Posted inଜାତୀୟ

ଦୋସା ନା ବିରିୟାନି କିଏ ଅଧିକ ଲୋକପ୍ରିୟ, ଉତ୍ତର ଦେଲେ ଭାରତୀୟ-ପାକିସ୍ତାନୀ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ, ୧୩।୮ : ଉଭୟ ଭାରତ ଏବଂ ପାକିସ୍ତାନ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛନ୍ତି। ଉଭୟ ଦେଶ ସେମାନଙ୍କର ୭୬ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ଏହି ଅବସରରେ ଭାରତରେ ସ୍ବାଧୀନତା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି କ୍ରମରେ ଭାରତୀୟ ଏବଂ ପାକିସ୍ତାନୀ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ନିଜ ଦେଶର ସଂସ୍କୃତି, ରୋଷେଇ, ଶିକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଏକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା ସମୟରେ ଛାତ୍ରୀଛାତ୍ରମାନେ ଦୋସା-ବିରିୟାନି ଖାଇବାର ସୁଯୋଗ ପାଇଥିଲେ।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା ଯେତେବେଳେ ଛାତ୍ରୀଛାତ୍ରମାନଙ୍କୁ ପଚରାଯାଇଥିଲା କ’ଣ ଅଧିକ ଲୋକପ୍ରିୟ? ଦୋସା ନା ବିରିୟାନି? ଏହା ଉପରେ ଦୀର୍ଘ ବିତର୍କ ପରେ କୌତୁହଳପୂର୍ଣ୍ଣ ଉତ୍ତର ମିଳିଥିଲା। ଦୋସା ଏବଂ ବିରିୟାନୀଙ୍କ ଲୋକପ୍ରିୟତା ବିଷୟରେ, କାର୍ଯ୍ୟକ୍ରମରେ କୌଣସି ଗୋଟିଏ ମତ ସୃଷ୍ଟି ହୋଇପାରି ନଥିଲା। ପାକିସ୍ତାନୀ ଛାତ୍ରୀଛାତ୍ରମାନେ ଭାରତୀୟ ଦୋସା ଖାଇବାକୁ ଭଲ ପାଉଥିବାବେଳେ କିଛି ଭାରତୀୟ ଛାତ୍ରୀଛାତ୍ର ପାକିସ୍ତାନୀ ବିରିୟାନି ପସନ୍ଦ କରିଥିଲେ। କିନ୍ତୁ ଦକ୍ଷିଣ ଭାରତୀୟ ଦୋସର ସ୍ବାଦ ଏବଂ ବିଭିନ୍ନ ପ୍ରକାରର ଉପଲବ୍ଧତା ପାକିସ୍ତାନରେ ପ୍ରୟାତଃ ନାହିଁ କହିଲେ ଚଳେ। ଯେତେବେଳେ କି ପାକିସ୍ତାନୀ ବିରିୟାନି ଉତ୍ତର ଭାରତରେ ସହଜରେ ଉପଲବ୍ଧ ହେଉଛି। ତେଣୁ, ସମଗ୍ର ଆଲୋଚନା ଏକ ସିଦ୍ଧାନ୍ତରେ ଆସିପାରିଲା ନାହିଁ। ଦୁଇଟି ବେସରକାରୀ କ୍ଷେତ୍ରୀୟ ଶିକ୍ଷାନୁଷ୍ଠାନ ସମନ୍ବୟ ରକ୍ଷା କରି ଉଭୟ ପଡୋଶୀ ଦେଶର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ବୃଦ୍ଧି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଷଷ୍ଠ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ୨୦ ଜଣ ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରୀଛାତ୍ର ଏକ୍ସଚେଞ୍ଜ ଫର୍‌ ଚେଞ୍ଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଂଯୁକ୍ତ ଆରବ ଏମିରେଟ୍ସରେ ରହୁଥିବା ୧୨ ବର୍ଷୀୟ ପାକିସ୍ତାନୀ ଛାତ୍ରୀ ଆଲିଜା ଫାତିମା କହିଛନ୍ତି ଯେ ବିରିୟାନି ଅପେକ୍ଷା ଦୋସା ଅଧିକ ଲୋକପ୍ରିୟ କି ନାହିଁ ଆମେ ବିତର୍କ କରିବାକୁ ଭଲପାଉଛୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେ ଆମର ଦୁଇ ଦେଶର ସଂସ୍କୃତି, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଅନେକ ବିଷୟରେ ଆଲୋଚନା କରିଛୁ। ଫାତିମା କହିଛନ୍ତି ଯେ ଭାରତୀୟ ପିଲାମାନେ ଭଲ ଇଂରାଜୀ କୁହନ୍ତି ଏବଂ ମୁଁ ସେମାନଙ୍କର କ୍ଷମତା, ଦକ୍ଷତା ଏବଂ ଉତ୍ସାହକୁ ମଧ୍ୟ ପସନ୍ଦ କରେ।

ଯଦିଓ ଫାତିମା ନିଜ ଭାରତୀୟ ସାଙ୍ଗମାନଙ୍କ ସହିତ ସ୍କୁଲରେ ଏକ ସିଟ୍‌ ବାଣ୍ଟିବାକୁ ଭଲ ପାଆନ୍ତି, କିନ୍ତୁ ଯେତେବେଳେ ସେ ତାଙ୍କ ବୟସର ଭାରତୀୟ ଛାତ୍ରମାନଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପାଇଲେ ସେତେବେଳେ ତାଙ୍କ ଖୁସି ବଢ଼ିଯାଇଥିଲା। ଶାନ୍ତିପୂର୍ଣ୍ଣ ବୁଝାମଣା ପାଇଁ ସେତୁ ନିର୍ମାଣ ଏବଂ ଉଭୟ ଦେଶର ଭବିଷ୍ୟତ ବୁଦ୍ଧିଜୀବୀଙ୍କୁ ବିଶ୍ୱ ନାଗରିକ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁମାନେ ଜାତୀୟତା ପୂର୍ବରୁ ମାନବିକତାକୁ ପ୍ରାଧାନ୍ୟ ଦିଅନ୍ତି। ଫାତିମା କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମାନତା ବହୁତ। ଏହି ଅନନ୍ୟ କାର୍ଯ୍ୟକ୍ରମରେ ଆମେ ପରସ୍ପର ବିଷୟରେ ବହୁତ କିଛି ଜାଣିବାକୁ ପାଇଲୁ। ଏଥି ସହିତ ଭାରତର ମଦୁରାଇର ଲକ୍ଷ୍ମୀ ପବ୍ଲିକ ସ୍କୁଲର ଛାତ୍ରୀ ଆରାଧନା କହିଛନ୍ତି ଯେ ମହିଳାଙ୍କ ଅସମାନତା, ଦାରିଦ୍ର୍ୟ, ଅସମାନ ବର୍ଷା ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରଭାବ ଉଭୟ ଦେଶ ପାଇଁ ସବୁଠାରୁ ବଡ ଆହ୍ବାନ ପାଲଟିଛି। ଏସବୁକୁ ତୁରନ୍ତ ଧ୍ୟାନ ଦେବା ଉଚିତ। ଅନ୍ୟ ଜଣେ ଛାତ୍ର ହର୍ଷଦା ସୁନୀଲ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ମୁଁ ପଡ଼ୋଶୀ ଦେଶକୁ ଭଲ ଭାବେ ବୁଝି ପାରିଛି। ଏହା ନିଶ୍ଚିତ ଭାବରେ ମୋର ମାନସିକତାକୁ ବଦଳାଇ ଦେଇଛି। ମୁଁ ଅନୁଭବ କଲି ଯେ ଦୁଇ ଦେଶର ଅନେକ ସମାନତା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?