ଆମର ଏହି ବସୁନ୍ଧରା

ଦିନକର କଥା। ସୂର୍ଯ୍ୟଠାରୁ ସେଦିନ ଖଣ୍ଡେ ବାହାରି ଆସିଲା। ସେହି ସୂଯର୍ର୍‌ୟାଂଶ ହିଁ ହେଲା ଆମ ପୃଥିବୀ। ତାକୁ ସୂର୍ଯ୍ୟ ଖଣ୍ଡ ନ କହି ସୂର୍ଯ୍ୟକନ୍ୟା କହିବାଟା ବରଂ ଭଲ। ସୂର୍ଯ୍ୟଦେବ ଯେପରି ଜ୍ୱଳନ୍ତ ଅଗ୍ନିପିଣ୍ଡ, ତାଙ୍କ କନ୍ୟାଟି ବି ସେତେବେଳେ ଥିଲା ସେହିପରି। ପୃଥିବୀ ସେତେବେଳେ ଏତେ ଉତ୍ତପ୍ତ ଯେ ବୃଷ୍ଟିର ଜଳ ମଝିରେ ବାଷ୍ପ ହୋଇଯାଉଥିଲା। ପୃଥିବୀ ତାପ ତା’ପରେ କମିବା ଆରମ୍ଭ ହେଲା ଟିକିଏ ଟିକିଏ କରି। ପ୍ରଥମେ ଥିଲା ଜ୍ୱଳନ୍ତ ଅଗ୍ନିପିଣ୍ଡ, ତା’ପରେ ଉତ୍ତାପ କମି କମି ବେଶ୍‌ ଥଣ୍ଡା ହୋଇଗଲା।
ଏବେ ବୃଷ୍ଟି ନଇଲା। ମୂଷଳ ଧାର ବୃଷ୍ଟି। ପୃଥିବୀରେ ବୃଷ୍ଟି ହୁଏ ବର୍ଷା ଋତୁରେ। କିନ୍ତୁ ପୃଥିବୀରେ ଯେତେବେଳେ ପ୍ରଥମ ବୃଷ୍ଟି ହେଲା ସେତେବେଳେ ସେହି ବୃଷ୍ଟି ଲାଗି ରହିଥିଲା ୬୦ ହଜାର ବର୍ଷ ଧରି। ପୃଥିବୀ ଦେହରେ ସେତବେଳକୁ ଖୁବ୍‌ ତାତି। ସେହି ତତଲା ଦେହ ଉପରେ ପଡ଼ିଲା ବର୍ଷା। ହେଲା ଭୂମିକମ୍ପ। ପୃଥିବୀ କେଉଁଠି କେଉଁଠି ଦବିଗଲା, କେଉଁଠି କେଉଁଠି ଉପରକୁ ଉଠିଗଲା। ଆରମ୍ଭ ହୋଇଗଲା ଏହି ପ୍ରକାରର ପରିବର୍ତ୍ତନ। ସୃଷ୍ଟି ହେଲା ପାହାଡ଼ ପର୍ବତ। ଆଉ ସେହି ପାହାଡ଼ ପର୍ବତ ମଧ୍ୟରେ ଯେଉଁ ଉପତ୍ୟକା, ସେଠାରେ ଜଳ ଆସି ଜମିବା ଆରମ୍ଭ ହେଲା। ଏହିପରି ଭାବରେ ସୃଷ୍ଟି ହେଲା ସମୁଦ୍ର-ମହାସମୁଦ୍ର।
ଅନ୍ୟପକ୍ଷରେ ମେଘ କଟିଯାଇ ପୃଥିବୀରେ ଦେଖାଦେଲା ସୂର୍ଯ୍ୟକିରଣ। ସେଇ ଦିନଠାରୁ ଆରମ୍ଭ ହେଲା ଦିନ ଆଉ ରାତି। ସମୁଦ୍ର ଓ ମହାସମୁଦ୍ର ଉପରେ ସୂର୍ଯ୍ୟକିରଣ ପଡ଼ିବା ମାତ୍ରେ ତାହା ଝଲମଲ ହୋଇଉଠିଲା। ଏସବୁ ହେଲା ୧୫କୋଟି ବର୍ଷ ପୂର୍ବର ଘଟଣା।
ତା’ପରେ ଦିନେ ଘଟିଲା ଏକ ଅବାକ କାଣ୍ଡ। ଦେଖାଗଲା ଜଳ ଭିତରେ କିଛି ଗୋଟାଏ ଗତି କରୁଛି। ବେଙ୍ଗର ଅଣ୍ଡା ଦେଖିବା ପାଇଁ ଯେଉଁ ରକମ ଦେଖିବାକୁ ସେଇ ରକମ। ଅଛି କି ନାହିଁ କିଛି ବୁଝି ହେଉ ନ ଥିଲା। ଛୋଟ ଛୋଟ ପ୍ରାଣ ସ୍ପୁଲିଙ୍ଗ। ଏଇ ହେଲା ପୃଥିବୀର ପ୍ରଥମ ପ୍ରାଣୀ। ଦେଖିବାକୁ ଖୁବ୍‌ ଛୋଟ। ବିନ୍ଦୁଟିଏ ବୋଲି କହିଲେ ଚଳେ। କିନ୍ତୁ ଏତେ ଛୋଟ ହେଲେ ବି ଚଲାବୁଲା କରିପାରେ। ଏହାର ଦେହରୁ ପୁଣି ନୂତନ ପ୍ରାଣୀ ସୃଷ୍ଟି ହେଲା। ଏହାକୁ କୁହାଗଲା ଗୋଟିଏ କୋଷ ଥିବା ପ୍ରାଣୀ।
ଏଇଭାବେ କଟିଗଲା ଲକ୍ଷ ଲକ୍ଷ ବର୍ଷ। ଏଇ ଛୋଟ ପ୍ରାଣୀମାନେ କ୍ରମେ କ୍ରମେ ସମୁଦ୍ର ଭିତରେ ଚେର ବାହାର କରି ଉଦ୍ଭିଦରେ ପରିଣତ ହେଲେ। ଆଉ କେହି କେହି ବଡ଼ ହୋଇ ହେଲେ ମାଛ। ଏହିପରି ଭାବରେ ପୁଣି ବର୍ଷ ପରେ ବର୍ଷ କଟିବାରେ ଲାଗିଲା। ମାଛ ଆଉ ଗଛ। ଗଛ ଆଉ ମାଛ। ଚାରିଆଡେ ଆଉ କେହି ନାହାନ୍ତି। ତା’ପରେ ଜଳ ତଳୁ ମୁଣ୍ଡ ବଢ଼େଇଲା ଉଦ୍ଭିଦ ସୂର୍ଯ୍ୟ କିରଣ ଲୋଭରେ। ଗଛ ହେଲା ଉଭୟଚର। କିଛି ଅଂଶ ଜଳ ଉପରେ, କିଛି ଅଂଶ ଜଳ ତଳେ। ଆଉ ଅନେକ ବର୍ଷ ପରେ ଜଳ ଛାଡି ସ୍ଥଳରେ ବଢ଼ିବାରେ ଲାଗିଲା ଗଛଲତା।
ଏ ପଟେ ଜଳରେ ଥିଲେ ମାଛ-ସେଗୁଡିକ ମଧ୍ୟରୁ କେତେକ ହୋଇଉଠିଲେ ଉଭୟଚର, କେତେବେଳେ ସ୍ଥଳରେ ଚଲାବୁଲା କଲେ ଅନ୍ୟ କେତେବେଳେ ଜଳରେ। ଠିକ୍‌ ବେଙ୍ଗ ଭଳିଆ। ପରିବର୍ଦ୍ଧିତ ହୋଇ ହେଲେ ସରୀସୃପ। ସାପ, ଝିଟିପିଟି, ଗୋଧି ଏଇସବୁ ପ୍ରାଣୀ। ସେଗୁଡିକ ଆସ୍ତେ ଆସ୍ତେ ବଡ ହେବାରେ ଲାଗିଲେ। ଏଗୁଡିକ ମଧ୍ୟରୁ କେହି କେହି ଥିଲେ ତାଳଗଛଠାରୁ ବି ବଡ଼। ଦେଖିବାକୁ ଯେମିତି ବଡ଼, ଏଗୁଡିକର ନଁା ବି ସେଇ ରକମ ବଡ଼ ବଡ଼-ଡାଏନୋସର, ଟିର଼୍ୟାନୋସର଼୍ୟାସ, ବ୍ରୋଣ୍ଟୋସରସ, ଇଗୁୟାନଡନ ଇତ୍ୟାଦି। ଏମାନେ ନିଜ ନିଜ ଭିତରେ ମରାମରି ହେଉଥିଲେ। ଆଜିକାର ଗୋଟିଏ ହାତୀକୁ ଯଦି ସେକାଳର ଗୋଟିଏ ଡାଏନୋସର ପାଖରେ ଠିଆ କରି ଦିଆଯାଏ, ତାହା ଦେଖାଯିବ ଗୋଟିଏ ବଡ଼ ବିରାଡି ପାଖରେ ବସିଛି ଚୁଟିଆ ମୂଷାଟିଏ।
ଏହି ଡାଏନୋସର ରୂପାନ୍ତରିତ ହୋଇ କିଏ ହୋଇଗଲା ଡେଣାବାଲା ପକ୍ଷୀ। କିଏ ହେଲା ପାଦବାଲା ସ୍ତନ୍ୟପାୟୀ ପ୍ରାଣୀ। ଏହି ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ବାନର ଓ ବାନରଜାତୀୟ ଅନେକ ପ୍ରାଣୀ ଥିଲେ। ଏଇ ବାନରଜାତୀୟ ପ୍ରାଣୀଙ୍କ ମଧ୍ୟରେ କେହି ଥିଲେ ମଣିଷର ପୂର୍ବପୁରୁଷ।
ଅତିକାୟ ଡାଏନୋସରଗୁଡ଼ିକ ଗଲେ କୁଆଡେ : ଡାଏନୋସରଗୁଡ଼ିକ ଯେତେବେଳେ ପୃଥିବୀକୁ ଆସିଲେ, ଠିକ୍‌ ସେହି ସମୟରେ ବରଫ ଯୁଗ ଶେଷ ହୋଇ ଆରମ୍ଭ ହୋଇଥାଏ ଗରମକାଳ। ଗରମ ଦିନ ଥିବା ଯାଏ ସେଗୁଡ଼ିକ ବଞ୍ଚତ୍ଥିଲେ। ଏହିପରି ଭାବରେ କଟିଗଲା କେତେ ଲକ୍ଷ ବର୍ଷ। ତା’ପରେ ପୁଣି ଥଣ୍ଡା ପଡିବା ଆରମ୍ଭ ହେଲା। ଧୀରେ ଧୀରେ ଘନେଇ ଆସିଲା ବରଫ ବା ତୁଷାର ଯୁଗ। ବଦଳିଗଲା ପୃଥିବୀର ପରିବେଶ। ପରିବେଶ ବଦଳିବାରୁ ବଦଳିଗଲେ ଗଛଲତା। ଏହି ପରିବର୍ତ୍ତିିତ ପରିବେଶରେ ଡାଏନୋସରମାନେ ବଞ୍ଚତ୍ ରହିପାରିଲେନି। ସେମାନେ ଗରମ ପ୍ରାଣୀ, ସହିପାରିଲେନି ଥଣ୍ଡା। ଯେଉଁସବୁ ନୂଆ କିସମର ଗଛଲତା ସୃଷ୍ଟି ହୋଇଗଲା, ସେସବୁ ସେମାନଙ୍କର ଖାଦ୍ୟ ନୁହେଁ। ଫଳରେ ସେମାନେ ସମସ୍ତେ ମରିଗଲେ। ତାହାଛଡା ରହିଛି ଅନ୍ୟ ଗୋଟିଏ କାରଣ। ବୋଧହୁଏ ଲକ୍ଷ୍ୟ କରିଥିବ ଯେ ସରୀସୃପଜାତୀୟ ପ୍ରାଣୀ ଅଣ୍ଡା ଦେଇସାରିବା ପରେ ଅନ୍ୟ ଜାଗାକୁ ଚାଲିଯାଆନ୍ତି। ଅଣ୍ଡାଗୁଡିକ ପ୍ରତି ସେମାନଙ୍କର କୌଣସି ମମତା ନ ଥାଏ। ତେଣୁ ସରୀସୃପ ପିଲା ମାତୃସ୍ନେହ ପାଇ ନ ଥାଏ। ସେମାନେ କେହି ସନ୍ତାନ ପାଳନ କରନ୍ତିନି। ସନ୍ତାନ ପାଳନ ନ କଲେ ବଂଶ ଲୋପ ପାଇବ। ଡାଏନୋସରମାନେ ଥିଲେ ସରୀସୃପ। ସେମାନେ ସନ୍ତାନ ଲାଳନପାଳନ କରୁ ନ ଥିଲେ। ପୃଥିବୀରେ ଯେତେବେଳେ ପୁଣି ତୁଷାର ଯୁଗ ଫେରି ଆସିଲା ଡାଏନୋସର ଅଣ୍ଡାଗୁଡିକ ଥଣ୍ଡାରେ ନଷ୍ଟ ହୋଇଗଲା। ଯେଉଁସବୁ ଅଣ୍ଡାଫୁଟି ଛୁଆ ବାହାରିଲେ ସେମାନେ ଖାଇବାକୁ ନ ପାଇ ମରିଗଲେ। ଯେଉଁମାନେ ଅବା ବଞ୍ଚତ୍ ରହିଲେ ସେମାନେ ଖାଦ୍ୟ ଅଭାବରୁ ବଢ଼ି ପାରିଲେନି। ସେମାନଙ୍କର ଆକାର ଧୀରେ ଧୀରେ ଛୋଟ ହେବାରେ ଲାଗିଲା। ଲକ୍ଷଲକ୍ଷ ବର୍ଷ ପୂର୍ବେ ଯେଉଁ ଗଛପତ୍ର ଖାଇ ବଞ୍ଚୁଥିଲେ, ଏବେ ସେମାନେ କୀଟପତଙ୍ଗ ଖାଇବା ଆରମ୍ଭ କଲେ। ଆଜି ଆମେ ଯେଉଁସବୁ ଝିଟିପିଟି, ଗୋଧି, ଏଣ୍ଡୁଅ ଇତ୍ୟାଦିକୁ ଦେଖୁଛେ, ସେମାନଙ୍କର ପୂର୍ବପୁରୁଷ ଥିଲେ ଡାଏନୋସରଙ୍କର ଜାତିଭାଇ। ଡାଏନୋସରଙ୍କ ପରି ଏମାନଙ୍କର ଚେହେରା ଥିଲା ଖୁବ୍‌ ବଡ଼। କିନ୍ତୁ ପୃଥିବୀର ଚେହେରା ବଦଳିବା ସଙ୍ଗେ ସଙ୍ଗେ ସେମାନଙ୍କର ଚେହେରା ମଧ୍ୟ ବଦଳିଯାଇଛି।
ସମସ୍ତଙ୍କ ମିଳିତ ଗବେଷଣା : ମଣିଷର ଇତିବୃତ୍ତକୁ ନେଇ ଯେଉଁମାନେ ଗବେଷଣା କରିଥାନ୍ତି, ସେମାନଙ୍କୁ କୁହାଯାଏ, ନୃତତ୍ତ୍ୱବିତ୍‌। ମଣିଷର ଉଦ୍ଭବ ଓ ତାହାର କ୍ରମବିକାଶକୁ ନେଇ ଏମାନେ କିନ୍ତୁ ଏକା ଗବେଷଣା କରି ନ ଥାନ୍ତି। ସେମାନଙ୍କୁ ସର୍ବଦା ସାହାଯ୍ୟ କରିଥାନ୍ତି ଭୂତତ୍ତ୍ୱବିଦ୍‌, ପ୍ରାଣୀତତ୍ତ୍ୱବିଦ୍‌, ରସାୟନଶାସ୍ତ୍ରବିଦ୍‌, ସମାଜତତ୍ତ୍ୱବିଦ୍‌ ଏବଂ ଆହୁରି ଅନେକ। ସମସ୍ତଙ୍କ ସମ୍ମିଳିତ ଗବେଷଣା ଉପରେ ଭିତ୍ତିକରି ମାନବ ସଭ୍ୟତାର ଗତିପଥ ନିର୍ଣ୍ଣୟର ଚେଷ୍ଟା କରାଯାଏ। କିନ୍ତୁ ଏହି କାର୍ଯ୍ୟଟି ଆଦୌ ସହଜ କାର୍ଯ୍ୟ ନୁହେଁ। ଆଜି ପର୍ଯ୍ୟନ୍ତ ମାନବ ସଭ୍ୟତାର ଅତୀତ ସମ୍ପର୍କରେ ଯେତିକି ଜଣାପଡିଛି, ତାହା ଖୁବ୍‌ ସାମାନ୍ୟ। ପ୍ରାୟ ପ୍ରତ୍ୟେକ ମାସରେ ଆସିଯାଉଛି ନୂତନ ନୂତନ ତଥ୍ୟ।
ମାତ୍ର କିପରି ଚାଲେ ଗବେଷଣା କାର୍ଯ୍ୟ? ମନେକର, ମାଟିତଳେ ଅନେକ ଅନେକ ଗଭୀରରେ ମିଳିଲା ପ୍ରାଚୀନ ମଣିଷର କଙ୍କାଳଟିଏ। ନୃତତ୍ତ୍ୱବିଦ୍‌ କଙ୍କାଳଟିକୁ ପରୀକ୍ଷା କରି ଦେଖିବେ ତାହା ମଣିଷର ନା ମାଙ୍କଡର। ଯଦି ତାହା ମଣିଷର, ତେବେ ସେହି ମଣିଷଟି ଦେଖିବାକୁ କିପରି ଥିଲା, କେମିତି ଚାଲୁଥିଲା, କେତେ ବୁଦ୍ଧି ଥିଲା ଇତ୍ୟାଦି। ଯେଉଁଠାରେ କଙ୍କାଳଟିଏ ମିଳିଛି ସେଠାକାର ମାଟି ପରୀକ୍ଷା କରି ଦେଖିବେ ଭୂତତ୍ତ୍ୱବିଦ୍‌। ସେ ଦେଖିବେ, କେତେଦିନ ଆଗେ କଙ୍କାଳଟି ମାଟିଚାପା ପଡିଥିଲା, ସେହି ସ୍ଥାନର ଗଛପତ୍ର ଓ ଜଳବାୟୁ କି ପ୍ରକାରର ଥିଲା ଇତ୍ୟାଦି। ଏହାପରେ ଚେଷ୍ଟା ଚାଲିବ ଆଖପାଖରେ ଆହୁରି କଙ୍କାଳ ମିଳିବ କି ନା ତା’ର ସନ୍ଧାନ। ଯଦି ମିଳିଗଲା ତେବେ ପରୀକ୍ଷା କରାଯିବ କଙ୍କାଳଗୁଡିକ ସମାନ ରକମର କି ନା। ହୁଏତ ମିଳିପାରେ ଅନ୍ୟ ଜୀବଙ୍କ କଙ୍କାଳ। ପ୍ରାଣୀତତ୍ତ୍ୱବିତ୍‌ମାନେ ସେମାନଙ୍କର କାର୍ବନଡେଟି ପଦ୍ଧତିରେ ପରୀକ୍ଷା କରିବେ କେତେ ଦିନ ପୂର୍ବେ କଙ୍କାଳର ଅଧିକାରୀ ଜୀବଟି ପୃଥିବୀ ମାଟିରେ ବିଚରଣ କରୁଥିଲା। ତା’ର ଖାଦ୍ୟ ଏବଂ ଚଳନଭଙ୍ଗୀ କଅଣ ଥିଲା, କେତେ ଥିଲା ତା’ର ବୁଦ୍ଧି-ସବୁକିଛି ନିର୍ଦ୍ଧାରଣ କରିବେ ପ୍ରାଣୀତତ୍ତ୍ୱବିତ୍‌। (କ୍ରମଶଃ…)

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ
ମୋ : ୯୪୩୭୭୬୬୧୧୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଚିନ ତେନ୍ଦୁଲକରଙ୍କ ସହ କ୍ରିକେଟ୍‌ ଖେଳିଲେ ପ୍ରିନ୍ସ ୱିଲିୟମ୍‌, ଚା’ ପିଇବା ପରେ କହିଲେ….

ମୁମ୍ବାଇ,୧୬।୧୧: ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌ ଓ ପ୍ରିନ୍ସେସ୍‌ କେଟ୍‌ ମିଡଲଟନ୍‌ ମୁମ୍ବାଇର ବଲାର୍ଡ ଇଷ୍ଟେଟ୍‌ ଗସ୍ତ ସମୟରେ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହ ଏକ ସ୍ମରଣୀୟ…

ଆସିଲା ୨୦୩୫ ପର୍ଯ୍ୟନ୍ତ ପ୍ରମୁଖ ଇଭେଣ୍ଟର କାର୍ଯ୍ୟସୂଚୀ: ଜାଣନ୍ତୁ ଭାରତରେ ହେବ କେଉଁ ସବୁ ବଡ଼ ଇଭେଣ୍ଟ

ନୂଆଦିଲ୍ଲୀ,୧୫।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୨୦୩୫ ପର୍ଯ୍ୟନ୍ତ ଏହାର ପ୍ରମୁଖ ପୁରୁଷ ଇଭେଣ୍ଟ କାର୍ଯ୍ୟସୂଚୀକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିସହିତ ପରବର୍ତ୍ତୀ ୩ ବୃହତ୍‌ ଇଭେଣ୍ଟ ଯଥା…

୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଥିବା ପାଞ୍ଚ ଜଣ ଖେଳାଳିଙ୍କୁ ଦଳରୁ ମୁକ୍ତ କରାଯାଇପାରେ; ଆସନ୍ତାକାଲି ଆସିବ ଆଇପିଏଲ (IPL) ୨୦୨୭ ପାଇଁ ରିଟେନସନ ତାଲିକା

ନୂଆଦିଲ୍ଲୀ,୧୬।୧୧: IPL 2027 ପାଇଁ ସମସ୍ତ ଦଳର ରିଟେନସନ ତାଲିକା ନଭେମ୍ବର ୧୭ରେ ପ୍ରକାଶ ପାଇବ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ ପନ୍ତଙ୍କ ପରି ପ୍ରମୁଖ ଖେଳାଳିମାନେ…

ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଝୁରୁଛି ଗାଁ ମାଟି: ଶିକ୍ଷକତା ପରେ କାହଁକି ନେଲେ ଏଭଳି ଚରମ ନିଷ୍ପତ୍ତି

ବରୀ, ୧୬।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଶିକ୍ଷାମଣ୍ଡଳ ଅନ୍ତର୍ଗତ ଅରଙ୍ଗାବାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ…

୧୩ ଛକା, ୮ଚୌକା ଇତିହାସ ରଚିଲେ ରଜତ ପାଟିଦାର, ୧୩୫ ରନ କରି କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୧୬।୧୧: ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରଜତ ପାଟିଦାର, ଗତ କିଛି ବର୍ଷ ମଧ୍ୟରେ ଆଇପିଏଲ (IPL) ରେ ନିଜକୁ ଅନ୍ୟତମ ବିପଜ୍ଜନକ ମଧ୍ୟକ୍ରମ ବ୍ୟାଟର…

କିୱି ମାଟିରେ ଭାରତର କଡ଼ା ପରୀକ୍ଷା, ୧୫ ମିମି ଘାସ…

ନୂଆଦିଲ୍ଲୀ,୧୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ ତାରିଖରୁ ୱେଲିଂଟନ୍‌ର ଐତିହାସିକ ବେସିନ୍‌ ରିଜର୍ଭ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଏହି…

କାର୍ତ୍ତିକ ମାସର ତୃତୀୟ ସୋମବାରରେ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ: ପାଣି ପାଇଁ ଡହଳବିକଳ ହେଲେ….

ଗଞ୍ଜାମ,୧୬/୧୧ (ବିଦ୍ୟାଧର ସାହୁ): ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ…

ନିର୍ବାଚନ ମଇଦାନକୁ ଓହ୍ଲାଇବ CJP? ଅଭିଜିତ ଦୀପକେ ଗଠନ କଲେ ଟିମ୍‌

ନୂଆଦିଲ୍ଲୀ,୧୬।୧୧: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ, ଯେତେବେଳେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ସେହି ସମୟରେ ଅଭିଜିତ ଦୀପକେଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?