Posted inଖେଳ

ସଚିନ ତେନ୍ଦୁଲକରଙ୍କ ସହ କ୍ରିକେଟ୍‌ ଖେଳିଲେ ପ୍ରିନ୍ସ ୱିଲିୟମ୍‌, ଚା’ ପିଇବା ପରେ କହିଲେ….

ମୁମ୍ବାଇ,୧୬।୧୧: ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌ ଓ ପ୍ରିନ୍ସେସ୍‌ କେଟ୍‌ ମିଡଲଟନ୍‌ ମୁମ୍ବାଇର ବଲାର୍ଡ ଇଷ୍ଟେଟ୍‌ ଗସ୍ତ ସମୟରେ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହ ଏକ ସ୍ମରଣୀୟ ମୁହୂର୍ତ୍ତ ବିତାଇଛନ୍ତି । ଶାହୀ ଦମ୍ପତି ପାରମ୍ପରିକ ଭାରତୀୟ ଚା’ର ମଜା ନେବା ସହ ସଚିନଙ୍କ ସହ ଆଲୋଚନା କରିଥିଲେ । ଏହାସହ ସ୍କୁଲ ପିଲାଙ୍କ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍‌ ମ୍ୟାଚ୍‌ରେ ମଧ୍ୟ ଭାଗ ନେଇଥିଲେ। ନଭେମ୍ବର ୧୬ ତାରିଖର ଏହି ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୋମବାର ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ପ୍ରିନ୍ସ ୱିଲିୟମ୍‌ ଓ କେଟ୍‌ ମିଡଲଟନ୍‌ଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ଖୁବ୍‌ ଆତ୍ମୀୟତାର ସହ କଥା ହେଉଥିବା ଦେଖିବାକୁ ମିଳିଛି । ପରେ ତିନିଜଣ ଏକ ସ୍ୱତନ୍ତ୍ର ଚା’ ଷ୍ଟଲ୍‌କୁ ଯାଇଥିଲେ । ସେଠାରେ ସେମାନଙ୍କୁ ମାଟିର କପ୍‌ ବା କୁଲ୍‌ହଡ଼ରେ ପାରମ୍ପରିକ ଭାରତୀୟ ଚା’ ପରସା ଯାଇଥିଲା। ଏହି ସାକ୍ଷାତକୁ ନେଇ ସଚିନ ତେନ୍ଦୁଲକର ମଧ୍ୟ ନିଜ ଅନୁଭୂତି ବାଣ୍ଟିଥିଲେ। ସେ କହିଥିଲେ ଯେ, ପ୍ରାୟ ୧୦ ବର୍ଷ ପୂର୍ବେ ସେ ପ୍ରିନ୍ସ ୱିଲିୟମ୍‌ଙ୍କୁ ଭେଟିଥିଲେ।

କ୍ରିକେଟ୍‌ କିମ୍ବଦନ୍ତୀ ସଚିନଙ୍କ ସହ ଆଲୋଚନା ସମୟରେ କ୍ରିକେଟ୍‌ ହିଁ ମୁଖ୍ୟ ଆକର୍ଷଣ ଥିଲା। ସଚିନ ହାତର ଇସାରାରେ ଖେଳର ବିଭିନ୍ନ କୌଶଳ ବୁଝାଉଥିବା ବେଳେ ପ୍ରିନ୍ସ ୱିଲିୟମ୍‌ ଓ କେଟ୍‌ ମନ ଦେଇ ତାଙ୍କ କଥା ଶୁଣୁଥିଲେ। ଏହାପରେ ପ୍ରିନ୍ସ ୱିଲିୟମ୍‌ କ୍ରିକେଟ୍‌ ବ୍ୟାଟ୍‌ ଧରି ସ୍କୁଲ ପିଲାଙ୍କ ସହ ଗଲି କ୍ରିକେଟ୍‌ ଖେଳିଥିଲେ । ଖେଳ ଆରମ୍ଭ ପୂର୍ବରୁ ସଚିନ ତାଙ୍କୁ କିଛି ଟିପ୍ସ ଦେଇଥିଲେ। ଅନ୍ୟପଟେ ପ୍ରିନ୍ସେସ୍‌ କେଟ୍‌ ଉତ୍ସାହର ସହ ଖେଳକୁ ଉପଭୋଗ କରୁଥିଲେ। ତିନିଜଣ ପର୍ଯ୍ୟାୟକ୍ରମେ ବ୍ୟାଟିଂ କରିଥିଲେ। ଏହାଦ୍ୱାରା ମୁମ୍ବାଇର ଏହି ସ୍ଥାନରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଥିଲା।

ଏହି ଗସ୍ତ ସମୟରେ ପ୍ରିନ୍ସ ୱିଲିୟମ୍‌ ଧଳା ସାର୍ଟ ସହ ନେଭି ବ୍ଲୁ ରଙ୍ଗର ନେହେରୁ ଷ୍ଟାଇଲ୍‌ ସ୍ଲିଭ୍‌ଲେସ୍‌ ଜ୍ୟାକେଟ୍‌ ଓ ଗାଢ଼ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ । ସେହିପରି କେଟ୍‌ ମିଡଲଟନ୍‌ ଧଳା ଟପ୍‌ ଉପରେ ଲାଇମ୍‌ ଗ୍ରୀନ୍‌ ରଙ୍ଗର ଡବଲ୍‌ ବ୍ରେଷ୍ଟେଡ୍‌ ବ୍ଲେଜର୍‌ ଓ ସମାନ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ। ସଚିନ ତେନ୍ଦୁଲକର ନେଭି ବ୍ଲୁ ସାର୍ଟ ଓ ଗାଢ଼ ରଙ୍ଗର ଡେନିମ୍‌ ପିନ୍ଧିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ଓମ ପ୍ରକାଶଙ୍କ ପ୍ରସ୍ତୁତି: ଓଡ଼ିଶାର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ

କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ):କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ପଶ୍ଚିମ ଓଡ଼ିଶାର…

ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ: ଭବାନୀପାଟଣା ଚାମ୍ପିୟନ

ରିଷିଡ଼ା,୧୬ା୧୧(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ତ୍ରିଦିବସୀୟ ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା…

ଟେଷ୍ଟ କ୍ରିକେଟରୁ ଅବସର ନେଇ ବଡ଼ ଭୁଲ କରିଦେଲେ କୋହଲି-ଶାମି: କପିଳଙ୍କ ଚାଞ୍ଚଲ୍ୟକର ଦାବି, କହିଲେ-୧୦ ବର୍ଷ ପରେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଦିଗ୍ଗଜ ବ୍ୟାଟର ବିରାଟ କୋହଲି ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କୋହଲି ୨୦୨୫ ଜୁନରେ…

ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ପୁଣି ଆହତ ହେଲେ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଦଳର ଅନେକ ଷ୍ଟାର୍‌ ଖେଳାଳି ଏବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ଖେଳୁଥିବା ନଜର ଆସୁଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ…

ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ବିୟୋଗରେ ଗୁଣପୁର ଓକିଲ ସଂଘର ଶୋକସଭା

ଗୁଣପୁର, ୧୬।୧୧ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ୭୫ ବର୍ଷ ବୟସରେ ଶନିବାର ପରଲୋକ ଘଟିଥିଲା।…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ: ୨୮ ତମ୍ବୁ ଘର ସହ ପଞ୍ଚତାରକା ହୋଟେଲ୍‌ର ସୁବିଧା

ଦାରିଙ୍ଗବାଡ଼ି, ୧୬।୧୧ (ଅରୁଣ ସାହୁ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କନ୍ଧମାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ। ଚଳିତ ବର୍ଷର ଇକୋ ରିଟ୍ରିଟକୁ ରାଜ୍ୟ ପର୍ଯ୍ୟଟନ…

ଗର୍ଭରେ ଆଲିଆ ଭଟ୍ଟ ଥିବାବେଳେ ଗୋଟିଏ ଦିନରେ ୧୦୦ ସିଗାରେଟ ଟାଣୁଥିଲେ ମା’ ସୋନି ରାଜଦାନ, ନିଜେ ଖୋଲିଲେ ଗୁମର

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ…

କେନ୍ଦୁଝରରେ ଚାଞ୍ଚଲ୍ୟ: ଜୀବନ ଯୁଦ୍ଧରେ ହାରିଗଲେ ବଳାତ୍କାର ପୀଡିତା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ…

କେନ୍ଦୁଝର,୧୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଜୁଆଙ୍ଗ ଆଦିମ ଜନଜାତି ବିଧବା ମହିଳା ବଳାତ୍କାରର ଶିକାର ହୋଇଥିଲେ। ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?