ଯେଉଁଠି ପାଠପଢା, ସେଇଠି ମଧ୍ୟାହ୍ନଭୋଜନ: ଶିକ୍ଷାଦାନ ବାଧାପ୍ରାପ୍ତ

ଦାରିଙ୍ଗବାଡି,୬।୮(ଅରୁଣ ସାହୁ): ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ମାଗଣା ଶିକ୍ଷା ରେ ପୋଷାକ, ପାଠ୍ୟ ପୁସ୍ତକ, ମଧ୍ୟାହ୍ନ ଭୋଜନ ଯାହାକି ପୁଷ୍ଟିକର ଖାଦ୍ୟରେ ଅଣ୍ଡା, ଲଡ଼ୁ ଭଳି ଉତ୍ତମ ଖାଦ୍ୟ ପିଲାଙ୍କୁ ପ୍ରଦାନ କରାଯାଉଛି। ହେଲେ ଅନେକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମି ଅଭାବରୁ ଶ୍ରେଣୀ କୋଠା, ରୋଷେଇ ଶାଳ, କମନ ରୁମ, ଖେଳ ପଡିଆ, ପିଇବା ପାଣିର ଅଭାବ, ସୌନ୍ଦର୍ଯ୍ୟ କରଣର ଅଭାବ ଭଳି ଅନେକ ପୁଳାପୁଳା ସମସ୍ୟା ଦେଖିବାକୁ ମିଳିଛି। ଏଭଳି ଏକ ବିଦ୍ୟାଳୟ କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ବଅବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି।

ଯେଉଁଠି ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୩୦ ଜଣ ଛାତ୍ରୀଛାତ୍ର ରହିଥିବାବେଳେ ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ଅଧିକାଂଶ ସମୟରେ ପାଳିକରି ଛୁଟିରେ ଯାଉଥିବାବେଳେ ଜଣେ ଶିକ୍ଷୟିତ୍ରୀ ବିଦ୍ୟାଳୟର ୫ଟି ଶ୍ରେଣୀକୁ ଜଗି ବସିବା ଛଡା ଆଉ କୌଣସି ଉପାୟ ନ ଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଅନ୍ୟପଟେ ଦୀର୍ଘ ବର୍ଷ ହେଲା ବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ରୋଷେଇ ଶାଳ ଭାଙ୍ଗିରୁଜି ଯିବା ପରେ ଆଉ ନୂତନ ରୋଷେଇ ଗୃହ ନିର୍ମାଣ କରାଯାଇନାହିଁ। ଫଳରେ ଛାତ୍ରୀଛାତ୍ରଙ୍କୁ ଯେଉଁ ଶ୍ରେଣୀ ଭିତରେ ଶିକ୍ଷାଦାନ କରାଯାଉଛି। ସେହି ଶ୍ରେଣୀ କୋଠା ଭିତରେ ରୋଷେଇ କରାଯିବା ସହ ଗୋଦାମ ଗୃହ ମଧ୍ୟ କରାଯାଇଛି। ରୋଷେଇବେଳେ ପ୍ରେସରକୁକରର ସିଟି ବାଜିବା ହେଉ କି ଭାତ ରନ୍ଧା ବେଳେ ବାମ୍ଫ ନିଶ୍ଚିତ ଭାବେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି । ସେହିପରି ଶ୍ରେଣୀ କୋଠାର ଅଭାବ ରହିଥିବାବେଳେ ଏବେ ଉକ୍ତ କୋଠା ମରାମତି ଚାଲିଥିବାରୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି। ସେହିପରି ବିଦ୍ୟାଳୟ ଭିତରକୁ ଯାତାୟାତ କରୁଥିବା କୁନି କୁନି ପିଲାଙ୍କୁ ପ୍ରାୟ ୫ ଫୁଟ ଉଚ୍ଚତା ଚଢି ଯାତାୟାତ କରିବାକୁ ପଡୁଛି। ବିଦ୍ୟାଳୟ ଦେଇ ଯାଇଥିବା ରାସ୍ତାକୁ କଟାଯିବାରୁ ତାହା ମୁଖ୍ୟ ଫାଟକଟି ଉଚ୍ଚରେ ରହିଥିବା ଦେଖିବାକୁ ମିଳିଛି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଧୁସ୍ମିତା ପ୍ରଧାନ କହିଛନ୍ତି, ସେ ମୁଖ୍ୟ ଫାଟକ ସମେତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ସରପଞ୍ଚଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ ଗ୍ରାମବାସୀଙ୍କୁ ଜଣାଇଛି ବୋଲି କହିଛନ୍ତି। ଏଥିସହ ଜଣେ ଶିକ୍ଷୟିତ୍ରୀ ସେଦିନ ଛୁଟିରେ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ଯୌତୁକ ଜନିତ ବଧୂହତ୍ୟା ଘଟଣା, ୩ ମାସ ପରେ ବନ୍ଧା ହେଲେ ଶ୍ବଶୁର-ଦିଅର

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକରାପଲ୍ଲୀ ଗ୍ରାମର ଅଜିତ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଗତ ଫେବୃଆରୀ ୪ ତାରିଖରେ ଅଧିକା ଯୌତୁକ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ବରଗଡ଼ ଜିଲା ପ୍ରିମିୟର ଲିଗ୍ ଉଦଘାଟିତ

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ବରଗଡ଼ ଜିଲା ପ୍ରିମିୟର ଲିଗ୍(ବିଡିପିଏଲ) ଉଦଘାଟିତ ହୋଇଛି। ବରଗଡ ଜିଲା କ୍ରିକେଟ ଏସୋସିଏସନର ସଭାପତି…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri