କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଏକ ମିନିଟ୍‌ରେ ଏପରି ଜାଣିପାରିବେ…

ସିଙ୍ଗାପୁର,୨୫।୫:  ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଏବେ ତାହା ମାତ୍ର ଏକ ମିନିଟ୍‌ ମଧ୍ୟରେ ସହଜରେ ଜଣାପଡ଼ିଯିବ। ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ୩ ଜଣ ଗ୍ରାଜୁଏଟ୍‌ ଶିକ୍ଷାର୍ଥୀ ଏବଂ ଜଣେ ମୂଳ ଭାରତୀୟ ପ୍ରଫେସର ଟି. ଭେଙ୍କେୟା ଭେଙ୍କଟେସାନ୍‌ଙ୍କ ମିଳିତ ଉଦ୍ୟମରେ ଏକ ବ୍ରେଥ୍‌ ଟେଷ୍ଟ୍‌ ସିଷ୍ଟମ ଉପକରଣ ତିଆରି କରିଛନ୍ତି। ଏହାକୁ ତିଆରି କରିବା ଲାଗି ବ୍ରେଥୋନିକ୍ସ୍‌ ନାମକ ଏକ ଷ୍ଟାର୍ଟ ଅପ୍‌ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି। ଏହି ଉପକରଣରେ କରୋନା ଟେଷ୍ଟ୍‌ ପାଇଁ ଫୁଙ୍କିବାକୁ ପଡ଼ିବ। ଏହାଦ୍ୱାରା ନିଶ୍ୱାସରେ ଥିବା କଣିକା ମେସିନ୍‌ ମଧ୍ୟରେ ପ୍ରବେଶ କରିଥାଏ। କଣିକା ମଧ୍ୟରେ କରୋନା ଭୂତାଣୁ ଥିଲେ ଏହା ସହଜରେ ଜଣାପଡ଼ିଥାଏ। ଏହାଦ୍ୱାରା ୯୩ ପ୍ରତିଶତ ସଫଳତାର ସହିତ କରୋନା ଟେଷ୍ଟ୍‌ କରାଯାଇ ପାରୁଥିବା ପ୍ରଫେସର ଭେଙ୍କଟେସାନ୍‌ କହିଛନ୍ତି। ଏହି ଉପକରଣକୁ କରୋନା ଟେଷ୍ଟ୍‌ ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ ଅନୁମତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ: ଏଫବିଆଇ ଅପରେସନରେ ଅଭିଯୁକ୍ତ ମୃତ

ଓ୍ବାଶିଂଟନ,୧୦।୮: ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା ଧମକ ଦିଆଯାଇଛି। ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଏଫବିଆଇ ଅପରେସନ ବେଳେ ନିହତ ହୋଇଛନ୍ତି। ଅଭିଯୁକ୍ତ ଜଣକ...

‘ନ୍ୟୁଜିଲଣ୍ଡକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ୍‌ ପଛରେ ଭାରତର ଲିଙ୍କ୍‌’

ଇସ୍‌ଲାମାବାଦ,୨୨।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ତେବେ ଏହି ଗସ୍ତ ବାତିଲ ହେବା ପଛରେ...

ଆଜି ସନ୍ଧ୍ୟା ସୁଦ୍ଧା ଏସ୍‌ସି,ଏସ୍‌ଟି ହଷ୍ଟେଲ ଛାତ୍ରୀଛାତ୍ରଙ୍କୁ ଘରେ ପହଞ୍ଚାଯିବ: ସୁବ୍ରତୋ ବାଗ୍‌ଚୀ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲା ମଙ୍ଗଳବାର ମଧ୍ୟରାତ୍ରରୁ ମାର୍ଚ୍ଚ ୨୯ ଯାଏ ଲକ୍‌ଡାଉନ୍‌ ରହିବ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି କରୋନା ଭୂତାଣୁ ସଂକ୍ରମଣ...

ଖେଳାଳିଙ୍କୁ ୟୁନିଫର୍ମ ଜାଳି ଦେବାକୁ କହିଲେ ଅଧିନାୟିକା

କାବୁଲ,୧୯।୮ : ସୋସିଆଲ ମିଡିଆରୁ ସମସ୍ତ ଫଟୋ ଡିଲିଟ୍‌ କର। ୟୁନିଫର୍ମକୁ ଜାଳିଦିଅ। ଯେମିତି ହେଲେ ପରିଚୟ ଲୁଚାଅ। ଖେଳାଳିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଆଫଗାନିସ୍ତାନ...

ଭାରତରେ ବଢ଼ିବ ଗ୍ରୀଷ୍ମପ୍ରବାହ

ଓ୍ବାଶିଂଟନ୍‌,୮।୧୨: ଗତ ୧୦ ବର୍ଷ ଧରି ଭାରତରେ ଗ୍ରୀଷ୍ମପ୍ରବାହ କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ବର୍ଦ୍ଧିତ ତାପମାତ୍ରା ଯୋଗୁ ପ୍ରତିବର୍ଷ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ...

ପ୍ରତିଦିନ ୫ ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ କମାଇବା ସୌଦି…

ରିଆଦ,୩।୪ : ସୌ ଆରବ, ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (ଓପେକ) ର ଅନ୍ୟ ସଦସ୍ୟମାନଙ୍କ ସହିତ ମେ ମାସରୁ ୨୦୨୩ ଶେଷ ପର୍ଯ୍ୟନ୍ତ ଦିନକୁ...

ପେଟ ସମସ୍ୟାରୁ ମୁକ୍ତି ଦିଏ ଏହିସବୁ ଖାଦ୍ୟ, ପାନୀୟ

ଆଧୁନିକ ଜୀବନଶୈଳୀ ଖାଦ୍ୟପେୟ ଜନିତ ପେଟ ସମସ୍ୟା ଦେଖାଯାଏ। ଏସିଡିଟି, ଗ୍ୟାସ, ଖାଦ୍ୟ ହଜମ ନ ହେବା ଆଦି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।...

ଏସବୁ ଯୋଗୁ ଛୋଟ ପିଲାଙ୍କଠାରେ ଦେଖାଦେଇଥାଏ ଡାଇବେଟିସ୍‌…

ନୂଆଦିଲ୍ଲୀ: କେତେକ କାରଣରୁ ଛୋଟ ପିଲାଙ୍କଠାରେ ଡାଇବେଟିସ୍‌ ଆଶଙ୍କା ଦେଖାଦେଇଥାଏ। ତେବେ ସଚେତନ ହୋଇ ସେସବୁଠାରୁ ଦୂରେଇ ରହିଲେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ...

Advertisement
Archives

Model This Week