚାଇନା ଏହି ବ୍ଲକ୍‌ରେ ରହିଥିବାବେଳେ ଧନୀଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ ନିମନ୍ତେ ଅଧିକ ଅବଦାନ ଦେବାକୁ ଦାବି ରଖିଛନ୍ତି। ଧନୀ ରାଷ୍ଟ୍ରଗୁଡ଼ିକ ଜଳବାୟୁକୁ ସର୍ବାଧିକ କ୍ଷତି ପହଞ୍ଚାଉଥିବା ସେମାନେ ଯୁକ୍ତି ବାଢ଼ିଛନ୍ତି। ବର୍ଷକୁ ଶହେ ବିଲିୟନ ଡଲାର ସହାୟତା ଯଥେଷ୍ଟ ନୁହେଁ ଏବଂ ୨୦୫୦ ସୁଦ୍ଧା ଶୂନ କାର୍ବନ ନିର୍ଗମନ ସମ୍ଭବ ନୁହେଁ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ସେହିପରି ବ୍ରାଜିଲ ମଧ୍ୟ ଆମାଜନ ଜଙ୍ଗଲ ନଷ୍ଟ ରୋକିବା ପାଇଁ ଆର୍ଥତ୍କ ସହାୟତା ମାଗିଛି। ବାର୍ଷିକ ସହାୟତା ପରିମାଣ ୭୫୦ ବିଲିୟନ ଡଲାର ହେବା ଜରୁରୀ ବୋଲି ଦକ୍ଷିଣ ଆଫ୍ରିକା କହିଛି। ବିକାଶଶୀଳ ବିଶ୍ୱ ପାଇଁ ଅତିରିକ୍ତ ଆର୍ଥିକ ସହାୟତା ଉପରେ ଜାତିସଂଘରେ ଥିବା ଆଫ୍ରିକା ସଦସ୍ୟ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri