Posted inଜାତୀୟ

ରାଜନୀତି କରିବେ ନା ନାହିଁ, ସ୍ପଷ୍ଟ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୭।୭: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ହେଉଥିବା କଳ୍ପନାଜଳ୍ପନା ଏବେ ଶେଷ ହୋଇଛି। ପ୍ରଶାନ୍ତ କିଶୋର ଏହି ସମସ୍ତ କଳ୍ପନାଜଳ୍ପନାକୁ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ କରିଛନ୍ତି ଯେ, ସେ ବର୍ତ୍ତମାନ ସମୟରେ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକଳାପରେ ଜଡିତ ନୁହଁନ୍ତି କିମ୍ବା ୨୦୨୨ ପ୍ରାରମ୍ଭରେ ହେବାକୁ ଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ କରିବେ ନାହିଁ। ନିର୍ବାଚନରେ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭୂମିକା ନେବେ ନାହିଁ। ଏଥି ସହିତ ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ପଞ୍ଜାବର ପ୍ରସଙ୍ଗ ହେଉ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗ, କଂଗ୍ରେସର କୌଣସି ନିଷ୍ପତ୍ତିରେ ପରଦା ପଛରେ କିମ୍ବା ପରଦା ବାହାରେ ତାଙ୍କର କୌଣସି ଭୂମିକା ନାହିଁ। ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ପରେ ମେ ୨ରେ ତାଙ୍କ ଦ୍ୱାରା କରାଯାଇଥିବା ଘୋଷଣାକୁ ସେ ସମ୍ପୂର୍ଣ୍ଣ ରୂପେ ଅବଲମ୍ବନ କରିବେ ଏବଂ ଯେତେବେଳେ ବି ନିଷ୍ପତ୍ତି ନେବେ ସେତେବେଳେ ସେ ସର୍ବସାଧାରଣରେ ଘୋଷଣା କରିବେ। ସେ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ରହିବେ କି ନାହିଁ ତାହା ସ୍ଥିର କରିନାହାଁନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ପି.କେ ଦଳରେ ଯୋଗଦେବେ କି ନାହିଁ, ତାହା ତାଙ୍କ ପାଇଁ ଏବଂ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେବେ, କିନ୍ତୁ କଂଗ୍ରେସ ନେତୃତ୍ୱ ପି.କେ ସହିତ ଅନୌପଚାରିକ ପରାମର୍ଶ ଆରମ୍ଭ କରିଛନ୍ତି। ଯାହାର ଝଲକ ଦଳ ସଂଗଠନରେ ନିଆଯାଇଥିବା ନିଷ୍ପତ୍ତିରେ ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଚିନ୍ତା ବଢାଉଛି କରୋନା, ଚିହ୍ନଟ ହେଲେ ୨,୬୮,୮୩୩ ପଜିଟିଭ୍‌

ନୂଆଦିଲ୍ଲୀ,୧୫।୧: କରୋନାର ତୃତୀୟ ଲହର ଦେଶରେ ବଢିଚାଲିଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨,୬୮,୮୩୩ ଥିବା ଜଣାପଡିଛି। ଗତ କାଲିଠାରୁ ଆଜି ୪ ହଜାର...

କଂଗ୍ରେସ ଛାଡିବାକୁ ଚାହୁଁଥିବା ନେତାଙ୍କୁ ମୁଁ ନିଜେ କାର୍‌ରେ ପଠାଇଦେବି: କମଳନାଥ

ଭୋପାଳ,୧୯।୯: ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଆକ୍ସନ ମୁଡ୍‌ରେ ଦେଖିବାକୁ ମିଳୁଛି। ଶଙ୍କର ଶାହ ଏବଂ ରଘୁନାଥ ଶାହାଙ୍କ ବଳିଦାନ...

ମାନିଲେ ରାଜନାଥ: ଚାଇନା ସହିତ ଆଲୋଚନାରେ ମିଳିନି ସମାଧାନ ସୂତ୍ର

ନୂଆଦିଲ୍ଲୀ,୩୦।୧୨: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ଏନେଇ ବହୁଥର ଆଲୋଚନା ହୋଇଛି। ତେବେ ଏସବୁ ଅସଫଳ ରହିଥିବା ସରକାର ମାନିଛନ୍ତି। ଦୁଇଦେଶ...

ଜଳ ସଙ୍କଟରେ ଜୁଝୁଛନ୍ତି ଆଗ୍ରାବାସୀ: ୪ଟଙ୍କାରେ ମିଳୁଛି ବାଲଟିଏ ପାଣି

ଆଗ୍ରା,୨୯।୪: ଆଗ୍ରାରେ ଭୀଷଣ ଖରା ଯୋଗୁ ଲୋକେ ବେହାଲ ହୋଇପଡ଼ିଥିବା ବେଳେ   ଅନ୍ୟପଟେ ଜଳ ସଙ୍କଟ ମୁଣ୍ଡ ବଥାର କାରଣ ପାଲଟିଛି। ସହରର ବହୁ ଅଞ୍ଚଳରେ...

୫ ଥର ଝିଅ ଦେଖିବା ପରେ ଯୁବକ କଲେ ନାପସନ୍ଦ, ନିର୍ଧୂମ ଖାଇଲେ ଛେଚା, ଭିଡିଓ ଭାଇରାଲ

ମୁମ୍ବାଇ,୨୫।୪: ଜଣେ ଯୁବକ ୫ ଥର ଝିଅ ଦେଖିବା ପରେ ନାପସନ୍ଦ କରିବାରୁ ଝିଅ ଘର ଲୋକେ ସଂପୃକ୍ତ ଯୁବକଙ୍କୁ ଏକ ବନ୍ଦ କୋଠରିରେ ପ୍ରବଳ...

ଓମିକ୍ରନ୍ ଯୋଗୁଁ ଫେବୃୟାରୀରେ ଆସିବ କରୋନାର ତୃତୀୟ ଲହର: ଆଇଆଇଟି ବମ୍ବେ

ମୁମ୍ବାଇ,୭ ।୧୨: କରୋନା ମହାମାରୀର ତାଣ୍ଡବ ଧୀରେ ଧୀରେ କମି ଆସୁଥିବା ବେଳେ ପୁଣିଥରେ ଚିନ୍ତାରେ ପକାଇଛି ଓମିକ୍ରନ୍ ଭାରିଏଣ୍ଟ । ଏହାଯୋଗୁ ଦେଶରେ ବିପଦ...

କୃଷି ଆଇନକୁ ବିରୋଧ କଲା କଂଗ୍ରେସ

ନୂଆଦିଲ୍ଲୀ,୨୨ ।୭: କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ବିରୋଧ କରିଛି କଂଗ୍ରେସ । ଗୁରୁବାର ଏହି ଆଇନକୁ ଫେରାଇ ନେବାକୁ ଦାବି କରି...

ଟିକେଟ ବୁକିଂ ବନ୍ଦ ରଖିବାକୁ ଗୋ ଫାଷ୍ଟକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୯ା୫: ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁରନ୍ତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଟିକେଟ ବୁକିଂ ଏବଂ ବିକ୍ରି ବନ୍ଦ କରିବା ପାଇଁ ବେସାମରିକ ବିମାନ ଚଳାଚଳ...

Advertisement
Archives

Model This Week